Posts

Showing posts from November, 2018

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦିନର ସୁରୁଜ ତୁ ମୋ ରାତିର ତାରା - Dinara Suruja Tu Mo Ratira Tara Lyrics

Image
== ଓଡ଼ିଆ == ଗୀତ : ଦିନର ସୁରୁଜ ତୁ ମୋ ରାତିର ତାରା ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍  ଗୀତିକାର : ଗଣେଶ୍ଵର ମହାପାତ୍ର  ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦ ୭ ଦିନର ସୁରୁଜ ତୁ ମୋ ରାତିର ତାରା ତତେ ନ ଦେଖିଲେ ଜୀବ ଯିବନିପରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ସୁଖର ସପନ ତୁ ମୋ ଦୁଃଖ ପାସରା ତତେ ଚାହିଁ ଚାହିଁ ଆଖି ଲୁହରେ ଭରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ॥ ତୁ ତ ମୋର ଆଶାର ବାଡ଼ି ଅନ୍ଧ ଲଉଡ଼ି ତୋରି ପାଇଁ ଚାଲୁଚି ବାଟ ମୁଁ ଉଠି ପଡ଼ି ଆଣିଲୁ ଯଦି ଏ ଯାଏଁ ଟାଣି ଆଉ ଅଳପ ଥରୁଟେ ଆସି ଦେ ରେ ଦେଖା ସରୁ ଗଳପ କଳା ମାଣିକରେ ମୋ ସୁନାଟା ପରା ଝାଞ୍ଜି ବୈଶାଖେ ତୁ ମୋ ମେଘ ଆସରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ॥୧॥ ଏଇନେ ଖରା ଏଇନେ ଛାଇ ଏଇନେ ମେଘ କିଏ ଜାଣେ କେତେବେଳେ କୋକେଇ ଯୋଗ ଏଇଠି ନଈ ଏଇଠି ପାଣି ତଥାପି ଶୋଷ ପାଣିରେ ମିସିନି ବୋଲି ତୁଳସୀ ବାସ ନିଶ୍ଵାସକୁ ନାହିଁ ଯମା ବିଶ୍ଵାସ ପରା ଚାନ୍ଦ ଦିସିଲାଣି ଏବେ ଲିଭିବ ଖରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ରା ରା ରା… ରୁ ରୁ ରା ରା ରା ॥୨॥ YouTube ରେ ଦିନର ସୁରୁଜ ତୁ ମୋ ରାତିର ତା

ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ - Tote Khali Dekhibaku Aakhi Mage Manjuri Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ଭାଷା : ଓଡ଼ିଆ ଚଳଚିତ୍ର : ଲୋକାଲ ଟୋକା ଲଭ୍ ଚୋଖା     କଣ୍ଠ : ବାବୁସାନ୍, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ବାପୁ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ  ମସିହା : ୨୦୧୮ (ପୁ) ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ ମନ ସାରା ମହକେ ତୋ ପ୍ରେମ କସ୍ତୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ପୁ) ସୁରମୟୀ ଆଖି ତୋର କଲା କିମିଆଁ ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା (ଝି) ନହ୍ନା ମୁନା ତୋ ହୃଦୟ ଏତେ ପାଗଳ କିଣିନେଲା ମୋର ସଞ୍ଜ ସକାଳ (ପୁ) ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି ଋତୁପର୍ଣ୍ଣା ରାଣୀ ତୁ ଲୋ ମନ ମୟୂରୀ ଛୁଇଁ ଦେଲେ ପବନରେ ବାଜେ ମହୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୧)  (ଝି) ଏମିତି ତୁ ରହିଗଲୁ ଆଖି ପଲକେ ସାତରଙ୍ଗୀ ସମାୟଟା ଅଟକେ (ପୁ) ଓ... ସୁନାରଙ୍ଗୀ ତୋ ଚେହେରା ସୁନା ପତିଆ ଝଲସେଇ ଦେଲା ମୋର ଦୁନିଆ (ଝି) ଲାଗୁ କାଇଁ ମୋ ପାଇଁ କି ତୁ ଏତେ ଜରୁରୀ ରହିଯିବ ଜୀବନଟା ତୋ ବିନା ଅଧୁରୀ ତୋ ପ୍ରେମରେ ମନ ମୋର ଯାଏ ବାହାରି (ପୁ) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (ପୁ

ଚାଲ ବେଗି ବେଗି ଯିବା ସଙ୍ଗାତ - Chal Begi Begi Jiba Sangata Lyrics

Image
== ଓଡ଼ିଆ == ଗୀତ : ଚାଲ ବେଗି ବେଗି ଯିବା ସଙ୍ଗାତ ଭାଷା : ଓଡ଼ିଆ କଣ୍ଠ : ସୋନୁ ନିଗମ ଗୀତିକାର : ଶୁଭାଶିଷ୍ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି ମସିହା : ୧୯୯୭ ଭକ୍ତ ସାଲବେଗ ନୁହେଁ ମୁଁ ନୁହେଁ ବଳରାମ ଦାସ କାହିଁ ରହିବ ମୋ ପାଇଁ ବଡ଼ଦାଣ୍ଡେ ନନ୍ଦିଘୋଷ ବଡ଼ଦାଣ୍ଡେ ନନ୍ଦିଘୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ରଥରେ ଦେଖିବା କାଳିଆ ଠାକୁର ଆହା ଆହା..ଆହା ତାର ଅଧା ଅଧା ନାଲି ହସ ତାର ଅଧା ଅଧା ନାଲି ହସ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ॥ ପହଣ୍ଡି ସାରି ଠାକୁରେ ବସିଥିବେ ରଥ ଉପରେ ଚାହିଁ ଥିବେ ଲୋକ ଭିଡ଼ରେ ଠିଆହୋଇ ବଡ଼ ଦାଣ୍ଡରେ ଆଗେ ଥିବ ହାତୀ ଛତି ପଛରେ ପାଲିଙ୍କି ପାଲିଙ୍କିରେ ଆସୁଥିବେ ପୁରୀ ଗଜପତି ଦେଖିଲେ ପରା ଛେରା ପହଁରା ଆହା ଆହା..ଆହା ମରି ଯାଆନ୍ତା ମନର ଶୋଷ ମରି ଯାଆନ୍ତା ମନର ଶୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ॥୧॥ ଘଣ୍ଟ ଶୁଭୁଥିବ ଠାଉ ଠାଉ ତପ ପଢୁଥିବା ମହାବାହୁ ଝାଞ୍ଜ ବାଜୁଥିବ ଝାଊ ଝାଊ ନୀଳାଚଳେ ନୀଳା ଲାଗି ଥାଉ ବଡ଼ ଦେଉଳର ସୁଖ ପକାଇ ପଛକୁ ଆସିଛି କାଳିଆ ସୁନା ଭକତ ପାଖକୁ ଭୁଜ ବଢେଇ ନେବ କ

ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର - Phagunare Phaguna Mun Deichi Sindura lyrics

Image
== ଓଡ଼ିଆ== ଫିଲ୍ମଗୀତ : ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର ଭାଷା : ଓଡ଼ିଆ ଚଳଚିତ୍ର : ସନ୍ତାନ କଣ୍ଠ : ବାବୁଲ୍ ସୁପ୍ରିୟୋ, ଇରା ମହାନ୍ତି ମସିହା : ୧୯୯୮ ଆ… ଆ… ଆ… (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର ଗଭାରେ ଗଜରା ହାର କାନେ ଫୁଲ ଝୁମୁକା ଫୁଲ ପିନ୍ଧି ପ୍ରିୟା ମୋର ଲାଗୁ ଫୁଲ ପରିକା ଫୁଲ ପରି ମହକିବ ଏ ଜୀବନ ଆମର ଲାଗେ ଡର କାଳେ କାର ଲାଗିଯିବ ନଜର ॥ (ଝି) ଫଗୁଣରେ ଫଗୁଣ ଦେଇ ଗାରେ ସିନ୍ଦୁର ଜନମ ଜନମ ପାଇଁ କଲା ମୋତେ ନିଜର ପୁନେଇ ର ଜହ୍ନ ସାଜି ଓଢ଼ଣା ରେ ହସିବି ତୋ ଫୁଲ ଗହଣା ପିନ୍ଧି ମନ ତାର ତୋଷିବି ବଞ୍ଚିଥିବି ଯେତେ ଦିନ ମୁଁ ଏକା ତୁମର ମୁଁ ଯେ ତୁମ ପୂଜାରିଣି ତମେ ଦେବତା ମୋର (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର (ଝି) ଜନମ ଜନମ ପାଇଁ କଲ ମୋତେ ନିଜର ॥ ଆ… ଆ… ଆ… (ପୁ) ଶ୍ରାବଣ ତୁ ଦେ ମୋତେ ତୋର ମେଘ ପାଲିଙ୍କି ପାଲିଙ୍କି ଚଢି ମୁଁ ଯିବି ଝୁଲି ଝୁଲିକି (ଝି) ପବନ ତୁ ସୁରେ ସୁରେ ବଜେଇଦେ ମହୁରି କୋଇଲି ପକା ଲୋ ଶୁଭ ହୁଳ ହୁଳି (ପୁ) କନିଆ ମେଲାଣି ନବ ଯିବ ଶାଶୁଘର ନାହିଁ ବେଦୀ ହୋମନିଆଁ ସାକ୍ଷୀ ଏଇ ସିନ୍ଦୁର (ସମସ୍ତେ) ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର (ଝି) ଜନମ ଜନମ ପାଇଁ କଲ ମୋତେ ନିଜର ॥ ୧ ॥ ଆ… ଆ… ଆ… (ଝି) ଇନ୍ଦ୍ରଧନୁ ଭରି ଦେ ତୁ ସତରଙ୍

ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ - Lo Chanda Muhin Jauchi Daru Khoji Muhin Lyrics

Image
== ଓଡ଼ିଆ == ଗୀତ : ଲୋ ଚାନ୍ଦ ମୁହିଁ  ଭାଷା : ଓଡ଼ିଆ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : ପ୍ରଫୁଲ୍ଲ କର ବିଶ୍ଵାବସୁ କୁଳେ ଜନମ ମୋହର...  ବୋଲାଏ ଦଇତାପତି... ଇ... ଇ... ଇ... ମହାପ୍ରଭୁ ମୋର ଛାଡ଼ିବେ ଶରୀର ଫାଟି ଯାଉଅଛି ଛାତି ଚାନ୍ଦ ମୁହିଁ ଲୋ ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ସପନେଇବେ ସତେ ମା ମଙ୍ଗଳା ମୋତେ ସେ ମହାମେରୁ ଦାରୁ ଠାବ କରିବୁ ପଦେ ଶ୍ରୀକ୍ଷେତ୍ରେ ଫେରିବି ମୁଁ ବ୍ରହ୍ମ ଦାରୁ ସହିତେ ବସିଥିବୁ ଫେରିବା ବାଟ ମୋର ଚାହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୧॥ କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି ଏ ମର୍ତ୍ତ୍ୟ ମଣ୍ଡଳରେ ଦେହ ଯିଏ ଧରଇ ଦେବତା ହୋଇ ପୁଣି ସେ ଅବଶ୍ୟ ମରଇ ସେ କେବେ ମରି ପାରେ ଅଖଣ୍ଡ ବ୍ରହ୍ମ ସେହି ଘଟ ଛାଡ଼ି ପଶିବ ନୂଆ ଘଟେ ଯାଇ ଲୋ ଚାନ୍ଦ

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ - Bhijei Deija Thare Priya To Prema Barshare Lyrics

Image
== ଓଡ଼ିଆ == ଗୀତ : ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ       ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ (୨) ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ହୋ ... ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥ ତୁ ନାହୁଁ ସବୁ ତୋ  ଅଧା ବହୁ ଦିନୁ ହେଇନି ଓଦା ଦର ମରା ମୁଁ ତୋ  ବିନା ମନ ମୋର ଶୁଖିଲା ମାଟି ଛିଟା ତୋର ଦେଇଯା ଛାଟି କରୁ କାଇଁ ତୁ ବାହାନା ଏକା ଏକା ଲାଗେ ଏକା ତୋ ବିନା ସାଥିରେ ହୋ… ଏକା ଏକା ଲାଗେ ଏକା ତୋ ବିନା ସାଥିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥୧॥ ତୁ ଥରେ ଆସିବୁ ବୋଲି ମତେ ଆସି ଡାକିବୁ ବୋଲି ଖୋଲା ଅଛି ମୋ ଝରକା କହେ ଆସି ଶ୍ରାବଣ ଋତୁ ମନେ କାଇଁ ରଖିଚୁ କିନ୍ତୁ ମତେ ବାଧେରେ ଅଧିକା ତୋ  ଚେହେରା ନାଚେ ପରା ମୋ ଦୁଇ ଆଖିରେ ହୋ... ତୋ ଚେହେରା ନାଚେ ପରା ମୋ ଦୁଇ ଆଖିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ର

ତୁମ ପାଇଁ ଓଡ଼ିଆ କବିତା - Tuma Pain Odia Kabita

Image
== ଓଡ଼ିଆ == କବିତା :  ତୁମ ପାଇଁ  ଭାଷା : ଓଡ଼ିଆ ଗୀତିକାର : ସ୍ନିଗ୍ଧା ଦାସ (କ୍ରିଷ୍ଣା) ତୁମରି ସେନେହ ଭଲ ଲାଗେ ମୋତେ                         ନୀରବରେ ପ୍ରେମ ବୁଣେ, ପ୍ରେମ ପରିଭାଷା ବୁଝିବାଟା କଷ୍ଟ                     ମନେ କୌତୁହଳ ଆଣେ ॥ ୧ ॥ ମନ ତଳେ ତୁମ ଆଙ୍କିଥିବା ଛବି                 କହେ ମୋତେ କେତେ କଥା, ସପନେ ସପନେ କେବେ ପୁଣି ଦେହେ                ଭରିଯାଏ ମାଦକତା ॥ ୨ ॥ ଭଲ ପାଇବାଟା ଏମିତି ଜଳନ                    ହୃଦ ଜଳେ ଦିବାନିଶି, ସକାଳରୁ ସଞ୍ଜ ତୁମରି ସ୍ମୃତିକୁ                   ଏକାନ୍ତରେ ଭାବେ ବସି ॥ ୩ ॥ କେତେ ଯେ ପବିତ୍ର ଏ ସ୍ନେହ ସମ୍ପର୍କ                       କିଏ ବା ପାରିବ କହି, କିଏ କହେ ପ୍ରେମ ପାଗଳାମି ଏଠି                      ଅବା ମରୀଚିକା ଏହି ॥ ୪ ॥ ପ୍ରେମ ହେଲେ ଏକ ନିଆଁ ଝଲଟିଏ                        ମନ ପରା ଦୀପଟିଏ, ନୀରବେ ନୀରବେ ମନ ତଳେ ନିଆଁ                    ଦିକ୍ ଦିକ୍ ଜଳୁଥାଏ ॥ ୫ ॥ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ଜହ୍ନ ଆମକୁ ଲୁଚି ଦେଖୁଚି - Janha amaku luchi dekhuchi Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଜହ୍ନ ଆମକୁ ଲୁଚି ଦେଖୁଚି ଭାଷା : ଓଡ଼ିଆ ଚଳଚିତ୍ର : ମାନିନୀ କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ ମସିହା : ୧୯୮୬ (ଝି) ଜହ୍ନ ଆମକୁ ଲୁଚି ଦେଖୁଚି, ଲୁଚି ଲୁଚି ଆମ କଥା ଶୁଣୁଚି ରୁହ ଆଉ ଟିକେ ରୁହ, ଦୂରେ ରହି କଥା କୁହ (ପୁ) କାହିଁକି… (ଝି) ଆରେ ଦେଖୁନ ସେ ଜହ୍ନ ପରା ଚାହିଁଚି ଜହ୍ନ ଆମକୁ ଲୁଚି ଦେଖୁଚି ॥ (ପୁ) ଆକାଶର ତାରା ଫୁଲ ହୋଇ ଆଜି, ସଜାଇଲେ ଶେଯ ଜୋଛନାରେ ଭିଜି (ଝି) ଏଇ ମଧୁରାତି ଯାଏ ଝୁମି ଝୁମି ଆଖି କହେ କଥା ଓଠ ଯାଏ ଚୁମି (ପୁ) ତୁମ ଛୁଆଁରେ, ମିଠା ନିଆଁରେ ଏଇ ମନ ଜଳି ଜଳି ଯାଉଚି (ଝି) ଜହ୍ନ ଆମକୁ ଦେଖି ହସୁଚି ଚୁପି ଚୁପି ଆମ କଥା କହୁଚି ॥ (ଝି) ରଖିବି ତୁମକୁ ପଣତେ ଲୁଚାଇ, ସପନ ପରି ମୋ ଆଖିରେ ସଜାଇ (ପୁ) ପଥର ଦେହରେ ଫୁଟାଇଚ ଫୁଲ, କାଚ କୁ ଦେଇଚ କାଞ୍ଚନର ମୂଲ (ଝି) ବାହୁରେ ତୁମ ଏଇ ଜୀବନ, ଥାଇ ଝୁଲି ଝୁଲି ଜାଉଚି ଥରି ଥରି ଦୀପ ଆଜି ଜଳୁଚି, ଜଳି ଜଳି ଏଇ କଥା କହୁଚି ତୁମେ ଆଉ ମୁଁ ମିଶି, ସବୁ ସହିବା ହସି ଆମ ପାଇଁ ଦୀପ ସାଖି ରହିଚି ଜହ୍ନ ଆମକୁ ଲୁଚି ଦେଖୁଚି ହୁଁ … ହୁଁ ... ଲା ... ଲା ... ॥ YouTube ରେ ଜହ୍ନ ଆମକୁ ଲୁଚି ଦେଖୁଚି == English == Song : Janha Amaku Luchi Dekhuchi Language : Odia Fil

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

Image
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍‌ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍‌ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍‌ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର

ସୁନ୍ ଜରା ସୁନ୍ ଜରା, ପ୍ରେମ କୁମାର - Sun Zara Sun Zara, prem kumar, odia song Lyrics

Image
== ଓଡ଼ିଆ == ଫିଲ୍ମ ଗୀତ : ସୁନ୍ ଜରା ସୁନ୍ ଜରା              ଭାଷା : ଓଡ଼ିଆ ଚଳଚିତ୍ର : ପ୍ରେମ୍ କୁମାର  କଣ୍ଠ : ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ  ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ସୁନ୍ ଜରା ସୁନ୍ ଜରା, ସିଲ୍ ସିଲ୍ ତୋ ଚେହେରା ତୋ ପାଇଁ ତୋ ପାଇଁ, ନିଦ ନାହିଁ ରାତି ସାରା ଓ... ... ... ଓ... ... ... ସୁନ୍ ଜରା ସୁନ୍ ଜରା, ସିଲ୍ ସିଲ୍ ତୋ ଚେହେରା ତୋ ପାଇଁ ତୋ ପାଇଁ, ନିଦ ନାହିଁ ରାତି ସାରା (ଝି) ସପନରେ ତୁ ଆସି, ଏମିତି ତୁ ଗଲୁ ମିଶି ଛିଡ଼ିଗଲା ଛିଡ଼ିଗଲା  ଛିଡ଼ିଗଲା ଛିଡ଼ିଗଲା ମୋ ଗଜରା ଓ... ... ... ଓ... ... ... ନା ନା ନା… ନା ନା ନା ନା… ନା ନା ନା… (ପୁ) ତତେ ଦେଖିଦେଲା ପରେ କାହାକୁ ମୁଁ ଦେଖିନାହିଁ … ଦେଖିନାହିଁ (ଝି) ତତେ ପାଇଗଲା ପରେ ଆଉ କିଛି ଖୋଜିନାହିଁ … ଖୋଜିନାହିଁ ଓ… … … (ପୁ) ସୁନ୍ ଜରା ସୁନ୍ ଜରା, ନାମ୍ କିନ ତୋ ନାଖରା ତୋ ପାଇଁ ତୋ ପାଇଁ, ମେଘ ଟୋପା ମୋତି ଝରା (ଝି) ସାରା ରାତି ଚେଇଁବାକୁ, ଭାବନାରେ ରହିବାକୁ ମିଳିଗଲା ମିଳିଗଲା ମିଳିଗଲା ମିଳିଗଲା ତୋ ଆଶରା ଓ... ... ... ଓ... ... ... (ଝି) ତତେ କଥା ଦେଲା ପରେ ଆଉ କିଛି କଥା ନାହିଁ କଥା ନାହିଁ (ପୁ) ତତେ ବୁଝିଗଲା ପରେ ଅବୁଝା ତ କିଛି ନାହିଁ କିଛି ନାହିଁ (ଝି) ସୁନ୍ ଜରା ସୁନ୍ ଜରା, ସିମ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

Image
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଧ୍ୟାନ ଦିଅନ୍ତୁ: [୨୮ ଜୁନ୍‌ ୨୦୨୩] ଏହି କବିତାଟିର ରଚୟିତା କିଏ ତାହା ଅମିମାଂସିତ ଥିବାରୁ "ଗୋଦାବରୀଶ ମିଶ୍ର" ଙ୍କ ନାମ ହଟାଇବାକୁ ବାଧ୍ୟ ହେଲୁ । ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗୀତିକାରଙ୍କ ନାମ ସ୍ଥାନିତ କରିବୁ । କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ