Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭାସିଯିବ ଖୁସି ତୋର ମୋ ଲୁହରେ - Bhasijiba Khusii Tora Mo Luhare Lyrics

== ଓଡ଼ିଆ ==

ଗୀତ : ଭାସିଯିବ ଖୁସି ତୋର ମୋ ଲୁହରେ
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ
ମସିହା : ୨୦୧୮



କାଚର ଟୁକୁଡା ଯୋଡ଼ି ହୁଏ ସତ
ଭଙ୍ଗା ହୃଦୟ ତ ଯୋଡ଼ି ହୁଏନା
ଯଦି ଯୋଡ଼ା ଯାଏ ଭଙ୍ଗା ହୃଦୟକୁ
ରହିଯାଏ ଦାଗ ଆଉ ଲିଭେନା

ପାଇବୁନି କେବେବି ମୋ ପରି ସାଥୀ
ମୋତେ ଧୋକା ଦେଲୁ ତତେ ନମିଳୁ ଖୁସି
ପାଇବୁନି କେବେବି ମୋ ପରି ସାଥୀ
ମୋତେ ଧୋକା ଦେଲୁ ତତେ ନମିଳୁ ଖୁସି

ଭାଙ୍ଗିଦେଇ ତୁ ମୋର ହୃଦୟ
ମୋ ଜୀବନୁ ନେଲୁ ତୁ ବିଦାୟ
ଭାଙ୍ଗି ଦେଇ ତୁ ମୋର ହୃଦୟ
ମୋ ଜୀବନୁ ନେଲୁ ତୁ ବିଦାୟ
ପ୍ରେମ ଯଦି କଲୁ ଇତି
ଫେରେଇଦେ ମୋର ସ୍ମୃତି
ଭୁଲିଯିବି ତତେ ଖୁସିରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ ॥୧॥


ତୋ ଜୀବନେ କେବେ ନ ଆସୁ ଫଗୁଣ
ସବୁ ଋତୁ ହେଉ ତୋ ପାଇଁ ଶ୍ରାବଣ
ତୋ ଜୀବନେ କେବେ ନ ଆସୁ ଫଗୁଣ
ସବୁ ଋତୁ ହେଉ ତୋ ପାଇଁ ଶ୍ରାବଣ

ଜହ୍ନ ବିନା ରାତିଟି ଯେମିତି
ତୋ ଜୀବନ କଟିବ ସେମିତି
ଜହ୍ନ ବିନା ରାତିଟି ଯେମିତି
ତୋ ଜୀବନ କଟିବ ସେମିତି
ନିଦ ତୋର ଯିବ ଭାଙ୍ଗି
ଥରି ଉଠିବ ତୋ ଛାତି
ସ୍ବପ୍ନ ରହିଯିବ ଅଧାରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ ॥୨॥


ଫୁଲହେଇ ଥା ତୁ ସେଇ ବଗିଚାର
ଯେଉଁ ବଗିଚାକୁ ଆସେନି ଭଅଁର
ଫୁଲହେଇ ଥା ତୁ ସେଇ ବଗିଚାର
ଯେଉଁ ବଗିଚାକୁ ଆସେନି ଭଅଁର

ମହୁମାଛି ବିହୁନେ ଫୁଲଟି
ରହିଥିବ ବିରହେ ଏକାକି
ମହୁମାଛି ବିହୁନେ ଫୁଲଟି
ରହିଥିବ ବିରହେ ଏକାକି
ମନ ତୋର ତରସିବ
ପ୍ରେମ ସୁଧା ବରସିବ
ପୁଣି ଥରେ ମୋ ପାଇଁରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ ॥୩॥


YouTube ରେ ଭାସିଯିବ ଖୁସି ତୋର ମୋ ଲୁହରେ



== English ==

Song : Bhasijiba Khusii Tora Mo Luhare
Language : Odia
Singer : Humane Sagar
Lyrics : Mrutyunjaya Mishra
Music Director : Sushil Dalai
Year : 2018



Kachara tukuda Jodi hue sata
Bhanga hrudayata jodi huena
Jadi joda jae bhanga hrudayaku
Rahijae daga aau libhena

Paibuni kebebi mo pari sathi
Mote dhoka delu tate namilu khusii
Paibuni kebebi mo pari sathi
Mote dhoka delu tate namilu khusii


Bhangidei tu mora hrudaya
Mo jibanu nelu tu bidaya
Bhangidei tu mora hrudaya
Mo jibanu nelu tu bidaya
Prema jadi kalu iti
Phereide mora smruti
Bhulijibi tate khusire
Bhasijiba khusii tora mo luhare
Bhasijiba khusii tora mo luhare
Bhasijiba khusii tora mo luhare
Bhasijiba khusii tora mo luhare ॥1॥


To jibane kebe na asu phaguna
Sabu rutu heu to pain shrabana
To jibane kebe na asu phaguna
Sabu rutu heu to pain shrabana

Janha bina ratiti jemiti
To jibana katiba semiti
Janha bina ratiti jemiti
To jibana katiba semiti
Nida tora jiba bhangi
Thari uthiba to chhat
Swapna rahijiba adhare
Bhasijiba khusii tora mo luhare
Bhasijiba khusii tora mo luhare
Bhasijiba khusii tora mo luhare
Bhasi jiba khusii tora mo luhare ॥2॥


Phulahei tha tu sei bagichare
Jeun bagichaku aseni bhaanra
Phulahei tha tu sei bagichare
Jeun bagichaku aseni bhaanra

Mahumachhi bihune phulati
Rahithiba birahe ekaki
Mahumachhi bihune phulati
Rahithiba birahe ekaki
Mana tora tarasiba
Prema sudha barasiba
Puni thare mo painre
Bhasijiba khusii tora mo luhare
Bhasijiba khusii tora mo luhare
Bhasijiba khusii tora mo luhare
Bhasijiba khusii tora mo luhare ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ