Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚକାନୟନକୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ - Chakanayanaku Patita Kehi Takai Khara Nishwasa Pakai Lyrics

== ଓଡ଼ିଆ ==

ଗୀତ : ଚକାନୟନକୁ ପତିତ କେହି
ଭାଷା : ଓଡ଼ିଆ
କଣ୍ଠ : ରଘୁନାଥ ପାଣିଗ୍ରାହୀ
ଗୀତିକାର : ଚନ୍ଦନ ହଜୁରୀ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ
ମସିହା : ୧୯୭୬



ଚକାନୟନକୁ ପତିତ କେହି
ତକାଇ ଖର ନିଃଶ୍ଵାସ ପକାଇ
ଡକା ପକାଇ ଗରୁଡ଼ ପଛରେ
ବକାରି ମୋ' ଆର୍ତ୍ତ ଶୁଣ ସତ୍ତ୍ଵରେ ହେ
ଧକ୍କା ବାଜୁଛି ମହିମା ହେ
ଧକ୍କା ବାଜୁଛି ମହିମା
ଠକାର କରି କର୍ଣ୍ଣେ ଗିର ନଶୁଣ 
କାହିଁକି ବିଚିତ୍ରକର୍ମା ହେ
କାହିଁକି ବିଚିତ୍ରକର୍ମା ॥୧॥ 

କରି ହରିଣୀ ଦ୍ରୌପଦୀ ବିପତ୍ତି
ହରି ହରିଛ ପରା ଡେରି ଶ୍ରୁତି
ଦରିଦ୍ର ସୁଦାମାକୁ କୋଟିନିଧି
ପରିପୂର୍ଣ୍ଣେ ଦେଲ କୃପାବାରିଧି ହେ
ଧରିଯା ମହିମା ଚିତ୍ତେ ହେ
ଧରିଯା ମହିମା ଚିତ୍ତେ 
ସରିତ ଯାଉଛି ହରି ଆଉ ଥରେ
ନ ଚାହିଁଲ କୃପା ନେତ୍ରେ ହେ
ନ ଚାହିଁଲ କୃପା ନେତ୍ରେ ॥୨॥  

ଆଜାନୁବାହୁ ମୁଁ ପତିତ ଜଣେ
ଅଜାମିଳୁ ବଳି ସହସ୍ର ଗୁଣେ
ଲଜ୍ଜା ହରି ନ ତାରିଲେ ନିକର
ଧ୍ଵଜା ଚକ୍ରରୁ ବହନ ଉତ୍ତାର ହେ
ମଜ୍ଜାରେ ମୁଁ ଏହା ଭାବେ ହେ
ମଜ୍ଜାରେ ମୁଁ ଏହା ଭାବେ
ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ
ହଜାଇ ଦେଉଛ ଏବେ ହେ
ହଜାଇ ଦେଉଛ ଏବେ ॥୩॥  

ଧଣ୍ଡାମାଳ ବୁହା ଦୁର୍ଦ୍ଦଶା ରାହୁ
ଚାଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ
ଭଣ୍ଡାରେ ଖଣ୍ଡା ନାହିଁକି ମଣିମା
ଗଣ୍ଡାକର ଦିଶୁନାହିଁ ମହିମା ହେ
ହଣ୍ଡା ମୋ' ଯାଉଛି ଫାଟି ହେ
ହଣ୍ଡା ମୋ' ଯାଉଛି ଫାଟି 
ଥଣ୍ଡା କରି କୃପା-ଜଳ ବୃଷ୍ଟି କର
ମୋ ଚିତ୍ତ-ଚାତକ ପାଟି ହେ
ମୋ ଚିତ୍ତ-ଚାତକ ପାଟି ॥୪॥ 

ମନ୍ଦରଧର ନୀଳଗିରିବାସୀ
କନ୍ଦରବାସୀ ପ୍ରାୟେ ଅଛ ବସି
ପନ୍ଦର ନେତ୍ର ଧାତା ପୁରନ୍ଦର
ବନ୍ଦନ କରନ୍ତି ଯେଉଁ ପୟର ହେ
ଛନ୍ଦ ଛାଡ଼ ଦେବରାଜେ ହେ
ଛନ୍ଦ ଛାଡ଼ ଦେବରାଜେ 
ନନ୍ଦନନ୍ଦନ ଶ୍ରୀ ଚରଣାର ବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ             
ଚନ୍ଦନ ହଜୁରୀ ଭଜେ ॥୫॥ 


YouTube ରେ ଚକାନୟନକୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ


ଗୀତଟିର ଅନ୍ୟ ଏକ Video ଅଭିଜିତ ମିଶ୍ର ଙ୍କ କଣ୍ଠରେ ଦେଖନ୍ତୁ YouTube ରେ




== English ==

Song : Chakanayanaku Patita Kehi
Language : Odia
Singer : Raghunath Panigrahi
Lyricist : Chandan Hajuri
Music Director : Balakrushna Das
Year : 1976



Chakanayanaku patita kehi
Takai khara nihswasa pakai
Daka pakai garuda pachhare
Bakari mo’ artta shuna sattware he
Dhakka bajuchhi mahima he
Dhakka bajuchhi mahima
Thakara kari karnne giri nashuna
Kahinki bichitrakarma he
Kahinki bichitrakarma ॥1॥

Kari harini Draupadi bipatti
Hari harichha para deri shruti
Daridra Sudamaku kotinidhi
Paripurnne dela krupabaridhi he
Dharija mahima chitte he  
Dharija mahima chitte
Sarita jauchhi Hari aau thare
Na chahinla krupa netre he
Na chahinla krupa netre ॥2॥   

Aajanubahu mun patita jane
Ajamilu bali sahasra gune
Lajja Hari na tarile nikara
Dhwaja chakraru bahana uttara he
Majjare mun eha bhabe he
Majjare mun eha bhabe
Bajai jaya aarttatrana dindima
Hajai deuchha ebe he
Hajai deuchha ebe ॥3॥

Dhandamala buha durddasha rahu
Chandala grasuachhi chahun chahun
Bhandare khanda nahinki manima
Gandakara dishunahin mahima he
Handa  mo’ jauchhi phati he
Handa  mo’ jauchhi phati
Thanda kari krupa-jala brusti kara
Mo chitta-chataka pati he
Mo chitta-chataka pati ॥4॥ 

Mandaradhara nilagiribasi
Kandarabasi praye achhi basi
Pandara netre dhata purandara
Bandana karanti jeun payara he
Chhanda chhada debaraje he
Chhanda chhada debaraje
Nandanandana shri charanara binde
Chandana hajuri bhaje he
Chandana hajuri bhaje ॥5॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Deepest expression of ultimate truth/prayer -of a human life -by a devotee at the Lotus Feet of Lord Jagannatha !

    ReplyDelete
    Replies
    1. ଆପଣଙ୍କ ଅମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  2. Rama Ranjan Pattnaik , Puri Idisha.August 6, 2023 at 8:53 PM

    no other words in Odia could replace/ be substituted for the thoughts composed by the poet Chandana Hajuri (a devotee who really seeks Nirbana or Salvation ) at the Lotus feet of Lord Jagannatha - the only Supreme Power who has the Power to grant Nirbana/ Salvation to a man .

    ReplyDelete
    Replies
    1. ହଁ, ସତ୍ୟ କହିଲେ । ଆପଣଙ୍କ ଅମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ । ହୃଦୟକୁ ଛୁଇଁଗଲା ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ