Posts

Showing posts from March, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି - Manima Pade Mo Ghungura Dia Bandhi Lyrics

Image
== ଓଡ଼ିଆ == ଭଜନ : ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ଭାଷା : ଓଡ଼ିଆ ଆଲବମ : ପ୍ରଭୁକୃପା କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଲେବେଲ : ଟି ସିରିଜ୍ ମସିହା : ୧୯୮୮ ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ତୁମ ବିନା କେହି ମୋର ଦେଖିନି ମୋ ନାଚିବାର ତୁମ ବିନା କେହି ମୋର ଦେଖିନି ମୋ ନାଚିବାର କେମିତି ଘୁଙ୍ଗୁର ଗଲା ଛିଣ୍ଡି ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ॥ ହେ କାଳିଆ କଳାନିଧି କଳାର ଠାକୁର ମୁହିଁ ତୁମ ଦେବଦାସୀ ଦାସୀ ଚରଣର ତୁମ ବଡ଼ ସିଙ୍ଗାରରେ ମୋର ଏ ସିଙ୍ଗାର ନାଚି ନାଚି ଗାଇବାକୁ ଛାମୁରେ ତୁମର ଶ୍ରୀ ଗୀତ ଗୋବିନ୍ଦ ସୁର ସରିନି କଣ୍ଠରୁ ମୋର ଶ୍ରୀ ଗୀତ ଗୋବିନ୍ଦ ସୁର ସରିନି କଣ୍ଠରୁ ମୋର କେମିତି ଘୁଙ୍ଗୁର ଗଲା ଛିଣ୍ଡି ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ॥୧॥ ତୁମ ଚକା ଆଖି ଦେଖି ମୋ ଆଖି ଚଞ୍ଚଳ ତ୍ରିଭଙ୍ଗୀ ଠାଣିକୁ ଦେଖି ପାଦ ମୋ ଅଧିର ମୋହିନୀ ବଂଶୀର ସୁର ଶୁଭେ ବାର ବାର ମୋହନ ରୁପଟି ତୁମ ଜାଳେ ତନୁ ମୋର ଥମିନି ମୃଦଙ୍ଗ ତାଳ ହଜି ନାହିଁ ଲୟ ମୋର ଥମିନି ମୃଦଙ୍ଗ ତାଳ ହଜି ନାହିଁ ଲୟ ମୋର କେମିତି ଘୁଙ୍ଗୁର ଗଲା ଛିଣ୍ଡି ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି ମଣିମା ପାଦେ ମ

ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ - Mun Odia Pua Bhari Swabhimani Lyrics

Image
== ଓଡ଼ିଆ == ଗୀତ : ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ ଭାଷା : ଓଡ଼ିଆ କଣ୍ଠ : କ୍ରିଷ୍ଣା ବେଉରା (ସମସ୍ତେ) ହେ..ହେ..ହେ..ହେ (ପୁ) ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ ଧନରେ ଗରିବ ମନରେ ମୁଁ ଧନୀ ମୋ ପଖାଳ ପାଣିକୁ ବନ୍ଦେ (ସମସ୍ତେ) ବନ୍ଦେ (ପୁ) ମୋ ପାଇକ ଠାଣିକୁ ବନ୍ଦେ (ସମସ୍ତେ) ବନ୍ଦେ (ପୁ) ମୋ ଖୁଦୁରୁକୁଣୀକୁ ବନ୍ଦେ (ସମସ୍ତେ) ବନ୍ଦେ (ପୁ) ମୋ ବଉଳବେଣିକୁ ବନ୍ଦେ (ସମସ୍ତେ) ବନ୍ଦେ (ପୁ) ମୋ ସଞ୍ଜ ଆଳତି ମୋ ପୁରାଣ ପୋଥି ମୋ ଗାମୁଛା ଧୋତିକୁ (ସମସ୍ତେ) ବନ୍ଦେ..ବନ୍ଦେ..ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ ବନ୍ଦେ (ପୁ) ବନ୍ଦେ..ଉତ୍କଳ ଜନନୀ ବନ୍ଦେ..ଉତ୍କଳ ଜନନୀ ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ (ସମସ୍ତେ) ହେ..ହେହେ..ହେହେ (ପୁ) ଧନରେ ଗରିବ ମନରେ ମୁଁ ଧନୀ ॥ (ସମସ୍ତେ) ହେହେ..ହେହେ..ହେହେ..ହେହେ.. ହେହେ..ହେହେହେ ହେହେ ହେହେ ହେହେହେହେ..ହେ (ପୁ) ମୋ ପହିଲି ରଜ ମୋ ଝୁଣ୍ଟି ମୁରୁଜ ମୋ କୁଆଁରୀ ଲାଜ ଠୁ ମିଠା ନାହିଁ କିଛିରେ ମିଠା ନାହିଁ କିଛି ସବୁ ମିଠା ଅଛିରେ ଏ ମାଟିରେ ଲୁଚି ମୋ ଶଗଡ଼ଗାଡ଼ି ମୋ ଓଡ଼ିଆ ଭାଡ଼ି ମୋ ଚନ୍ଦନ ପେଡ଼ି ଠୁ ମଜା ନାହିଁ କିଛିରେ ମଜା ନାହିଁ କିଛି ସବୁ ସ୍ମୃତି ଅଛିରେ ଏ ମାଟିରେ ବଞ୍ଚି (ପୁ) ମୋ ପାନବଟୁଆକୁ ବନ୍ଦେ (ସମସ୍ତେ) ବନ୍ଦେ (ପୁ) ମୋ ଦାଶକାଠିଆକୁ ବନ୍ଦେ (ସମସ୍ତେ) ବନ୍ଦେ (ପୁ) ମୋ ପାଇକ ପୁଅକୁ ବନ

ହୀରା ମୋତି ମାଣିକର ପେଡ଼ି (ତୋ ନାଁ ରେ ମୋ ନାଁ ଯୋଡ଼ି) - Hira Moti Manikara Pedi (To Naan Re Mo Naan Jodi) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ହୀରା ମୋତି ମାଣିକର ପେଡ଼ି ଭାଷା : ଓଡ଼ିଆ ଚଳଚିତ୍ର : ଦେ ମା ଶକ୍ତି ଦେ କଣ୍ଠ : ବିଭୁ କିଶୋର, ଇରା ମହାନ୍ତି ଗୀତିକାର : ନିର୍ମଳ ନାୟକ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୬ (ଝି) ଏହେ..ଏ..ହେ ହେହେ (ପୁ) ଆ..ହା..ହା (ପୁ) ହୀରା ମୋତି ମାଣିକର ପେଡ଼ି ତୋ ପାଇଁ ମୁଁ ସବୁଦେବି ଛାଡ଼ି ଖୋଜିବିନି କିଛି ମାଗିବିନି କିଛି ଦୁନିଆରୁ ଯିବି ବାହୁଡ଼ି ତୋ ନାଁ ରେ ମୋ ନାଁ ଯୋଡ଼ି ତୋ ନାଁ ରେ ମୋ ନାଁ ଯୋଡ଼ି (ଝି) ରୁପା ଅଳତାର ସୁନା ଚୁଡ଼ି ନ ଦେଲେ ନ ଦେବୁ ପଛେ ଗଢ଼ି କହିବିନି କିଛି ଚାହିଁବିନି କିଛି ସବୁ ପ୍ରେମ ଦେବି ଅଜାଡ଼ି ତୋ ନାଁ ରେ ମୋ ନାଁ ଯୋଡ଼ି ତୋ ନାଁ ରେ ମୋ ନାଁ ଯୋଡ଼ି ॥ (ଝି) ମନତଳେ ଥିଲା ମୋର ଅସାରେ ମେଘ ତୁ ବୋଳିଦେଲୁ ଲକ୍ଷେ ଫଗୁଣ ରଙ୍ଗ (ପୁ) ଖୋଲାଥିଲା ଏଇ ମୋର ଆଖି ଝରକା ବୋହୁ ସାଜି ଆସିଲୁ ତୁ ଛପି ଛପିକା (ଝି) ଜହ୍ନ ରାତି ତାରା ଫୁଲକଢ଼ି ତୋ ଠାରୁ କି ଯିବ କିଏ ବଢ଼ି ତୁ ଦେଲେ ଛୁଇଁ ଖରା ହେବ ଛାଇ ପାହିଯିବ ରାତି ଦି'ଘଡ଼ି ତୋ ନାଁ ରେ ମୋ ନାଁ ଯୋଡ଼ି ତୋ ନାଁ ରେ ମୋ ନାଁ ଯୋଡ଼ି ॥୧॥ (ପୁ) ଗଣିନି ମୁଁ ମୋ ଆଖିର ପଲକ କେତେ ଦିନ ରାତି ଖୋଜୁଥିଲା କାହିଁକି ତତେ (ଝି) ମାପିନି ମୁଁ ଆକାଶର ଦୁରତା କେତେ ମନ କହେ ଉଡ଼ିବାକୁ ତୋ'ରି ସାଥେ (ପୁ) ଆସୁ ଖରା ମେଘ ନଈବଢ଼ି ଯିବିନାହିଁ ତୋର ହାତ ଛାଡ଼ି

ରୁପା ବଗିଚାରେ ତୁ ସୁନାର ଫୁଲ - Rupa Bagichare Tu Sunara Phula Lyrics

Image
== ଓଡ଼ିଆ == ଗୀତ : ରୁପା ବଗିଚାରେ ତୁ ସୁନାର ଫୁଲ ଭାଷା : ଓଡ଼ିଆ ଆଲବମ : ହଳଦୀମୁହିଁ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ପଞ୍ଚାନନ ନାୟକ  ସଂଗୀତ ନିର୍ଦ୍ଦେଶକ : କୃଷ୍ଣ ଚନ୍ଦ୍ର ମସିହା : ୨୦୦୩ ରୁପା ବଗିଚାରେ ତୁ ସୁନାର ଫୁଲ ତୋଳିନବ କିଏ ତତେ ଦେଇ ତୋ ମୁଲ ରୁପା ବଗିଚାରେ ତୁ ସୁନାର ଫୁଲ ହେ ତୋଳିନବ କିଏ ତତେ ଦେଇ ତୋ ମୁଲ ଗଢ଼ିଦବ କିଏ ତତେ ଗଢ଼ିଦବ କିଏ ତତେ ମୋତି ମହଲ ରୁପା ବଗିଚାରେ ତୁ ସୁନାର ଫୁଲ ହେ ତୋଳିନବ କିଏ ତତେ ଦେଇ ତୋ ମୁଲ ॥ ଆଖି ନୀଳ ନୀଳ ଗଙ୍ଗାଜଳ ଯମୁନା ପରି ତୋ ଚାଲି କେମିତି ଆସିଲୁ କାହା ସାଥେ ସରଗ କବାଟ ଖୋଲି ହେ ଆଖି ନୀଳ ନୀଳ ଗଙ୍ଗାଜଳ ଯମୁନା ପରି ତୋ ଚାଲି କେମିତି ଆସିଲୁ କାହା ସାଥେ ସରଗ କବାଟ ଖୋଲି ସଜ ତୋର ସାତରଙ୍ଗ ସଜ ତୋର ସାତରଙ୍ଗ କଥା ଚଞ୍ଚଳ ରୁପା ବଗିଚାରେ ତୁ ସୁନାର ଫୁଲ ହେ ତୋଳିନବ କିଏ ତତେ ଦେଇ ତୋ ମୁଲ ॥୧॥ କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ କିଏ ସାଇତିବ ତତେ ନେଇ ସେ କଥା ଭାବୁଚି ମୁଁ ହେ କେଉଁ ବିଧାତାର ହାତଗଢ଼ା ସୁନାର କଣ୍ଢେଇ ତୁ କିଏ ସାଇତିବ ତତେ ନେଇ ସେ କଥା ଭାବୁଚି ମୁଁ ଲାଜ ତୋର ମଲ୍ଲି ଫୁଲ ଲାଜ ତୋର ମଲ୍ଲି ଫୁଲ ହସ ବଉଳ ରୁପା ବଗିଚାରେ ତୁ ସୁନାର ଫୁଲ ହେ ତୋଳିନବ କିଏ ତତେ ଦେଇ ତୋ ମୁଲ ଗଢ଼ିଦବ କିଏ ତତେ ଗଢ଼ିଦବ କିଏ ତତେ ମୋତି ମହଲ ରୁପା ବଗିଚାରେ ତୁ ସୁନାର ଫୁଲ ହେ ତୋଳିନବ କିଏ ତତ

ରାତି ବେଶି ହେଲା ପରେ ବଡ଼ଦେଉଳ ଭିତରେ - Rati Beshi Hela Pare Badadeula Bhitare Lyrics

Image
== ଓଡ଼ିଆ == ଭଜନ : ରାତି ବେଶି ହେଲା ପରେ ବଡ଼ଦେଉଳ ଭିତରେ ଭାଷା : ଓଡ଼ିଆ ଆଲବମ : ହେ ଗୋବିନ୍ଦ କଣ୍ଠ : ଶୈଳଭାମା ମହାପାତ୍ର  ଗୀତିକାର : ସବିତା ଓଝା ସଂଗୀତ ନିର୍ଦ୍ଦେଶକ : ଶାନ୍ତିରାଜ ଖୋସଲା ମସିହା : ୧୯୯୫ ରାତି ବେଶି ହେଲା ପରେ ବଡ଼ଦେଉଳ ଭିତରେ ରାତିବେଶି ହେଲା ପରେ ବଡ଼ଦେଉଳ ଭିତରେ ଶୁଭେ କାହା ପାଉଁଜିର ରୁଣୁଝୁଣୁ ସୁର ଶୁଭେ କାହା ପାଉଁଜିର ରୁଣୁଝୁଣୁ ସୁର ସେ ରାଧାରାଣୀର ନା ଦେବଦାସୀର ସେ ରାଧାରାଣୀର ନା ଦେବଦାସୀର ରୁଣୁଝୁଣୁ ରୁଣୁଝୁଣୁ ସେ ତ କାହାର ସୁର ସେ ରାଧାରାଣୀର ନା ଦେବଦାସୀର ସେ ରାଧାରାଣୀର ନା ଦେବଦାସୀର ॥ ରାତିକରେ ଲାଜ ତା’ର ପଣତ ଟାଣି ଲୁଚି ଲୁଚି ଆସେ ଧୀରେ ରାଧିକା ରାଣୀ ରତ୍ନସିଂହାସନେ ନିଦେ ଭାଇ ଭଉଣୀ ଚୁଡ଼ି ଡ଼ାକେ ଉଠ ଶ୍ୟାମ ଡ଼େରିହେଲାଣି ରହି ରହି ଶୁଭେ ଦୂରୁ କାହାର ନୂପୁର ବଇଁଶୀର ସୁରେ ସୁରେ ନାଚେ କା ଘୁଙ୍ଗୁର ସେ ରାଧାରାଣୀର ନା ଦେବଦାସୀର ସେ ରାଧାରାଣୀର ନା ଦେବଦାସୀର  ରୁଣୁଝୁଣୁ ରୁଣୁଝୁଣୁ ସେ ତ କାହାର ସୁର ସେ ରାଧାରାଣୀର ନା ଦେବଦାସୀର ସେ ରାଧାରାଣୀର ନା ଦେବଦାସୀର  ॥୧॥ କାହିଁଗଲେ ଘନଶ୍ୟାମ ଏ ଘନକାଳରେ ଝୁରେ ରାଧା ବିରହିଣୀ ନାଟମଣ୍ଡପରେ ଗୀତଗୋବିନ୍ଦର ଛନ୍ଦେ ନାଚେ ମାହାରୀ ରାତି ରାତି ଉଜାଗର ନିଳାଦ୍ରୀବିହାରୀ ବିରହିଣୀ ରାଧା ଚାହେଁ ମିଳନ କାହ୍ନୁର ଦେବଦାସୀ ଚାହେଁ ଖାଲି ମଥାର ସିନ୍ଦୁର ସେ ରାଧାରାଣୀର ନା ଦେବଦାସୀର ସେ ରାଧାରା

ବଜାରେ ବାଜାବାଲା (ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା) - Bajare Bajabala (Padare Pada Chhanda Pade Nupura Bandha) Lyrics

Image
== ଓଡ଼ିଆ == ଫିଲ୍ମଗୀତ : ବଜାରେ ବାଜାବାଲା ଭାଷା : ଓଡ଼ିଆ ଚଳଚିତ୍ର : ତପସ୍ୟା କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୮୦ (ଝି) ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା (ସମସ୍ତେ) ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା (ଝି) ପାଦରେ ପାଦ ଛନ୍ଦା ପାଦେ ନୂପୁର ବନ୍ଧା ଯୋଡ଼ି ମହୁରୀ ଆରେ ବଜା ମୁକୁନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ॥ (ଝି) ନଈରେ ସରୁବାଲି ଫୁଟିଲା ବଣେ ମଲ୍ଲୀ ଚାନ୍ଦିନୀ ଝରା ରାତି ହାଏ ହାଏରେ ଝିଲିମିଲି (ସମସ୍ତେ) ନଈରେ ସରୁବାଲି ଫୁଟିଲା ବଣେ ମଲ୍ଲୀ ଚାନ୍ଦିନୀ ଝରା ରାତି ହାଏ ହାଏରେ ଝିଲିମିଲି (ଝି) ଆସଲୋ ଆସ ଗୋରୀ ସରାଗ ମନେ ଭରି ଭଙ୍ଗିରେ ଢଳି ଢଳି ବାହୁରେ ଝୁଲି ନାଚିବା ଆସ ସଖୀ ତାଥେଇ..ତାଥେଇ..ତାଥେଇ..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ୍ଦାକ୍..ତିନ୍ଦାକ୍..ତିନ୍ଦା ବଜାରେ ବାଜାବାଲା ଧାକ୍‌ଧା..ତିନ

ଦେଇଥିଲି ସାଥୀ ତତେ ହୃଦୟ ମୋର - Deithili Sathi Tate Hrudaya Mora Lyrics

Image
== ଓଡ଼ିଆ == ଗୀତ : ଦେଇଥିଲି ସାଥୀ ତତେ ହୃଦୟ ମୋର ଭାଷା : ଓଡ଼ିଆ କଣ୍ଠ : ଅସୀମା ପଣ୍ଡା  ଗୀତିକାର : ସୁନୀଲ ମହାରଣା ସଂଗୀତ ନିର୍ଦ୍ଦେଶକ : ଶୁଭ୍ରାଂଶୁ ନାୟକ ମସିହା : ୨୦୧୯ ହାଁ...ଆ...ଆ.. ହାଁ...ଆ...ଆ.. ଦେଇଥିଲି ସାଥୀ ତତେ ହୃଦୟ ମୋର ମନ୍ଦିରଟେ ଭାବିଥିଲି ମନକୁ ତୋର ଏଡ଼େ ସ୍ୱାର୍ଥପର କହ କେମିତି ହେଲୁ ଭୁଲିଗଲୁ ପଛଦିନ କଥା ଆମର ଦେଇଥିଲି ସାଥୀ ତତେ ହୃଦୟ ମୋର ମନ୍ଦିରଟେ ଭାବିଥିଲି ମନକୁ ତୋର ଏଡ଼େ ସ୍ୱାର୍ଥପର କହ କେମିତି ହେଲୁ ଭୁଲିଗଲୁ ପଛଦିନ କଥା ଆମର ତୋ ମନରୁ ମତେ କରିଲୁ ଦୂର କେମିତି ତୁ ହେଇଗଲୁ ଆଉ କାହାର ମୋ ମନ ତୋ ପାଇଁ ଥିଲା ଖେଳନା ଖେଳି ଦେଇ ଚାଲିଗଲୁ ଜୀବନେ ମୋର ତୋ ମନରୁ ମତେ କରିଲୁ ଦୂର କେମିତି ତୁ ହେଇଗଲୁ ଆଉ କାହାର ମୋ ମନ ତୋ ପାଇଁ ଥିଲା ଖେଳନା ଖେଳି ଦେଇ ଚାଲିଗଲୁ ଜୀବନେ ମୋର ॥ ତୁ ସିନା ଭୁଲିଗଲୁ ପାରୁନି ମୁଁ ଭୁଲି ନେଇଗଲୁ ହସ ମୋର ଲୁହ ଦେଲୁ ଖାଲି ତୁ ଜାଳିଦେଲୁରେ ସପନ ମୋର ଏମିତି ବଦଳିଯିବୁ ଜାଣି ମୁଁ ନଥିଲି ତୁ ସିନା ଭୁଲିଗଲୁ ପାରୁନି ମୁଁ ଭୁଲି ନେଇଗଲୁ ହସ ମୋର ଲୁହ ଦେଲୁ ଖାଲି ତୁ ଜାଳିଦେଲୁରେ ସପନ ମୋର ଏମିତି ବଦଳିଯିବୁ ଜାଣି ମୁଁ ନଥିଲି ମୁଁ ଭାବିଥିଲିରେ ତତେ ନିଜର ଭାଙ୍ଗିଦେଇ ଚାଲିଗଲୁ ଭରସା ମୋର ତୁ ବୁଝିଲୁ ନାହିଁ ମୋ କଥା ଥରେ କେମିତି ତୁ ହେଇଗଲୁ ଏତେ ନିଷ୍ଠୁର ॥୧॥ ହୋ..ତୁ ଥିଲୁ ମୋ ଦୁନିଆ ଥିଲୁ ମୋ ପୃଥିବୀ ତତେ ଛା

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବ ଦୃଶା - Mangale Ailaa Usha Bikacha-Rajiba Drusha Lyrics

Image
== ଓଡ଼ିଆ == ଗୀତ : ମଙ୍ଗଳେ ଅଇଲା ଉଷା ଭାଷା : ଓଡ଼ିଆ ଆଲବମ : ଚାନ୍ଦ ମାଧୁରୀ କଣ୍ଠ : ଘନଶ୍ୟାମ ପଣ୍ଡା ଗୀତିକାର : ସ୍ଵଭାବକବି ଗଙ୍ଗାଧର ମେହେର (୧୮୬୨-୧୯୨୪) ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ରାଗ : ଚୋଖି ମସିହା : ୧୯୯୬ ମଙ୍ଗଳେ ଅଇଲା ଉଷା          ବିକଚ-ରାଜୀବ ଦୃଶା           ଜାନକୀ-ଦର୍ଶନ-ତୃଷା ହୃଦୟେ ବହି, କରପଲ୍ଲବେ ନୀହାର-          ମୁକ୍ତାଧରି ଉପହାର           ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,                  କଳକଣ୍ଠ କଣ୍ଠେ କହିଲା           "ଦରଶନ ଦିଅ ସତୀ, ରାତି ପାହିଲା" ॥୧॥ ଅରୁଣ କଷାୟ ବାସ,          କୁସୁମକାନ୍ତି ବିକାଶ,           ପ୍ରଶାନ୍ତ ରୂପ, ବିଶ୍ଵାସ ଦିଅନ୍ତି ମନେ, କେଉଁ ଯୋଗେଶ୍ଵରୀ ଆସି          ମଧୁର ଭାଷେ ଆଶ୍ଵାସି           ଡାକୁଛନ୍ତି ଦୁଃଖରାଶି-ଉପଶମନେ,                ଦେବାପାଇଁ ନବ ଜୀବନ           ସ୍ଵର୍ଗୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ ! ॥୨॥ ସମୀର ସଙ୍ଗୀତ ଗାଏ,          ଭ୍ରମର ବୀଣା ବଜାଏ,           ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ, କୁମ୍ଭାଟୁଆ ହୋଇ ଭାଟ          ଆରମ୍ଭିଲା ସ୍ତବ ପାଠ           କଳିଙ୍ଗ ଅଇଲା ପାଟ ମାଗଧ ବେଶେ,                ଲଲିତ ମଧୁରେ କହିଲା,           "ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା" ॥୩॥ ମୁନି-ମୁଖ-ବେଦ-ସ୍ଵନ    

ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ - Gadi Gadi Gadi Jaa Chalija Ghatagaanku Lyrics

Image
== ଓଡ଼ିଆ == ଭଜନ : ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଭାଷା : ଓଡ଼ିଆ ଆଲବମ : ମା'କୁ ବଢ଼ିଆ ଗୋଟା ନଡ଼ିଆ କଣ୍ଠ : ଶ୍ରୀକାନ୍ତ ଦାସ ମସିହା : ୧୯୯୭ ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଦବୁ ମନେକରି ଏ ନଡ଼ିଆ ମୋ ମା'କୁ ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଦବୁ ମନେକରି ଏ ନଡ଼ିଆ ମୋ ମା'କୁ ଫାଟକ ପାଖରେ ରହିବୁ ଯାଇ ହାତ ବଢ଼େଇବ ଦେହୁରି ଭାଇ ଫାଟକ ପାଖରେ ରହିବୁ ଯାଇ ହାତ ବଢ଼େଇବ ଦେହୁରି ଭାଇ ବଢ଼ାଇବୁ ତାହାକୁ ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଦବୁ ମନେକରି ଏ ନଡ଼ିଆ ମୋ ମା'କୁ ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଦବୁ ମନେକରି ଏ ନଡ଼ିଆ ମୋ ମା'କୁ ॥ ଦୁଃଖହାରିଣୀ ଶୁଭକାରିଣୀ ମା ତାରିଣୀ ପୂର୍ଣ୍ଣକରେ ମାନସିକ ମନକୁ ଜାଣି ଦୁଃଖହାରିଣୀ ଶୁଭକାରିଣୀ ମା ତାରିଣୀ ପୂର୍ଣ୍ଣକରେ ମାନସିକ ମନକୁ ଜାଣି ଭକତ ଡାକକୁ ଡେରିଚି କାନ ସକଳ ସୁଖତ ତାହାରି ଦାନ ଭକତ ଡାକକୁ ଡେରିଚି କାନ ସକଳ ସୁଖତ ତାହାରି ଦାନ ଧନ୍ୟ ତା ଦୟାକୁ ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଦବୁ ମନେକରି ଏ ନଡ଼ିଆ ମୋ ମା'କୁ ଗାଡ଼ି ଗଡ଼ି ଗଡ଼ି ଯା ଚାଲିଯା ଘଟଗାଁକୁ ଦବୁ ମନେକରି ଏ ନଡ଼ିଆ ମୋ ମା'କୁ ॥୧॥ ଚକ ଘୁରୁଚି ଅଖ ଘୁରୁଚି ମିଛ ମାୟାରେ ଭାଗ୍ୟଚକ୍ର ଘୁରୁଅଛି ତା ଦୟାରେ ଚକ ଘୁରୁଚି ଅଖ ଘୁରୁଚି ମିଛ ମାୟାରେ ଭାଗ୍ୟଚକ୍ର ଘୁରୁଅଛି ତା ଦୟାରେ ସଂସାର ସଡ଼

ଦେଇଦେବି ଦେଇଦେବି ଲୋ ତାକୁ ଏଇ ମୋ କୁଆଁରୀ ଦିଲ୍ - Deidebi Deidebi Lo Taku Ei Mo Kuanri Dil Lyrics

Image
== ଓଡ଼ିଆ == ଗୀତ : ଦେଇଦେବି ଦେଇଦେବି ଲୋ ତାକୁ ଭାଷା : ଓଡ଼ିଆ କଣ୍ଠ : ଇରା ମହାନ୍ତି, ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ ଗୀତିକାର : ଗଣେଶ୍ଵର ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୧୯ (ଝି-୧) ନ ଥାଉ ପଛେ ବ୍ୟାଙ୍କ ବାଲାନ୍ସ ମୋ ପାଇଁ ଥାଉ ତା ଫିଲ୍ (ଝି-୨) ମୋ ଲିପଷ୍ଟିକ୍ କାଜଲ୍ କିଣାରେ ସିଏ ଦେଇ ପାରୁଥିବ ବିଲ୍ (ଝି-୩) ମୁଁ ରୁଷିଲେ ରାଗିଲେ ମୋ ସାଥେ ଯିଏ କରି ପାରୁଥିବ ଡିଲ୍ (ଝି-ସମସ୍ତେ) ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଏଇ ମୋ କୁଆଁରୀ ଦିଲ୍ ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଏଇ ମୋ କୁଆଁରୀ ଦିଲ୍ (ଝି-୨) ନ ଥାଉ ପଛେ ବ୍ୟାଙ୍କ ବାଲାନ୍ସ ମୋ ପାଇଁ ଥାଉ ତା ଫିଲ୍ (ଝି-୩) ମୋ ଲିପଷ୍ଟିକ୍ କାଜଲ୍ କିଣାରେ ସିଏ ଦେଇ ପାରୁଥିବ ବିଲ୍ (ଝି-୧) ମୁଁ ରୁଷିଲେ ରାଗିଲେ ମୋ ସାଥେ ଯିଏ କରି ପାରୁଥିବ ଡିଲ୍ (ସମସ୍ତେ) ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଏଇ ମୋ କୁଆଁରୀ ଦିଲ୍ ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଦେଇଦେବି ଦେଇଦେବି ଲୋ ତାକୁ ଏଇ ମୋ କୁଆଁରୀ ଦିଲ୍ ॥ (ଝି-୧) ଜଏଣ୍ଟ ଫ୍ୟାମିଲି ହଉ ପଛେ ତାର (ଝି-୩) ଖୁସି ଖୁସି ଥିବ ତା ପରିବାର (ଝି-୨) କାର୍

କଳା କୋଇଲିର କୁହୁ ମିଠା ମିଠା - Kala Koilira Kuhu Mitha Mitha Lyrics

Image
== ଓଡ଼ିଆ == ଭଜନ : କଳା କୋଇଲିର କୁହୁ ମିଠା ମିଠା ଭାଷା : ଓଡ଼ିଆ ଆଲବମ : କସ୍ତୁରୀ କଣ୍ଠ : ସାଧାନା ସରଗମ୍ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୨୦୦୫ କଳା କୋଇଲିର କୁହୁ ମିଠା ମିଠା ଝରା ବଉଳର ମହୁ ମିଠା ମିଠା କଳା କୋଇଲିର କୁହୁ ମିଠା ମିଠା ଝରା ବଉଳର ମହୁ ମିଠା ମିଠା କଳାକାହ୍ନୁର କଥା ମିଠା ମିଠା କଳାକାହ୍ନୁର କଥା ମିଠା ମିଠା କଳାମାଣିକର ପ୍ରୀତି ମିଠା ମିଠା ମିଠା କଳା କୋଇଲିର କୁହୁ ମିଠା ମିଠା ଝରା ବଉଳର ମହୁ ମିଠା ମିଠା ହୋ..କଳା କୋଇଲିର କୁହୁ ମିଠା ମିଠା ॥ ମିଠା ତା ଚାହାଣି ମିଠା ତା କାହାଣୀ ମିଠା ତା ଯମୁନା ଜଳ ମିଠା ଲାଗେ କେରି କଦମ୍ବ ମୂଳେ ଲୋ ତା ମୋହନ ବଂଶୀ ସୁର ମିଠା ତା ଚାହାଣି ମିଠା ତା କାହାଣୀ ମିଠା ତା ଯମୁନା ଜଳ ମିଠା ଲାଗେ କେରି କଦମ୍ବ ମୂଳେ ଲୋ ତା ମୋହନ ବଂଶୀ ସୁର ମିଠା ଲାଗେ ତାର ପୁରାଣ ପୋଥି ଲୋ ମିଠା ଲାଗେ ତାର ପୁରାଣ ପୋଥି ଲୋ ମିଠା ଭାଗବତ ଗୀତା.. ଆ ଆ ଆ କଳା କୋଇଲିର କୁହୁ ମିଠା ମିଠା ଝରା ବଉଳର ମହୁ ମିଠା ମିଠା ହୋ..କଳା କୋଇଲିର କୁହୁ ମିଠା ମିଠା ॥୧॥ ମିଠା ଗୋପୀବାଳା ମିଠା ନନ୍ଦବାଳା ମିଠା ଶ୍ରୀରାଧାର ପ୍ରେମ ମିଠା ତା ପରଶ ମିଠା ତା ସୁବାସ ମିଠା ତାର ସୁନାବେଶ ମିଠା ଗୋପୀବାଳା ମିଠା ନନ୍ଦବାଳା ମିଠା ଶ୍ରୀରାଧାର ପ୍ରେମ ମିଠା ତା ପରଶ ମିଠା ତା ସୁବାସ ମିଠା ତାର ସୁନାବେଶ ମିଠା ଲାଗେ କୁ

ମିତରେ ମିତ ମିତ ତୋତେ ଖୋଜୁଚି ମୋ ଗୀତ - Mitare Mita Mita Tote Khajuchi Mo Gita Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମିତରେ ମିତ ମିତ ତୋତେ ଖୋଜୁଚି ଭାଷା : ଓଡ଼ିଆ ଚଳଚିତ୍ର : ଆଇ ଲଭ ୟୁ କଣ୍ଠ : ଟି. ସୌରି ଗୀତିକାର : ସ୍ଵରୂପ ନାୟକ ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ ମସିହା : ୨୦୦୪ ମିତରେ.. ମିତରେ.. ଏ..ମିତ.. ମିତରେ ମିତ ମିତ ତତେ ଖୋଜୁଚି ମୋ ଗୀତ ହାଏ ମିତରେ ମିତ ମିତ ତତେ ଖୋଜୁଚି ମୋ ଗୀତ ସଙ୍ଗୀତର ସୁରେ ସୁରେ ସଜେଇବି ତତେ ସଙ୍ଗୀତର ସୁରେ ସୁରେ ସଜେଇବି ତତେ ତୁ ମୋ ଚିର ବସନ୍ତ   ତତେ ଖୋଜୁଚି ମୋ ଗୀତ ହାଏ ମିତରେ ମିତ ମିତ ତତେ ଖୋଜୁଚି ମୋ ଗୀତ ॥ ମୁଁ ଜାଣିନି ତୋ ନାଁ ଗାଁ ଦେଖିନି ତତେ ମୁଁ ଜାଣିନି ତୋ ନାଁ ଗାଁ ଦେଖିନି ତତେ ତୁ ଅତି ଆପଣାର ଲାଗୁଚୁ ମତେ ହାଏ ଲାଗୁଚୁ ମତେ ଆ ମୋ ପାଖକୁ ଆ  ଥରେ ଦେଖା ଦେଇଯା ଆ ମୋ ପାଖକୁ ଆ   ଥରେ ଦେଖା ଦେଇଯା ମୋ ସଙ୍ଗୀତ ସୁରେ ସୁରେ ଭିଜେଇବି ତତେ ମୋ ସଙ୍ଗୀତ ସୁରେ ସୁରେ ଭିଜେଇବି ତତେ କେବେ ହବୁ ମନର ମିତ ତତେ ଖୋଜୁଚି ମୋ ଗୀତ ହାଏ ମିତରେ ମିତ ମିତ ତତେ ଖୋଜୁଚି ମୋ ଗୀତ ॥୧॥ ଏଇ ଛାଇ ଆଲୁଅର ଖେଳ କେବେ ସରିବ ଏଇ ଛାଇ ଆଲୁଅର ଖେଳ କେବେ ସରିବ ଆମ ଦୁଇ ମନ ଦୁଇ ପ୍ରାଣ ଗୋଟିଏ ହବ ହାଏ ଗୋଟିଏ ହବ ଭଲପାଉ ମତେ ବୋଲି କହିଦେ ତୁ ଓଠ ଖୋଲି ଭଲପାଉ ମତେ ବୋଲି କହିଦେ ତୁ ଓଠ ଖୋଲି ସାତ ରଙ୍ଗ ସାତ ସୁରେ ହଜେଇବି ତତେ ସାତ ରଙ୍ଗ ସାତ ସୁରେ ହଜେଇବି ତତେ ଧରିନେ ମୋ ହାତ ତତେ ଖୋଜୁଚି ମୋ ଗୀତ ହାଏ ମିତରେ ମିତ ମ

ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ - Tu Chalijibu To Shasughara Phulara Sabarire Lyrics

Image
== ଓଡ଼ିଆ == ଗୀତ : ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ ଭାଷା : ଓଡ଼ିଆ ଆଲବମ : ରଜନୀଗନ୍ଧା କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ଶ୍ରୀକାନ୍ତ ଗୌତମ   ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୫ ତୁ ଚାଲିଯିବୁ.. ତୋ ଶାଶୁଘର.. ଫୁଲର ସବାରିରେ ମୁଁ ଚାଲିଯିବି.. ମଶାଣିକୁ ମୋର.. କଣ୍ଟାର କୋକେଇରେ ତୁ ଚାଲିଯିବୁ ତୋ ଶାଶୁଘର ତୁ ଚାଲିଯିବୁ ତୋ ଶାଶୁଘର ଫୁଲର ସବାରିରେ ମୁଁ ଚାଲିଯିବି ମଶାଣିକୁ ମୋର କଣ୍ଟାର କୋକେଇରେ ତୁ ଶୋଇଥିବୁ ଚଉଠି ରାତିରେ ତୁ ଶୋଇଥିବୁ ଚଉଠି ରାତିରେ ରଜନୀଗନ୍ଧା ଶେଯରେ ମୁଁ ଶୋଇଥିବି ଜୁଇର ଖଟରେ ନିଆଁର ବିଛଣାରେ ଯଦି ଆମ ପ୍ରେମ ସତ ହେଇଥିବ ଯଦି ଆମ ପ୍ରେମ ସତ ହେଇଥିବ ପୁଣି ଦେଖାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ॥ ଟୋପାଏ ସିନ୍ଦୁର ଦେଇ ନାହିଁ ବୋଲି ହେଇଗଲି ସାତପର ଶଙ୍ଖାରୁ ଦି'ପଟ କିଣିଦେଇ ନାହିଁ କହିପାରିବିନି ମୋର ରୋଶଣି କରି ମୁଁ ଯାଇନାହିଁ ବୋଲି ନାହିଁ ମୋର ଅଧିକାର ମତେ ଫାଶୀ ଦେଇ ଆଉ କା ଗଳାରେ ପିନ୍ଧେଇବୁ ଫୁଲହାର ଅଳପ ଦିନର ଗଳପ ଆମର ଅଳପ ଦିନର ଗଳପ ଆମର ପୁଣି ପୂରାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ପୁଣି ଦେଖାହବ ଆର ଜନମରେ ॥୧॥ ଭୁଲିଯିବୁ ମତେ ଭୁଲିଯିବୁ ଧୀରେ ପଛକଥା ସବୁ ତୋର ଗୋଟି ଗୋଟି କରି ପୋଡ଼ିଦବୁ ଚିରି ହାତ ଲେଖା ଚିଠି ମୋର ଆଉ ଦେଖିବୁନି ଖୋଜି ପାଇବୁନି ଚାଲିଯିବି ବହୁ ଦୂର ମୋ ସମାଧି ତ

ଦେଖ ଆଉ ଶିଖ, ଶିଶୁ କବିତା - Dekha Aau Shikha, Shishu Kabita Lyrics

Image
ଫଟୋ କ୍ରେଡିଟ୍ : ଜୀବଜନ୍ତୁ ମାନଙ୍କ ଫଟୋ ପିକ୍ସାବେ ରୁ ସଂଗୃହିତ ଗୀତ : ଦେଖ ଆଉ ଶିଖ ଭାଷା : ଓଡ଼ିଆ ଗୀତିକାର : କବିସୌରଭ କୈଳାଶଚନ୍ଦ୍ର ବେହେରା ମସିହା : ୨୦୧୯ ଗାଈକୁ କହୁ ଗୋମାତା ସିନା                 ପେଜ ତୋରାଣି ଦେଉ ସବୁରି ଲାଗି ସୁଷମ ଖାଦ୍ୟ                 ଗୋରସ ଆମେ ପାଉ ॥୧॥ କୁକୁର ଭଳି ବିଶ୍ଵାସୀ ଜୀବ                  ଜଗତେ ଆଉ ନାହିଁ ଅଇଁଠାଭାତ ଖାଇ ଘରକୁ                 ଜଗିରହିଣ ଥାଇ ॥୨॥ ସକାଳୁ ଉଠି ଡାମରା କୁଆ                 କହଇ କା କା କହଇ ଶେଯୁ ସକାଳୁ ଉଠି                 କାମରେ ଲାଗି ଯା । ଦାଣ୍ଡ ବାଡ଼ିରେ ଛେପ ଖଙ୍କାର                 ଯାହା ମଇଳା ଥାଏ ଥଣ୍ଟରେ ଖୁଣ୍ଟି ଖାଇ ସେ ସବୁ                 ସଫା କରିଣ ଦିଏ ॥୩॥ କଳା କୋଇଲି ଆମ୍ବ ଗଛରେ                 କରଇ କୁହୁ କୁହୁ ରୂପଟା ସିନା ସୁନ୍ଦର ନୁହେଁ                 ଭାରି ଆନନ୍ଦ ପାଉ ॥୪॥ ଆମ୍ବ ଗଛକୁ ଢେଲା ଫୋପାଡ଼ି                 ଖାଆନ୍ତି ପିଲା ଦଳ ଆଘାତ ସହି ଆର ବରଷ                 ଦିଅଇ ପୁଣି ଫଳ ॥୫॥ ବୁଢ଼ା କଇଁଛ ନିରୋଳା ଦେଖି                 କାଢ଼ଇ ମୁଣ୍ଡ ଗୋଡ଼ ବୁଝି ବିଚାରି ଆଗକୁ ବଢ଼                 ତରବରିଆ ଛାଡ଼ ॥୬॥ ମଲ୍ଲି ଫୁଲଟି ଛୋଟିଆ ସିନା                 ବାସନା ଅଛି ତା'ର ଠାକୁର ପାଖେ ପାଏ ସେ ପ

ରେ ଆତ୍ମନ! ନିଦ୍ରା ପରିହରି - Re Atman! Nidra Parihari Lyrics

Image
== ଓଡ଼ିଆ == ଭଜନ : ରେ ଆତ୍ମନ! ନିଦ୍ରା ପରିହରି ଭାଷା : ଓଡ଼ିଆ ଚଳଚିତ୍ର : ମମତା କଣ୍ଠ : ପ୍ରଣବ ପଟ୍ଟନାୟକ ଗୀତିକାର : ଭକ୍ତ କବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୫ ରେ ଆତ୍ମନ! ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ରେ ଆତ୍ମନ! ନିଦ୍ରା ପରିହରି ॥୧॥ କି ବେଗରେ ଯାଉଅଛି ଚାଲି କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି ରେ ଆତ୍ମନ! ନିଦ୍ରା ପରିହରି ॥୨॥ ହେ ଇଶ୍ଵର ପତିତତାରଣ ହେ ଇଶ୍ଵର ପତିତତାରଣ ପ୍ରାଣର ମୋ ନିରଞ୍ଜନ ଭୟ ବିଘ୍ନ ବିନାଶନ ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ ରେ ଆତ୍ମନ! ନିଦ୍ରା ପରିହରି ॥୩॥ YouTube ରେ ରେ ଆତ୍ମନ! ନିଦ୍ରା ପରିହରି == English == Bhajan : Re Atman! Nidra Parihari Language : Odia Movie : Mamata Singer : Pranab Patnaik Lyricist :  Bhakta Kabi Madhusudan Rao Music Director : Prafulla Kar Year : 1975 Re atman! nidra parihari Phedi chintara lochana kara kara nirikhyana Nihshabde jibanasrot

ଆସ ଆସ ଆସ ମୋର ସରଗତରା ଲୋ - Aasa Aasa Aasa Mora Saragatara Lo Lyrics

Image
== ଓଡ଼ିଆ == ଗୀତ : ଆସ ଆସ ଆସ ମୋର ସରଗତରା ଲୋ ଭାଷା : ଓଡ଼ିଆ ଆଲବମ : ବାହୁଡ଼ା ଯାତ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶକ : ଦୁଖିଶ୍ୟାମ ତ୍ରିପାଠୀ ମସିହା : ୨୦୦୫ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ଅନା ଅନା କାଳିଆର ଅନା ଅନା କାଳିଆର ରଥ ଯାତରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥  ପଡ଼ିଛି ଆଜ ବନ୍ଧା ଅଣ୍ଟା ଦଉଡ଼ି ଛନ୍ଦା ପଡ଼ିଛି ଆଜ ବନ୍ଧା ଅଣ୍ଟା ଦଉଡ଼ି ଛନ୍ଦା ବାଇଶି ପାହାଚେ ଲାଗେ ବାଇଶି ପାହାଚେ ଲାଗେ ଭିଡ଼ା ଓଟରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୧॥  ଝୁଲି ଝୁଲି ଆସୁଛି ଛେଚା କଚା ଖାଉଛି ଝୁଲି ଝୁଲି ଆସୁଛି ଛେଚା କଚା ଖାଉଛି କି ସୁନ୍ଦର ଦିଶେ ମଥା କି ସୁନ୍ଦର ଦିଶେ ମଥା ଟାହିଆ ଝରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୨॥  ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ବିଜୟ ପରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ॥୩॥  ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା ସାରୁଛନ୍ତି ରଥ ପରେ ସାରୁଛନ୍ତି ରଥ ପରେ ଛେରା ପହଁରା ଲୋ ଆସ ଆସ ଆସ ମୋର ସରଗତରା ଲୋ ଆସ ଆସ ଆସ ମୋର ଅନା ଅନା କାଳିଆର ଅନା ଅନା କାଳିଆର ରଥ ଯାତରା

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ