Posts

Showing posts with the label Kabita Odia

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ପ୍ରେମଫୁଲ ଓଡ଼ିଆ କବିତା - Pemaphula Odia Kabita

Image
ଗୀତ : ପ୍ରେମଫୁଲ ଭାଷା : ଓଡ଼ିଆ ଗୀତିକାର : ଲଲାଟେନ୍ଦୁ ମସିହା : ୨୦୧୭ (ଭାଗ ୧ : ସାଥୀ ପାଇଁ ପ୍ରେୟସୀର ପକ୍ଷୀ ହାତରେ ସନ୍ଦେଶ) କେଉଁ ଦେଶେ ଯିବୁ ପକ୍ଷୀଟିକି ଟିକି ଡେଣା ମେଲି ଘେନି ଯା ସନ୍ଦେଶ ମୋର ଚିଟାଉ ତୋ ହାତେ ଦେଲି ॥୧॥   ଯେ' ଆକାଶେ ଫୁଟେ ନିତି ଜାତି ଜାତି ପ୍ରେମ-ଫୁଲ ସେ ଦେଶେ ଯାଇଛି ସାଥୀ ଖୋଜି ପ୍ରେମଫୁଲ ମାଳ ॥୨॥   ସେ ଫୁଲ ଗୋଟିଏ ପାଇଁ ଅଝଟ ଯେ କରି ଦେଲି ଯାଇଛି ଅବୁଝା ସାଥୀ ହାତେ ଧରି ଫୁଲ ଥଳୀ ॥୩॥   ପଦ୍ମ ମଧ୍ୟେ ପଦ୍ମ ଆନ ପ୍ରେମଫୁଲ ମନଜିଣା ଦେଖିନି କେ ଶୁଣେ କାନ ସେ କଥା କି ତାକୁ ଜଣା !! ॥୪॥   ପ୍ରେମ ଭୋଳେ କହି ଦେଲି ସେ ଫୁଲ ଆଣି ଦେ ବୋଲି ବୁଝିଲାନି ଥଟା ମଜା ଯାଇଛି ସେ ଫୁଲ ତୋଳି ॥୫॥   ଜହ୍ନ ମଧ୍ୟେ ଜହ୍ନ ପରି ସେ ଫୁଲ ପାଖୁଡ଼ା ଦିଶେ ମିଳେ ନା ତ ସରଗରେ ମିଳିବ କି ପ୍ରେମଦେଶେ ॥୬॥   ସାରା ରାତି ଲେଖିଛି ରେ ଲେଖିଛି ରକତ ଢାଳି ଘେନି ଯା ସନ୍ଦେଶ ମୋର ଚିଟାଉ ତୋ ହାତେ ଦେଲି ॥୭॥   ଜଳରେ ଅନଳ ଶିଖା ପରି ଝଳେ ତା କେଶର ନାହିଁ ତିନି ଲୋକେ ଦେଖା ସେହି ପ୍ରେମଫୁଲ ମୋର  ॥୮॥   ସାଥୀ ମୋର ଗଲା ଦୂରେ ସେ ଫୁଲ  ଆଣିବ ତୋଳି କାନ୍ଦି କାନ୍ଦି ଅନ୍ଧକାରେ ଭାଳେ ମୁଁ ଗୋ ଏକି କଲି ॥୯॥   (ଭାଗ ୨ : ଅବୁଝ...

ବାପାଙ୍କୁ ଚିଠି - Bapanku Chithi Odia Kabita

Image
କବିତା: ବାପାଙ୍କୁ ଚିଠି  ଭାଷା: ଓଡ଼ିଆ  ଗୀତିକାର: ସ୍ନିଗ୍ଧା ଦାସ (କ୍ରିଷ୍ଣା) ବାପା, କେଉଁ ଉପାଦାନରେ ଗଢ଼ା ତୁମେ କେତେ ଉଦାର ଶାନ୍ତ ସଂଭ୍ରମ ଅସୀମ ଧୈର୍ଯ୍ୟ, ନିରୀହ ମନ ସତରେ, କେଉଁ ଉପାଦାନରେ ଗଢ଼ା ତୁମେ ॥ ତୁମର କ୍ଳାନ୍ତ ମୁହଁ ଦେଖିଛି ଛାର ଅନ୍ଧାରରେ ସ୍କୁଲରୁ ଫେରିଲା ପରେ ଦେଖିଛି କପାଳରୁ ଗଡ଼ୁଥିବା ସେଇ ଟୋପା ଟୋପା ଝାଳ ବୁନ୍ଦା ରାତିର ଅନ୍ଧାର ଭିତରେ ନିଦୁଆ ଆଖିରେ ଦେଖିଛି କେମିତି ଡ଼ାକୁଥିଲ ଠାକୁରଙ୍କ ପାଖରେ ତୁମ ବାଲିଘର ଅକାଳରେ ଭାଙ୍ଗି ନଯିବା ଆଶାରେ ॥ ବାପା, ତୋଳିଥିବା ଘରଟି, ସ୍ଵପ୍ନର ଘର ପରି ହେଲାକି ନାହିଁ କେବେ ପଚାରି ବୁଝି ନାହିଁ ହେଲେ, ତୁମେ ଏମିତି ଜଳି ଜଳି ସବୁ ସୁଖ ଫିଙ୍ଗିଦେଇ  ରକ୍ତକୁ ପାଣି କରି କ'ଣ ପାଇଲ ଜୀବନରେ ବେଳେ ବେଳେ ମନକୁ ପଚାରେ ॥ ସତରେ, କ'ଣ ସବୁ ବାପା ଏମିତି ଏକା ଏକା ଆଖିକୁ ଲୁହରେ ଭିଜାନ୍ତି  ଆଉ ସଭିଙ୍କୁ ହସି ହସି କୁହନ୍ତି ମୋ ପିଲା ସବୁ ସୁନା ମୁଣ୍ଡା ମୋ ରକ୍ତରୁ ଗଢ଼ା ସେଥି ପାଇଁ ତ ଅମଣିଷ ନୁହଁନ୍ତି ॥ ସବୁ ବାପମାନେ ଯୁଗ ଯୁଗରେ ଏମିତି ଚାଲନ୍ତି ଅମଡ଼ା ରାସ୍ତାରେ ହାର ମାନନ୍ତି ନିଜ ସୃଷ୍ଟି ଠୁଁ ଆଉ ଲହୁ ଲୁହାଣ ହୁଅନ୍ତି ଜୀବନର ଅପରାହ୍ନରେ ॥ Photo:  ଗୀତିକାର " କ୍ରିଷ୍ଣା "  ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

ସଂସାରର ସଂଜ୍ଞା - Sansarara Sanjna Odia Kabita

Image
ଗୀତ : ସଂସାରର ସଂଜ୍ଞା  ଭାଷା : ଓଡ଼ିଆ  ଗୀତିକାର : ଶ୍ରୀ ଗୌରୀକାନ୍ତ କର ଦୁଇ ଉପନଦୀ କେଉଁ ଅଦ୍ରିରୁ ବାହାରି, ମିଶିଗଲେ ଦୁଇଧାର ଏକ ନଦୀ ହୋଇ ପୁଣି ପ୍ରକୃତିର ଝଡ଼ ଝଞ୍ଜା ସୁଖ ଦୁଃଖ ନେଇ, ପ୍ରବାହିତ ତଟିନୀଟି ଧାଇଁ ଯାଏ ମିଶିବାକୁ ଶାଖା ଓ ପ୍ରଶାଖା ମେଲି ସଂସାର ସାଗରେ, ଅବଶେଷ ନିଶ୍ଚିହ୍ନ ହୋଇଯାଏ ॥          କେତେବେଳେ ଜୁଆର ଓ ଭଟ୍ଟା, ତରଙ୍ଗରେ ଭାସି ଭାସି ସ୍ମୃତି ଅନୁଭୁତି ମୁଣ୍ଡପିଟେ ବେଳାଭୂମିପରେ ଛାଡ଼ିଯାଏ ବାଲୁକା ଶେଯରେ କି ସୁନ୍ଦର ଶାମୁକା ଓ ଶଙ୍ଖ ଅବା, କେତେବେଳେ କୁତ୍ସିତ ଶବ ଏବଂ ଅସ୍ଥିମାଳ ବୁଝିପାରେ ନାହିଁ ସୃଷ୍ଟିର ନିୟମ ସତରେ କି ଏହା ଅଟେ "ସଂସାରର ସଂଜ୍ଞା" ॥ Image:  ଗୀତିକାର "ଶ୍ରୀ ଗୌରୀକାନ୍ତ କର" ପତ୍ନୀଙ୍କ ସହିତ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ମା - Maa Odia Kabita

Image
କବିତା : ମା ଭାଷା : ଓଡ଼ିଆ ଗୀତିକାର : ସ୍ନିଗ୍ଧା ଦାସ (କ୍ରିଷ୍ଣା ) କେତେ କେତେ ସ୍ଵପ୍ନ ଭରି ଦେଉଥାଉ                    କୋଳରେ ତୁ ଶୋଇଦେଇ, ଧୂଳି ଝାଡ଼ି ଦେଉ, ଲୁହ ପୋଛି ଦେଉ                     ପଣତ କାନିରେ ତୁହି ॥ ୧ ॥ ପଣତ କାନି ତୋ ସ୍ନେହର ପସରା                     ମୋ ପାଇଁ ତ ହିମଗିରି, ଆସୁପଛେ ଯେତେ ଝଡ଼ ବା ବତାସ                     କେବେ ମୁଁ ଯାଏନି ଡରି ॥ ୨ ॥ ଜୀବନ ରାସ୍ତାରେ ମାଡି ନାହିଁ କଣ୍ଟା                    ଝୁଣ୍ଟି ମୁଁ ପଡ଼ିନି କେବେ, ହାତ ଧରି ମୋତେ ଚଲା ଶିଖେଇଲୁ                     ଦେଖେଇଲୁ ବାଟ ଯେବେ ॥ ୩ ॥ ସଞ୍ଜ ହୋଇଗଲେ ଜହ୍ନ ତୁ ଦେଖଉ                   କେତେ କଥା କହି କାନେ, ସଂସାର ସାରାର ମା' ଏକା ନିଜର                ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ