Posts
Showing posts from June, 2021
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ବାଟବଣା ହେଲା ମୋ ପ୍ରେମ ଫିମେଲ୍ ଭର୍ଜନ ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ ମସିହା : ୨୦୨୦ ହୁଁ..ଉଁ..ଉଁ..ଉଁ ହୁଁ..ଉଁ..ଉଁ..ଉଁ ତୋ କଥା ମୁଁ ମାନିନିଏ ସବୁ ରାତିକୁ କହିଲେ ଦିନ ଏ କଥାବି ମାନିଲି ସହଜେ ସୂର୍ଯ୍ୟକୁ କହିଲୁ ଜହ୍ନ କେମିତି ମାନିବି ଏଇ କଥା ତୋର କେମିତି ମାନିବି ଏଇ କଥା ତୋର ନାହିଁ ତୋର ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥ ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଓ..ଓ.. ରାତି ମୋର କଟିଯାଏ ତୋ ସପନ ବାଟ ଦେଇ ମେଘ ହେଇ ବରଷିଲୁ ମୋ ପଲକ ଫାଙ୍କ ଦେଇ ଛାତିରେ ସାଇତା ସବୁ ସ୍ମୃତି ତୋର ଛାତିରେ ସାଇତା ସବୁ ସ୍ମୃତି ତୋର ହବନାହିଁ କେବେବି ଶୂନ୍ୟ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ॥୧॥ ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ହୋ..ଓ..ଓ.. ଚାଲୁଥିଲୁ ସାଥେ ସାଥେ ଛାଇଟିଏ ମୋର ହେଇ ତୁ ଗଲା ପରେ ପରେ ରହିଛି ତୋ ବାଟଚାହିଁ ଆଜି ବି ବିଶ୍ୱାସ ଅଛି ଦିନେ ତୋର ଆଜି ବି ବିଶ୍ୱାସ ଅଛି ଦିନେ ତୋର ବରଷିବ ମୋ ପାଇଁ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ ପ୍ରେମ ବାଟବଣା ହେଲା ମୋ...
ସେଇ ଚୂନା ଚୂନା ତାରାଫୁଲେ ଆଜି - Sei Chuna Chuna Taraphule Aaji Lyrics
- Get link
- X
- Other Apps
== ଓଡ଼ିଆ == ଫିଲ୍ମଗୀତ : ସେଇ ଚୂନା ଚୂନା ତାରାଫୁଲେ ଆଜି ଭାଷା : ଓଡ଼ିଆ ଚଳଚିତ୍ର : ସୂର୍ଯ୍ୟମୁଖୀ କଣ୍ଠ : ଲତା ମଙ୍ଗେସକର ଗୀତିକାର : ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର ମସିହା : ୧୯୬୩ ସେଇ ଚୂନା ଚୂନା ତାରାଫୁଲ ଆଜି କିଏ ଚୁମି ଚୁମି ଗଲା ହାଏ ହଜି କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା କିମ୍ପା ତାର ମଧୁଛୁଆଁ ଆଣେ ଏ ନିଶୀଥେ ମାୟା ପାରେନାହିଁ ମୁହିଁ ବୁଝି ହାଏ ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି ॥ ସେ ଯେ ଭରା ବଉଳର ମିଠା ମିଠା ମହକରେ କିମ୍ପା ଆଣେ ଶିହରଣ ମରମେ ପୁଲକ ଭରେ ଧିମା ଧିମା ସମୀରରେ ଝିଲ୍ଲୀର ସୁରେ ସୁରେ ଅତୀତ ମୋ ଦେଲା ଭାଜି ପାଏନା ମୁଁ ତା'ରେ ଖୋଜି ସେଇ ଚୂନା ଚୂନା ତାରାଫୁଲେ ଆଜି କିଏ ଚୁମିଚୁମି ଗଲା ହାଏ ହଜି ॥୧॥ ଆଖିରେ ମୋ ଦେଇଗଲା କୁହୁକ କଜଳ ଯେ ପାଇଁକି ଦିଶେ ସବୁ ସବୁଜ ମଧୁର ସେ ଯେ ଝରା ଶିଶିରରେ ଟୋପା ଟୋପା ଅଭିମାନ ଦେଇଗଲା ଉପହାର ତୋଳିନେଲା ମୋର ମନ ଚୂନା ଚୂନା ଭାବନାରେ ରଙ୍ଗୀନ କରି ଧୀରେ ଆଗତ ମୋ ଦେଲା ସାଜି ଆଗତ ମୋ ଦେଲା ସାଜି ଏଇ ଚୂନା ଚୂନା ତାରାଫୁଲେ ଆଜି ଏଇ ଚୂନା ଚୂନା ତାରାଫୁଲେ ଆଜି ॥୨॥ YouTube ରେ ସେଇ ଚୂନା ଚୂନା ତାରାଫୁଲେ ଆଜି ସେଇ ଚୂନା ଚୂନା ତାରାଫୁଲେ ଆଜି: ଲତା ମଙ୍ଗେସକର ଙ୍କ କଣ୍ଠରେ, ଶାନ୍ତନୁ ମହାପାତ୍ର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଗୁରୁକୃଷ୍ଣ ଗୋସ୍ୱା...
ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ - Rati Pahigala Sejare Sejare Radha Shoinahin Lyrics
- Get link
- X
- Other Apps
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁନ୍ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ରାତି ପାହିଗଲା ଶେଯରେ ଶେଯରେ ରାଧା ଭାଷା : ଓଡ଼ିଆ ଆଲବମ : ସୁନା ସବାରିରେ ଯିବୁ ସ୍ୱର୍ଗପୂରେ କଣ୍ଠ : ସୁରେଶ ୱାଡ଼କର ଗୀତିକାର : ଗଣେଶ୍ୱର ମହାପାତ୍ର ସଂଗୀତ ନିର୍ଦ୍ଦେଶନା : ମଳୟ ମିଶ୍ର ମସିହା : ୨୦୦୮ ରାତି ପାହିଗଲା ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ସୁରୁଜ ଉଇଁଲେ କାହ୍ନୁ ଚାଲିଯିବ ତା ବଇଁଶୀ ତା ନୂପୁର ତା ବଇଁଶୀ ତା ନୂପୁର ଶୁଭିବନି କୁଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥ ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ହୋ..ଗୋପରେ ଲିଭିବ ସେ ଗୋପଚନ୍ଦ୍ରମା ଡର ଲାଗେ କାଳେ ଫେରିବନି ଜମା ଯମୁନା ବଢ଼ିବ ରାଧାର ଲୁହରେ ଗୋଠ ଭରିଯିବ ବଉଳ କୋହରେ କିଏ ଆଉ ଯିବ କାହିଁ କିଏ ଆଉ ଯିବ କାହିଁ ଯମୁନା କୁ ସଞ୍ଜରେ ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ହୋ..ରାତି ପାହିଗଲା ଶେଯରେ ଶେଯରେ ରାଧା ଶୋଇନାହିଁ ନିଦରେ ॥୧॥ ସକାଳ ସୁରୁଜ ଆସିଲେ ଦେଖିବ ଗୋପପୁର ସାର...
ଝୁମ୍କା ଟିକେ ତୁ ତ ହଲେଇଦେ - Jhumka Tike Tu Ta Haleide Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଝୁମ୍କା ଟିକେ ତୁ ତ ହଲେଇଦେ ଭାଷା : ଓଡ଼ିଆ ଚଳଚିତ୍ର : ଚିହ୍ନା ଅଚିହ୍ନା କଣ୍ଠ : ତାନ୍ସେନ୍ ସିଂ ଗୀତିକାର : ବିନୋଦ ନନ୍ଦ ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ବଜେଇଦେ..ବଜେଇଦେ..ବଜେଇଦେ.. ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ବେଣୀ ତୋ ହଲିବ ମନ ମୋ ନାଚିବ ଗେଲି ତୁ ହସିଲେ ମୁକୁତା ଝରିବ ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ଆଲୋ ତୁ ତ ମୋର ପରି ଆରେ କିଏ ହେବ ତୋର ସରି ହେ..ଏଇ..ଏଇ..ଏଇ..ଏଇ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ॥ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ଝୁଲି ଝୁଲି ତୁହି ଚାଲୁଚୁ ଏମିତି ମନକୁ ନଉଚୁ ଟାଣି ମନ ମୋ ଚାହୁଁଚି ଏଇଲାଗି ତୋତେ କରନ୍ତିକି ପାଟରାଣୀ ତୋରି ପାଇଁ ମୁଁ ସବୁ ଭୁଲିଲି ଭଲା ମୁଁ ତୋତେ ଭଲପାଇଲି ହେଲେ ଜାଣି ତୁ ଅଜଣା କାହିଁକି ମନ ଖୋଲି କହିଦେ ଝୁମ୍କା ଟିକେ ତୁ ତ ହଲେଇଦେ ରୁମ୍ଝୁମ୍ କରି ଟିକେ ବଜେଇଦେ ଝୁମ୍କା ଟିକେ ତୁ ତ ହଲେଇଦେ ॥୧॥ ଯାହା ତୁ କହିବୁ ତାହା ମୁଁ କରିବି ସିନେମା ଦେଖେଇ ନେବି ଘରେ ତୁ ବସିବୁ ରୋଷେଇ ନ କରି ହୋଟେଲରେ ଖୁଆଇବି ଯାହା ତ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics
== ଓଡ଼ିଆ == ଭଜନ : କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ବିଜୟ କର ପ୍ରଭୁ.. ବିଜୟ କର ପ୍ରଭୁ ଚାପକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୧॥ କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା.. ବିଧାତା ବାମ ହେଲା ଓଡ଼ିଶାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୨॥ ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ରେଣୁ ଯେ ପଡ଼ୁଥିବ.. ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୩॥ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ.. ଧିକ ଧିକ ଆମ...
ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics
== ଓଡ଼ିଆ == ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ ଭାଷା : ଓଡ଼ିଆ ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ ଗୀତିକାର : ସନ୍ଥକବି ଭୀମ ଭୋଇ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ବଢୁଅଛି ଜଳ ନାହିଁ ନଦୀକୂଳ ଓଲକାପାତ ଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥ ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ଉଦେ ଅସ୍ତ ନାହିଁ ତହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥ YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ ==...
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics
== ଓଡ଼ିଆ == ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଭାଷା : ଓଡ଼ିଆ କଣ୍ଠ : ଶାନ୍ତିଲତା ବାରିକ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ ମୋ ପ୍ରାଣ ତାକୁ ସମର୍ପିଛି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ତା ଛନ୍ଦା ଚରଣେ ମୁଁ ଦାସୀ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ ପୁରୁଷୋତ୍ତମ କ୍ଷେତ୍ରବାସୀ ...