Posts
Showing posts with the label ପୋଥି ପୁରାଣ
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ମାଣବସା ଲକ୍ଷ୍ମୀ ପୁରାଣ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) ଭାଷା : ଓଡ଼ିଆ କଣ୍ଠ : ଗୀତା ଦାସ, ନମିତା ଅଗ୍ରୱାଲ ଗୀତିକାର : ବଳରାମ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ପୋଥି / ପୁସ୍ତକ : ମହାଲକ୍ଷ୍ମୀ ପୁରାଣ ମସିହା : ୧୯୯୨ ସ୍ତୁତି ପାଠ § 1 - ନାରଦ ଓ ପରାଶର ସମ୍ବାଦ (୧-୧୭) - Video Play Time: (0:00:00) § 2 - ମହାଲକ୍ଷ୍ମୀ ନଗର ବୁଲିଗଲେ (୧୮-୩୭) - Video Play Time: (0:05:00) § 3 - ମହାଲକ୍ଷ୍ମୀ ବ୍ରତ କେମିତି କରାଯାଏ ? (୩୮-୫୬) - Video Play Time: (0:09:00) § 4 - ଗୁରୁବାର ଦିନ ଯେଉଁ କଥା ବାରଣ ? (୫୭-୮୦) - Video Play Time: (0:11:00) § 5 - ଲକ୍ଷ୍ମୀଦେବୀଙ୍କ ସାଧବାଣୀକୁ ଲକ୍ଷ୍ମୀବ୍ରତ କରିବାକୁ ଉପଦେଶ (୮୧-୧୩୩) - Video Play Time: (0:18:00) § 6 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀ (୧୩୪-୧୭୫) - Video Play Time: (0:27:00) § 7 - ଜଗନ୍ନାଥଙ୍କ ଲକ୍ଷ୍ମୀଦେବୀଙ୍କୁ ତିରସ୍କାର (୧୭୬-୨୩୨) - Video Play Time: (0:33:00) § 8 - ଲକ୍ଷ୍ମୀଦେବୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଓ ଶ୍ରୀମନ୍ଦିର ତ୍ୟାଗ (୨୩୩-୨୫୬) - Video Play Time: (0:50:00) § 9 - ଲକ୍ଷ୍ମୀଦେବୀଙ୍କୁ ବିଶ୍ୱକର୍ମା ଓ ଅଷ୍ଟ ବେତାଳଙ୍କ ସହଯୋଗ (୨୫୭-୨୯୯) - Video Play Time: (0:56:00) § 10 - ଜଗନ୍ନାଥ ଓ ବଳଦେବଙ୍କ ଭିକ୍ଷା କରିବାକୁ ...
ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
କ ଚମ୍ପୂ (କି ହେଲା ରେ କହିତ ନୁହଁଇ ଭାରତୀରେ) - Ka Champu (Ki Hela Re Kahita Nuhani Bharatire) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : କି ହେଲା ରେ କହିତ ନୁହଁଇ ଭାରତୀରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ କି ହେଲା ରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ ॥ କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର ତେଜ ସେ ରବିସୁତାର ତୀରେ କମ୍ପି ମୋର କଳେବର, ହୋଇଗଲା ଆରପାର ଯାହାକୁ ଡରଇ ତାର ତୀରେ ॥୧॥ କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ କର୍କଶ ନୋହିବା ଭାରତୀରେ କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି କି ଉଭା ରତିରେ ॥୨॥ କି ମୋହନ ଲୀଲା ଧରି, କୋଟି କଳାକର ଶିରୀ ପୁରିଛି ସେ ଶ୍ୟାମ ମୂରତିରେ କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ ଚିରାୟୁ ରଖିଲା ଜରତୀରେ ॥୩॥ କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉର ପାରିଲା ମୋ ମତିରେ କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥୪॥ କଲବଲ ଛଟପଟ, ହୋଇ ଯାଉଛି ନିପଟ ସଂବେଶ ଅଶନ ବିରତିରେ କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ ଏ କି ଦଣ୍ଡ ବିନା ପୀରତିରେ ॥୫॥ କି ହେଲା ରେ କହିତ ନୁହଁଇ ଭାରତୀରେ: ଶ୍ୟାମାମଣି ପଟ୍ଟନାୟକ ଙ୍କ କଣ୍ଠରେ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚିତ "କିଶୋରଚନ୍ଦ୍ରାନନ୍ଦ ଚମ୍ପୂ...
ଟ ଚମ୍ପୂ (ଟାଣ ପଣ କର ସାର) - Ta Champu (Tana Pana Kara Sara) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଟାଣପଣ କର ସାର ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଟାଣପଣ କର ସାର ଟାଣପଣ କର ସାର ଟିକାଏ ମଦନ କଦନକୁ ସହି ସଦନକୁ ବିଜେ କର ଟାଣପଣ କର ସାର ॥ ଟଙ୍କାରି କି ଶ୍ରବସରିକି ବାସବ- କୋଦଣ୍ଡରୁ ଚଣ୍ଡ ଧନୁ ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ ଟାଣପଣ କର ସାର ॥୧॥ ଟେକି ଏ ସୁନ୍ଦର ଶ୍ରୀମୁଖଟି ପର- ଘରବୁଡ଼ା ଫରମାସ ଟିକାଏ ହେଲେ ଯେ ହୃଦୟ ସରୋଜେ ନୋହିଲା ତ୍ରାସବିଳାସ ଟାଣପଣ କର ସାର ॥୨॥ ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୁରିବ ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ...
ବିଲ୍ଵମଙ୍ଗଳକୃତ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍, ଗୋବିନ୍ଦ ଦାମୋଦର ମାଧବେତି - Bilvamangalakruta Govinda Damodara Stotram, Govinda Damodara Madhaveti Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ବିଲ୍ଵମଙ୍ଗଳକୃତ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍ ଭାଷା : ସଂସ୍କୃତ ଆଲବମ : ଶ୍ରୀ ଗୋବିନ୍ଦ ଦାମୋଦର ସ୍ତୋତ୍ରମ୍ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ବିଲ୍ଵମଙ୍ଗଳାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ ମସିହା : ୨୦୦୦ କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦ ଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ ॥ ଅଗ୍ରେ କୁରୁଣାମ୍ ଅଥ ପାଣ୍ଡବାନାଂ ଦୁଃଶାସନେନା ହୃତ ବସ୍ତ୍ର କେଶା କୃଷ୍ଣା ତଦାକ୍ରୋଶତ୍ ଅନନ୍ୟନାଥା ଗୋବିନ୍ଦ ଦାମୋଦର ମାଧବେତି ॥୧॥ ଶ୍ରୀକୃଷ୍ଣ ବିଷ୍ଣୋ ମଧୁକୈଟଭାରେ ଭକ୍ତାନୁକମ୍ପିନ୍ ଭଗବନ୍ ମୁରାରେ ତ୍ରାୟସ୍ୱ ମାଂ କେଶବ ଲୋକନାଥ ଗୋବିନ୍ଦ ଦାମୋଦର ମାଧବେତି ॥୨॥ ବିକ୍ରେତୁ କାମା କିଲ ଗୋପକନ୍ୟା ମୁରାରି ପାଦାର୍ପିତ ଚିତ୍ତ ବୃତ୍ତିଃ ଦଧ୍ୟାଦିକଂ ମୋହବଶାତ୍ ଅବୋଚତ୍ ଗୋବିନ୍ଦ ଦାମୋଦର ମାଧବେତି ॥୩॥ ଉଲୂଖଲେ ସମ୍ଭୃତ ତଣ୍ଡୁଳାଂଶ୍ଚ ସୈଘଟ୍ଟୟନ୍ତ୍ୟୋ ମୁସଲୈଃ ପ୍ରମୁଗ୍ଧାଃ ଗାୟନ୍ତି ଗୋପ୍ୟୋ ଜନିତାନୁରାଗା ଗୋବିନ୍ଦ ଦାମୋଦର ମାଧବେତି ॥୪॥ କାଚିତ୍ କରାମ୍ଭୋଜ ପୁଟେ ନିଶାଣଂ କ୍ରୀଡ଼ା-ଶୁକଂ କିଂଶୁକ-ରକ୍ତ-ତୁଣ୍ଡମ୍ ଅଧ୍ୟାପୟାମାସ ସରୋରୁହାକ୍ଷୀ ଗୋବିନ୍ଦ ଦାମୋଦର ମାଧବେତି ॥୫॥ ଗୃହେଗୃହେ ଗୋପବଧୂ ସମୂହଃ ପ୍ରତିକ୍ଷଣଂ ପିଞ୍ଜର ସାରିକାଣାମ୍ ସ୍ଖଳଦ୍‐ଗିରଂ ବାଚୟିତୁଂ ପ୍ରବୃତ୍ତୋ ଗୋବିନ୍ଦ ଦାମୋଦର ମାଧବେତି ॥୬॥ ପର୍ୟଙ୍କିକାଭାଜମ୍ ଅଳମ୍ କୁ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics
== ଓଡ଼ିଆ == ଭଜନ : ଷାଠିଏ ପଉଟି ଭୋଗରୁ ତୁମର ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥ ଭିକାରି କରିବା ଯେବେ ତୁମ ଇଚ୍ଛା ଭିକାରି କରିବା ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ଵାର ବିନା ଆନ ଦୁଆରକୁ ସିଂହଦ୍ଵାର ବିନା ଆନ ଦୁଆରକୁ ମୁଁ ମାଗି ଯିବି ନାହିଁ ଭିକ ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଆହେ ଇଚ୍ଛାମୟ ଇଚ୍ଛାରେ ତୁମରି ଦିଅ ମୋର ଥାଳ ଭରି କଲ ଦାଣ୍ଡର ଭିକାରି କଲ ଦାଣ୍ଡର ଭିକାରି ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି ॥୧॥ ଜାଣିଶୁଣି ଯେବେ ଚେଇଁ ଶୋଇଥିବ ପ୍ରଭୁହେ..ପ୍ରଭୁ.. ... ଜାଣିଶୁଣି ଯେବେ ଚେଇଁ ଶୋଇଥିବ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପତାଇବି ହାତ ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଖାଲି ହାତେ...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...