Posts

Showing posts with the label Pathyapustaka Kabita

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଜାତୀୟ ପକ୍ଷୀ (ଆକାଶେ ବସିଲା ଜଳଦ ମେଳା) - Jatiya Pakhi (Akashe Basila Jalad Mela) Kabita Lyrics

Image
ସୂଚନା: ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ପାଠକବୃନ୍ଦ ୨୯ ଅପ୍ରେଲ ୨୦୨୧, ୧୮ ଅଗଷ୍ଟ ୨୦୨୩ ଓ ୩୧ ଅଗଷ୍ଟ ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ ଦେଖନ୍ତୁ । == ଓଡ଼ିଆ == କବିତା : ଜାତୀୟ ପକ୍ଷୀ   ଭାଷା : ଓଡ଼ିଆ   ପୁସ୍ତକ : ଓଡ଼ିଆ ସାହିତ୍ୟ ବହି  ଗୀତିକାର : ଅନନ୍ତ ପଟ୍ଟନାୟକ    ଆକାଶେ ବସିଲା ଜଳଦ ମେଳା  ବିଜୁଳି ତହିଁରେ ରଚିଲା ଖେଳା ରହି ରହି ଶୁଭେ ଅଶନି–ସ୍ଵନ  କଦମ୍ବ କୁସୁମେ ଶୋହୁଛି ବନ ଶିହରଇ ମହୀ, ଶୀତଳ ସମୀର ଯାଉଛି ବହି ॥୧॥ ସୁନୀଳ ଗ୍ରୀବାଟି ଢଳାଇ ଧୀରେ  ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ ସୁଢ଼ଳ ନୟନେ ଜୀମୂତେ ଦେଖି ଛନ ଛନ ମନେ କଳାପ ଟେକି ଶିଖୀଟିଏ ମାତି, ଫୁଲାଇ ଦେଇଛି ଛବିଳ ଛାତି ॥୨॥ ଖେଳାଇ ଦେହେ ତା ବର୍ଣ୍ଣ–ତରଙ୍ଗ  ଖେଳେ ଲୁଚକାଳି କେତେ ଯେ ରଙ୍ଗ ! ସତେ ହୀରା, ନୀଳା, ମୋତି ଝଟକି ପୁଚ୍ଛରୁ ତାହାର ଆସେ ଚମକି ! ତାର ରୂପ ଝଳି, ଶତ ସୁଷମାକୁ ଯାଉଛି ବଳି ॥୩॥ ଯେଉଁ ଅଶନିର ଶବଦ ଶୁଣି ପିକ, ଶୁକ, ଶାରୀ ହେଲେଣି ତୁନି ଶ୍ରବଣରେ ତାହା ବାଜନ୍ତେ ଥରେ  ରଚିଲାରେ ଗୀତି ଷଡ଼ଜସ୍ଵରେ ଆବେଗେ ଅନାଇ, "ସ୍ୱାଗତ ହେ ଘନ !" ଉଠିଲା ଗାଇ ॥୪॥ "ଦୂରେ ଥାଅ ପଛେ, ଶୁଣ ମୋ ପ୍ରିୟ, ନ ହୋଇ କୃପଣ ସଲିଳ ଦିଅ, ହସିଉଠୁ ଫୁଲେ ଲତିକା ତରୁ, ସବୁଜ ଶସ୍ୟରେ କେଦାର ଭରୁ, ଯାଉ, ...

ସଭିଏଁ ଏକା ପରି (କିଏ ତ କଳା କିଏ ଗୋରା ହଳଦି ରଙ୍ଗ କିଏ) - Sabhien Eka Pari (Kie Ta Kala Kie Ta Gora Haladi Ranga Kie) Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୪ ମଇ ୨୦୨୧ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । ଫଟୋ କ୍ରେଡିଟ୍ : ଉପର ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ କିଏ ତ କଳା କିଏ ତ ଗୋରା                 ହଳଦୀ ରଙ୍ଗ କିଏ କେଉଁ ପିଲାର ବାଦାମି ଦେହ                 ଗୋଲାପି ଦିଶେ କିଏ ॥୧॥ ରଙ୍ଗ ସିନା ଭଳିକି ଭଳି                 ଢଙ ଏକା ପରି ପିଲାଏ ପରା ଦୁନିଆ ସାରା                 ସଭିଏଁ ଏକା ପରି ॥୨॥ ଖାଏ କେ ଭାତ ଖାଏ କେ ମାଛ                 ମାଉଁସ ଅବା ରୁଟି ଖାଇବ କ୍ଷୀରି କରଇ ଅଳି                 ସକାଳୁ କିଏ ଉଠି ॥୩॥ ଆହାର ସିନା ଭଳିକି ଭଳି   ...

ମୁକୁଟ ଭିକ୍ଷା ଓଡ଼ିଆ କବିତା (ଆସ, ଆସ ଅର୍ଜୁନ ବୋଲନ୍ତି କୁରୁସାଇଁ) - Mukuta Bhikhya Odia Poem (Aasa Aasa Arjuna Bolanti Kurusain) Lyrics

Image
ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୬ ଜୁଲାଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ମୁକୁଟ ଭିକ୍ଷା ଭାଷା : ଓଡ଼ିଆ ଗୀତିକାର : କବିବର ରାଧାନାଥ ରାୟ "ଆସ, ଆସ ଅର୍ଜୁନ ।" ବୋଲନ୍ତି କୁରୁସାଇଁ, "କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ ।" ବିନୟେ ଅର୍ଜୁନ ବନ୍ଦୁଁ ରାଜାଙ୍କ ଚରଣ, ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ । ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ, ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ । ଆଉ ଯେତେ ପାତ୍ରମନ୍ତ୍ରୀ ସଭା ମଧ୍ୟେ ଥିଲେ, ସମସ୍ତଙ୍କୁ ପାର୍ଥ ମିଷ୍ଟ ବଚନେ ତୋଷିଲେ । ଶମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ, ସ୍ଵହସ୍ତେ ବ୍ୟଜନ ଧରି କରନ୍ତି ବ୍ୟଜନ । ବୋଲନ୍ତି ଅର୍ଜୁନେ ଚାହିଁ , "କହ ଆରେ ଭାଇ, ଆସିଲ ସଦନେ ମୋର କେଉଁ କାର୍ଯ୍ୟ ପାଇଁ । ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା, କହ ଭାଇ, ଆଗେ ଗୃହ କୁଶଳ ବାରତା ।" ନିବେଦନ୍ତେ ଧନଞ୍ଜୟ ଗୃହ ଅନାମୟ, ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ-ତୟନ । ବୋଇଲେ, "ବୋଚନ ମୋର ଶୁଣ ପାର୍ଥ ଭାଇ, ବିଧିର ନିର୍ବନ୍ଧ କେବେ ଖଣ୍ଡି ହେବ ନାହିଁ । ତୁମ୍ଭେ କି କାରଣେ ଆଜି ଆସିଲ ଏ ଠାବେ ? ମୋହ ପାଶେ ମନ ବଳାଇଲ କେଉଁ ଲାଭେ ?" ଅର୍ଜୁନ ବୋଇଲେ, "ଯାହା କହିଲ ପ୍ରମାଣ, ବିଧିର ବିଧାନ କେବେ ହ...

ସେହି ମୋ ପ୍ରିୟ ଜନମଭୂଇଁ - Sehi Mo Priya Janamabhuin Lyrics

Image
== ଓଡ଼ିଆ == ଗୀତ : ସେହି ମୋ ପ୍ରିୟ ଜନମଭୂଇଁ ଭାଷା : ଓଡ଼ିଆ ଯେଉଁ ଦେଶରେ ଜନମ ମୋର ଯାହାର କୋଳେ ବଢ଼ୁଚି ମୁହିଁ ଜନନୀ ପରି ପାଳୁଛି ଯିଏ ସେହି ତ ମୋର ଜନମଭୂଇଁ ॥୧॥ ଗହନ ବନ ଶ୍ୟାମଳ ତରୁ ଗହଳ ଲତା ଦେହେ ତା ଶୋହେ ଡାଲରୁ ଡାଲେ ବିହଙ୍ଗ ଉଡ଼ି ମଧୁର ଗାନେ ପରାଣ ମୋହେ ॥୨॥ ତାରକା ମେଳେ ଆକାଶେ ତାର ଜୋଛନା ଢାଳେ ବିମଳ ଶଶୀ ଗୋଟିକି ଗୋଟି କୁସୁମ ଫୁଟି କୋଳେ ତା ଲୋଟି ଉଠଇ ହସି ॥୩॥ ସାଗରେ ନୀଳ ଲହରୀ ମାଳ ନାଚି ନାଚି ତା ଚରଣ ଧୁଏ ଖେଳି ଖେଳିକା ଝରଣା କେତେ ସରାଗେ ତାର ଦେହଟି ଛୁଏଁ ॥୪॥ ସେଇ ଦେଶର ପଲ୍ଲୀ ପୁରେ ଆପଣା ପର ବିଚାର ନାହିଁ ସବୁରି ସାଥେ ଖେଳେ ମୁଁ ହସି ସଭିଏଁ ମୋର ଭଉଣୀ ଭାଇ ॥୫॥ ତାହାରି ସୁଖ କାମନା ଆମ ତାହାରି ସେବା ଆମରି କାମ ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ ॥୬॥ ସେହି ତ ଗଢ଼େ ଜୀବନ ମୋର ସେନେହେ ତାର ବଢ଼ୁଛି ମୁହିଁ ତାହାଠୁ ବଡ଼ ନାହିଁ କେ ଆଉ ସେହି ମୋ ପ୍ରିୟ ଜନମଭୂଇଁ ॥୭॥ YouTube ରେ ସେହି ମୋ ପ୍ରିୟ ଜନମଭୂଇଁ ସେହି ମୋ ପ୍ରିୟ ଜନମଭୂଇଁ: ପାଠ୍ୟପୁସ୍ତକରୁ ସଙ୍ଗୃହିତ କବିତା “ସେହି ମୋ ପ୍ରିୟ ଜନମଭୂଇଁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ । Keywords: Pathyapustaka Kabita, Odia Kabita, Odia Sahitya Bahi Gita, କବିତା ଓଡ଼ିଆ, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କାଙ୍କଡ଼ କଷି - Bah Bah Bah Kemiti Maja & Mankada Khae Kankada Kashi Lyrics

Image
  == ଓଡ଼ିଆ == ଗୀତ : ବାଃ ବାଃ ବାଃ କେମିତି ମଜା ଭାଷା : ଓଡ଼ିଆ ବାଃ ବାଃ ବାଃ କେମିତି ମଜା ଭାଲୁ ନାଚ କରେ ବଜାଇ ବାଜା ଗଧ ଗୀତ ଗାଇ ଆସିଲା ପଶି ଖୁସିରେ ପିଲାଏ ଉଠିଲେ ହସି ॥୧॥ ହଂସ ଖେଳେ ଚିଲିକା ଜଳେ ନୀଳ ଆକାଶେ ବଉଦ ତଳେ ମାଙ୍କଡ଼ ଖାଏ କାଙ୍କଡ଼ କଷି ବାଙ୍କବାବୁଙ୍କ ବାଡ଼ିରେ ପଶି ତାଙ୍କ କୁକୁର ଆସିଲା ଧାଇଁ ହନୁ ମାଙ୍କଡ଼ ଗଲା ପଳାଇ ॥୨॥   ଲହ ଲହକା ପତର ବଙ୍କା ତା' ଫଳ ବିକାଏ ମୁଠାଏ ଟଙ୍କା କଳଲଙ୍ଗଳେ କରିଲେ ଚାଷ ରହିବ ନାହିଁ ବାଳୁଙ୍ଗା, ଘାସ ହାଲୁକା ହେବ କିଆରି ମାଟି ଖୁସିରେ ନେବ ଫସଲ କାଟି ॥୩॥ ନଈରେ ଯାଏ ସେ ନାଳରେ ଯାଏ ଡ଼ଙ୍ଗାଠାରୁ ବଳି ଚଞ୍ଚଳ ଧାଏଁ ଆହୁଲା ନ ଥାଇ କରେ ସେ ପାରି ମଟର ଲଞ୍ଚ ନାମ ତାହାରି ॥୪॥ YouTube ରେ ବାଃ ବାଃ ବାଃ କେମିତି ମଜା ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କଙ୍କଡ଼ କଷି: ପାଠ୍ୟପୁସ୍ତକରୁ ସଙ୍ଗୃହିତ, ଶିଶୁ କବିତା “ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କଙ୍କଡ଼ କଷି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ । Keywords : Pathyapustaka Kabita, Odia Kabita, Shishu Kabita, Shishu Raija, Odia Sahitya Bahi Gita, କବିତା ଓଡ଼ିଆ, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଶିଶୁ ରାଇଜ, ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର) - Pruthibi Prati (Tuhi Ma Dharani Janani Mohara) Lyrics

Image
ଫଟୋ କ୍ରେଡିଟ୍ : ଉପରୋକ୍ତ ଫଟୋଟି ପିକ୍ସାବେ ରୁ ଅଣାଯାଇଛି == ଓଡ଼ିଆ == ଗୀତ : ପୃଥିବୀ ପ୍ରତି ଭାଷା : ଓଡ଼ିଆ ଗୀତିକାର : ଭକ୍ତକବି ମଧୁସୂଦନ ରାଓ ତୁହି ମା ଧରଣୀ          ଜନନୀ ମୋହର           ଧରିଛୁ ମା ମୋତେ କୋଳେ ଲୋଟୁଅଛି ସିନ୍ଧୁ          ଚରଣ ତୋହର           ଆହା କି ଉଲ୍ଲାସ ଭୋଳେ ॥୧॥ ରହିଛୁ ଅନାଇ          ଅନନ୍ତ ଗଗନେ           ଆନନ୍ଦରେ ଅନୁକ୍ଷଣ ସେ ମହାଗଗନ          ମହା ଆନନ୍ଦରେ           ନିରେଖଇ ତୋ ଆନନ ॥୨॥ ବିମଳ ପ୍ରଭାତେ          ପୁଣ୍ୟ ସାୟଂକାଳେ           ଦିବାନିଶି ଅବିରଳ ତୋ ଶିରେ ଗଗନ          ଢାଳେ ଶୁଭ୍ରାଲୋକ       ...

ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ - Bhasija Mora Kagaja Danga Bhasija Lyrics

Image
  ଫଟୋ କ୍ରେଡିଟ୍ : କାଗଜ ଡଙ୍ଗା ଫଟୋଟି ଅନ୍‌ସ୍ପ୍ଲାସ୍‌ ରୁ ସଂଗୃହିତ == ଓଡ଼ିଆ == ଗୀତ : ଭାସିଯାଆ ମୋର କାଗଜ ଡଙ୍ଗା ଭାସିଯାଆ ଭାଷା : ଓଡ଼ିଆ ଗୀତିକାର : ସ୍ଵର୍ଣ୍ଣପ୍ରଭା ଦେବୀ   ଭାସିଯାଆ ମୋର     କାଗଜ ଡଙ୍ଗା ଭାସିଯାଆ ଘୋଟି ଆସିଲାଣି     ଆକାଶରେ ଘୋର ମେଘ ବାଆ ॥୧॥   ପବନ ବହୁଛି     ଝିପିଝିପି ମେଘ ବରଷଇ ବିଜୁଳି ଚମକେ     ଘଡ଼ଘଡ଼ି ଡାକେ ରହି ରହି  ॥୨॥ କେତେ ମଜାଲାଗେ     ଓଳିରୁ ବରଷା ପଡ଼େ ଝରି ଫୁଟି ଭାସିଯାଏ     ପାଣିରେ ଫୋଟକା ଅସୁମାରି ॥୩॥ ଭାସିଯାଆ ମୋର     କାଗଜ ଡଙ୍ଗା ଭାସିଯାଆ ଡରିଯିବୁ ନାହିଁ     ଆକାଶରେ ଦେଖି ମେଘ ବାଆ ॥୪॥ ଝୁଲି ଝୁଲି ତୁହି     ଦୂରକୁ ଦୂରକୁ ଯାଆ ଭାସି ଡଙ୍ଗାରେ ! ତୋତେ     ମେଲାଣି ଦେଲି ମୁଁ ହସି ହସି  ॥୫॥ ଡର ନାହିଁ ଯାଆ     ଆଗେଇ ଯାଆ ତୁ ସୁଅଧାରେ ଥମିଲେ ବରଷା     ଯାଇପାରିବୁ ତୁ ଆଉ କି'ରେ ? ॥୬॥ ଶୁଣିଥିଲି ଥରେ     କହୁଥିଲେ ଆଈ ମୋର ପାଶେ ଚାଲିଥିଲା ଆମ     ବଣିଜବେପାର ଦୂର ଦେଶେ ॥୭॥ କାର୍ତ୍ତିକ ମାସେ     ବୋଇତା ମେଲାଇ ଦରିଆରେ ସାଧବେ ଆମର ...

ଘୂରେ ଆମ ପୃଥିବୀଟି ଚକା ଚକା ଭଉଁରୀ (ଅଦ୍ଭୁତ କେଡ଼େ ସତେ ପୃଥିବୀଟି ଆମର) - Ghure Ama Pruthibiti Chaka Chaka Bhaunri (Adbhuta Kede Sate Pruthibiti Aamara) Lyrics

Image
ଫଟୋ କ୍ରେଡିଟ୍ : ସୂର୍ଯ୍ୟ, ପୃଥିବୀ ଓ ଅନ୍ୟ ଗ୍ରହ ମାନଙ୍କ ଫଟୋ ପିକ୍ସାବେ ରୁ ସଂଗୃହିତ == ଓଡ଼ିଆ == ଗୀତ : ଅଦ୍ଭୁତ କେଡ଼େ ସତେ ପୃଥିବୀଟି ଆମର ଭାଷା : ଓଡ଼ିଆ ଘୂରେ ଆମ ପୃଥିବୀଟି           ଚକା ଚକା ଭଉଁରୀ ଘୂରୁଛି ସେ କେଉଁ କାଳୁ           ଘୂରୁଥିବ ଆହୁରି ॥୧॥ କେଡ଼େ ବଡ଼ ଦେହ ତାର           ଶୂନ୍ୟରେ ଝୁଲଇ ନିତି ନିଜ ଚାରିପଟେ           ନଟୁପରି ବୁଲଇ ॥୨॥     ସୂର୍ଯ୍ୟକୁ ଘେରି ଘେରି           ଗତି କରେ ପୁଣି ସେ ଥକିଯାଏ ନାହିଁ କାହିଁ           ନିଜ ପଥେ ନିମିଷେ ॥୩॥ ଆଲୋକରେ ଯେବେ ତାର           ଏକ ପାଖ ଝଲକେ ଅନ୍ଧାର ଘୋଟିଥାଏ           ଆର ପାଖ ମୁଲକେ ॥୪॥ ଅଦ୍ଭୁତ କେଡ଼େ ସତେ           ପୃଥିବୀଟି ଆମର ନିର୍ଜଳ ମରୁ କାହିଁ ...

ରେଳ ଉପରେ ଚିଲିକା ଦର୍ଶନ (ରହ ରହ କ୍ଷଣେ ବାଷ୍ପୀୟଶକଟ) - Rela Upare Chilika Darshana (Raha Raha Khyane Baspiyashakata) Lyrics

Image
== ଓଡ଼ିଆ == ଗୀତ : ରେଳ ଉପରେ ଚିଲିକା ଦର୍ଶନ (ରହ ରହ କ୍ଷଣେ ବାଷ୍ପୀୟଶକଟ) ଭାଷା : ଓଡ଼ିଆ ଗୀତିକାର : ଉତ୍କଳମଣି ଗୋପବନ୍ଧୁ ଦାସ ରହ ରହ କ୍ଷଣେ ବାଷ୍ପୀୟଶକଟ           ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ           ବାସ୍ତବ ବିଶ୍ଵେ କି ଏ ଛବି ସମ୍ଭବ ! ॥୧॥  ନୀଳ ବୀଚିମାଳା ଧୀରେ ଧୀରେ ଯାଏ           ଲାଗଇ ସ୍ଵପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ           ଓଲଟିଣ ତଳେ ଦିଶନ୍ତି ଯୁଗଳ ॥୨॥ ଘୋର ନାଦେ ଯହୁଁ ଉଠିଲେ ସେ ନଭେ           ଉଠେ ଶତ ଖଗ ଚିଲିକା ଗରଭେ । ସତ୍ୟ ବୋଲି ମନେ ନ ହେଉ ପ୍ରତୀତ           ପଲକେ ସେ ଦୃଶ୍ୟ ହୁଏ ତିରୋହିତ ॥୩॥ ଦୂରେ ଘେନିଯାଏ ନିଦାରୁଣ ଯାନ           ଆସେ ପୁଣି ତରୁ ଶିଳା ବ୍ୟବଧାନ । ନିମିଷେ ଲୁଚାଏ ନିମିଷେ ଦେଖାଏ           ସ୍ଵପ୍ନଲଭ୍ୟ ପ୍ରିୟ...

ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ) - Bara Masa (Grishme Baishakha Jyeshta Masa) Lyrics

Image
== ଓଡ଼ିଆ == ଗୀତ : ବାର ମାସ (ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ) ଭାଷା : ଓଡ଼ିଆ ଗୀତିକାର : ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ           ପ୍ରଚଣ୍ଡ ରୌଦ୍ର ପରକାଶ ॥ ବର୍ଷାରେ ଆଷାଢ଼ ଶ୍ରାବଣ           ମେଘ ବରଷେ ଘନ ଘନ ॥ ଭାଦ୍ର, ଆଶ୍ୱିନ ଶରତରେ           ନିର୍ମଳ ଶୋଭା ଜଗତରେ ॥ ହିମେ କାର୍ତ୍ତିକ, ମାର୍ଗଶୀର           ରାତିରେ ପଡ଼ଇ ଶିଶିର ॥ ଶୀତରେ ପୌଷ, ମାଘ ମାସ           ଦେହରେ ରଖ ଶୀତ ବାସ ॥ ଫାଲ୍ଗୁନ, ଚୈତ୍ର ବସନ୍ତରେ           ମୃଦୁ ମଳୟ ମନ ହରେ ॥ ବାର ମାସର କଥା ଏହି           ଶୁଣ ବାଳକେ ମନ ଦେଇ ॥ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ଗଛ ଓ କାଠୁରିଆ (ରହ ଆରେ କାଠୁରିଆ ନ ପକାଅ ହାଣି) - Gachha O Kathuria (Raha Aare Kathuria Na Pakao Hani) Lyrics

Image
ଫଟୋ କ୍ରେଡିଟ୍ : କାଠୁରିଆ ଫଟୋ ପିକ୍ସାବେ ରୁ ଅଣାଯାଇଛି ଗୀତ : ଗଛ ଓ କାଠୁରିଆ  ଭାଷା : ଓଡ଼ିଆ ଗୀତିକାର : ପଲ୍ଲୀକବି ନନ୍ଦକିଶୋର ବଳ (୧୮୭୫-୧୯୨୮) ରହ ଆରେ କାଠୁରିଆ ନ ପକାଅ ହାଣି, ଶୁଣ କାନଡେରି ଥରେ ଏ ଗଛ କାହାଣୀ ନ ଫୁଟୁ ପଛକେ ବାସ ଫୁଲ ତାହା ଦେହେ, ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ॥୧॥ ବସି କୁହୁ କୁହୁ ତାନେ ନବ ମଧୁକାଳେ, ନ ଗାଉ କୋକିଳ ପଛେ ଫୁଲଭରା ଡାଳେ ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ, ଖରାବେଳେ ବାଟୋଇ ତ ବସେ ଏହା ତଳ ॥୨॥ ଛାଡ଼ିଯାଅ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ କାଠୁରିଆ ନ ହାଣ ସେ ଗଛ ରହ ରହ, ତାହାକୁ ଲଗାଇ ଗଲେ ପିତୃ ପିତାମହ ॥୩॥ କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର, କେତେ ନୂଆ ପୁଅ, କେତେ ଯାତ, ବିଭାଘର ମନେପଡ଼େ ପିଲାଦିନେ ଏହାରି ମୂଳରେ, ଖେଳୁଥିଲି ମୁହିଁ ଖେଳସାଥୀ ଗହଳରେ ॥୪॥ ଏବେ ବାଲ୍ୟକାଳେ ପୋଥି ଧର ଛାଇତଳେ, ବସିଣ ପଢ଼େ ମୁଁ ସଞ୍ଜ ସକାଳେ ନିଶ୍ଚଳେ କାଠୁରିଆ ନ ହାଣ ସେ ଗଛ ରହ ରହ, ଦେଖିଅଛି ଏ ଗଛ ମୋ ପିତୃ-ପିତାମହ ॥୫॥ ନ ହାଣ ଏ ଗଛ ଶୁଣଶୁଣ ମୋର ବାଣୀ, ଥାଉଁ ମୁଁ ଜୀବନେ ଗଛ ନ ପାରିବ ହାଣି ଦେଖି ତାକୁ କେତେ କଥା ହୁଏ ମୋ ସ୍ମରଣ, ତା' ସଙ୍ଗେ ଜଡ଼ିତ ମୋର ବିଗତ ଜୀବନ ॥୬॥    ପଶ୍ଚିମ ଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି, ଏହି ବସା ଗଛେ ପକ୍ଷୀ ଆସୁଥା'ନ୍ତି ଉଡ଼ି  ପୂରୁବ ...

ଶେଫାଳି ପ୍ରତି (କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ) - Shephali Prati (Keun Dura Tarubare Phutiachhu Gopane) Lyrics

Image
ଫଟୋ କ୍ରେଡିଟ୍ : ଗଙ୍ଗଶିଉଳି ଗଛ ଓ ଫୁଲ ୱିକିପିଡିଆ ରୁ ସଂଗୃହିତ ଗୀତ: ଶେଫାଳି ପ୍ରତି ଭାଷା : ଓଡ଼ିଆ ଗୀତିକାର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୦-୧୯୩୮) ଶେଫାଳି ! କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ         ବାତାୟନ ପାଶେ ବସି         ଚାହେଁ ନବୋଦିତ ଶଶୀ ହସି ହସି ସତେ ଉଇଁ ଆସେ ଦୂର ଗଗନେ ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ଵପନେ ! ॥୧॥  ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା ଅନ୍ତର ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା         ବିଶାଳ ଏ ବିଶ୍ଵକ୍ଷେତ୍ରେ         ଅର୍ଦ୍ଧ ନିମୀଳିତ ନେତ୍ରେ ଦେଖେଁ ସତେ ଶୋଭାରାଶି ପଡୁଅଛି ଉଛୁଳି ତହିଁ ସୁଧା ଢାଳୁକିରେ ଗନ୍ଧେ ଗଙ୍ଗଶିଉଳି ? ॥୨॥  ଶରଦ ଦିନାନ୍ତେ ବସି ବାତାୟନ ପାଶରେ ବୁଡ଼ିଅଛି ମନ ମୋର କିବା ପ୍ରେମରସରେ         ଆବେଶେ ପୁଲକେ ମୋର         ନୟନରୁ ବହେ ଧାର ହୃଦତନ୍ତ୍ରୀ ବାଜିଉଠେ କି ଅମୃତ ସୁସ୍ଵରେ ନିମିଷେ ଭାବଇଁ ମୁଁ ତ ଅଛି ଅବା ସ୍ଵର୍ଗରେ ! ॥୩॥  ସାରାଦିନ ପରିଶ୍ରମ କ୍ଳେଶ କ୍...

ବାଇଚଢ଼େଇ ଓ ପିମ୍ପୁଡ଼ି ଭାଇ - Baichadhei O Pimpudi Bhai Lyrics

Image
== ଓଡ଼ିଆ == ଗୀତ : ବାଇଚଢ଼େଇ ଓ ପିମ୍ପୁଡ଼ି ଭାଇ ଭାଷା : ଓଡ଼ିଆ ସାତ ଦିନ ଗଲା ନାହିଁ ଭରସା ଲାଗି ରହିଅଛି ଝଡ଼ି ବରଷା       ଆହାର ପାଇଁ, ଯାଇ ପାରି ନାହିଁ ବାଇଚଢ଼େଇ ॥୧॥ ଦୁଇ ଛୁଆ ତା'ର ବସାରେ ଦୋଳି ଭୋକ ଉପାସରେ କରିଲେ ଅଳି -       “ବୋଉ ଲୋ ବୋଉ ! ଖାଇବାକୁ ସତେ କିଆଁ ନ ଦେଉ ?” ॥୨॥    କଅଁଳ ବିକଳ ମୁହଁକୁ ଚାହିଁ ବୁଝାଇ କହିଲା ବାଇଚଢ଼େଇ       “ଅଥୟ ନୁହ, ମେଘ ଯାଉ ଛାଡ଼ି ଟିକିଏ ରୁହ ॥୩॥ ମାଟି ତଳେ ଅଛି ପିମ୍ପୁଡ଼ି ମାମୁଁ ରଖିଅଛି ଖୁଦ ବହୁତ ଦିନୁ       ତୁମରି ଲାଗି, ଖୁଦରୁ କିଛି ମୁଁ ଆଣିବି ମାଗି” ॥୪॥    ବରଷା ଟିକିଏ ଗଲାରୁ ଛାଡ଼ି ଖୁଦ ପାଇଁ ମାଆ ଗଲା ବାହାରି       ଡାକିଲା ଯାଇ, “ଖୁଦ ଦିଅ ଅଛି କିଛି ପିମ୍ପୁଡ଼ି ଭାଇ ॥୫॥ ସାତ ଦିନ ଗଲା, ନାହିଁ ଭରସା ଲାଗି ରହିଅଛି ଝଡ଼ି ବରଷା       ପିଲାଏ ମୋର, ଭୋକରେ ହେଲେଣି ଅଥୟ ବଡ଼” ॥୬॥ ପିମ୍ପୁଡ଼ି କହିଲା, “ବାଇଚଢ଼େଇ ତାଳ ଗଛେ ଥାଇ କରୁ ବଢ଼େଇ       ରଖିନୁ ଘରେ, ଖାଇବାକୁ ଦାନା ବରଷା-ଝଡ଼େ ॥୭॥ ମୋର ଖୁଦତକ ନିଅଣ୍ଟ ମୋତେ ବରଷା ଦିନରେ ଦେବି କେମନ୍...

ହସି ହସାଇବା ସକଳ ଜନେ (ଖସାଇ ରାତିର କଳା ପରଦାଟି) - Hasi Hasaiba Sakala Jane (Kasai Ratira Kala Paradati) Lyrics

Image
== ଓଡ଼ିଆ == ଗୀତ : ହସି ହସାଇବା ସକଳ ଜନେ ଭାଷା : ଓଡ଼ିଆ ଖସାଇ ରାତିର କଳା ପରଦାଟି             ହସି ହସି ରବି ଆସଇ ଉଇଁ ସୁନେଲି ଆଲୁଏ ଭସାଇ ଦିଏ ସେ             ବଣ ବିଲ ନଈ ପାହାଡ଼ ଭୂଇଁ ॥୧॥ ଜାତି ଜାତି ଫୁଲ ବାଡ଼ି ବଗିଚାରେ             ହସଇ କଅଁଳ ପାଖୁଡ଼ା ମେଲି ଚଉଦିଗ ଭରି ଆପଣା ମହକେ             ଥିରି ଥିରି ଝୁଲେ ପବନେ ଖେଳି ॥୨॥ ଝର ଝର ଝରି ସରୁ ଝରଣାଟି             ତର ତର ହୋଇ ଆଗକୁ ଧାଏଁ ପଥର ଶେଯରେ ଗଡ଼ି ଗଡ଼ି ସେ ଯେ             ତୀର-ତରୁଲତା ହସାଉଥାଏ ॥୩॥ ଝାଡ଼ି ଝାଡ଼ି ଡେଣା ଟିକି ଚଢ଼େଇଟି             ଦୂର ଆକାଶକୁ ଯାଏରେ ଉଡ଼ି ବୁଲି ବୁଲି ଯେବେ ବହୁଡ଼େ ନିଡ଼କୁ             ତିଳେ ହେଲେ ପଥ ନ ଯାଏ ହୁଡ଼ି ॥୪॥ ...

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା - Mangale Ailaa Usha Bikacha-Rajiba Drusha Lyrics

Image
== ଓଡ଼ିଆ == ଗୀତ : ମଙ୍ଗଳେ ଅଇଲା ଉଷା ଭାଷା : ଓଡ଼ିଆ ଆଲବମ : ଚାନ୍ଦ ମାଧୁରୀ କଣ୍ଠ : ଘନଶ୍ୟାମ ପଣ୍ଡା ଗୀତିକାର : ସ୍ଵଭାବକବି ଗଙ୍ଗାଧର ମେହେର (୧୮୬୨-୧୯୨୪) ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ରାଗ : ଚୋଖି ମସିହା : ୧୯୯୬ ମଙ୍ଗଳେ ଅଇଲା ଉଷା          ବିକଚ-ରାଜୀବ ଦୃଶା           ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର-          ମୁକ୍ତାଧରି ଉପହାର           ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,                  କଳକଣ୍ଠ କଣ୍ଠେ କହିଲା           "ଦରଶନ ଦିଅ ସତୀ, ରାତି ପାହିଲା" ॥୧॥ ଅରୁଣ କଷାୟ ବାସ,          କୁସୁମକାନ୍ତି ବିକାଶ,           ପ୍ରଶାନ୍ତ ରୂପ, ବିଶ୍ଵାସ ଦିଅନ୍ତି ମନେ, କେଉଁ ଯୋଗେଶ୍ଵରୀ ଆସି          ମଧୁର ଭ...

ଆମ ଘର (ଏଇ ଘରଟିରେ ଜନମ ମୋର) - Aama Ghara (Ei Gharatire Janama Mora) Lyrics

Image
ଗୀତ : ଏଇ ଘରଟିରେ ଜନମ ମୋର ଭାଷା : ଓଡ଼ିଆ ଗୀତିକାର : ନନ୍ଦକିଶୋର ସାମଲ ଏଇ ଘରଟିରେ ଜନମ ମୋର ଝାଟିମାଟିର ଏ, ନଡ଼ା ଛପର ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ,    ଏକାଠି ହସୁ , ବୁଢ଼ୀମା' ପାଶେ, ଗପ ଶୁଣୁ ଶୁଣୁ ନିଦଟି ଆସେ ॥୧॥  ଏଇଟି ଆମର ରୋଷେଇ ଘର ଏ ଘର ଭିତର ସଫାସୁତର ଏଇଠାରେ ମାଆ ପରିବା କାଟେ, ବେସର ବାଟେ, ଜାଇ ରଗଡ଼େ, ଶାଗ ଖରଡ଼େ, ଗଢ଼ଇ ପିଠା,   ଆରସା, କାକରା, ଆଃ କି ମିଠା ! ॥୨॥  ଏଇଟି ଆମର ଫୁଲ ବଗିଚା ତଳେ ପାଡ଼ିଛି କି ଘାସ ଗାଲିଚା ଉଡ଼ି ଉଡ଼ି ଆସେ ପରଜାପତି, ତରକା ଅତି, ଏଇଠି ବୁଲେ, ଫୁଲରେ ଝୁଲେ, କଳସୀ ଆଣି, ଫୁଲ ଗଛ ମୂଳେ ଦିଏ ମୁଁ ପାଣି ॥୩॥ ଏଇଟି ମୋହର ପଢ଼ିବା ଘର ସଜାଇ ରଖେ ମୁଁ ବହିପତର ଏଇ ଘରେ ନିତି ମନ ହରଷେ, ଗଣିତ କଷେ, ମୋ ବହି ପଢ଼େ, ଖେଳଣା ଗଢ଼େ, ଧରେ ମୁଁ ତୂଳୀ, ଛବି କରେ ବସି ଭଳିକି ଭଳି ॥୪॥   ଏଇଟି ଆମର ଟିକି ଗଡ଼ିଆ ଥିରି ପାଣି ତା’ର କେତେ ବଢ଼ିଆ ! କେତେ ଗଛ ଛାଇ ଆଲୁଅ ଦିଶେ, ପାଣିରେ ମିଶେ, ବଗୁଲି ଆସେ, କୂଳରେ ବସେ, ଗଡ଼ିଶାଟିଏ, ଚମକି ଡିଏଁ, ଥାଏ ମୁଁ ଥାଏଁ, ତାଳିଟାଏ ମାରି ପାଣିକି ଡିଏଁ ଏ କୂଳୁ ସେକୂଳ ପହଁରିଯାଏ ॥୫॥ ଏଣିକି ଏ ଘର ବଦଳିଯିବ ଝାଟିମାଟି ରୂପ ଆଉ ନଥିବ ଆମ ହାତେ ଯିବ ଛାତ ପାଲଟି, ଏଇ ଚାଳଟି, ନିଆଁ ପାଣିର, ...

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

Image
== ଓଡ଼ିଆ == ଗୀତ : ବଣ ଓ ବଣି ଭାଷା : ଓଡ଼ିଆ ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି ପଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି ॥୧॥ ଡାକିଲା କୁନା କିଆଁଲୋ ବଣି ଘଷୁଛୁ-ଥଣ୍ଟ ଡାଲେ ? ଆ' ମୋ ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ ॥୨॥ ସୁନାର ଏକ ପଞ୍ଜୁରି ଗଢ଼ି ଆଣିବେ ବାପା ମୋର ମାଆଠୁ ମାଗି ଦେବିଲୋ ତୋତେ କଦଳୀ, ଛେନା, ସର ॥୩॥ ସୁନା ଗିନାରେ ଦେବି ମୁଁ ପାଣି ରୁପା ଥାଳିରେ ଭାତ ବୁଲାଇ ନେବି ମେଳାକୁ ତୋତେ ଦେଖିବୁ କେତେ ଯାତ ॥୪॥ କହିଲା ବଣି କୁନା ଭାଇନା କହିଲ ସତ ଏକା ମନେ ତୁମର ଶରଧା ଥାଉ ନିଇତି ହେବ ଦେଖା ॥୫॥ ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ ଡାଳରେ ଥାଇ ଦେଖଇ ମୁହିଁ ଜହ୍ନମାମୁଁର ମୁଖ ॥୬॥ ବୁଲୁଛି ଖାଇ ବଣର ଫଳ ଡିମିରି, ଆମ୍ବ, ଜାମୁ ଶୋଉଛି ସୁଖେ ବସାରେ ମୋର ଲେଉଟି ନାନା କାମୁ ॥୭॥ କୁନା ଭାଇନା ସୁନା ପଞ୍ଜୁରି ସେ ସୁଖ ଦେବ କିବା ? ଯିଏ ଯାହାର ମନ ଖୁସିରେ ଆପଣା ସୁଖେ ଥିବା ॥୮॥ ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି ରୁପା ଥାଳିର ଭାତ ଏ ଗଛ ଡାଳ ସରଗ ମୋର ବଣ ପରାଣ ମିତ ॥୯॥ YouTube ରେ ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ) ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

Image
ଗୀତ : ଶିଳ୍ପୀ ଆମେ ଶ୍ରମିକ ଆମେ ଭାଷା : ଓଡ଼ିଆ ଶିଳ୍ପୀ ଆମେ ଶ୍ରମିକ ଆମେ         କାମରେ ଥାଉ ମାତି ମନୁନା କେବେ ବରଷା, ଜାଡ଼         ଝାଞ୍ଜି ଖରା ତାତି ॥୧॥  ଗଢ଼ିଲୁ ଆମେ ଦେଉଳ କେତେ         ସଡ଼କ, ସେତୁ, ଗଡ଼ ଆମରି ଲାଗି ଆମରି ଦେଶ         ଜଗତେ ହେଲା ବଡ଼ ॥୨॥ କୋଣାରକରେ ଭୁବନେଶ୍ଵରେ         ପୁରୀରେ ଆମ କାମ ପଥର ଦେହେ ଅମର କଲା         ଓଡ଼ିଆ ଜାତି ନାମ ॥୩॥ ଖଣିରୁ ଆମେ କୋଇଲା କାଢ଼ୁଁ         ପଥର ଦେହୁଁ ଲୁହା ରାଉରକେଲା ତାଳଚେରରେ         ଚଳାଉ କଳ ନୂଆ ॥୪॥ ହୀରାକୁଦରେ ରୋକିଲୁ ଆମେ         ମହାନଦୀର ପାଣି ଗହୀର ବିଲେ ଖେଳାଇ ଦେଲୁ         ସବୁଜ ଶୋଭା ଆଣି ॥୫॥ ଆମରି ଲାଗି ଘର ଘରକେ         ବିଜୁଳିବତୀ ଜଳେ ଦରିଆ ବୁକେ ଜାହାଜ ଚଳେ      ...

ରାମଚଣ୍ଡୀରେ ସନ୍ଧ୍ୟା (କି କରାଳ ଆଜି ରଜନୀ ବହେ ଝଞ୍ଜା ପବନ) - Ramachandire Sandhya (Ki Karala Aji Rajani Bahe Jhanja Pabana) Lyrics

Image
ଗୀତ : ରାମଚଣ୍ଡୀରେ ସନ୍ଧ୍ୟା ଗୀତିକାର : ପଣ୍ଡିତ ନୀଳକଣ୍ଠ ଦାସ କି କରାଳ ଆଜି ରଜନୀ         ବହେ ଝଞ୍ଜା ପବନ ତରା ନ ଦିଶଇ ଗଗନେ         ଶୁଭେ ଘନ ଗର୍ଜନ ॥୧॥   ମୂଷଳ-ଧାରାରେ ଝଟିକା         ଦିଏ କଚାଡ଼ି କେବେ ଶୋଇ ପଡ଼ିଛ ତ ବାପା ହେ         ଜାଣୁ ନ ଥିବ ଲବେ ॥୨॥   ଆଜି ଯେ କୁଆଁର ପୁନିଅଁ         କେଡ଼େ ସୁଖ ଶରଧା ମାଆ ଭଉଣୀଙ୍କ ଆଦର         ନବ ବସନ ପିନ୍ଧା ॥୩॥   ମନେ ପଡ଼ୁ ନାହିଁ ବାବୁ ହେ         ଲାଗି ଯାଇଛି ନିଦ ମାଆ ଭଉଣୀଏ ଭବନେ         ଭଜିଥିବେ ବିଷାଦ ॥୪॥   ଲୁଗାରେ ହଳଦୀ ଲଗାଇ         ଚାହିଁଥିବେ ଜନନୀ ପିଠାପଣା ଖାଉ ନ ଥିବ         ସୁଖେ ଆଜି  ଭଗିନୀ  ॥୫॥   ପବନ ଝଙ୍କାରେ ଶୁଣୁ ସେ         ଥିବ ଡାକ ତ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ