Posts

Showing posts with the label ଚଳଚିତ୍ରରୁ ସଂଗୃହିତ ଭଜନ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ - Putra Snehe Helu Bai Go Joshode Lyrics

Image
== ଓଡ଼ିଆ == ଗୀତ : ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ଭାଷା : ଓଡ଼ିଆ ଚଳଚିତ୍ର : ମନ ମନ୍ଦିର କଣ୍ଠ : ଚିତ୍ତ ଜେନା ଗୀତିକାର : ଶିବବ୍ରତ ଦାସ  ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୭୭ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ଅନ୍ତଚିରି ଜାତ କରିନୁ ସିନା ଲୋ   ଅନ୍ତଚିରି ଜାତ କରିନୁ ସିନା ଲୋ ତୋ ରଙ୍କରତନ ସେହି ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ॥ ଯତନେ ପିନ୍ଧାଉ ମୟୂର ଚନ୍ଦ୍ରିକା ଗଳାରେ କୁସୁମ ହାର ଖେଳାଇ ବୋଳାଇ ଭୁଞ୍ଜାଉ ବଳାକୁ ଆଦରେ ଲବଣି ସର ଆଖିରୁ ଉହାଡ଼ ହେଲେ ତୋ କୁମର ଆଖିରୁ ଉହାଡ଼ ହେଲେ ତୋ କୁମର ଅଧିରେ ଯାଉ ତୁ ଧାଇଁ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ॥୧॥ ବିଧିର ବିଧାନ ମାନି ଶ୍ୟାମଘନ ଯେବେ ଗଲା ମଧୁପୁରେ   ବିକଳେ ମାତା ଗୋ କାନ୍ଦିଲୁ ବାହୁନି ପୁତ୍ର ରହିଗଲା ଦୂରେ ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା ତୋ ଦୁଃଖ ବୁଝିଲା ନାହିଁ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ ପୁତ୍ର ସ୍ନେହେ ହେଲୁ ବାଇ ଅନ୍ତଚିରି ଜାତ କରିନୁ ସିନା ଲୋ   ଅନ୍ତଚିରି ଜାତ କରିନୁ ସିନା ଲୋ...

କିଏ ଆସେରେ ଧରା ନାଚେରେ - Kie Aasere Dhara Nachere Lyrics

Image
== ଓଡ଼ିଆ == ଭଜନ : କିଏ ଆସେରେ ଧରା ନାଚେରେ ଭାଷା : ଓଡ଼ିଆ ଚଳଚିତ୍ର : ମଥୁରା ବିଜୟ କଣ୍ଠ : ଭିକାରି ବଳ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ କିଏ ଆସେରେ କିଏ ଆସେରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥ ହସି ଉଠେ ଫୁଲ ବନେ ଉପବନେ ହସି ଉଠେ ଫୁଲ ବନେ ଉପବନେ ମଳୟ ବହୁଛି ଭୁବନେ ଭୁବନେ ମଳୟ ବହୁଛି ଭୁବନେ ଭୁବନେ ଆଲୋକେ ଭୁଲୋକେ ଗୋଲକେ ପୁଲକେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୧॥ ଯମୁନାର ଜଳ ବହୁଛି ଉଜାଣି ଯମୁନାର ଜଳ ବହୁଛି ଉଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ସରସେ ହରଷେ ଭରଷେ ପରଷେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୨॥ କିଏ ଆସେରେ ଧରା ନାଚେରେ: ଭିକାରି ବଳ ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ମଥୁରା ବିଜୟ”...

ଯା'ରେ ମାଝି ଯା ତୁ ନଉକା ବାହି ଯା - Ja’re Majhi Ja Tu Nauka Bahi Ja Lyrics

Image
== ଓଡ଼ିଆ == ଭଜନ : ଯା'ରେ ମାଝି ଯା ତୁ ନଉକା ବାହି ଯା ଭାଷା : ଓଡ଼ିଆ ଚଳଚିତ୍ର : ଚିହ୍ନା ଅଚିହ୍ନା କଣ୍ଠ : ପ୍ରଣବ ପଟ୍ଟନାୟକ ଗୀତିକାର : ସୁରେନ୍ଦ୍ରନାଥ ବିଦ୍ୟାଧର ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ ମାଝିରେ..ଏ..ହେ..ଏ.. ହୋ.. ମାଝିରେ..ମାଝିରେ..ହେ..ଏ..ହେ.. ଉଁ..ଉଁ..ଉଁ..ଉଁ ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ମଝି ନଈରୁ ପାରିକରି ତୁ ସେଇ ଘାଟକୁ ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ॥ ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ ମାଝିରେ.. ଯୋଉ କୂଳକୁ ପବନ ବହେ ସେଇ କୂଳକୁ ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ॥୧॥ ସବୁରି ଆଖିରେ ନାଉରୀ ମୁହିଁ ମୋ ନାଆ ଦଇବ ନେଉଛି ବାହି ସବୁରି ଆଖିରେ ନାଉରୀ ମୁହିଁ ମୋ ନାଆ ଦଇବ ନେଉଛି ବାହି ମାଝିରେ.. ଏଇ ସଂସାର ନାଆ ଯେ ବାହେ ସେ ତ ବଡ଼ ନାଉରିଆ ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ମଝି ନଈରୁ ପାରିକରି ତୁ ସେଇ ଘାଟକୁ ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ମାଝିରେ..ଓ..ମାଝିରେ.. ମାଝିରେ..ହେହେ..ଏ.. ହୋ.. ମାଝିରେ..ମାଝିରେ..ଏ..ଏ..॥୨॥ ଯା...

ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ - Jaya Jadunandana Radhika Pranaballabha Lyrics

Image
== ଓଡ଼ିଆ == ଭଜନ : ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ ଭାଷା : ଓଡ଼ିଆ ଚଳଚିତ୍ର : ଗପ ହେଲେ ବି ସତ କଣ୍ଠ : ସୁମନ କଲ୍ୟାଣପୁର ଗୀତିକାର : ଗୁରୁକୃଷ୍ଣ ଗୋସ୍ଵାମୀ ସଂଗୀତ ନିର୍ଦ୍ଦେଶକ : ଭୁବନ, ହରି ମସିହା : ୧୯୭୬ (ଝି) ଜୟ ଯଦୁନନ୍ଦନ ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ ହେ ବଂଶୀବଦନ ରାଧିକା ପ୍ରାଣବଲ୍ଲଭ ହେ ବଂଶୀବଦନ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଯଦୁନନ୍ଦନ (ସମସ୍ତେ) ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥  (ଝି) ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ ଆହେ ଚିନ୍ତାମଣି ପ୍ରଭୁ ଦୀନବନ୍ଧୁ ମୁକୁନ୍ଦ ମୁରାରୀ ହେ କରୁଣାସିନ୍ଧୁ ଜୟ ବ୍ରଜମୋହନ ଘେନ ହେ ବନ୍ଦନ ଜୟ ବ୍ରଜମୋହନ ଘେନ ହେ ବନ୍ଦନ (ସମସ୍ତେ) ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୧॥  (ଝି) ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ ଗୋବିନ୍ଦ ଗୋପାଳ ହେ ମଧୁସୂଦନ ଆହେ ବ୍ରଜବନ୍ଧୁ ଦୁଃଖଭଞ୍ଜନ ଗୋବିନ୍ଦ ଗୋପାଳ ହେ ମଧୁସୂଦନ ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ  ଜୟ କୃଷ୍ଣ ମୁରାରୀ ଘେନ ହେ ବନ୍ଦନ  (ସମସ୍ତେ) ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ॥୨॥ YouTube ରେ ଜୟ ଯଦୁନନ୍ଦନ ରାଧିକା ପ୍ରାଣବଲ୍ଲଭ == English == Bhajan : Jaya Jadunandana Radhika Pranaballabha Language : Odia Movie : Gapa Hele Bi Sata Singer : S...

ମା' ଗୋ ମମତାମୟୀ ମାତା - Maa Go Mamatamayee Mata Lyrics

Image
== ଓଡ଼ିଆ == ଭଜନ : ମା' ଗୋ ମମତାମୟୀ ମାତା ଭାଷା : ଓଡ଼ିଆ ଚଳଚିତ୍ର : ବନ୍ଧୁ ମହାନ୍ତି  କଣ୍ଠ : ବାଣୀ ଜୟରାମ ଗୀତିକାର : ପ୍ରଫୁଲ୍ଲ କର  ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର  ମସିହା : ୧୯୭୭ (ଝି) ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା (ଝି) ମା' ଗୋ ମମତାମୟୀ ମାତା ଦେବୀ ଭବାନୀ ଗିରିସୁତା ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା ॥ (ଝି) ତୁହି ଗୋ ସ୍ନେହ ତୁହି ଗୋ ପ୍ରୀତି ତୋ କୋଳେ ଥିଲେ ସକଳ ଶାନ୍ତି ପରଶ ତୋର ଦିଏ ଗୋ ଶକ୍ତି ତୋ ପଦେ ମିଳେ ସ୍ୱର୍ଗ ମୁକ୍ତି ଅପାର ତୋର କରୁଣା କରେ କେ ପାରେ କଳନା (ଝି-ସମସ୍ତେ) ଅପାର ତୋର କରୁଣା କରେ କେ ପାରେ କଳନା (ଝି) ତୁହି ମା' ସୁଖଦା ତୁହି ମା' ବରଦା ଜୟ ଦଶଭୁଜା ମା' ଗୋ ବିରଜା (ଝି-ସମସ୍ତେ) ଜୟ ଦଶଭୁଜା ମା' ଗୋ ବିରଜା ॥୧॥ (ଝି) ଆଜି ସେ ତୋର କୁସୁମେ ଗନ୍ଧ ବହଇ ଧିରେ ମଳୟ ମନ୍ଦ ପାଳନ୍ତି ଆଜ୍ଞା ବରୁଣ ଇନ୍ଦ୍ର ଆକାଶେ ଉଏଁ ସୂର୍ଯ୍ୟ ଚନ୍ଦ୍ର ଅପାର ତୋର ମହିମା କରେ କେ ପାରେ କଳନା (ଝି-ସମସ୍ତେ) ଅପାର ...

ମୁଁ ତ କୂଳରୁ ହେଲି ବାହାର - Mun Ta Kularu Heli Bahara Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୪ ମଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ == ଫିଲ୍ମଗୀତ : ମୁଁ ତ କୂଳରୁ ହେଲି ବାହାର ଭାଷା : ଓଡ଼ିଆ ଚଳଚିତ୍ର : ମଲାଜହ୍ନ କଣ୍ଠ : ପ୍ରଣବ ପଟ୍ଟନାୟକ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୬୫ (ପୁ) ଆ.. ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ (ଝି) ଶ୍ୟାମପ୍ରୀତି କରି ଗଳାହାର ଲୋ ସଜନୀ ମୁଁ ତ କୂଳରୁ ହେଲି ବାହାର ଲୋ ଯେ ଯେତେ କହନ୍ତୁ ନିନ୍ଦାକୁ ବଚନ କାହିଁକି ଶୋଚନ ନାହିଁ ଯାଚନ ଗଣ୍ଠିଧନ ମୋର କାଳିଆ କାଞ୍ଚନ ମୁଁ ତା କିଣା କିଙ୍କରୀ ତାହାର ଲୋ ॥୧॥ (ପୁ) କେ ବୋଲନ୍ତି ରାଧା ହେଲା କଳଙ୍କିନୀ କେ ବୋଲନ୍ତି ରାଧା ହେଲା ପାଗଳିନୀ କେ ବୋଲନ୍ତି ରାଧା ପ୍ରେମମୋହୀ ଧନୀ (ଝି) ଏଇ ନିନ୍ଦା ପ୍ରଶଂସା କାହାର ଲୋ ଭଲ ମନ୍ଦ ହାନି ବୁଝି ନ ବିଚାରି ବଳେ ମୁଁ ହୋଇଚି ଦୁସ୍ତ ପରିଚାରୀ ବୁଝ ଭଲକରି ସଭିଙ୍କୁ ପଚାରି ତାହା ବିନେ ନ ରୁଚେ ଆହାର ଲୋ ସଜନୀ (ଝି+ପୁ) ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ ମୁଁ ତ କୂଳରୁ ହେଲି ବାହାର ଲୋ ॥୨॥ ଶବ୍ଦାର୍ଥ ଶୋଚନ - ଶୋକ, ବିଳାପ, ଯାଚନ - ପ୍ରାର୍ଥନା, ଭିକ୍ଷା, କିଙ୍କରୀ - ଚାକରର ସ୍...

ସିଂହବାହିନୀ ଶକ୍ତିପ୍ରଦାୟିନୀ ମା - Shinghabahini Shaktipradayini Maa Lyrics

Image
== ଓଡ଼ିଆ == ଭଜନ : ସିଂହବାହିନୀ ଶକ୍ତିପ୍ରଦାୟିନୀ ମା ଭାଷା : ଓଡ଼ିଆ ଚଳଚିତ୍ର : ମନ ଆକାଶ କଣ୍ଠ : ସିକନ୍ଦର ଆଲାମ୍, ଭିକା ରି ବଳ, ଏସ୍. ଜାନକୀ ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ଉପେନ୍ଦ୍ର କୁମାର ମସିହା : ୧୯୭୪ (ପୁ) ସିଂହବାହିନୀ ସିଂହବାହିନୀ ଶକ୍ତିପ୍ରଦାୟିନୀ ମା (ଝି) ଆସ ଅବତରୀ ଏ ଧରା ଧାମକୁ ମା'ଗୋ ଶୁଣ ମାଗୁଣି  (ସମସ୍ତେ) ମା..ମା.. ॥ (ଝି) ଯୁଗେ ଯୁଗେ ମାଗୋ ତୁମ କରୁଣାରୁ ମାନବର ଦେହ ଧରି (ପୁ) ତୁମ ଆନନ୍ଦ ଧାମେ ଫେରିଯାଉ ତୁମ କାମ ଆମେ କରି (ସମସ୍ତେ) ମା.. (ଝି) ଆସ ମା ଦୁର୍ଗା ବିକଶିତ ହୁଅ (ପୁ) ଆସ ମା ଦୁର୍ଗା ବିକଶିତ ହୁଅ ନବୀନ ଅରୁଣ ପରି (ସମସ୍ତେ) ସିଂହବାହିନୀ ॥୧॥ (ପୁ) ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା (ସମସ୍ତେ) ମା..ରିପୁନାଶିନୀ ମା (ପୁ) ତ୍ରିଶୂଳ ଧାରିଣୀ ରିପୁନାଶିନୀ ମା ସାହା ହୁଅ ତୁମେ ଆସି (ସମସ୍ତେ) ମା.. (ଝି) ମଙ୍ଗଳମୟୀ ସେ ରୂପକୁ ଚାହିଁ  ରହିଛୁ ଭାରତବାସୀ (ସମସ୍ତେ) ମା.. (ପୁ) ଦିଅ ମା ଭକ୍ତି ଦିଅ ମା ଶକ୍ତି (ଝି) ଦିଅ ମା ଭକ୍ତି ଦିଅ ମା ଶକ୍ତି (ପୁ) ମାଗୁଅଛୁ କର ଯୋଡ଼ି (ସମସ୍ତେ) ସିଂହବାହିନୀ ॥୨॥ (ପୁ) ତମସା ତିମିର ପୂରି ରହିଥିଲା ମୋର ଏ ଭାରତ ଦେଶେ ଅନ୍ଧାର ନାଶି ଉଦୟ ହେଲ ଗୋ ଗଗନ ପ୍ରାନ୍ତେ ଶେଷେ (ସମସ୍ତେ) ମା.. (ଝି) ତୁମରି ଆଭାର ଉଷାର ଆଲୋକେ ତୁମରି ଆ...

ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ - Sabuthiru Banchita Kari Keun Jasha Bana Udaiba He Lyrics

Image
== ଓଡ଼ିଆ == ଭଜନ : ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଭାଷା : ଓଡ଼ିଆ ଚଳଚିତ୍ର : ନବଜନ୍ମ କଣ୍ଠ : ରଘୁନାଥ ପାଣିଗ୍ରାହୀ ଗୀତିକାର : କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୬୫ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ଯାହା ଦେଇଥିଲ ସବୁତ ନେଲଣି ଯାହା ଦେଇଥିଲ ସବୁତ ନେଲଣି ଆଉ ଏବେ କିସ ଛଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ॥ ସଂସାରେ ଯେ କରଇ ଆଶ ଧାଏଁ ସିନା ସେ ତୁମ୍ଭ ପାଶ ସଂସାରେ ଯେ କରଇ ଆଶ ଧାଏଁ ସିନା ସେ ତୁମ୍ଭ ପାଶ ସକଳ ଭରସା ଯାର ତୁଟିଲାଣି ସକଳ ଭରସା ଯାର ତୁଟିଲାଣି କିସ ବୋଲି ତାକୁ ଡରାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ॥୧॥ ଠକି ଠକି ଥରକୁ ଥର ବୁଝିଲିଣି ତୁମ୍ଭ ଚାତର ଠକି ଠକି ଥରକୁ ଥର ବୁଝିଲିଣି ତୁମ୍ଭ ଚାତର ମନେ ପାଞ୍ଚିଛ କି ହାଟ ମଝିଟାରେ ମନେ ପାଞ୍ଚିଛ କି ହାଟ ମଝିଟାରେ ଛିଡ଼ା କରି ବାଟ ହୁଡ଼ାଇବ ହେ ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡ଼ାଇବ ହେ ସବୁଥିରୁ ବଞ୍ଚିତ କରି ॥୨॥  ତୁମ ଫନ୍ଦା ଏଡ଼ିବି ବୋଲି ସବୁଧନ୍ଦା ଦେଲିଣି ଠେଲି ତୁମ ଫନ୍ଦା ଏଡ଼ିବି ବୋଲି ସବୁଧନ୍ଦା ଦେଲିଣି ଠେଲି ଚାରି ଦଉଡ଼ି ଯେ କାଟି ସାରିଲା...

ନୀଳମାଧବ ହେ ଘେନବାରେ ମୋ ମିନତି - Nilamadhaba He Ghenabare Mo Minati Lyrics

Image
== ଓଡ଼ିଆ == ଭଜନ : ନୀଳମାଧବ ହେ ଘେନବାରେ ମୋ ମିନତି ଭାଷା : ଓଡ଼ିଆ ଚଳଚିତ୍ର : ନୀଳମାଧବ କଣ୍ଠ : ଭିକା ରି ବଳ ଗୀତିକାର : ପୁର୍ଣ୍ଣ ଚନ୍ଦ୍ର ମଲ୍ଲିକ ସଂଗୀତ ନିର୍ଦ୍ଦେଶକ : ନିର୍ମଳ କୁମାର ମସିହା : ୧୯୭୯ ନୀଳମାଧବ ହେ ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ଚରଣ ତଳେ ମୁଁ ଶରଣ ପଶୁଛି ଚରଣ ତଳେ ମୁଁ ଶରଣ ପଶୁଛି କରୁଣାକର ଶ୍ରୀପତି ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ॥୧॥ ତୁମେତ ଗଢ଼ିଛ ଏ ନୀଳଆକାଶ ଗଢ଼ିଛ ଏ ବନଗିରି ଦେଇଛ ଫୁଲରେ ଜାତିଜାତି ରଙ୍ଗ ଦେଇଛ ସୁବାସ ଭରି ତୁମରି ଆଦେଶେ ଆତଜାତ ଜୀବ ତୁମରି ଆଦେଶେ ଆତଜାତ ଜୀବ ତୁମ ବିନା କାହିଁ ଗତି ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ॥୨॥ ମହାପ୍ରଭୁ ତୁମେ ଦୟାର ସାଗର ତୁମରି କରୁଣା ବଳେ ମହାମୂର୍ଖ ସିନା ବୋଲାଏ ପଣ୍ଡିତ ପଥର ଭାସଇ ଜଳେ ଶ୍ରୀଚରଣେ ହରି ଏତିକି ଗୁହାରି ଶ୍ରୀଚରଣେ ହରି ଏତିକି ଗୁହାରି ରହୁ ପଦେ ସଦା ମତି ଘେନବାରେ ମୋ ମିନତି ନୀଳମାଧବ ହେ ଘେନବାରେ ମୋ ମିନତି ନୀଳମାଧବ.. ନୀଳମାଧବ.. ମାଧବ.. ॥୩॥ YouTube ରେ ନୀଳମାଧବ ହେ ଘେନବାରେ ମୋ ମିନତି == English == Bhajan : Nilamadhaba He Ghenabare Mo Minati Language : Odia Movie : Nilamadhaba Singer : Bhikari Bala Lyricist : Purna Chandra Mallick Music Director : Nirm...

ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି - Dekhi Se Banamalli Radha Hele Batuli Lyrics

Image
== ଓଡ଼ିଆ == ଭଜନ : ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି ଭାଷା : ଓଡ଼ିଆ ଚଳଚିତ୍ର : ମମତା କଣ୍ଠ : ଚିତ୍ତ ଜେନା, ପି. ସୁଶୀଲା ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୫ (ପୁ) ଦେଖି ସେ ବଣମଲ୍ଲି ରାଧା ହେଲେ ବାତୁଳି ଗଭାରେ ଖୋଷିଲେ ଯତନେ ଚାତୁରୀ ଗଭାରେ ଖୋଷିଲେ ଯତନେ ଚାତୁରୀ ମଣ୍ଡିଲେ ମଥାମଣି ନୂପୁରେ ପାଦ ବେନି ଆସିବେ ବୋଲି କୁଞ୍ଜେ ସେ ବନମାଳୀ ॥ (ପୁ) ରାଧା ମନ ଅଧିର ନ ଦେଖି ଶ୍ୟାମସୁନ୍ଦର କିମ୍ପା ଏତେ ଉଛୁର କଲେ ସେ ନଟବର ଆକୁଳ ନ ହୁଅ ଆଗୋ ରାଧାରାଣୀ ଆସିବେ ଘନଶ୍ୟାମ ଅଛିରେ କୁଞ୍ଜବନ ଅଙ୍କରେ ନେବେ ତୋଳି ସେ ବନମାଳୀ ॥୧॥ (ଝି) ଲିଭିଲା ମିଛେସେ ବାସର ଦୀପାଳି  ଲିଭିଲା ମିଛେସେ ବାସର ଦୀପାଳି କାହ୍ନୁଙ୍କ ପ୍ରୀତି ରୀତି ସତେକି ଏମିତି ମଲାଣି ରାଧା ଝୁରି ॥୨॥  YouTube ରେ ଦେଖି ସେ ବଣମଲ୍ଲି == English == Bhajan : Dekhi Se Banamalli Radha Hele Batuli Language : Odia Movie : Mamata Singer : Chitta Jena, P. Suseela Lyricist : Prafulla Kara Music Director : Prafulla Kara Year : 1975 (M) Dekhi se banamalli Radha hele batuli Gabhare khosile jatane chaturi Gabhare khosile jatane chaturi Mandile mathamani nupure pada beni Asibe boli...

ରେ ଆତ୍ମନ! ନିଦ୍ରା ପରିହରି - Re Atman! Nidra Parihari Lyrics

Image
== ଓଡ଼ିଆ == ଭଜନ : ରେ ଆତ୍ମନ! ନିଦ୍ରା ପରିହରି ଭାଷା : ଓଡ଼ିଆ ଚଳଚିତ୍ର : ମମତା କଣ୍ଠ : ପ୍ରଣବ ପଟ୍ଟନାୟକ ଗୀତିକାର : ଭକ୍ତ କବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୫ ରେ ଆତ୍ମନ! ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ ରେ ଆତ୍ମନ! ନିଦ୍ରା ପରିହରି ॥୧॥ କି ବେଗରେ ଯାଉଅଛି ଚାଲି କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି ଅତୀତକୁ ଉଦ୍‌ବୋଧଇ ବୃଥା ଭାଳି ଭାଳି ରେ ଆତ୍ମନ! ନିଦ୍ରା ପରିହରି ॥୨॥ ହେ ଇଶ୍ଵର ପତିତତାରଣ ହେ ଇଶ୍ଵର ପତିତତାରଣ ପ୍ରାଣର ମୋ ନିରଞ୍ଜନ ଭୟ ବିଘ୍ନ ବିନାଶନ ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ ରେ ଆତ୍ମନ! ନିଦ୍ରା ପରିହରି ॥୩॥ YouTube ରେ ରେ ଆତ୍ମନ! ନିଦ୍ରା ପରିହରି == English == Bhajan : Re Atman! Nidra Parihari Language : Odia Movie : Mamata Singer : Pranab Patnaik Lyricist :  Bhakta Kabi Madhusudan Rao Music Director : Prafulla Kar Year : 1975 Re atman! nidra parihari Phedi chintara lochana kara kara nirikhyana Nihshabde jibana...

ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ - Sankata Mochana Keshari Nandana Kanchana Barana Bipada Bhanjana Lyrics

Image
== ଓଡ଼ିଆ == ଭଜନ : ସଙ୍କଟ ମୋଚନ କେଶରୀ ନନ୍ଦନ ଭାଷା : ଭାଷା : ଓଡ଼ିଆ ଚଳଚିତ୍ର : ହିରୋ କଣ୍ଠ : ପାମେଲା ଜୈନ ଗୀତିକାର : ଶୀର୍ଷାନନ୍ଦ ଦାସ କାନୁନଗୋ ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର ମସିହା : ୨୦୧୧ ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ଓ..ଓ.. ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ସତେ ଯଦି ତୁମ ପାଦେ ଥିବ ଭକତି ନାଚିବାକୁ ଦିଅ ମତେ ଆଜି ଶକତି ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ଜୟ ହନୁମାନ..ଜୟ ହନୁମାନ ଜୟ ହନୁମାନ..ଜୟ ହନୁମାନ ଜୟ ହନୁମାନ..ଜୟ ହନୁମାନ ॥ ତୁମେ ପରା ସେଇ ପ୍ରଭୁ ମାରୁତି ନନ୍ଦନ ଶକ୍ତି ବଳେ ରଖିଥିଲ ଲକ୍ଷ୍ମଣ ଜୀବନ ଓ..ତୁମ ଭକ୍ତ ଆଜି ତାର ଜୀବନ କୁ ନେଇ ମରଣ ସାଥିରେ ଏବେ କରୁଚି ଲଢ଼େଇ ସତେ ଯଦି ତୁମ ପାଦେ ଥିବ ଭକତି ସ୍ଵର୍ଗ ତମ ଚନକରେ ରଖ କିରତି ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ସଙ୍କଟ ମୋଚନ କେଶରୀ ନନ୍ଦନ କଞ୍ଚନ ବରଣ ବିପଦ ଭଞ୍ଜନ ବିକଳେ କରୁଚି ତୁମକୁ ମିନତି ॥୧॥ ଡର ନାହିଁ ଆଜି ନିଜ ଜୀବନକୁ ମୋର ବହିଯାଉ ଯେତେ ଅଛି ମୋ ଦେହେ ରୁଧିର ଓ..ନାଚି ନାଚି ଥକିଯାଉ ପାଦର ଘୁଙ୍ଗୁର ଭକତ ଜୀବନ ରଖ ଆହେ ମହାବୀର ସତେ ଯଦି ତୁମ ପାଦେ ଥିବ ଭକତି ବି...

ପ୍ରଭୁ ପଦ ତଳେ ପ୍ରଣତି ଢାଳେ - Prabhu Pada Tale Pranati Dhale Lyrics

Image
== ଓଡ଼ିଆ == ଗୀତ : ପ୍ରଭୁ ପଦ ତଳେ ପ୍ରଣତି ଢାଳେ ଭାଷା : ଓଡ଼ିଆ ଚଳଚିତ୍ର : ଘର ସଂସାର କଣ୍ଠ : ଭିକା ରି ବଳ, ନିର୍ମଳା ମିଶ୍ର ଗୀତିକାର : ନାରାୟଣ ପ୍ରସାଦ ସିଂହ ସଂଗୀତ ନିର୍ଦ୍ଦେଶନା : ରାଖାଲ ମହାନ୍ତି, ଭି. ବାଲସାରା ମସିହା : ୧୯୭୩ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ॥ ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରେ ସକଳ କାମନା ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରେ ସକଳ କାମନା ଜୀବନରେ ଭରେ ସକଳ କାମନା ଶାନ୍ତିର ସୁର ତଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ॥୧॥  ଚାଲିବାକୁ ତୁମେ ଦେଖାଇଛ ପଥ ଗାଇବାକୁ ତୁମେ ଶିଖାଇଛ ଗୀତ ଚାଲିବାକୁ ତୁମେ ଦେଖାଇଛ ପଥ ଗାଇବାକୁ ତୁମେ ଶିଖାଇଛ ଗୀତ ଗାଇବାକୁ ତୁମେ ଶିଖାଇଛ ଗୀତ ଗାଏ ନିବେଦନ ସୁରେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ॥୨॥  ତୁମରି ଆଶିଷେ ସୁନ୍ଦର ଧରା ପ୍ରୀୟ ପରିଜନ ବନ୍ଧୁରେ ଭରା ତୁମରି ଆଶିଷେ ସୁନ୍ଦର ଧରା ପ୍ରୀୟ ପରିଜନ ବନ୍ଧୁରେ ଭରା ପ୍ରୀୟ ପରିଜନ ବନ୍ଧୁରେ ଭରା ମମତାର ମଧୁ ଝରେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ତୋଳି ଫୂଜାଫୁଲ ସଞ୍ଜ ସକାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ ପ୍ରଣତି ଢାଳେ ପ୍ରଭୁ ପଦ ତଳେ...

ବାଧିଲା ଜାଣି କ୍ଷମା କର ନୋହିଲେ ରମା - Badhila Jani Khyama Kara Nohile Rama Lyrics

Image
== ଓଡ଼ିଆ == ଗୀତ : ବାଧିଲା ଜାଣି କ୍ଷମା କର ନୋହିଲେ ରମା ଭାଷା : ଓଡ଼ିଆ ଆଲବମ : ଜଗବନ୍ଧୁ ହେ ଗୋସାଇଁ କଣ୍ଠ : ଭିକା ରି ବଳ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ବାଧିଲା ଜାଣି କ୍ଷମା କର ନୋହିଲେ ରମା- ରମଣ ଦଣ୍ଡେ ଦିଅ ଟାଳି ତୁମ୍ଭଙ୍କୁ ଜଗନ୍ନାଥ! ଆଜ ମୋ ମନୋରଥ ଭରତି କରିଦେବି ଗାଳି ହେ..ଏ.. କୃପାନିଧି କରୁଣାସିନ୍ଧୁ ବୋଲି କରି କହନ୍ତି ବୁଧେ ଡରି ମରି କାଳ ସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି ହେ..ଏ.. କୃପାନିଧି ॥୧॥  ଜଳଧି ଅନ୍ତେ ନିଜ ଘର ଦେବାଧିରାଜ ବୁଡ଼ାଇ ଦେଇଛ ଆପଣ ତୁମ୍ଭରି ସିନା ଘେନ ଆଶ୍ଚର୍ଯ୍ୟ ନୋହେ ଆନ ଜନର ଘରବୁଡ଼ା ପଣ ହେ..ଏ.. କୃପାନିଧି ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ ବତାଅ ବୋଲି ଆଜ୍ଞା ହେଲେ ମୁଁ ନୁହେଁ ଘରବୁଡ଼ା ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ..ଏ.. କୃପାନିଧି ॥୨॥  ତାହାକୁ ବୋଲି ଚକ୍ରୀ ଚକ୍ର ଥିବାରୁ ଚକ୍ରୀ ତୁମ୍ଭେ ତ ବୋଲାଅ ମଣ୍ଡଳେ ବେଭାରେ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ..ଏ.. କୃପାନିଧି ଅଦୃଶ୍ୟ ହେବାରୁ ତା' ପାଦ ତାହାକୁ ବୋଲି ଗୂଢ଼ପାଦ ଆପଣ ଚରଣ ତ ବିରଞ୍ଚିକିକୁ ଗୁପତ କାହିଁ ତା'ଠାରୁ ତୁମ୍ଭ ଭେଦ ହେ..ଏ.. କୃପାନିଧି ॥୩॥  ହେବ ବା ଅବଧାନେ ତାହାକୁ ତ୍ରିଭୁବନେ ବୋଲନ୍ତି କକୋଦର ନରେ ଏ ତ୍ରପିଷ୍ଟକ ଯାକ ମଧ୍ୟେ ଗୋଟିଏ କାକ ନାହିଁକି ତୁମ୍ଭ...

କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ - Kahin Gale Shyamaghana E Ghana Kalare Lyrics

Image
== ଓଡ଼ିଆ == ଗୀତ : କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ଭାଷା : ଓଡ଼ିଆ କଣ୍ଠ : ଚିତ୍ତ ଜେନା ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ଚଳଚିତ୍ର : ବନ୍ଧୁ ମହାନ୍ତି  ମସିହା : ୧୯୭୭ ବନ୍ଧୁରେ.. ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ॥ ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ ନିରାଶେ ନିକୁଞ୍ଜେ ଆହା ପଡ଼ିଛି ଘୁମାଇ ହେ କୃଷ୍ଣ ହେ କହ୍ନାଇ ଡାକି ଡାକି ରାଇ ନିରାଶେ ନିକୁଞ୍ଜେ ଆହା ପଡ଼ିଛି ଘୁମାଇ ବାର ବାର ହୃଦ ଥରେ ଯେବେ କୃଷ୍ଣ ନାମ ଭାଳେ ଝରଝର ଲୁହ ଧାର ନୟନୁ ଝରେ ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ॥୧॥ କିଏବା କହିବ ଯାଇ ରାଇକୁ ବୁଝାଇ ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ କିଏବା କହିବ ଯାଇ ରାଇକୁ ବୁଝାଇ ରାଧା ନାମ ଗାଇ ଗାଇ ମୁରଲୀ ଝୁରଇ ଥିଲେ ଯେତେ ଦୂରେ ଦୂରେ ମନ ଖୋଜେ ମନକୁରେ ଏକକୁ ଆରେକ ବନ୍ଧା ପୀରତି ଡୋରେ ବନ୍ଧୁରେ.. କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ ଝୁରେ ରାଧା ବୀରହିଣୀ ଏକାକୀ ଆକୁଳେ ଏକାକୀ ଆକୁଳେ ॥୨॥ YouTube ରେ କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ == English == Song : Kahin Gale Shyamaghana E Ghana Kalare Language : Odia Singer : Chitta Jena Lyricist :...

ମହାବାହୁ ଅଖିଳ ଜଗତ ନାଥ - Mahabahu akhila jagata natha Lyrics

Image
ଗୀତ: ମହାବାହୁ ଅଖିଳ ଜଗତ ନାଥ ଚଳଚିତ୍ର: ବନ୍ଧୁ ମହାନ୍ତି  ଭାଷା: ଓଡ଼ିଆ  କଣ୍ଠ: ପ୍ରଫୁଲ୍ଲ କର ଗୀତିକାର: ଗୌର ଚରଣ ସଙ୍ଗୀତ ନିର୍ଦ୍ଦେଶକ: ପ୍ରଫୁଲ୍ଲ କର ମସିହା:୧୯୭୭  == ଓଡ଼ିଆ == ମହାବାହୁ... ଅଖିଳ ଜଗତ ନାଥ ଅଖିଳ ଜଗତ ନାଥ ତୁମ୍ଭେ ଥାଉ ଥାଉ କାହା ପାଦତଳେ ଲୋଟାଇବି ମୋର ମାଥ ମହାବାହୁ ଲୋଟାଇବି ମୋର ମାଥ ମହାବାହୁ... ॥୧ ॥ ଲାଜମାଡ଼େ ଏଥିପାଇଁ ମହାବାହୁ ଲାଜମାଡ଼େ ଏଥିପାଇଁ ଲାଜମାଡ଼େ ଏଥିପାଇଁ ମହାବାହୁ ଲାଜମାଡ଼େ ଏଥିପାଇଁ ଇତରମାନଙ୍କୁ ହାତ ମଳିବି କି  ଇତରମାନଙ୍କୁ ହାତ ମଳିବି କି ତୁମ୍ଭଙ୍କୁ ଛାଡ଼ି ଗୋସାଇଁ ମହାବାହୁ  ତୁମ୍ଭଙ୍କୁ ଛାଡ଼ି ଗୋସାଇଁ ମହାବାହୁ... ॥୨॥ ଭଲେ ଅବଧାନ କର ମହାବାହୁ ଭଲେ ଅବଧାନ କର ଭଲେ ଅବଧାନ କର ମହାବାହୁ ଭଲେ ଅବଧାନ କର ତୁମ୍ଭ ବାହାରେ କେ ବଡ଼ ଜଣେ ଅଛି ତୁମ୍ଭ ବାହାରେ କେ ବଡ଼ ଜଣେ ଅଛି ତା ଆଗେ ଯୋଡ଼ିବି କର ମହାବାହୁ  ତା ଆଗେ ଯୋଡ଼ିବି କର ମହାବାହୁ… ॥ ୩॥ ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ ତୁମ୍ଭେ ତ ବିଚିତ୍ର କର୍ମା ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ ତୁମ୍ଭେ ତ ବିଚିତ୍ର କର୍ମା ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ ବୋଲିବି ବାବୁ ମଣିମା ମହାବାହୁ ବୋଲିବି ବାବୁ ମଣିମା ମହାବାହୁ… ॥୪॥ ମୋତେ ମାଗି ଆସେ ନାହିଁ ମହାବାହୁ ମୋତେ ମାଗି ଆସେ ...

ଢାଳିଦିଅ ସାରା ଧରଣୀରେ ଆଜି - Dhalidia Sara Dharanire Aaji Lyrics

Image
== ଓଡ଼ିଆ == ଭଜନ: ଢାଳିଦିଅ ସାରା ଧରଣୀରେ ଆଜି    ଭାଷା: ଓଡ଼ିଆ  କଣ୍ଠ: ଚିତ୍ତ ଜେନା  ଗୀତିକାର: ହରିହର ମିଶ୍ର    ସଙ୍ଗୀତ ନିର୍ଦ୍ଦେଶକ: ପ୍ରଫୁଲ୍ଲ କର ଚଳଚିତ୍ର: ତପସ୍ୟା   ମସିହା: ୧୯୮୦ ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ଅନ୍ଧାର ମନେ କଣ୍ଟକ ବନେ ଦିଅ ଆଲୋକର ଇସାରା ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ଅନ୍ଧାର ମନେ କଣ୍ଟକ ବନେ ଦିଅ ଆଲୋକର ଇସାରା ତୁମେ ତ ଅସୀମ ଆକାଶର ସମ ସଂସାରେ ତୁମ ରୂପ ଅନୁପମ ଦେଖିନି ଯା ଆଖି ମନେ ଅଛି ରଖି ମନ ପରଦାରେ କାୟା ତା'ର ଲେଖି ଆକାଶର ସେଇ ଶୂନ୍ୟତା ସାଥେ ମିଶାଏ ମୋ ମନ ପରା ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ॥୧॥ ଅନ୍ଧ ମୁଁ ଯଦି ବାଟ ଯାଏ ଭୁଲି, ଚଳାଅ ନିଅ ହେ ହାତ ମୋର ଧରି ଆଜି ଏ ଧରାରେ ଅବସାଦ ଘେରେ, ତୁମରି ମୂର୍ଚ୍ଛନା ଖେଳୁ ମୋ ଅନ୍ତରେ ଅହରହ ତୁମେ ପାଶେ ପାଶେ ରହ, ତୁମେ ମୋ ଦିଗର ତାରା ଢାଳିଦିଅ ସାରା ଧରଣୀରେ ଆଜି, ତୁମରି ଆଶିଷ ଧାରା ତୁମରି ଆଶିଷ ଧାରା ତୁମରି ଆଶିଷ ଧାରା ॥୨॥ YouTube ରେ ଢାଳିଦିଅ ସାରା ଧରଣୀରେ ଆଜି == English == Song : Dhalidia Sara Dharanire Aaji Language : Odia Movie : Tapasya Singer : Chitta Jena Lyricist : Harihar Mishra Music Director : Prafulla Kar Yea...

ଯମୁନା ଯାଅନା ଯାଅନା ଯମୁନା - Jamuna jaona jaona jamuna Lyrics

Image
ଏ ଗୀତଟିରେ ବହୁ ଆଳାପ ରହିଛି । ସୁଧୀ ପାଠକବୃନ୍ଦଙ୍କୁ ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଫିଲ୍ମଗୀତ: ଯମୁନା ଯାଅନା ଯାଅନା ଯମୁନା  ଭାଷା: ଓଡ଼ିଆ  ଚଳଚିତ୍ର: ସାକ୍ଷୀ ଗୋପୀନାଥ କଣ୍ଠ: ମାନ୍ନା ଦେ ଗୀତିକାର: ଗଣେଶ ମହାପାତ୍ର     ସଙ୍ଗୀତ ନିର୍ଦ୍ଦେଶକ: ବାସୁଦେବ ରଥ ମସିହା: ୧୯୭୮ ଆ...ଆ...ଆ...ଆ...ଆ...ଆ...     ଯମୁନା ଯାଅନା ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା, ମାନ, ମୋ ମନା  ଯମୁନା ଯାଅନା ଯାଅନା ଯମୁନା କଦମ୍ବ ମୂଳରେ ଲୁଚିଛି ସେ କାହ୍ନା ମାନିନୀ ଯାଅନା କରନା ବାହାନା, ମାନ, ମୋ ମନା  ଯମୁନା ଯାଅନା ॥ ଗୋପପୁରରେ ବାଜୁଛି ଅପବାଦ ନାଗରା, ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ’ ଧରା ଗୋପପୁରରେ ବାଜୁଛି ଅପବାଦ ନାଗରା, ଶ୍ୟାମ ପ୍ରେମ ଫାଶରେ ଦେଲେ ରାଧା ଗୋ’ ଧରା ବାହୁନି ବାହୁନି କାନ୍ଦଇ ମନର ବୀଣା.. ସାଗାଧା..ସାଗାଧା..ସାଗାଧା..ସାଗାଧା.. ସାମାଗା..ସାମାଗା..ସାମାଗା..ସାମାଗା.. ମାଗାସା..ଗାସାନି..ସାନିଧା..ନିଧାମା..ଗାମାଗା..ମାଗାସା..ଗାସାନି..ଧା..                             ମାନିନୀ ଯାଅନା କରନା ବାହାନା  ମାନ, ମୋ ମନା ଯମୁନା...

କେଉଁ ନାମ ଧରି ଡ଼ାକିବୁ ତୁମକୁ - Keun nama dhari dakibu tumaku Lyrics

Image
== ଓଡ଼ିଆ == ଗୀତ: କେଉଁ ନାମ ଧରି ଡ଼ାକିବୁ ତୁମକୁ     ଭାଷା: ଓଡ଼ିଆ  ଚଳଚିତ୍ର: ସିନ୍ଦୁର ବିନ୍ଦୁ କଣ୍ଠ: ପ୍ରଣବ ପଟ୍ଟନାୟକ, ବାଣି ଜୟରାମ ଗୀତିକାର: କାଳିନ୍ଦୀ ଚରଣ ପାଣିଗ୍ରାହୀ ସଙ୍ଗୀତ ନିର୍ଦେଶକ: ପ୍ରଫୁଲ୍ଲ କର ମସିହା: ୧୯୭୬ (ପୁ) କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ (ସମସ୍ତେ) କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ କେଉଁ ନାମ ଧରି... (ପୁ) ଆଲୋକ ତୁମକୁ ନପାରେ ଦେଖାଇ (୨) ତୁମେ ଯେ ଦେଖାଅ ତାହାରେ (ସମସ୍ତେ) ଆ...ଆ...ଆ... (ପୁ)  ତୁମେ ଯେ ବେଢ଼ିଛ କୋଟି ବିଶ୍ଵର (ସମସ୍ତେ) ତୁମେ ଯେ ବେଢ଼ିଛ କୋଟି ବିଶ୍ଵର (ପୁ)  ସବୁରି ଭିତରେ ବାହାରେ ସକଳ ପରାଣ ଝୁରଇ ତୁମକୁ ତୁମେ ହେ ବିଶ୍ଵପ୍ରାଣ ॥ ୧ ॥ (ସମସ୍ତେ) କେଉଁ ନାମ ଧରି ଆ...ଆ...ଆ...  (ପୁ) ଲୁହ ହୋଇ ତୁମେ ଝରି ପଡ଼ ପରା କେତେ ନୟନର କୋଣରୁ (ସମସ୍ତେ) ଆ...ଆ...ଆ... (ପୁ) ହସ ହୋଇ ପୁଣି ଫୁଲ ପରି ଫୁଟ (ସମସ୍ତେ) ହସ ହୋଇ ପୁଣି ଫୁଲ ପରି ଫୁଟ (ପୁ) କେତେ ଯେ ନରମ ଅଧରୁ ସବୁରି ଅନ୍ତରେ ଭରି ଦିଅ ପ୍ରଭୁ ତୁମରି ଅମୃତ ପ୍ରେମ ॥ ୨ ॥ (ସମସ୍ତେ)    କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ କେଉଁ ନାମ ଧରି... ॥ YouTube re କେଉଁ ନାମ ଧରି ଡ଼ାକିବୁ ତୁମକୁ == English == Song : Keun Nama Dhari...

କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର - Ki Sunadra Aaha Ki Anandamaya Ehi Bishala sansara Lyrics

Image
== ଓଡ଼ିଆ == ଗୀତ : କି ସୁନ୍ଦର ଆହା କି ଆନନ୍ଦମୟ ଭାଷା : ଓଡ଼ିଆ ଚଳଚିତ୍ର : ଗୌରୀ କଣ୍ଠ : ବାଣୀ ଜୟରାମ, ଚିତ୍ତ ଜେନା ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୭୯ କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥ ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି ତୁମରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାଷି ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥୧॥ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ ଯାଉ ମୋ ଦିନ ମହୀରେ ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥୨॥ YouTube ରେ କି ସୁନ୍ଦର ଆହା କି ଆନନ୍ଦମୟ ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଏହି ଗୀତଟି ଦେଖନ୍ତୁ YouTube ରେ == English == Song : Ki Sunadra Aaha Ki Ananda...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ