Posts
Showing posts from March, 2012
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ
== ଓଡ଼ିଆ == ଗୀତ : ଆହେ ଦୟାମୟ ବିଶ୍ଵବିହାରୀ ଭାଷା : ଓଡ଼ିଆ ଚଳଚିତ୍ର : ବଳିଦାନ କଣ୍ଠ : ପ୍ରଫୁଲ୍ଲ କର, ବାଣୀ ଜୟରାମ ଗୀତିକାର : ରାମକୃଷ୍ଣ ନନ୍ଦ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୮ ଆହେ ଦୟାମୟ ବିଶ୍ଵବିହାରୀ ଘେନ ଦୟାବହି ମୋର ଗୁହାରି ॥ ଜଳ ସ୍ଥଳ ବନ ଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ॥ ତୁମେ ଶୁଭ ବୁଦ୍ଧି ପରା ଶିଖାଅ ମୋତେ ଭଲ ବାଟ ପରା ଦେଖାଅ ॥ ମୋର କାମକୁ କରାଅ ସରସ ମୋର ମୁଖେ ଦିଅ ଚିର ହରଷ ॥ ମୋତେ ଖଳ ଅଳସୁଆ ନିକଟେ ନିଅ ନାହିଁ ସୁଖେ ଅବା ସଙ୍କଟେ ॥ ଦୁଃଖି ଅରକ୍ଷିତ ସେବା କାରଣେ ବଳ ଦିଅ ମୋର କର ଚରେଣେ ॥ ତୁମ ଚରଣ ରେ ମୋର ଭକତି ଦିଅ ବିପଦେ ସାହସ ଶକତି ॥ କୁଟ କପଟ ସ୍ଵଭାବ ଯାହାର ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥ ମୋତେ ନମିଶାଅ ତାଙ୍କ ସାଥିରେ ସଦା ରଖ ସାଧୁଜନ କତିରେ ॥ ଦୟା ବିନୟ ହେଉ ମୋ ଭୂଷଣ କାହା ମନେ ନ ଦିଏ ମୁଁ କଷଣ ॥ ସତ କହିବାକୁ କିଆଁ ଡରିବି ସତ କହି ପଛେ ମାଲେ ମରିବି ॥ ମୋତେ ଏତିକି ଶିଖାଅ ସାଇଁ ହେ ମୋର ଧନ ଜନ ଲୋଡା ନାହିଁ ହେ ॥ YouTube ରେ ଆହେ ଦୟାମୟ ବିଶ୍ଵ ବିହାରୀ == English == Song : Ahe dayamaya Biswabihari Language : Odia Film : Balidana Singer : Prafulla Kara, Vani Jayaram Lyricist : Ramakrushna Nanda Music Director : Prafulla Kara Nanda Year : 1978 Ahe d...
ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics
- Get link
- X
- Other Apps
By
Satyaranjan Mohanty
-
== ଓଡ଼ିଆ == ଶ୍ଳୋକ / ଭଜନ : ଶ୍ରୀ ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) ଭାଷା : ସଂସ୍କୃତ କଣ୍ଠ : ପଣ୍ଡିତ ସୂର୍ୟନାରାୟଣ ରଥଶର୍ମା ଗୀତିକାର : ଆଦି ଶଙ୍କାରାଚାର୍ଯ୍ୟ କଦାଚିତ୍ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବୋ ମୁଦାଭୀରୀ ନାରୀ ବଦନ କମଳାସ୍ଵାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମାମର ପତି ଗଣେଶାର୍ଚିତ ପଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୧॥ ଭୁଜେ ସବ୍ୟେ ବେଣୁଂ ଶିରସି ଶିଖି ପୁଛଂ କଟି ତଟେ ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ ବିଦଧତେ ସଦା ଶ୍ରୀମଦ ବୃନ୍ଦାବନ ବସତି ଲୀଲା ପରିଚୟୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୨॥ ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳ ଶିଖରେ ବସନ୍ ପ୍ରାସାଦାନ୍ତଃ ସହଜ ବଲଭଦ୍ରେଣ ବଳିନା ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁର ସେବା ବସରଦୋ ଜଗନ୍ନାଥଃ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ॥୩॥...
Computer ରେ ଓଡ଼ିଆ ଲେଖିବା କେମିତି - ଭାଗ ୨
- Get link
- X
- Other Apps
By
Satyaranjan Mohanty
-
ଉପାୟ - ୨: Google Transliteration Tool ଉପାୟ - ୧ ରେ ଆମେ Microsoft Indic Language Input Tool ବିଷୟରେ ଶିଖି ଥିଲୁ। ଏବେ Google Transliteration Tool ବିଷୟ ରେ ଶିଖିବୁ। ଏ Google Transliteration tool ଟିକୁ use କରି ଭାରତର ପ୍ରାୟ ସବୁ ଭାଷାରେ ଆପଣ ଲେଖି ପାରିବେ ଗୋଟିଏ editor ରେ। ତଳ link କୁ right click କରି "Open link in New Tab" option select କରନ୍ତୁ। http://google.com/transliterate/ Page open ହେଲା ପରେ, ବାମ ପଟେ ଯେଉଁଠି Hindi ଲେଖା ହୋଇଛି ସେଇଠି click କରନ୍ତୁ। Dropdown ରୁ Oriya select କରନ୍ତୁ। ତା ପରେ editor ରେ Enhlish ରେ ଆପଣଙ୍କ ନାମ ଲେଖି ଚାଲନ୍ତୁ। Space bar ଦବାଇବା କ୍ଷଣି ଆପଣଙ୍କ English ଲେଖା, ଓଡ଼ିଆରେ ଲେଖି ହୋଇଯିବ। ବିଶେଷ ସୂଚନା: ଓଡ଼ିଆ ରେ ଠିକ୍ ଭାବେ ପଢିବା ଓ ଲେଖିବା ପାଇଁ ନୂଆ Operating System, Windows Vista, Windows 7 ବ୍ୟବହାର କରନ୍ତୁ। ଆପଣ ଯଦି ପୁରୁଣା Operating System ଯଥା Windows XP ବ୍ୟବହାର କରୁଥାନ୍ତି, ଓଡ଼ିଆ ଶବ୍ଦ ଗୁଡ଼ିକ Computer ରେ ଠିକ୍ ଭାବେ ଦେଖାଯିବ ନାହିଁ। ... ... କ୍ରମଶଃ। ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
== ଓଡ଼ିଆ == ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ ଭାଷା : ଓଡ଼ିଆ କଣ୍ଠ : ଭିକାରି ବଳ ଗୀତିକାର : ସାଲବେଗ ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ ମସିହା : ୧୯୮୨ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନ କୁ କର ଦଳନ ଆହେ ନୀଳ ଶଇଳ ॥ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ॥ ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ଆହେ ନୀଳ ଶଇଳ ॥ କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ॥ ରାବଣର ଭାଇ ବିଭୀଷଣ ଗଲା ଶରଣ ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥ ଆହେ ନୀଳ ଶଇଳ ॥ ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥ ଆହେ ନୀଳ ଶଇଳ ॥ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ॥ ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀ ବନ କୁ କର ଦଳନ ଆହେ ନୀଳ ଶଇଳ ॥ ...
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics
== ଓଡ଼ିଆ == ଭଜନ : କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ବିଜୟ କର ପ୍ରଭୁ.. ବିଜୟ କର ପ୍ରଭୁ ଚାପକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୧॥ କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା.. ବିଧାତା ବାମ ହେଲା ଓଡ଼ିଶାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୨॥ ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ରେଣୁ ଯେ ପଡ଼ୁଥିବ.. ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୩॥ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ.. ଧିକ ଧିକ ଆମ...
ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics
== ଓଡ଼ିଆ == ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ ଭାଷା : ଓଡ଼ିଆ ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ ଗୀତିକାର : ସନ୍ଥକବି ଭୀମ ଭୋଇ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବରଷୁଛି ଜଳ ନ ଥାଇ ପବନ ଅଣଚାଶ ବାୟୁ ବହେ ଘନଘନ ବଢୁଅଛି ଜଳ ନାହିଁ ନଦୀକୂଳ ବଢୁଅଛି ଜଳ ନାହିଁ ନଦୀକୂଳ ଓଲକାପାତ ଧାରା ବହି ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥ ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ଜକଜକ ଓଦା ଶୁଖିଲା ହୋଇଛି କବାଟ ନଫିଟୁଁ ନେତ୍ରରେ ଦିଶୁଛି ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ ଉଦେ ଅସ୍ତ ନାହିଁ ତହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ ଫୁଟିଛି ପତର ଡେମ୍ଫ ନାହିଁ ତାର ଫୁଟିଛି ପତର ଡେମ୍ଫ ନାହିଁ ତାର ଅସାଧନା ମାର୍ଗେ ପାଇ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ରୂପରେଖ ନାହିଁ ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥ YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ ==...
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics
== ଓଡ଼ିଆ == ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଭାଷା : ଓଡ଼ିଆ କଣ୍ଠ : ଶାନ୍ତିଲତା ବାରିକ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି ଭକତଙ୍କ ଦୁଃଖୀ-ଜନ-ପ୍ରାଣ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ ମୋ ପ୍ରାଣ ତାକୁ ସମର୍ପିଛି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି ସେ ମୋହର ଗତି-ମୁକ୍ତି-ପ୍ରାଣ ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି ତା ଛନ୍ଦା ଚରଣେ ମୁଁ ଦାସୀ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ପୁରୁଷୋତ୍ତମ କ୍ଷେତ୍ରବାସୀ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ନାମ ଗାଇ ଯିବ ମୋ ଦିନ ସରିଯିବ ତା ପାଦପଦ୍ମେ ଅଛି ଭରସି ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ ପୁରୁଷୋତ୍ତମ କ୍ଷେତ୍ରବାସୀ ...