Posts

Showing posts from 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଟୁ'କୁ ମୂଷି ଟୁ'କୁ ମୂଷି - Tooku Mushi Tooku Mushi Lyrics

Image
ଫଟୋ କ୍ରେଡିଟ୍ : ଟିକି ମୂଷା ଫଟୋ ପିକ୍ସାବେ ରୁ ଅଣାଯାଇଛି == ଓଡ଼ିଆ == ଶିଶୁ ଗୀତ : ଟୁ'କୁ ମୂଷି ଟୁ'କୁ ମୂଷି ଭାଷା : ଓଡ଼ିଆ ପୁସ୍ତକ : ଧୋରେ ବାୟା ଧୋ ଗୀତିକାର : ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି ତୁ ଥା' ମୁଁ ଯାଉଛି ରୁଷି ॥ କାଳିଆ ବଳଦ ଗଲା ହାଣ୍ଡି କୁଣ୍ଢେଇ ଜଗି ଥିବୁଟି ହାଣ୍ଡି ଧୁଡୁଧୁଡୁ କଲା ॥ କାଳିଆ ବଳଦ ଭାରି ଉଝଟ ନିତି ଭାଙ୍ଗଇ ତାଟି କବାଟ । ମୋ ହାତରେ ଥାଏ ଖଣ୍ଡିଏ ଛାଟ ପିଲାଙ୍କୁ ଦେଖିଲେ ଉଗାଳେ ବାଟ ॥ ବାପା ରଖିଗଲେ ଧାନ ଭରଣେ ଅମାରରେ ଏବେ ନାହିଁ ତ ମାଣେ । ଚଷୁ ଗଦା ହେଲା ଅମାରେ କଣେ ଚାଉଳଯାକ ତ ଗଲାଣି କେଣେ ॥ ଟୁଉକୁ ମୂଷି ରେ ଦିଶୁ ତ ସାନ ମାସକେ ଖାଇଲୁ ଭରଣେ ଧାନ । କିପରି ହୋଇଲା ପେଟରେ ଥାନ ? କୋଡ଼ମେଇ ତୋର ପେଟ ସମାନ ॥ ରୁଷି କରି ବାପା ଛାଡ଼ିଲେ ଘର ମାଆକୁ ହେଲାଣି ଏକୁଆ ଜର । ଟୁଉକୁ ମୂଷି ଜଗିଛି ଘର ତୁଚ୍ଛା କରୁଅଛି ଧାନ ଅମାର ॥ YouTube ରେ ଟୁ'କୁ ମୂଷି ଟୁ'କୁ ମୂଷି   ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି: ଗୋପାଳଚନ୍ଦ୍ର ପ୍ରହରାଜ ଙ୍କ ସଙ୍କଳିତ, "ଧୋରେ ବାୟା ଧୋ" ପୁସ୍ତକରୁ ସଂଗୃହୀତ ଶିଶୁ କବିତା “ଟୁ'କୁ ମୂଷି ଟୁ'କୁ ମୂଷି ଧାନ ଭରଣକ ଖାଉଥା ବସି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ । Keywords: Tuku Musi, Tooku M

କିଏ ଆସେରେ ଧରା ନାଚେରେ - Kie Aasere Dhara Nachere Lyrics

Image
== ଓଡ଼ିଆ == ଭଜନ : କିଏ ଆସେରେ ଧରା ନାଚେରେ ଭାଷା : ଓଡ଼ିଆ ଚଳଚିତ୍ର : ମଥୁରା ବିଜୟ କଣ୍ଠ : ଭିକାରି ବଳ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୯ କିଏ ଆସେରେ କିଏ ଆସେରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥ ହସି ଉଠେ ଫୁଲ ବନେ ଉପବନେ ହସି ଉଠେ ଫୁଲ ବନେ ଉପବନେ ମଳୟ ବହୁଛି ଭୁବନେ ଭୁବନେ ମଳୟ ବହୁଛି ଭୁବନେ ଭୁବନେ ଆଲୋକେ ଭୁଲୋକେ ଗୋଲକେ ପୁଲକେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୧॥ ଯମୁନାର ଜଳ ବହୁଛି ଉଜାଣି ଯମୁନାର ଜଳ ବହୁଛି ଉଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ଉଲ୍ଲସିତ ପ୍ରାଣ କାହିଁକି କେଜାଣି ସରସେ ହରଷେ ଭରଷେ ପରଷେ ଅଧିରେ ବିଭୋରେ.. କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ ଧରା ନାଚେରେ ପୁଲକେ ମନ ହସେରେ ପୁଲକେ ଆଜି ନାଚି ନାଚି ଯାଏ ସେ ତ ଅଧିରେ ବିଭୋରେ କିଏ ଆସେରେ.. ॥୨॥ କିଏ ଆସେରେ ଧରା ନାଚେରେ: ଭିକାରି ବଳ ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚନା ଓ ସଂଗୀତ ନିର୍ଦ୍ଦେଶନାରେ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ମଥୁରା ବିଜୟ”

ସେହି ମୋ ପ୍ରିୟ ଜନମଭୂଇଁ - Sehi Mo Priya Janamabhuin Lyrics

Image
== ଓଡ଼ିଆ == ଗୀତ : ସେହି ମୋ ପ୍ରିୟ ଜନମଭୂଇଁ ଭାଷା : ଓଡ଼ିଆ ଯେଉଁ ଦେଶରେ ଜନମ ମୋର ଯାହାର କୋଳେ ବଢ଼ୁଚି ମୁହିଁ ଜନନୀ ପରି ପାଳୁଛି ଯିଏ ସେହି ତ ମୋର ଜନମଭୂଇଁ ॥୧॥ ଗହନ ବନ ଶ୍ୟାମଳ ତରୁ ଗହଳ ଲତା ଦେହେ ତା ଶୋହେ ଡାଲରୁ ଡାଲେ ବିହଙ୍ଗ ଉଡ଼ି ମଧୁର ଗାନେ ପରାଣ ମୋହେ ॥୨॥ ତାରକା ମେଳେ ଆକାଶେ ତାର ଜୋଛନା ଢାଳେ ବିମଳ ଶଶୀ ଗୋଟିକି ଗୋଟି କୁସୁମ ଫୁଟି କୋଳେ ତା ଲୋଟି ଉଠଇ ହସି ॥୩॥ ସାଗରେ ନୀଳ ଲହରୀ ମାଳ ନାଚି ନାଚି ତା ଚରଣ ଧୁଏ ଖେଳି ଖେଳିକା ଝରଣା କେତେ ସରାଗେ ତାର ଦେହଟି ଛୁଏଁ ॥୪॥ ସେଇ ଦେଶର ପଲ୍ଲୀ ପୁରେ ଆପଣା ପର ବିଚାର ନାହିଁ ସବୁରି ସାଥେ ଖେଳେ ମୁଁ ହସି ସଭିଏଁ ମୋର ଭଉଣୀ ଭାଇ ॥୫॥ ତାହାରି ସୁଖ କାମନା ଆମ ତାହାରି ସେବା ଆମରି କାମ ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ ॥୬॥ ସେହି ତ ଗଢ଼େ ଜୀବନ ମୋର ସେନେହେ ତାର ବଢ଼ୁଛି ମୁହିଁ ତାହାଠୁ ବଡ଼ ନାହିଁ କେ ଆଉ ସେହି ମୋ ପ୍ରିୟ ଜନମଭୂଇଁ ॥୭॥ YouTube ରେ ସେହି ମୋ ପ୍ରିୟ ଜନମଭୂଇଁ ସେହି ମୋ ପ୍ରିୟ ଜନମଭୂଇଁ: ପାଠ୍ୟପୁସ୍ତକରୁ ସଙ୍ଗୃହିତ କବିତା “ସେହି ମୋ ପ୍ରିୟ ଜନମଭୂଇଁ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ । Keywords: Pathyapustaka Kabita, Odia Kabita, Odia Sahitya Bahi Gita, କବିତା ଓଡ଼ିଆ, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

କି ଦେଖିଲା ଆଜ ନେତ୍ର ସଜନୀ - Ki Dekhila Aaja Netra Sajani Lyrics

Image
== ଓଡ଼ିଆ == ଗୀତ : କି ଦେଖିଲା ଆଜ ନେତ୍ର ଭାଷା : ଓଡ଼ିଆ କଣ୍ଠ : ସୁଧା ମିଶ୍ର ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ମସିହା : ୨୦୦୭ କି ଦେଖିଲା ଆଜ ନେତ୍ର ସଜନୀ କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳିତ ନୋହିଲା ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥ କରେ ତା' କଙ୍କଣ ମୁରଲୀ ବାଦନ କରେ ତା' କଙ୍କଣ ମୁରଲୀ ବାଦନ ପୟରେ ନୂପୁର ଶୋହେ ପୟରେ ନୂପୁର ଶୋହେ ସୁବାସ କୁସୁମ ମାଳ ମାଳ ମାନ ସୁବାସ କୁସୁମ ମାଳ ମାଳ ମାନ ବାର ବେନି ପୁର ଶୋହେ ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥୧॥ ବାଛି ପିନ୍ଧିବାର କାଛି ପୀତାମ୍ବର ବାଛି ପିନ୍ଧିବାର କାଛି ପୀତାମ୍ବର ଅତର କର୍ପୂର ଉଚ୍ଛି ଅତର କର୍ପୂର ଉଚ୍ଛି ବାରିବାକୁ ଆଉ ଅଛି କି ସେ ଶ୍ୟାମ ବାରିବାକୁ ଆଉ ଅଛି କି ସେ ଶ୍ୟାମ ସୁନ୍ଦରପଣକୁ କିଛି ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥୨॥ ବୋଲେ ବନମାଳୀ ସେ ପଟ୍ଟନାୟକ ବୋଲେ ବନମାଳୀ ସେ ପଟ୍ଟନାୟକ ଭାଷନ୍ତି କିଶୋରୀ ମଣି ଭାଷନ୍ତି କିଶୋରୀ ମଣି ନଟ ଲଗାଇବା ହଟ ବଡ଼ ତାର ନଟ ଲଗାଇବା ହଟ ବଡ଼ ତାର ନଟବର ବେଶ ଠାଣି ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳିତ ନୋହିଲା ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆ

ଏ ଜୀବନେ ମୋ ଜୀବନେ ହସ ନାହିଁ - E Jibane Mo Jibane Hasa Nahin Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଏ ଜୀବନେ ମୋ ଜୀବନେ ହସ ନାହିଁ ଭାଷା : ଓଡ଼ିଆ ଚଳଚିତ୍ର : ମମତା ମାଗେ ମୂଲ   କଣ୍ଠ : ମହମ୍ମଦ ଅଜିଜ ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥ ବଗିଚାରେ ଦିନେ କେବେ ଫୁଲ ଫୁଟିଥିଲା ଝରାଫୁଲ ସେ ବାରତା କାନେ କହିଗଲା କେବେ ଦିନେ ଝଡ଼ ଆସିଗଲା ହାଏ ଝାଡ଼ିଦେଇ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ   ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ॥୧॥ ମୋ ନିଜର କେହିଥିଲେ ମୁଁ ଥିଲି କାହାର କେବେ କେଉଁଦିନ ହେଲି ଦୁନିଆଠୁ ପର କେଉଁ ନିଆଁ କେଉଁ ଘର ଗଲା ଜାଳି ଜାଣେନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ ଉଁ..ହୁଁହୁଁ..ହୁଁ.. ହୁଁ..ହୁଁହୁଁ..ହୁଁ ॥୨॥    ଏ ଜୀବନେ ମୋ ଜୀବନେ ହସ ନାହିଁ: ମହମ୍ମଦ ଅଜିଜ ଙ୍କ କଣ୍ଠରେ, ଅକ୍ଷୟ ମହାନ୍ତି ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୮୫ ମସିହାର ଓଡ଼ିଆ ଚଳଚିତ୍ର “ମମତା ମାଗେ ମୂଲ” ଗୀତ “ଏ ଜୀବନେ ମୋ ଜୀବନେ ହସ ନାହିଁ” ପଢ଼ନ

କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ - Ka Ranga Kahalo Sahi Shyamala Shyamala Lyrics

Image
== ଓଡ଼ିଆ == ଗୀତ : କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ ଭାଷା : ଓଡ଼ିଆ ଆଲବମ : ଶ୍ରୀ ଜଗନ୍ନାଥ ଶରଣଂ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୯୦ (ଝି) କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି କିଏ ସେ ନାଟୁଆ ନାଗର (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥ (ଝି) ଯା ଲାଗି ରାଧା ଝୁରି ଝୁରି ହେଲା ପାଗଳିନୀ ଯାହାର ପ୍ରେମେ ହେଲେ ବାଇ ଗୋପର ତରୁଣୀ ବାନ୍ଧିଛି ଯିଏ ତ୍ରିଭୁବନ ପ୍ରେମର ଡୋରିରେ ସେ ପୁଣି ବନ୍ଧା ଚିରଦିନ ଭକତ ପ୍ରେମରେ ସଖୀରେ.. କହ କିଏ ସେ କଳା କାହ୍ନୁ ଯା ନାମ ଶୁଣୁ ଶୁଣୁ ମନଟି ହୁଏ ଚଞ୍ଚଳ   (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥୧॥ (ଝି) ଯାର ପରଶ ପାଇ ବିଷ ହୁଅଇ ପିୟୁଷ ଯା ଦରଶନେ ପାଏ ଜୀବ ବଇକୁଣ୍ଠେ ବାସ ଭକତ ପାଇଁ ନିଦ ନାହିଁ ଆଖିକୁ ଯାହାର ଭକତ ତାର ପ୍ରାଣଧନ ଦାସ ସେ ଭକ୍ତର ସଖୀରେ.. ମତେ କହନି କିଏ ସେହି ଯା ସରି କେହି ନାହିଁ କିଏ ସେ ଭକତବତ୍ସଳ (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ (ଝି) କ

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୧ - Odia Calendar / Panjika 2021

Image
ଆପଣ ୨୦୨୧ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ.. କୋହେନୁର ଓ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୧" । Note: To refer calendar of another year, tap / click on the search icon (🔍) on top right and search keywords like "calendar 2020", "calendar 2019" , "କ୍ୟାଲେଣ୍ଡର ୨୦୨୦" , "କ୍ୟାଲେଣ୍ଡର ୨୦୧୯", etc. ଜାନୁୟାରୀ ୨୦୨୧ ଓଡ଼ିଆ ମାସ : ପୌଷ ୧୮ - ମାଘ ୧୮ Date Day Festival / Holiday 1 Jan Fri New Year ନୂଆବର୍ଷ 12 Jan Tue Swami Vivekananda Jayanti ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ 14 Jan Thu Makara Sankranti (Pongal) ମକର ସଙ୍କ୍ରାନ୍ତି (ପୋଙ୍ଗଲ) 19 Jan Tue Dhanuyatra ଧନୁଯାତ୍ରା 23 Jan Sat Shamba Dashami, Netaji Jayanti, Veer Surendra Sai Jayanti ଶାମ୍ବ ଦଶମୀ, ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ 26 Jan Tue Republic Day ସାଧାରଣତନ୍ତ୍ର ଦିବସ 28 Jan Thu Debavisheka Purnima ଦେବାଭିଷେକ ପୂର୍ଣ୍ଣିମା ଅମାବାସ୍ୟା: 13, ପୂର୍ଣ୍ଣିମା: 28 ଏକାଦଶୀ: 9 (ସଫଳା), 24 (ପୁ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ