Posts

Showing posts with the label Odissi Song

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

କି ଦେଖିଲା ଆଜ ନେତ୍ର ସଜନୀ - Ki Dekhila Aaja Netra Sajani Lyrics

Image
== ଓଡ଼ିଆ == ଗୀତ : କି ଦେଖିଲା ଆଜ ନେତ୍ର ଭାଷା : ଓଡ଼ିଆ କଣ୍ଠ : ସୁଧା ମିଶ୍ର ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ମସିହା : ୨୦୦୭ କି ଦେଖିଲା ଆଜ ନେତ୍ର ସଜନୀ କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳିତ ନୋହିଲା ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥ କରେ ତା' କଙ୍କଣ ମୁରଲୀ ବାଦନ କରେ ତା' କଙ୍କଣ ମୁରଲୀ ବାଦନ ପୟରେ ନୂପୁର ଶୋହେ ପୟରେ ନୂପୁର ଶୋହେ ସୁବାସ କୁସୁମ ମାଳ ମାଳ ମାନ ସୁବାସ କୁସୁମ ମାଳ ମାଳ ମାନ ବାର ବେନି ପୁର ଶୋହେ ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥୧॥ ବାଛି ପିନ୍ଧିବାର କାଛି ପୀତାମ୍ବର ବାଛି ପିନ୍ଧିବାର କାଛି ପୀତାମ୍ବର ଅତର କର୍ପୂର ଉଚ୍ଛି ଅତର କର୍ପୂର ଉଚ୍ଛି ବାରିବାକୁ ଆଉ ଅଛି କି ସେ ଶ୍ୟାମ ବାରିବାକୁ ଆଉ ଅଛି କି ସେ ଶ୍ୟାମ ସୁନ୍ଦରପଣକୁ କିଛି ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ॥୨॥ ବୋଲେ ବନମାଳୀ ସେ ପଟ୍ଟନାୟକ ବୋଲେ ବନମାଳୀ ସେ ପଟ୍ଟନାୟକ ଭାଷନ୍ତି କିଶୋରୀ ମଣି ଭାଷନ୍ତି କିଶୋରୀ ମଣି ନଟ ଲଗାଇବା ହଟ ବଡ଼ ତାର ନଟ ଲଗାଇବା ହଟ ବଡ଼ ତାର ନଟବର ବେଶ ଠାଣି ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳିତ ନୋହିଲା ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ସଜନୀ..କି ଦେଖିଲା ଆଜ ନେତ୍ର କି ଦେଖିଲା ଆ...

କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ - Ka Ranga Kahalo Sahi Shyamala Shyamala Lyrics

Image
== ଓଡ଼ିଆ == ଗୀତ : କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ ଭାଷା : ଓଡ଼ିଆ ଆଲବମ : ଶ୍ରୀ ଜଗନ୍ନାଥ ଶରଣଂ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୯୦ (ଝି) କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି କିଏ ସେ ନାଟୁଆ ନାଗର (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥ (ଝି) ଯା ଲାଗି ରାଧା ଝୁରି ଝୁରି ହେଲା ପାଗଳିନୀ ଯାହାର ପ୍ରେମେ ହେଲେ ବାଇ ଗୋପର ତରୁଣୀ ବାନ୍ଧିଛି ଯିଏ ତ୍ରିଭୁବନ ପ୍ରେମର ଡୋରିରେ ସେ ପୁଣି ବନ୍ଧା ଚିରଦିନ ଭକତ ପ୍ରେମରେ ସଖୀରେ.. କହ କିଏ ସେ କଳା କାହ୍ନୁ ଯା ନାମ ଶୁଣୁ ଶୁଣୁ ମନଟି ହୁଏ ଚଞ୍ଚଳ   (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ ॥୧॥ (ଝି) ଯାର ପରଶ ପାଇ ବିଷ ହୁଅଇ ପିୟୁଷ ଯା ଦରଶନେ ପାଏ ଜୀବ ବଇକୁଣ୍ଠେ ବାସ ଭକତ ପାଇଁ ନିଦ ନାହିଁ ଆଖିକୁ ଯାହାର ଭକତ ତାର ପ୍ରାଣଧନ ଦାସ ସେ ଭକ୍ତର ସଖୀରେ.. ମତେ କହନି କିଏ ସେହି ଯା ସରି କେହି ନାହିଁ କିଏ ସେ ଭକତବତ୍ସଳ (ଝି-ସମସ୍ତେ) ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ ଜୟ ଜୟ ଦେବ ହରେ (ଝି) ହରେ.. (ଝି-ସମସ୍ତେ) ଜୟ ଜୟ ଦେବ ହରେ (ଝ...

ବିତିଲା ତ ଯାମିନୀ ମଉଳିଲା କାମିନୀ - Bitila Ta Jamini Maulila Kamini Lyrics

Image
== ଓଡ଼ିଆ == ଗୀତ : ବିତିଲା ତ ଯାମିନୀ ମଉଳିଲା କାମିନୀ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କାଳୀଚରଣ ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୧॥ ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ମଳିନ ପ୍ରଦୀପ ଶିଖା ନୟନ କଜଳରେଖା ନୀର ଝରି ସହୀରେ ନୀର ଝରି ସହୀରେ ଧାରସାର ହେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୨॥ କହିବୁରେ ସମ ଯାଇ ମୋହନ ବଂଶୀ ବଜାଇ ଝୁରି ଦିନ ରଜନୀ ଝୁରି ଦିନ ରଜନୀ ରାଧା ଝୁରି ମଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୩॥ ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଚାହିଁ ଚାହିଁ ପଥ ନିତି କେତେ ସହି ସହି ଛାତି ଦଗାଦାର ଶ୍ୟାମ ହେ ଦଗାଦାର ଶ୍ୟାମ ହେ କଣ୍ଟ ବିତି ଗଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ଗିରି ଶିଖେ ଚାହାଁ ଆରେ ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ ॥୪॥ ଶବ୍ଦାର୍ଥ ଯାମିନୀ - ର...

କ ଚମ୍ପୂ (କି ହେଲା ରେ କହିତ ନୁହଁଇ ଭାରତୀରେ) - Ka Champu (Ki Hela Re Kahita Nuhani Bharatire) Lyrics

Image
== ଓଡ଼ିଆ == ଗୀତ : କି ହେଲା ରେ କହିତ ନୁହଁଇ ଭାରତୀରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ କି ହେଲା ରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ ॥ କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର ତେଜ ସେ ରବିସୁତାର ତୀରେ କମ୍ପି ମୋର କଳେବର, ହୋଇଗଲା ଆରପାର ଯାହାକୁ ଡରଇ ତାର ତୀରେ ॥୧॥ କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ କର୍କଶ ନୋହିବା ଭାରତୀରେ କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି କି ଉଭା ରତିରେ ॥୨॥ କି ମୋହନ ଲୀଲା ଧରି, କୋଟି କଳାକର ଶିରୀ ପୁରିଛି ସେ ଶ୍ୟାମ ମୂରତିରେ କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ ଚିରାୟୁ ରଖିଲା ଜରତୀରେ ॥୩॥ କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉର ପାରିଲା ମୋ ମତିରେ କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥୪॥ କଲବଲ ଛଟପଟ, ହୋଇ ଯାଉଛି ନିପଟ ସଂବେଶ ଅଶନ ବିରତିରେ କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ ଏ କି ଦଣ୍ଡ ବିନା ପୀରତିରେ ॥୫॥ କି ହେଲା ରେ କହିତ ନୁହଁଇ ଭାରତୀରେ: ଶ୍ୟାମାମଣି ପଟ୍ଟନାୟକ ଙ୍କ କଣ୍ଠରେ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚିତ "କିଶୋରଚନ୍ଦ୍ରାନନ୍ଦ ଚମ୍ପୂ...

ଟ ଚମ୍ପୂ (ଟାଣ ପଣ କର ସାର) - Ta Champu (Tana Pana Kara Sara) Lyrics

Image
== ଓଡ଼ିଆ == ଗୀତ : ଟାଣପଣ କର ସାର ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଟାଣପଣ କର ସାର           ଟାଣପଣ କର ସାର ଟିକାଏ ମଦନ କଦନକୁ ସହି           ସଦନକୁ ବିଜେ କର ଟାଣପଣ କର ସାର ॥ ଟଙ୍କାରି କି ଶ୍ରବସରିକି ବାସବ-           କୋଦଣ୍ଡରୁ ଚଣ୍ଡ ଧନୁ ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ           ତୁମ୍ଭଙ୍କୁ ଏକା ଅତନୁ ଟାଣପଣ କର ସାର ॥୧॥ ଟେକି ଏ ସୁନ୍ଦର ଶ୍ରୀମୁଖଟି ପର-           ଘରବୁଡ଼ା ଫରମାସ ଟିକାଏ ହେଲେ ଯେ ହୃଦୟ ସରୋଜେ           ନୋହିଲା ତ୍ରାସବିଳାସ ଟାଣପଣ କର ସାର ॥୨॥ ଟେକାଟେକି ମୋତେ କରି ନାନାମତେ           ତୁମ୍ଭ କାମନା ପୁରିବ ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ       ...

ଦେଖ ଗୋ ରାଧାମାଧବ ଚାଲି ଦେଖ ଗୋ - Dekha Go Radhamadhaba Chali Dekha Go Lyrics

Image
== ଓଡ଼ିଆ == ଭଜନ : ଦେଖ ଗୋ ରାଧାମାଧବ ଚାଲି ଭାଷା : ଓଡ଼ିଆ ଗୀତିକାର : ବନମାଳୀ ଦାସ ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ମଣି ବିମାନ ଆସେ ଝୁଲି ଝୁଲି ମଣି ବିମାନ ଆସେ ଝୁଲି ଝୁଲି ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୧॥ ବିବିଧ ବାଜଣା ବୀରକାହାଳୀ ବିବିଧ ବାଜଣା ବୀରକାହାଳୀ ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୨॥ ସଙ୍ଗତେ ଅଛନ୍ତି ପଞ୍ଚସାଗର ସଙ୍ଗତେ ଅଛନ୍ତି ପଞ୍ଚସାଗର ରାଧିକା ଦୂତିକା ମୁରଲୀଧର ରାଧିକା ଦୂତିକା ମୁରଲୀଧର ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୩॥ ନରେନ୍ଦ୍ର ସରକୁ କରିଣ ମନ ନରେନ୍ଦ୍ର ସରକୁ କରିଣ ମନ ଚାପ ଖେଳନ୍ତି ଜଗତମୋହନ ଚାପ ଖେଳନ୍ତି ଜଗତମୋହନ ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୪॥ ବୋଲେ ବନମାଳୀ ଶ୍ରୀପାଦ ଧ୍ୟାଇ ବୋଲେ ବନମାଳୀ ଶ୍ରୀପାଦ ଧ୍ୟାଇ ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ ଦେଖ ଗୋ ! ଆଗୋ ସଖୀ ଦେଖ ଗୋ ! ରାଧାମାଧବ ଚାଲି ଦେଖ ଗୋ ॥୫॥ YouTube ରେ ଦେଖ ଗୋ ରାଧାମାଧବ ଚାଲି == English == Bhajan : Dekha Go Radhamadhaba Chali Language : Odia Lyricist : Banamali Das Dekha go ! ago sakhi dekha go !...

କହିବାକୁ ଲାଜ ସଖୀ ଯାହା ହେଲା - Kahibaku Laja Sakhi Jaha Hela Lyrics

Image
== ଓଡ଼ିଆ == ଗୀତ : କହିବାକୁ ଲାଜ ସଖୀ ଯାହା ହେଲା ଭାଷା : ଓଡ଼ିଆ ଆଲବମ : ଶ୍ୟାମ ନାଗର କଣ୍ଠ : ଭୁବନେଶ୍ଵରୀ ମିଶ୍ର ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥ ପହୁଡ଼ିଥିଲେ ଜଣା ନ ଥିଲା ମୋତେ ବୀଣା ପହୁଡ଼ିଥିଲେ ଜଣା ନ ଥିଲା ମୋତେ ବୀଣା ଆଳାପେ ଲଗାଇଲି ଗେଲେ ଲୟ କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଶଂସି କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଶଂସି ମରମୁ ବଳିଗଲା ସେ ସମୟ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥୧॥ ଖସିପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ ଖସିପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ ମେରୁ ଗରୁଆ ହେଲା ଗଭାଫୁଲ ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ ଚଣ୍ଡାଳ କଲା କେତେ କଲବଲ କହିବାକୁ ଲାଜ ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥୨॥ କେତେ କଥାକୁ ଏତେ ଦଶା ଲଖିବି ଚିତ୍ତେ କି ନ କଲା ଏ ଲାଜ ଘେନ ମନେ କିପରି ଗୋ ସଙ୍ଗାତ ବିପରୀତ ସୁରତ କିପରି ଗୋ ସଙ୍ଗାତ ବିପରୀତ ସୁରତ ରସକୁ ରସୁଥାନ୍ତି କାମା ମାନେ କହିବାକୁ ଲାଜ ସଖୀ ଯାହା ହେଲା ସଖୀ ଯାହା ହେଲା ସଖୀ ଯାହା ହେଲା ଆଜରେ କହିବାକୁ ଲାଜ ॥୩॥ YouTube ରେ କହିବାକୁ ଲାଜ ସଖୀ ଯାହା ହେଲା == English == Song : Kahibaku Laja Sakhi ...

ଅତସୀ କୁସୁମ ସମ ଶ୍ୟାମ - Atasi Kusuma Sama Shyama Lyrics

Image
== ଓଡ଼ିଆ == ଗୀତ : ଅତସୀ କୁସୁମ ସମ ଶ୍ୟାମ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ଭୁବନେଶ୍ଵର ମିଶ୍ର ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୧॥ ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଊହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୨॥ ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆବୁର ସରିବ ମୋର ଜୀଇଲେ ହେଁ ମଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୩॥ ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବପଲ୍ଲୀଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୪॥ ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର ଆଶ୍ରୟ ନୋହିବ ଗୋବର୍ଦ୍ଧନଗିରିଦରିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୫॥ ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ...

ଘ ଚମ୍ପୂ (ଘେନାଇ ଆମ୍ଭେ ଯେତେ କହିଲୁରେ) - Gha Champu (Ghenai Aambhe Jete Kahilure) Lyrics

Image
== ଓଡ଼ିଆ == ଗୀତ : ଘେନାଇ ଆମ୍ଭେ ଯେତେ କହିଲୁରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୧॥ ଘସ୍ରନାଥନନ୍ଦନା ଅନାଉଣିକି ମନ ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ ଘଟୀସରିକି କରେ ନାହିଁକି ବିବେକରେ ଘଟୀସରିକି କରେ ନାହିଁକି ବିବେକରେ ମହାର୍ଣ୍ଣବରେ ଅବଗାହିଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୨॥  ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁରେ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ସୁଯୋଗୁଁ ସିନା ବଞ୍ଚିଅଇଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୩॥ YouTube ରେ ଘେନାଇ ଆମ୍ଭେ ଯେତେ କହିଲୁରେ == English == Song : Ghenai Aambhe Jete Kahilure Language : Odia Scripture / Book : Kishore...

ଝ ଚମ୍ପୂ (ଝଗଡ଼ି ମାତ୍ର ହେଲ ହେ ଶ୍ୟାମ) - Jha Champu (Jhagadi Matra Hela He Shyama) Lyrics

Image
== ଓଡ଼ିଆ == ଗୀତ : ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ଝିମୁଟ ହେବାକୁ ସହସ୍ର ଯାମ ଝିମୁଟ ହେବାକୁ ସହସ୍ର ଯାମ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥  ଝାଉଁଳିବା ନବ ତମାଳ ରମା ଝାଉଁଳିବା ନବ ତମାଳ ରମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୧॥    ଝଡ଼ିବ ବଳ କୋମଳ ଛାତିରୁ ଝଡ଼ିବ ବଳ କୋମଳ ଛାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୨॥  ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁରିବାର ଏକା ହୋଇବ ସାର ଝୁରିବାର ଏକା ହୋଇବ ସାର ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୩॥   ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୪॥   ଝଲକି ଗଲ କ...

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା - To Lagi Gopadanda Mana Re Kalia Suna Lyrics

Image
== ଓଡ଼ିଆ == ଗୀତ : ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ଭାଷା : ଓଡ଼ିଆ ଆଲବମ : ଥକାମନ ଚାଲ ଯିବା କଣ୍ଠ :  ଅନୁରାଧା ପୌଡ଼ୱାଲ ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶନା : ସରୋଜ ନନ୍ଦ ମସିହା : ୨୦୦୦ ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ତୋ ଲାଗି ନ ଯିବି ଯମୁନା ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ନିତି ଏହି ବାଟେ ଯାଉ ରେ କାଳିଆ ନିତି ଏହି ବାଟେ ଯାଉ ନିତି ଏହି ବାଟେ ଯାଉ ରେ କାଳିଆ ନିତି ଏହି ବାଟେ ଯାଉ ହାଟର କଉଡ଼ି ମାଗିଲେ କାଳିଆ ହାଟର କଉଡ଼ି ମାଗିଲେ କାଳିଆ ମୂରଲୀ ବଜାଉ ଥାଉ ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ॥ ତୁହି ବଡ଼ ଘର ପୁଅ ରେ କାଳିଆ ମୁହି ବଡ଼ ଘର ବୋହୁ ତୁହି ବଡ଼ ଘର ପୁଅ ରେ କାଳିଆ ମୁହି ବଡ଼ ଘର ବୋହୁ ସରମ ତୋ ମୁଖେ ନାହିଁ ରେ କାଳିଆ ମରମ କଥାଟି କହୁ ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ॥୧॥ ତୁହି ଅଟୁ ନନ୍ଦ ଚାଟ ରେ କାଳିଆ ତୁହି ଅଟୁ ନନ୍ଦ ଚାଟ  ତୁହି ଅଟୁ ନନ୍ଦ ଚାଟ ରେ କାଳିଆ ତୁହି ଅଟୁ ନନ୍ଦ ଚାଟ ମଥୁରା ହାଟକୁ ଦଧି ବିକି ଗଲେ ମଥୁରା ହାଟକୁ ଦଧି ବିକି ଗଲେ ନିତି ମାଗୁଥାଉ ଘାଟ ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ତୋ ଲାଗି ନ ଯିବି ଯମୁନା ରେ କାଳି...

ଗ ଚମ୍ପୂ (ଗଲାଣି ତ ଗଲା କଥା ରେ ସଙ୍ଗାତ ଗୁପତେ ସିନା ମୁଁ ତୋତେ ପଚାରିଲି) - Ga Champu (Galani Ta Gala Katha Re Sangata Gupate Sina Mun Tote Pacharili) Lyrics

Image
== ଓଡ଼ିଆ == ଗୀତ : ଗଲାଣି ତ ଗଲା କଥା ରେ ସଙ୍ଗାତ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ଗୁପତେ ସିନା ମୁଁ ତୋତେ ପଚାରିଲି ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୧॥ ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ ଗୋଡ଼ ଖସି ଖେଦ ହେବାର ଦରଦ ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ରେ ସଙ୍ଗାତ ଗଲାଣି ତ ଗଲା କଥା ॥୨॥ ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି ଗୋଳା ଗରଳରୁ କଟୁ ପୀୟୂଷରୁ ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ରେ ସଙ୍ଗାତ ଗଲାଣି ତ ଗଲା କଥା ॥୩॥ ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ ଗାତ୍ର ଗୋଟିଯାକ ପୁରିଲା ପୁଲକ ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୪॥ ଗିଳିଦେଲା ପୁରନ୍ଦର-ନୀଳକର କଳିକାମୟ ତିମିର ଗହନ କି ଗୃହ ହୋଇଲା ସନ୍ଦେହ ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ରେ ସଙ୍ଗାତ ଗଲାଣି ତ ଗଲା କଥା ॥୫॥ ଗତାଳସନାଟ ପ...

ଦେଖି ନବ କାଳିକା ବକାଳିକା ମାଳିକା - Dekhi Naba Kalika Bakalika Malika Lyrics

Image
== ଓଡ଼ିଆ == ଗୀତ : ଦେଖି ନବ କାଳିକା ବକାଳିକା ମାଳିକା ଭାଷା : ଓଡ଼ିଆ ପୋଥି / ପୁସ୍ତକ : ଲାବଣ୍ୟବତୀ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି ରକ୍ଷା କେମନ୍ତେ କରି କରିବା ମତ୍ତକରୀ ଗତିକି ଏମନ୍ତ ବିଚାରି ସେ ସହଚରି ଭାବେ ବଞ୍ଚିଲେ ଏ କାଳକୁ କଥା ଥିବ କାଳ କାଳକୁ ଏକେତ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ ନ ଲଭୁ ବଲ୍ଲଭମେଳକୁ ରେ ସହଚରି ॥୧॥ ହିତ ଆନ ମାନଙ୍କୁ ଶତ କାମିଜନଙ୍କୁ ଅହି ପରା ଅହିତ ଏହି ହତ କୃଶାନୁ ସାନୁ ମାନରୁ ଭାନୁ ଭାନୁ ତାପରୁ ନିସ୍ତାରିଲା ମହୀ ରେ ସହଚରି ବିରହାନଳ ହୃଦସ୍ଥଳେ ଜଳେ ସେ ହତ ନୋହେ ଜଳେ କରୁଛି ଜାତ ଜାତ ବେଦକୁ ସତ ସତ ହୃଦା-ଛଳରେ ଘନ କୋଳେ ରେ ସହଚରି ॥୨॥ ଯେଉଁ ସୁନ୍ଦରୀ ଦରୀ ଭୂତରୁ ଗଣ୍ଡ ଧରି ଧରିତ୍ରୀ ଶୟନ କରିଛି କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ ଘନ ନିଶ୍ଵାସକୁ ଛାଡ଼ୁଛି ରେ ସହଚରି ପକାଇ ଆପଣା ଅଙ୍କର ଲୋଡ଼ିଲେ ନ ଲଗାଇ କର ଯେହୁ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ ଉଡ଼ିଯାଇଟି ଯତ୍ନ କର ରେ ସହଚରି ॥୩॥ କରି ପିକକୁ ମୁକ ମକମକ ଶାମୁକ କାମୁକ ଚମକକୁ ନିତ୍ୟେ ରାମା ହେବାକୁ ଶିବା ଶିବା ତଳକୁ ଶିବା ଶିବାଙ୍କୁ ମନାଇବା ପ୍ରତେ ରେ ସହଚରି ତୋସି ଖଣ୍ଡ ପରଶୁ ଘର ନୀତି ଲେପାଅ ସୁଧାପ...

ରମଣୀ ରତନ ମେଘକୁ ଚାହିଁ - Ramani Ratana Megha Ku Chahin Lyrics

Image
== ଓଡ଼ିଆ == ଗୀତ : ରମଣୀ ରତନ ମେଘକୁ ଚାହିଁ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମମଣି ପଟ୍ଟନାୟକ ଗୀତିକାର : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ରମଣୀ ରତନ ମେଘକୁ ଚାହିଁ କହିବୁ ମେଘରେ କାନ୍ତକୁ ଯାଇ ଏତେ ଦିନ କିମ୍ପା ବିଳମ୍ବ କଲେ କାଲି ପରିକି କଣ୍ଟ ଦେଇଥିଲେ କରି ମୋତେ ପର କି ବିଚାରୁ ଥିବେ ଦିନୁଁ ଅନ୍ତର କରି ମୋତେ ପର ॥୧॥ କଲାଣି ଘୋର ଦୁର୍ଦ୍ଦିନ ଚମକ ନାଦ କଲେଣି କୋକିଳ ଡାହୁକ କହିଥିଲେ ବନ୍ଧୁ ନିୟମ କରି କେବେ ହେଁ ନ ଯିବି ପ୍ରବାସ କରି କି ବିଚାରି ମନ କେଉଁ ନାରୀ ସଙ୍ଗେ ବଞ୍ଚିଲେ ଦିନ କି ବିଚାରି ମନ ॥୨॥ କାମେ ବଶ କଲା କେଉଁ ଚତୁରୀ କେ ବା ରଖିଲା ମଣୀ ମନ୍ତ୍ର କରି କେହୁ ଦଧି ଫଳ ଭୁଞ୍ଜାନ୍ତେ ବସି ପିଣ୍ଡରୁ ପ୍ରାଣ ଯାଉଛି ଖସି କେଉଁ ଉପାୟରେ କାନ୍ତକୁ ଭେଟିବି ନେତ୍ର ପଥରେ କେଉଁ ଉପାୟରେ ॥୩॥ ସତେ କି କରିବେ ହର ଗଉରୀ ପ୍ରବାସୁ ମୋ କାନ୍ତ ଆସିବେ ଫେରି କରିବେ ଅଙ୍କ ପଲଙ୍କେ ଶୟନ ସତେ କି ମୋ ଦୁଃଖ ହେବ ମୋଚନ କରି ରସକେଳି ଭଣେ ଉପଇନ୍ଦ୍ର ଏ ରସେ ଭାଳି କରି ରସକେଳି ॥୪॥ YouTube ରେ ରମଣୀ ରତନ ମେଘକୁ ଚାହିଁ ଗୀତଟିର ଅନ୍ୟ ଏକ Video ଅନୁପମା ଆଚାର୍ଯ୍ୟ ଙ୍କ କଣ୍ଠରେ ଦେଖନ୍ତୁ YouTube ରେ == English == Song : Ramani Ratana Megha Ku Chahin Language : Odia Singer : Shyamamani Pattanaik Lyricist : Kabi...

ବ୍ରଜକୁ ଚୋର ଆସିଚି ଘେନିଯିବ - Brajaku Chora Aasichi Ghenijiba Lyrics

Image
== ଓଡ଼ିଆ == ଗୀତ : ବ୍ରଜକୁ ଚୋର ଆସିଚି ଘେନିଯିବ ଭାଷା : ଓଡ଼ିଆ କଣ୍ଠ : ଭୁବନେଶ୍ଵରୀ ମିଶ୍ର ଗୀତିକାର : ଗୋପାଳକୃଷ୍ଣ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ବ୍ରଜକୁ ଚୋର ଆସିଛି ଘେନିଯିବ ଶୁଅ ତୁନି ହୋଇରେ ରଙ୍କର ଧନ ମୋ ଗୋକୁଳ ଚନ୍ଦ୍ରମା ନିଶି ପାହି ଲାଣିରେ ବ୍ରଜକୁ ଚୋର ଆସିଛି ॥୧॥ ରାତି ଗୋଟା ଯାକ ମାତିଲୁ ନାଟରେ ରାତି ଗୋଟା ଯାକ ମାତିଲୁ ନାଟରେ ପଲକ ନ ପକାଇରେ ଗ୍ରାମ ନିଶବଦ ହେଲାଣି କି ତୋତେ ନିଦ୍ରା ଆସୁ ନାହିଁରେ ବ୍ରଜକୁ ଚୋର ଆସିଛି ॥୨॥ କେ ଶିଖାଇ ଦେଲା ଡୋଳା ଢାଳିବାର କେ ଶିଖାଇ ଦେଲା ଡୋଳା ଢାଳିବାର ତାଳ ଉକୁଟାଇରେ ପାଦ ବଥାଇବ ଆଉରିକି ତୋତେ ନାଟ ଅଣ୍ଟି ନାହିଁରେ ବ୍ରଜକୁ ଚୋର ଆସିଛି ॥୩॥ ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା ହୃଦରେ ଲଗାଇରେ କର୍ଣ୍ଣ ମୂଳେ ଧୀରେ ଧୀରେ କର ମାରି ଦେଲେ ପହୁଡ଼ାଇରେ ବ୍ରଜକୁ ଚୋର ଆସିଛି ॥୪॥ YouTube ରେ ବ୍ରଜକୁ ଚୋର ଆସିଚି ଘେନିଯିବ == English == Song : Brajaku Chora Aasichi Ghenijiba Language : Odia Singer : Bhubaneswari Mishra Lyricist : Gopal Krushna Music Direction : Traditional Brajaku chora asichi ghenijiba Shua tuni hoire Rankara dhana mo gokula chandrama Nishi pahi lanire Brajaku chora asichi ॥1॥ Rati gota jaka...

ବାଟ ଛାଡ଼ ସୁହଟ ନାଗର - Bata Chhada Suhata Nagara Lyrics

Image
== ଓଡ଼ିଆ == ଗୀତ : ବାଟ ଛାଡ଼ ସୁହଟ ନାଗର ଭାଷା : ଓଡ଼ିଆ କଣ୍ଠ : ଶ୍ୟାମମଣି ପଟ୍ଟନାୟକ ଗୀତିକାର : ବନମାଳୀ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର ବାଟ ଛାଡ଼ ସୁହଟ ନାଗର ଗୋ.. ବାଟ ଛାଡ଼ ସୁହଟ ନାଗର ଯମୁନା ଯିବି ନୀର ଆଣିକି ବାଟ ଛାଡ଼ ସୁହଟ ନାଗର ଘାଟ ପାଇଁ ଯେବେ ଲଟ ଲଗାଇବ ଘାଟ ପାଇଁ ଯେବେ ଲଟ ଲଗାଇବ ପ୍ରତିବନ୍ଧା ଦେବି ମଥାମଣିକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୧॥ ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଆହେ ଗିରିଟେକା.. ଆହେ ଗିରିଟେକା ନ କର ତୁ ଧୋକା ତୁମ୍ଭ ଲାଗି ନ ଆସିବି ଏଣିକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୨॥ ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟ ମୋତେ ଅଛ ମଣିକି ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟ ମୋତେ ଅଛ ମଣିକି ଧରି ମୋ ଅଞ୍ଚଳ.. ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ ଡର ନାହିଁ ପର ଭୂଆସୁଣୀକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୩॥ ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀଶ୍ରେଣୀଙ୍କି ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀଶ୍ରେଣୀଙ୍କି ବୋଲେ ବନମାଳୀ.. ବୋଲେ ବନମାଳୀ ଶୁଣ ଠାକୁରାଣୀ ନିରାଶ ନକର ବେଣୁ ପାଣିକି  ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗ...

ଉଠିଲୁ ଏଡ଼େ ବେଗି କାହିଁକିରେ - Uthilu Ede Begi Kahinkire Lyrics

Image
== ଓଡ଼ିଆ == ଗୀତ : ଉଠିଲୁ ଏଡ଼େ ବେଗି କାହିଁକିରେ ଭାଷା : ଓଡ଼ିଆ କଣ୍ଠ : ଭୁବନେଶ୍ଵରୀ ମିଶ୍ର  ଗୀତିକାର : ଗୋପାଳକୃଷ୍ଣ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା : ପାରମ୍ପରିକ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ.. ଉଠିଲୁ ଏଡ଼େ ବେଗି କାହିଁକିରେ ଦଧି ମନ୍ଥାଇ ଦେବୁ ନାହିଁକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥ ଦେହ ପାସୋରି ଦଣ୍ଡେ ନିଦ ନଗଲୁ ଚଣ୍ଡେ ଦେହ ପାସୋରି ଦଣ୍ଡେ ନିଦ ନଗଲୁ ଚଣ୍ଡେ ବିଟୋଳ ହେଲୁ ମୋର ପାଇଁକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୧॥ ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ ଶୁଆଇ ଦେବି ଗୀତ ଗାଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୨॥ ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ଛାଡ଼ ଦେଉଛି ସର ଖୋଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୩॥   ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଡାକ ଯା ବଳରାମ ଭାଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୪॥ ମନ୍ଥନ ଘଟେ ହାତ ପୁରାଇ ନବନୀତ ମନ୍ଥନ ଘଟେ ହାତ ପୁରାଇ ନବନୀତ କାଢୁ ବୋଲନ୍ତି ହେଲୁ ବାଇକିରେ ଧନ..ଉଠିଲୁ ଏଡ଼େ ବେଗି କାହିଁକିରେ ॥୫॥ ତୁଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ ତୁଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ ଶିଖିଯିବୁ ନ ଚାହାଁ ଶିଖିଯିବୁ ନ ଚାହାଁ ଛାଇକ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ