Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର - Tume Hin Swagra Mora Tume Debata Mora Lyrics

== ଓଡ଼ିଆ ==

ଗୀତ : ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର
ଭାଷା : ଓଡ଼ିଆ
ଚଳଚିତ୍ର : ଶଙ୍ଖା ସିନ୍ଦୁର 
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ଦେବଦାସ ଛୋଟରାୟ
ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୫



ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର
ତୁମରି ପାଇଁ ଯାଉ ଗୋ ବିତି
ଏଇ ଜନମ ମୋହର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ॥


ତୁମେ ମୋର ଆଖି ନୁହଁ ସେ ଆଖିର ଜ୍ୟୋତି
ଜନମ ଜନମ ଲାଗି ତୁମେ ହିଁ ତ ସାଥୀ
ଏ ଜୀବନ ସୁରେ ମୋର ତୁମେ ମଧୁଗୀତି
ତୁମରି ସେ ପାଦତଳେ ମୋହରି ମୁକତି
ଏ ଦେହ ମୋର..
କଣ୍ଢେଇ ମାଟିର
ତୁମେ ହିଁ ପ୍ରାଣ ତାହାର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ॥୧॥


ତୁମ ସୁଖେ ସୁଖୀ ହୋଇ ମୁଁଇ ହସୁଥିବି
ତମ ଦୁଃଖେ ଦୁଃଖୀ ହୋଇ ଲୁହ ଝରାଇବି
ଏ ଜୀବନ କାଟିଦେବି ତୁମରି କୁଳରେ
ଜିଇଁ ଥିବା ଯାଏଁ ନାଇ ସିନ୍ଦୁର ମଥାରେ
ତୁମେ ହିଁ ତ କାୟା..
ମୁଁ ତୁମ ଛାୟା
ଏଇ ଆମ ସୁନା ସଂସାର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର
ତୁମରି ପାଇଁ ଯାଉ ଗୋ ବିତି
ଏଇ ଜନମ ମୋହର
ତୁମେ ହିଁ ସ୍ୱର୍ଗ ମୋର
ତୁମେ ଦେବତା ମୋର
ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର
ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ॥୨॥


YouTube ରେ ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର


ଗୀତଟିର ଅନ୍ୟ ଏକ ଭିଡିଓ ଦେଖନ୍ତୁ YouTube ରେ


== English ==

Song : Tume Hin Swagra Mora Tume Debata Mora
Language : Odia
Movie : Shankha Sindura
Singer : Anuradha paudwal
Lyrics : Devdas Chhotray
Music Director : Akshaya Mohanty
Year : 1985



Tume hin swagra mora
Tume debata mora
Tume hin shanka tume hin sindura
Tumari pain jau go biti
Ei janama mohara
Tume hin swagra mora
Tume debata mora
Tume hin shanka tume hin sindura ॥


Tume mora akhi nuhan se akhira jyoti
Janama janama lagi tume hin ta sathi
E jabana sure mora tume madhugiti
Tumari se padatale mohari mukati
E deha mora..
Kandhei matira
Tume hin prana tahara
Tume hin swagra mora
Tume debata mora
Tume hin shanka tume hin sindura ॥1॥


Tuma sukhe sukhi hoi muni hasuthibi
Tama duhkhe duhkhi hoi luha jharaibi
E jibana katidebi tumari kulare
Jiin thiba jaen nai sindura mathare
Tume hin ta kaya..
Mun tuma chhaya
Ei ama suna sansara
Tume hin swagra mora
Tume debata mora
Tume hin shanka tume hin sindura
Tumari pain jau go biti
Ei janama mohara
Tume hin swagra mora
Tume debata mora
Tume hin shanka tume hin sindura
Tume hin shanka tume hin sindura ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ