Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

== ଓଡ଼ିଆ ==

କବିତା : କାଳିଜାଈରେ ସନ୍ଧ୍ୟା


ଧ୍ୟାନ ଦିଅନ୍ତୁ: [୨୮ ଜୁନ୍‌ ୨୦୨୩] ଏହି କବିତାଟିର ରଚୟିତା କିଏ ତାହା ଅମିମାଂସିତ ଥିବାରୁ "ଗୋଦାବରୀଶ ମିଶ୍ର" ଙ୍କ ନାମ ହଟାଇବାକୁ ବାଧ୍ୟ ହେଲୁ । ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗୀତିକାରଙ୍କ ନାମ ସ୍ଥାନିତ କରିବୁ ।


କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି,
ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥

ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ,
ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥

ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ,
ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥

ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ,
ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥

ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ,
ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥

କାତ ରଖି ନାବେ ନାଉରି ନେଲା ଆହୁଲା କରେ,
ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥

ନୀଳ ଊର୍ମିମାଳା ଉଠଇ ବହେ ପବନ ଖର,
ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥

ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ,
ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥

ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ,
ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥

ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ,
ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥

ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ,
ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥

ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା,
ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥

ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି,
ପଶ୍ଚିମ ଆକାଶେ ଝଟକେ ପୀତ ଲୋହିତ ଛବି ॥

ଦିଶେ ପାରିକୁଦ ମାଲୁଦ ଦୂରୁ ଛାୟା ପରାୟେ,
ସନ୍ଧ୍ୟାତାରା ନଭେ ହିରନ ସମ କି ଶୋଭା ପାଏ ॥

ଦେଖୁଛି ଚିଲିକା ସପନେ ତୋର ଅତୀତ ଶିରୀ,
ମୁହାଣୁ ତୋହର ବୋଇତ ଯେବେ ଥିବ ବାହାରି ॥

ସିନ୍ଧୁ ପାରେ ଯାଇ ଓଡ଼ିଆ ପୁଏ କରି ବେପାର,
ଆଣୁଥିଲେ ବୋହି ଦେଶକୁ ଧନରତ୍ନ ଅପାର ॥

ଆଜି ଏ ମୁହାଣ ପାଶେ କି ଗଢ଼ା ହେବ ବନ୍ଦର,
ବିପଣି ମାଳାରେ ବିଜନ ବେଳା ହେବ ମୁଖର ॥

ତୋ ଜଳେ ଶରତେ ଭାସନ୍ତି କେତେ ମରାଳ ପନ୍ତି,
ଭାସିବେ କି ସିନ୍ଧୁ ସଲିଳେ ତୋର ପୋତ ପଙ୍କାତି ॥

ବିଦେଶ ବେପାରୀ ଆଣିବେ ଦେଶେ ନାନା ବିଭବ,
ଫେରିବ କି ଶୋଭାମୟୀ ଗୋ ତୋର ଲୁପ୍ତ ଗୌରବ ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଅତି ସୁନ୍ଦର ଗାଥା କବିତା

      Delete
    2. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
    3. ଦି ସ୍ମରଣିକାକୁ ଅଶେଷ ଧନ୍ୟବାଦ । ଜାତୀୟ ପକ୍ଷୀ ଗୀତ ଟି ଦେବାକୁ ଅନୁରୋଧ ।

      Delete
    4. ମତାମତ ପାଇଁ ଅଶେଷ ଧନ୍ୟବାଦ । "ଜାତୀୟ ପକ୍ଷୀ" କବିତାଟି ଖୋଜି ନିଶ୍ଚେ "ଦି ସ୍ମରଣିକା" ରେ ସ୍ଥାନ ଦେବୁ । କେଉଁ ଶ୍ରେଣୀରେ ଥିଲା ମନେଅଛି କି?

      - "ଦି ସ୍ମରଣିକା" ଟିମ୍

      Delete
  2. Mesmerzing song... soulful ..peaceful and the beauty of our culture

    ReplyDelete
  3. I Love my this kalijaire sandhya I LOVE YOU kabita writers thank you

    ReplyDelete
    Replies
    1. ଧନ୍ୟବାଦ । ଅନେକ ଶୁଭ କାମନା ଆପଣଙ୍କୁ ।

      Delete
  4. Plz comment
    In which class book

    ReplyDelete
    Replies
    1. ଆପଙ୍କ ପ୍ରଶ୍ନ ପାଇଁ ଅନେକ ଧନ୍ୟବାଦ ।
      ଯାହା ମାନେ ଅଛି, "କାଲିଜାଇରେ ସନ୍ଧ୍ୟା" ପଞ୍ଚମ ଶ୍ରେଣୀ ସାହିତ୍ୟ ବହିରେ ଥିଲା ।
      ଅବିକା ସାହିତ୍ୟ ବହିରେ ସେ ସୁନ୍ଦର ଗୀତକୁ ହଟେଇ ଦିଆ ଯାଇଛି ।

      Delete
    2. ହଁ, ସୁନ୍ଦର କବିତା । ପିଲା ବେଳ କଥା ମନେପଡ଼ିଲା। ଧନ୍ୟବାଦ।

      Delete
    3. ଅତି ସୁନ୍ଦର କବିତା

      Delete
    4. ସୁନ୍ଦର ଲେଖା

      Delete
  5. It's remind me all my school days with all memory of punishment from my teacher for this poem.. But when I read this while crossing Chilika by train the whole world stopped by and it gave me goosebump. Overwhelmed with our history,poet everything about Odisha that I love... Thanks a lot. Hope you will take this to new level and make Odisha proud with our history

    Thanks again

    ReplyDelete
    Replies
    1. Thank you a lot.. ଆପଣଙ୍କ ଏ ଦୁଇ ପଦ କଥା ଆମକୁ ସର୍ବଦା ଉତ୍ସାହିତ କରୁଥିବ ।

      Delete
  6. ବହୁତ ଦିନ ପରେ ଏହି କବିତାଟିକୁ ପଢିବାକୁ ପାଇଲି
    ବହୁତ ଖୁସି ଲାଗିଲା
    ଧନ୍ୟବାଦ The Smaranika
    Thank You @thesmaranika.blogspot.com

    ReplyDelete
    Replies
    1. ଆନ୍ତରିକ ଧନ୍ୟବାଦ ।

      Delete
  7. ହୃଦୟ ରୁ ଧନ୍ୟବାଦ୍ ଏହି କବିତା ପାଇଁ ।

    ReplyDelete
    Replies
    1. ଧନ୍ୟବାଦ । ଆପଣଙ୍କର କେଇ ପଦ କଥା ଆମକୁ ସର୍ବଦା ପ୍ରେରଣା ଯୋଗାଉଥିବ ।

      Delete
  8. Mu ehi kalita ti ku bahut dinaru khojuthili . Bahut bahut dhanyabad

    ReplyDelete
    Replies
    1. ସୁଜିତ ବାବୁ!
      ଆପଣଙ୍କ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛୁ..

      Delete
  9. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ..

      Delete
  10. Bahut badhia. Bahut dhanyabad ee kabita pain.

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଅନିଲ

      Delete
  11. ମୁଁ ବହୁତ ଦିନ ହେଲା ଏହି ଗୀତକୁ ଖୋଜୁଥିଲି ପାଉ ନ ଥିଲି, ଏବେ ମୁଁ ବହୁତ ଖୁସି।ବହୁତ ବହୁତ ଧନ୍ୟବାଦ।

    ମାଟି ଦେବତାର ପୂଜା ବିଷୟ ଟି ଯଦି ଆପଣ ମୋ ମେଲ୍ ରେ ଦିଅନ୍ତି ମୁଁ ବହୁତ ଖୁସି ହୁଅନ୍ତି।

    ReplyDelete
    Replies
    1. ମାଟି ଦେବତା ର ପୂଜା ବୋଧେ ଚତୁର୍ଥ କିମ୍ବା ପଞ୍ଚମ ଶ୍ରେଣୀ ରେ ଥିଲା। କିଛି ମନେ ଅଛି ।
      ଖରାବେଳ । ସରକାରୀ ଜିପ୍ । ରକ୍ତ ଦେଇ ଫସଲ କରିଛି । ଏମିତି କିଛି ।

      Delete
    2. ହଉ । ଏହି ଉପଯୋଗୀ ତଥ୍ୟ ପାଇଁ ଅଶେଷ ଧନ୍ୟବାଦ । ଚେଷ୍ଟା କରିବୁ "ମାଟି ଦେବତାର ପୂଜା" ସଂଗ୍ରହ କରିବା ପାଇଁ ।

      Delete
    3. ମାଟି ଦେବତାର ପୂଜା,,,ଏହି ବିଷୟ ଟି ବହୁତ ସୁନ୍ଦର ଥିଲା,,, ଏହି ବିଷୟ ଟି ଚତୁର୍ଥ କିମ୍ବା ପଞ୍ଚମ ଶ୍ରେଣୀରେ ଥିଲା,,,ପ୍ଲିଜ୍,,ସାର୍,, ଆପଣ ଏହି ବିଷୟ ଟି କୁ ପୋଷ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ🙏🙏🙏

      Delete
    4. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ ! ପାଇ ପାରିନୁ ଏଯାଏ ।
      ପାଠକଙ୍କ ଇଚ୍ଛା ପୂରଣ ଠିକ୍ ସମୟରେ କରିପାରୁନଥିବାରୁ ଆମେ ଦୁଃଖିତ ।
      - "ଦି ସ୍ମରଣିକା" ଟିମ୍

      Delete
  12. ଆପଣଙ୍କର ଏହି ଅମୂଲ୍ୟ ମନ୍ତବ୍ୟ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।

    "ମାଟି ଦେବତାର ପୂଜା" ଶୀର୍ଷକ ବିଷୟରେ ଆଉ କିଛି କହିଲେ ଆମ ସଂଗ୍ରହ କରିବୁ । କେଉଁ ଶ୍ରେଣୀରେ ଥିଲା ମନେ ଅଛିକି? ବା ଆଉ କିଛି ଅଧିକ ତଥ୍ୟ..

    ହଁ, ଆପଣଙ୍କ email ଆମ ପାଖେ ନାହିଁ । Contact page ରେ "ଦି ସ୍ମରଣିକା" କୁ ଯୋଗାଯୋଗ କରିବା ପାଇଁ email ଅଛି । ସେଠାକୁ email କଲେ ଆମେ ଉତ୍ତର ଜଣାଇବୁ ।

    ReplyDelete
  13. Mati debata ra Puja odia kabita which is in class

    ReplyDelete
    Replies
    1. ପ୍ରକୃତରେ ଜାଣିନାହୁଁ ।
      ପୂର୍ବରୁ ଜଣେ ପାଠକ ଏହି ଗୀତଟିକୁ ଖୋଜୁଥିଲେ । ଆମେ ଏପର୍ଯ୍ୟନ୍ତ ପାଇନାହୁଁ । ଅନ୍ୟ କେହି ପାଠକ ଏ ପ୍ରଶ୍ନର ଉତ୍ତର ଦେଲେ ସମସ୍ତେ ଉପକୃତ ହୁଅନ୍ତେ ।

      Delete
    2. ମାଟି ଦେବତା ର ପୂଜା ବୋଧେ ଚତୁର୍ଥ କିମ୍ବା ପଞ୍ଚମ ଶ୍ରେଣୀ ରେ ଥିଲା। କିଛି ମନେ ଅଛି ।
      ଖରାବେଳ । ସରକାରୀ ଜିପ୍ । ରକ୍ତ ଦେଇ ଫସଲ କରିଛି । ଏମିତି କିଛି । ଏଇଟା ବୋଧେ ଗପ ଥିଲା କବିତା ନୁହେଁ।

      Delete
    3. ହଉ । ଆମେ ଖୋଜିଲୁ ଯେ ଏଯାଏଁ ପାଇନାହୁଁ ।
      ଗପ ହେଉ କି ଗୀତ ହେଉ । ମିଳିଲେ ନିଶ୍ଚେ ଲେଖିବୁ ।

      - "ଦି ସ୍ମରଣିକା" ଟିମ୍

      Delete
    4. Mati debatara puja. Gapa te 5 class

      Delete
    5. ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ !

      ଖୋଜି ପାଇଲେ ନିଶ୍ଚେ ଲେଖିବୁ ।

      - "ଦି ସ୍ମରଣିକା" ଟିମ୍

      Delete
  14. ଓଡ଼ିଶା ଶିକ୍ଷା ବିଭାଗ କୁ ମୋର ଏତିକି ପ୍ରାର୍ଥନା ଯେ ସେ ଏହି ଗିତ ଟିକୁ ଏବର ଶିକ୍ଷା ବ୍ୟବସ୍ଥା ରେ ଅବସ୍ଥିତ କରାନ୍ତୁ

    ReplyDelete
    Replies
    1. ଆପଣଙ୍କର ଏହି ଅମୂଲ୍ୟ ମନ୍ତବ୍ୟ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।

      Delete
  15. Bahut badhia bahut dina pare padhi Baku paili bahut khusi b lagila. Mati devata Ra ra puja story thile mail re debe

    ReplyDelete
    Replies
    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ

      Delete
  16. Bahut bhala ...amiti a Gita sabu saiti rakha ama pain..😍

    ReplyDelete
    Replies
    1. ନିଶ୍ଚୟ ।
      ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ।

      Delete
  17. 5 class odia sahitya kabita send old kabita 🌷

    ReplyDelete
  18. Old odia 5 class odia sahitya textbook kabita send

    ReplyDelete
    Replies
    1. Send kari diyantu 0ld 4 class odia sahitya kabita

      Delete
    2. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।
      ଅନୁସନ୍ଧିତ୍ସୁ ପାଠକମାନଙ୍କର ଆବଶ୍ୟକତାକୁ "ଦି ସ୍ମରଣିକା" ଠିକ୍ ସମୟରେ ପୂରଣ କରିପାରୁନଥିବାରୁ ଦୁଃଖ ପ୍ରକାଶ କରୁଛି ।

      Delete
  19. ଏତେ ସୁନ୍ଦର ଜିନିଷ କୁ ସାଇତି ରଖିଥିବା ରୁ ଧନ୍ୟବାଦ

    ReplyDelete
    Replies
    1. ଆପଣଙ୍କ ଦି ପଦ କଥା ଆମକୁ ସର୍ବଦା ପ୍ରେରଣା ଦେଉଥିବ । ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  20. Thank you for the the lyrics.While reading this poem again, i feel like regaining the same freshness and activitity of childhood . Its like every bit of school memory retrieves back again and again . While reciting the poem with same tone and style like my teacher did.

    ReplyDelete
    Replies
    1. Happy to see your comment.

      - "The Smaranika" Team

      Delete
  21. Hrudaya ku chuinla ama panchama shreeni gita kata dhari dhire nauri gitaku upload karithibaru apanku bahut bahut dhanyabad

    ReplyDelete
    Replies
    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  22. Eita mo pila bela ra ati sundar kabita .. Mu kebe b mane rakhiparinathili kintu sunibaku bht bhala lage.. Thnk u so much eita puni mo akhi agaku ani deichanti...asesh asesh dhanyabad

    ReplyDelete
    Replies
    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  23. ଏ ଗୀତ ମୋର ବହୁତ ପ୍ରିୟ , ଏବେ ବି ମନେ ମନେ ଗୁଣୁ ଗୁଣୁ ହୋଇ ଗାଇଯାଏ , ସମ୍ପୂର୍ଣ୍ଣ ଗୀତ ମନେ ନାହିଁ , ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ🙏🙏

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ । ପାଠକ ମାନଙ୍କ ଦିପଦ କଥା ହିଁ ଆମ ପାଇଁ ପ୍ରେରଣାର ଉତ୍ସ ।

      - "ଦି ସ୍ମରଣିକା" ଟିମ୍

      Delete
    2. Thanks for u I lition for preta swargarohan song

      Delete
  24. Feeling amazing after reading this poet after a long time. It was in class 5 odiya book..I still remember my Oriya teacher ask me to read this poet and describe the meaning to all. There are other interesting story and poet..thanks to the person who post this poet..

    ReplyDelete
    Replies
    1. Thank you, Abhi, so much for sharing childhood experiences and kind words for us. Our readers and their valuable words are our strength!

      - Team "The Smaranika"

      Delete
  25. Nachi Nachi "Khele" ta thik nuha, Nachi Nachi "Chale".
    Samaya paile thik kari debe..

    This is my Fav poem from school days.
    Regards,
    Ganeshwar Pradhan

    ReplyDelete
    Replies
    1. ଗଣେଶ୍ଵର ବାବୁ,

      ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଧନ୍ୟବାଦ ଜଣାଉଛୁ । ଠିକ୍ କରିଦେଇଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  26. Thank you for sharing this lyric. I really appreciate your work.

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  27. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  28. This Poem Is Mostly Valuable For All Odia Medium Students At That Time It's A Beautiful Poem In Class Five .

    ReplyDelete
    Replies
    1. Thank you so much for the valuable comment!

      - "The Smaranika" Team

      Delete
  29. ଏକ ନିଶ୍ବାସ ରେ ଗାଇନେଲି I ପିଲାଦିନର ସ୍ମୃତି ସବୁ ଆଖି ଆଗରେ ନାଚି ଉଠିଲା I

    ReplyDelete
    Replies
    1. ବହୁତ ଖୁସି ହେଲୁ ଆପଣଙ୍କ ଏ କମେଣ୍ଟ ପଢ଼ି । ଆପଣଙ୍କ ଦିପଦ କଥା ଆମ ପାଇଁ ପ୍ରେରଣାର ଉତ୍ସ ।

      - "ଦି ସ୍ମରଣିକା" ଟିମ୍

      Delete
  30. ଅମିତାଭ ପଟ୍ଟନାୟକ, ବାରିପଦାMay 15, 2022 at 12:07 PM

    ବହୁତ ବର୍ଷ ପରେ ମୋର ଜଣେ ଅନ୍ତରଙ୍ଗ ପରିବାର(ବାରିପଦା) ଚିଲିକା କାଳିଜାଈ ଭ୍ରମଣରେ ଯାଇ ମାଆଙ୍କୁ ଦର୍ଶନ କରି ବର୍ତ୍ତମାନ (୧୫.୦୫.୨୦୨୨)ଫେରିଲେ...କିଛି ଦିନ ପୂର୍ବରୁ ଭୟା ଭୟ ନୌକା ଦୁର୍ଘଟଣା ବିଷୟରେ ଜାଣି ଥିଲେ ମଧ୍ୟ ସେଠାରେ ଆଶ୍ୱାସନା ପାଇ ଭଲରେ ଯାଇ ଫେରିଲେ। ମୁଁ ଏଇ ଗୀତ ବିଷୟରେ କହିଥିଲି,କିନ୍ତୁ ସମ୍ପୂର୍ଣ୍ଣ ମନେ ନ ଥିବାରୁ, ଆପଣଙ୍କ ସାଇଟ୍ ରୁ ପାଇଲି ଏବଂ ବାରିପଦାରୁ ଭିଡିଓ କଲ୍ କରି ଗାଇ ଶୁଣାଇଲି, ମୁଁ ବ୍ରହ୍ମପୁର ରେ ଥିବା ବେଳେ ଭୁବନେଶ୍ୱର ରୁ ଟ୍ରେନରେ ଯିବା ସମୟରେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ କରି ଏଇ ଗୀତ ଯେତିକି ମନେ ପଡେ ଗାଇ ଗାଇ ଯାଉଥିଲି।ସ୍କୁଲ ରେ ପଢିବା ବେଳେ ଏଇ ଗୀତ ମନରେ ଅପୂର୍ବ ଶିହରଣ ସୃଷ୍ଟି କରୁଥିଲା।ଗୀତ ଗାଇବା ବେଳେ ଅନୁଭବ ହୁଏ ଯେମିତି କବି ସେଇ ଚିଲିକା ବକ୍ଷରେ ନୌକା ବିହାର କରୁଥିବା ସମୟରେ ଗୀତ ତାଙ୍କ ହୃଦ କନ୍ଦରରୁ ସ୍ବତଃ ଭାସି ଆସିଛି...କବି ଙ୍କୁ ମୋର ଅନ୍ତରରୁ ପ୍ରଣାମ...ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍🙏

    ReplyDelete
    Replies
    1. ଅମିତାଭ ପଟ୍ଟନାୟକ ବାବୁ, ବହୁତ ଖୁସି ହେଲୁ ଆପଣଙ୍କ ମତାମତ ପଢ଼ି । ପାଠକଙ୍କ ଦୁଇପଦ କଥା ତ ଆମକୁ ଉତ୍ସାହିତ କରେ । ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  31. ଅମୂଲ୍ୟ କବିତା ଟିକୁ ପ୍ରକାଶିତ କରିଥିବାରୁ ଆନ୍ତରିକ ଅଭିନନ୍ଦନ ଓ ଧନ୍ୟବାଦ 💐💐

    ReplyDelete
    Replies
    1. ଆପଣଙ୍କ ମନ୍ତବ୍ୟ ପଢି ଖୁସି ହେଲୁ । ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  32. ସୁଷମା ର ଅର୍ଥ?

    ReplyDelete
    Replies
    1. ସୁଷମା - ସୌନ୍ଦର୍ଯ୍ୟ, ଅତ୍ୟନ୍ତ ସୁନ୍ଦର

      ପ୍ରଶ୍ନ ପାଇଁ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  33. କାଳିଜାଈ ରେ ସନ୍ଧ୍ୟା କବିତା ଟି ଶ୍ରୀ. ଗୋଦାବାରରୀଶ ମୀଶ୍ର ଙ୍କର ଲେଖା ନୁହଁ । ଶ୍ରୀ.ଗୋଦାବାରରୀଶ ମୀଶ୍ର କେବଳ "କାଳିଜାଈ" କବିତା ଲେଖିଥିଲେ। କାଳିଜାଈ ରେ ସନ୍ଧ୍ୟା କବିତାଟି ର ଲେଖକ ହେଲେ "ଶ୍ରୀ ଡମ୍ୱରୁଧର ପରିଡ଼ା," "Sri.Dambarudhara Parida" Head Mastar, Tangi High School, Khordha.

    ReplyDelete
    Replies
    1. ସୂଚନା ପାଇଁ ଅଶେଷ ଧନ୍ୟବାଦ । 'ଡମ୍ବରୁଧର ପରିଡ଼ା' ଏହି କବିତାଟି ଲେଖିଛନ୍ତି ବୋଲି କିଛି ପ୍ରମାଣ ଥିଲେ ଇମେଲ୍ କରି ଜଣାଇବାକୁ ଅନୁରୋଧ । ଆମ ଇମେଲ୍ ଆଇଡି ହେଉଛି carethesmaranika@gmail.com

      - "ଦି ସ୍ମରଣିକା" ଟିମ୍

      Delete
  34. ହଁ ଅମାପଖରେ ତାଙ୍କ ପାଣ୍ଡୁଲିପି ଅଛି । ଆପଣଙ୍କୁ ମୁ ଆମ ପରିବାରର permission ନେଇକି email କରିଦେବି।

    ReplyDelete
    Replies
    1. ଠିକ୍‌ ଅଛି । ଆମେ ଆପଣଙ୍କ ଇମେଲ୍‌କୁ ଅପେକ୍ଷା କରିବୁ |
      ଇମେଲ୍‌ କରିବା ପରେ ଏଠାରେ କମେଣ୍ଟ କରି ଜଣାଇଲେ ଆମେ କୃତଜ୍ଞ ହେବୁ |

      - "ଦି ସ୍ମରଣିକା" ଟିମ୍

      Delete
  35. if download in word document it will better for us

    ReplyDelete
    Replies
    1. PDF download was available earlier for all content via AddThis service. Since Oracle (owner of AddThis) has discontinued service, it is not available now. However, we are scouting for alternatives.

      - The Smaranika Team

      Delete
  36. Mane padigala sei atita dina.

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  37. Mati devata ra Pooja , aalua livigala, jatiya pakshi, very very interesting and memorable

    ReplyDelete
    Replies
    1. ପ୍ରସ୍ତାବ ପାଇଁ ଅନେକ ଧନ୍ୟବାଦ । ଖୋଜି ପାଇଲେ ନିଶ୍ଚେ ଲେଖିବୁ ।

      - ଦି ସ୍ମରଣିକା ଟିମ୍

      Delete
  38. class-5 ra sei sundar kabita "kali jaai ra sandhya"

    ReplyDelete
    Replies
    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  39. ମୋ ଝିଅକୁ କୋଳରେ ଧରି ଶୁଆଇବାର ଲୋରି।

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ଦିନର ସୁରୁଜ ତୁ ମୋ ରାତିର ତାରା - Dinara Suruja Tu Mo Ratira Tara Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ