Posts

Showing posts from August, 2019

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବର୍ଷା (ଏବେ ଗ୍ରୀଷମ କାଳ ଗଲା) - Barsa (Ebe Grishama Kala Gala) Lyrics

Image
ଗୀତ : ବର୍ଷା (ଏବେ ଗ୍ରୀଷମ କାଳ ଗଲା) ଭାଷା : ଓଡ଼ିଆ ଗୀତିକାର : ଅତିବଡ଼ି ଜଗନ୍ନାଥ ଦାସ (୧୪୯୧-୧୫୫୦) ଏବେ ଗ୍ରୀଷମ କାଳ ଗଲା ବରଷା ଋତୁ ପ୍ରକାଶିଲା ॥ ସକଳ ଋତୁଙ୍କର ସାର  ଶସ୍ୟ ସମ୍ପଦ ମଞ୍ଚପୁର ॥ ମେଘେ ମିଳିଲେ ଶୂନ୍ୟପଥେ  ବିଜୁଳି ଶବଦ ସଙ୍ଗତେ ॥ ଭୂମି, ସାଗର, ଶୂନ୍ୟେ ବ୍ୟାପି ନୀଳ ଜୀମୂତ ବିଶ୍ଵରୂପୀ ॥ ଯେମନ୍ତେ ନିବିଡ଼ ଆକାଶ ଭୂମିର ରସ ଅଷ୍ଟମାସ ॥ ଆଦିତ୍ୟ କରିଥିଲା ଗ୍ରାସ ସେ ତାପ କଲା ମେଘ ନାଶ ॥ ମହୀମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ ॥ ଘୋର ଶବଦେ ମେଘମାଳ ଗର୍ଜିଣ ବରଷନ୍ତି ଜଳ ॥ ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରଷି ॥ ପୃଥିବୀ ରବିତପ୍ତ ଗ୍ରାସେ ତାପିତ ଥିଲା ଅଷ୍ଟମାସେ ॥ ଜଳ ପାଇଲେ ତୋଷ ଚିତ୍ତେ ତପସ୍ଵୀ ଜନଙ୍କର ମତେ ॥ ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥ ଖଦ୍ୟୋତ କୀଟ ନିଶାମୁଖେ ଜଗତ ଆବୋରିଲେ ସୁଖେ ॥ ପାଷାଣ୍ଡେ ଯେହ୍ନେ କଳିଯୁଗେ ବେଦ ନିନ୍ଦନ୍ତି ଯୋଗ ମାର୍ଗେ ॥ ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବୋରିଣ ପାଣି ॥ ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ ॥ ନାନା ପ୍ରକାରେ ଶସ୍ୟରାଶି ଏଣେ ପୂରିତ ମହୀ ଦିଶି ॥ ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହୀ ॥ ଶସ୍ୟ ସମ୍ପଦ କ୍ଷେତ୍ର ମତେ ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ ॥ ଅଶେଷ ଜୀବ ଜଳ ସ୍ଥଳେ ଜଳ ଭକ୍ଷିଲେ କୁତୂହଳେ ॥ ଦିନକୁ ଦିନ ପୁଷ୍ଟ ହୋଇ ହରି ସେବକ ପ୍ରାୟ ଦେହୀ ॥ ସମୁଦ୍ର ନଦୀଙ୍କର ମେଳ ଲୋଡ଼ି ପ

ଦେଖାହେଲା ଯେବେ ତୋ ସାଥେ (ତୁ ମୋର ଲାଗିଲୁ ତୁ ମୋର) - Dekhahela Jebe To Sathe (Tu Mora Lagilu Tu Mora) Lyrics

Image
== ଓଡ଼ିଆ == ଗୀତ : ଦେଖାହେଲା ଯେବେ ତୋ ସାଥେ ଭାଷା : ଓଡ଼ିଆ କଣ୍ଠ :  ହ୍ୟୁମାନ ସାଗର, ଦିପ୍ତୀରେଖା  ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ଅବିନାଶ ମିଶ୍ର ମସିହା : ୨୦୧୯ (ପୁ) ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର ତୁ ମୋର ଲାଗିଲୁ ତୁ ମୋର ଫେରିଲାନି ତୋ ଆଖିରୁ ଯେବେ ମୋ ନଜର ତୁ ମୋର ଲାଗିଲୁ ତୁ ମୋର (ଝି ) ଲୁଚି ଛପି ତୁ ଯେବେ ଆସି ଛାତି ତଳେ ମୋ ଗଲୁ ବସି ସେବେଠାରୁ ଲାଗିଲୁ ତୁ ନିଜଠୁ ବି ନିଜର (ପୁ) ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର ତୁ ମୋର ଲାଗିଲୁ ତୁ ମୋର ତୁ ମୋର ଲାଗିଲୁ ତୁ ମୋର ॥ (ପୁ) ମହୁଠାରୁ ବେଶି ମିଠା ତୋ କଥାରେ ହଜିଯାଏରେ ମୁଁ ଭିଜିଯାଏରେ (ଝି ) ହାଁ.. ବର୍ଷା ପରି ଛିଟା ଛିଟା ତୋ ଥଟ୍ଟାରେ ମରିଯାଏରେ ମୁଁ ଝରିଯାଏରେ (ପୁ) ଝରିଗଲା ତୋ ହସରୁ ଯେବେ ମୋତି କାକର ତୁ ମୋର ଲାଗିଲୁ ତୁ ମୋର (ଝି) ଚୁପି ଚୁପି ତୁ ଯେବେ ଆସି ପଲକରେ ମୋ ଗଲୁ ବସି ସେବେଠାରୁ ଲାଗିଗଲା ରଙ୍ଗ ଛିଟା ପ୍ରେମର ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର ତୁ ମୋର ଲାଗିଲୁ ତୁ ମୋର ତୁ ମୋର ଲାଗିଲୁ ତୁ ମୋର ॥୧॥ (ଝି) ରଫତା ରଫତା ତୋ ପ୍ରେମର ନିଶା ଲାଗେ ଭେଦିଯାଏରେ ମୋ ଛାତି ଭେଦିଯାଏରେ (ପୁ) ହୋ.. ହଫତା  ହଫତା ତୋ ପ୍ରେମର ଭାବନାରେ ମଜିରହେରେ ଏ ମନ ମଜିରହେରେ (ଝି) ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର ତୁ ମୋର ଲାଗିଲୁ ତୁ ମୋର (ପୁ) ହସି ହସି ତୁ

ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର - Tume Hin Swagra Mora Tume Debata Mora Lyrics

Image
== ଓଡ଼ିଆ == ଗୀତ : ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ଭାଷା : ଓଡ଼ିଆ ଚଳଚିତ୍ର : ଶଙ୍ଖା ସିନ୍ଦୁର  କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୫ ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ତୁମରି ପାଇଁ ଯାଉ ଗୋ ବିତି ଏଇ ଜନମ ମୋହର ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ॥ ତୁମେ ମୋର ଆଖି ନୁହଁ ସେ ଆଖିର ଜ୍ୟୋତି ଜନମ ଜନମ ଲାଗି ତୁମେ ହିଁ ତ ସାଥୀ ଏ ଜୀବନ ସୁରେ ମୋର ତୁମେ ମଧୁଗୀତି ତୁମରି ସେ ପାଦତଳେ ମୋହରି ମୁକତି ଏ ଦେହ ମୋର.. କଣ୍ଢେଇ ମାଟିର ତୁମେ ହିଁ ପ୍ରାଣ ତାହାର ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ॥୧॥ ତୁମ ସୁଖେ ସୁଖୀ ହୋଇ ମୁଁଇ ହସୁଥିବି ତମ ଦୁଃଖେ ଦୁଃଖୀ ହୋଇ ଲୁହ ଝରାଇବି ଏ ଜୀବନ କାଟିଦେବି ତୁମରି କୁଳରେ ଜିଇଁ ଥିବା ଯାଏଁ ନାଇ ସିନ୍ଦୁର ମଥାରେ ତୁମେ ହିଁ ତ କାୟା.. ମୁଁ ତୁମ ଛାୟା ଏଇ ଆମ ସୁନା ସଂସାର ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ତୁମରି ପାଇଁ ଯାଉ ଗୋ ବିତି ଏଇ ଜନମ ମୋହର ତୁମେ ହିଁ ସ୍ୱର୍ଗ ମୋର ତୁମେ ଦେବତା ମୋର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର ତୁମେ ହିଁ ଶଙ୍ଖା ତୁମେ ହିଁ ସିନ୍ଦୁର

ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ - Tulasi lo Tulasi To Mathare Suna Kalasi Lyrics

Image
== ଓଡ଼ିଆ == ଗୀତ : ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ ଭାଷା : ଓଡ଼ିଆ ଆଲବମ : ବାଇଶି ପାହାଚ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର  ମସିହା : ୧୯୯୯ ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ ଲୁଚି ଲୁଚି ଢାଳି ଦେଇଚି ଶ୍ରୀ ଭୁଜରେ ତୋଳି ନେଇଚି ଲୁଚି ଲୁଚି ଢାଳି ଦେଇଚି ଶ୍ରୀ ଭୁଜରେ ତୋଳି ନେଇଚି ତୁଳସୀ ରସିଆ ଶ୍ରୀକ୍ଷେତ୍ର ବାସୀ ତୋ ମଥାରେ ସୁନା କଳସୀ ତୋ ମଥାରେ ସୁନା କଳସୀ ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ ॥ ତୁ ଭାଗ୍ୟବତୀ ଆଲୋ କଳା ତୁଳସୀ କଳା ଚାନ୍ଦ ହସେ ତତେ ମଥାରେ ଖୋସି ତୁ ଭାଗ୍ୟବତୀ ଆଲୋ କଳା ତୁଳସୀ କଳା ଚାନ୍ଦ ହସେ ତତେ ମଥାରେ ଖୋସି ଲକ୍ଷେ ଭାର ପଦୁଉଁ ଫୁଲ ହୁଏ ନାହିଁ ତୋହରି ତୁଲ ଲକ୍ଷେ ଭାର ପଦୁଉଁ ଫୁଲ ହୁଏ ନାହିଁ ତୋହରି ତୁଲ ରାଧା ଠୁ ବେଶି ତୁ ମୀରା ଠୁ ବେଶି ତୋ ମଥାରେ ସୁନା କଳସୀ ତୋ ମଥାରେ ସୁନା କଳସୀ ତୁଳସୀ ଲୋ ତୁଳସୀ ତୋ ମଥାରେ ସୁନା କଳସୀ ॥୧॥ କି ତପ କଲୁ କେତେ ଜାଗର ଜାଳି ଦାରୁ ଦିଅଁ କଲା ତତେ ଗଳାର ମାଳି କି ତପ କଲୁ କେତେ ଜାଗର ଜାଳି ଦାରୁ ଦିଅଁ କଲା ତତେ ଗଳାର ମାଳି ହୀରା ନିଳା ମୋତି ମାଣିକ ତୋ ପାଖରେ ହୋଇଲା ତୁଚ୍ଛ ହୀରା ନିଳା ମୋତି ମାଣିକ ତୋ ପାଖରେ ହୋଇଲା ତୁଚ୍ଛ ତତେ ଲୋ କାଳିଆ ଯାଇଛି ରସି ତୋ ମଥାରେ ସୁନା କଳସୀ ତୋ

ଅଭିମାନିନୀ ତୁମ ପାଦ ଶିଞ୍ଜିନୀ - Abhimanini Tuma Pada Shinjini Lyrics

Image
ଏ ଗୀତଟିରେ ବହୁ ଆଳାପ ରହିଛି । ସୁଧୀ ପାଠକବୃନ୍ଦଙ୍କୁ ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ== ଫିଲ୍ମଗୀତ : ଅଭିମାନିନୀ ତୁମ ପାଦ ଶିଞ୍ଜିନୀ ଭାଷା : ଓଡ଼ିଆ ଚଳଚିତ୍ର : ଅରୁନ୍ଧତି କଣ୍ଠ : ରଘୁନାଥ ପାଣିଗ୍ରାହୀ ଗୀତିକାର : ନରସିଂହ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର ମସିହା : ୧୯୬୭ ଅଭିମାନିନୀ... ତୁମ ପାଦ ଶିଞ୍ଜିନୀ ଆଖିରେ ଅଳସ ଚାହାଁଣି ପୁଣି ପାଉ ନୂଆ ଜୀବନି ଅତୀତ କହୁଛି କାହାଣୀ ମାନ ତେଜି ଆଜି ସାଜି ମାନିନୀ ମାନ ତେଜି ଆଜି ସାଜି ମାନିନୀ ତାଳେ ତାଳେ ଭରିଦିଅ ରଜନୀ ତାଳେ ତାଳେ.. ତାଳେ ତାଳେ ଭରିଦିଅ ରଜନୀ ମାନ ତେଜି ଆଜି ସାଜି ମାନିନୀ ଗୋ ମାନ ତେଜି ଆଜି ସାଜି ମାନିନୀ ॥ ମୋରେ ସୁରେ ସୁରେ ତୁମରି ନୂପୁର ମୋରେ ସୁରେ ସୁରେ.. ମୋର ସୁରେ ସୁରେ ତୁମରି ନୂପୁର ଭରି ତୋଳୁଥିଲା ମିଳନ ଜୁଆର ଭରି ତୋଳୁଥିଲା ମିଳନ ଜୁଆର ଛନ୍ଦ ଦୁଇ ମନ ମାନି ମାନ ତେଜି ଆଜି ସାଜି ମାନିନୀ ମାନ ତେଜି ଆଜି ସାଜି ମାନିନୀ ॥୧॥  ଆ..ଆ..ଆ.. ଆ..ଆ..ଆ..      ସୁର ବିନା ଛନ୍ଦ ପଡ଼ିଥିଲା ଥକି ସୁର ବିନା ଛନ୍ଦ ଆ..ଆ..ଆ..      ସୁର ବିନା ଛନ୍ଦ ପଡ଼ିଥିଲା ଥକି ଭୁଲା ଏଇ କଣ୍ଠେ ଯାଉ ପୁଣି ଲାଖି ଭୁଲା ଏଇ କଣ୍ଠେ ଯାଉ ପୁଣି ଲାଖି ମିଳନର ମଧୁ ବୁଣି ମାନ ତେଜି ଆଜି ସାଜି ମାନିନୀ ମାନ ତେଜି ଆଜି ସାଜି ମାନିନୀ ତାଳେ ତାଳେ ତାଳେ ତାଳେ ତାଳେ

ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା - Phagunare Jebe Dekhahela Aakhi Sathe Aakhi mishithila Lyrics

Image
== ଓଡ଼ିଆ == ଗୀତ : ଫଗୁଣରେ ଯେବେ ଦେଖାହେଲା ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ ଗୀତିକାର : ତପୁ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ମସିହା : ୨୦୧୯ (ପୁ) ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା ମତେ ଦେଖି କାହିଁ ତୁ ହସିଥିଲୁ ମତେ ଦେଖି କାହିଁ ତୁ ହସିଥିଲୁ ବାହାନାରେ ମିଛ ରଙ୍ଗବୁଣି ଇଶାରାରେ ମନ ନେଲୁ କିଣି ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା (ଝି) ଫଗୁଣରେ ଯେବେ କଥାହେଲା ଓଠ କଥା ଓଠ ବୁଝିଥିଲା ଫଗୁଣରେ ଯେବେ କଥାହେଲା ଓଠ କଥା ଓଠ ବୁଝିଥିଲା ମତେ ଦେଖି କାହିଁ ତୁ ରହିଗଲୁ ମତେ ଦେଖି କାହିଁ ତୁ ରହିଗଲୁ ଲୁଚି ଲୁଚି ଯେବେ ଚାହୁଁଥିଲି ଡରି ଡରି ତତେ ଖୋଜୁଥିଲି ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା (ପୁ) ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶିଥିଲା ମତେ ଦେଖି କାହିଁ ତୁ ହସିଥିଲୁ ॥୧॥ (ପୁ) ତୁ ଖୋଜୁଥିଲୁ ମୁଁ ଖୋଜୁଥିଲି ସାଥିଟିଏ ଯେବେ ମନେ ମନେ କିଏ ଜାଣିଥିଲା ଭେଟ ହବ ଆମ ଖୋଜା ଖୋଜି ଏ ଲଗନେ (ଝି) ମୁଁ ଭାବୁଥିଲି ତୁ ଭାବୁଥିଲୁ ଗୋଟେ କଥା ଯେବେ ରାତିଦିନେ କିଏ ଭାବିଥିଲା ରଙ୍ଗ ଭରିଯିବ ଫିକା ଫିକା ଏ ଜୀବନେ (ପୁ) ଭିଡ଼ରେ ତୁ ଯେବେ ଡରିଗଲୁ ଭାବିନେଲି ହାତ ଧରିନେଲୁ ଦାଗ ଲାଗିଲା ପ୍ରେମ ଯେବେ ହେଇଗଲା ଫଗୁଣରେ ଯେବେ ଦେଖାହେଲା ଆଖି ସାଥେ ଆଖି ମିଶି

ମାତୃଭୂମି ମାତୃ-ଭାଷାରେ ମମତା ଯା ହୃଦେ ଜନମି ନାହିଁ - Matrubhumi Matru-Bhasare Mamata Jaa Hrude Janami Nahin Lyrics

Image
ଗୀତ : ମାତୃଭୂମି ମାତୃ-ଭାଷାରେ ମମତା ଯା ହୃଦେ ଜନମି ନାହିଁ ଗୀତିକାର : ସ୍ଵଭାବ କବି ଗଙ୍ଗାଧର ମେହେର (୧୮୬୨ - ୧୯୨୪) ଯେ କାଳେ ବାଳକ ବୁଲି ଯାଇପାରେ ପଡ଼ୋଶିମାନଙ୍କ ଘର ସେ କାଳେ ଜାଣଇ ଅନ୍ୟ ଘରସବୁ ତା’ ସଙ୍ଗୀ ବାଳକଙ୍କର ॥୧॥ ପରେ ଯେତେବେଳେ ଆପଣା ପଡ଼ାରୁ ଅନ୍ୟ ପଡ଼ା ବୁଲିଯାଏ ସେହି ସମୟରେ ପଡ଼ୋଶୀ ପଡ଼ାକୁ ଆପଣାର ମଣିଥାଏ ॥୨॥ ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ ଗ୍ରାମରୁ ହୋଇ ବାହାର ସେ କାଳେ ଜାଣଇ ନିଜ ଘର ଯହିଁ ସେ ଗ୍ରାମ ଅଟେ ତାହାର ॥୩॥ ଆପଣା ଗ୍ରାମର ନଦୀ ପୁଷ୍କରଣୀ ବଗିଚା ଆଦି ସକଳ ଆପଣାର ବୋଲି କହେ; ପୁଣି ସେହି- ସବୁକୁ ମଣଇ ଭଲ ॥୪॥ ବଡ଼ ହୋଇ ଯେବେ କରି ଯାଇପାରେ ଅନ୍ୟ ରାଜ୍ୟେ ବିଚ଼ରଣ ବଖାଣଇ ତହିଁ ନିଜ ରାଜା, ରାଜ୍ୟ- ଲୋକଙ୍କର ଶ୍ରେଷ୍ଠପଣ ॥୫॥ ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ ସବୁ ତା ରାଜ୍ୟର ଭଲ ସକଳ ସୁଖର ଆକାର ତାହାରି ରାଜ୍ୟଟି ଅଟେ କେବଳ ॥୬॥ ତହୁଁ ବଡ଼ ହୋଇ ଯାଇଥାଏ ଯେବେ କେହି କେବେ ଦେଶାନ୍ତର ସ୍ଵର୍ଗରୁ ଅଧିକ ବୋଲି ବୁଝେ ତେବେ ଯେଉଁ ଦେଶେ ତାର ଘର ॥୭॥ ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ ଜନକ ଜଗତପତି ସହୋଦର ଜ୍ଞାନ କରେ ଅବନୀର ମାନବ-ସମାଜ ପ୍ରତି ॥୮॥ ତେବେ ସେ ଜାଣଇ ଯେ କରଇ ଯେତେ ଲୋକଙ୍କର ଉପକାର ବିଶ୍ଵପତିଙ୍କର ବିଶ୍ଵଗୃହେ ଅଟେ ସେ ତେତେ ଯୋଗ୍ୟେ କୁମାର ॥୯॥ ଏହିରୂପେ ଗ୍ରାମ କଥା, ରାଜ୍ୟକଥା ଦେଶକଥା, ବିଶ୍ଵକଥା ମାନବ-ଜୀବ

ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲମଲ - Pakhana Upare Jharana Panire Jhari Dishe JhalaMala Lyrics

Image
ଗୀତଟିରେ କିଛି ଭୁଲ ଥିଲେ ତଳେ comment କରି ଜଣାଇବାକୁ ଅନୁରୋଧ । == ଓଡ଼ିଆ == ଗୀତ : ପଖାନ ଉପରେ ଝରନ ପାନିରେ ଭାଷା : ସମ୍ବଲପୁରୀ କଣ୍ଠ : ସର୍ବେଶ୍ଵର ଭୋଇ, ବିଜୟଲକ୍ଷ୍ମୀ  ଗୀତିକାର : ସର୍ବେଶ୍ଵର ଭୋଇ ସଙ୍ଗୀତ ନିର୍ଦ୍ଦେଶକ : ଶ୍ରୀରାମ ଲୁହାର୍ (ପୁ) ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ବେଲ ବୁଦି କରି ହେଲା ସକାଲ ବେଲ ବୁଦି କରି ହେଲା ସକାଲରେ ହେଲା ସକାଲ.. ଟାଟି ଖିରି କିନା ଖୁଲ ସାରୁ ଧନ ମହୁଲ ବେଟିମା ଚାଲ ଟାଟି ଖିରି କିନା ଖୁଲ ସାରୁ ଧନ ମହୁଲ ବେଟିମା ଚାଲ (ଝି) ଏ..କୁକୁରା ଡାକିଲା ବଲି କରି ଧନ ଆରୁ ନିନ୍ଦେ ଶୁଇଦେଲି ଏ..କୁକୁରା ଡାକିଲା ବଲି କରି ଧନ ଆରୁ ନିନ୍ଦେ ଶୁଇଦେଲି ସପନ ଦେଖୁଛେ ଆଇଲ ବୁଲି ସପନ ଦେଖୁଛେ ଆଇଲ ବୁଲିରେ ଆଇଲ ବୁଲି.. କିରିଲି ମାରୁଛେ ଖାଲି ସାରୁ ଧନ ଅଡ଼ାନି ଧରିଛ ବଲି କିରିଲି ମାରୁଛେ ଖାଲି ସାରୁ ଧନ ଅଡ଼ାନି ଧରିଛ ବଲି (ପୁ) ଏ..ପଖାନ ଉପରେ ଝରନ ପାନିରେ ଝରି ଦିଶେ ଝଲ ମଲ ॥ (ପୁ)                      ଏ..ଫୁଲକେ ଭମର ଜହ୍ନକେ କଇଁ ଲୋ ସରଗ ସୁନ୍ଦର ତରା ଏ..ଫୁଲକେ ଭମର ଜହ୍ନକେ କଇଁ ଲୋ ସରଗ ସୁନ୍ଦର ତରା ତୁଇ ଧାଙ୍ଗରିକେ ମୁଇଁ ଧଙ୍ଗରା ତୁଇ ଧାଙ୍ଗରିକେ ମୁଇଁ ଧଙ୍ଗରାରେ ମୁଇଁ ଧଙ୍ଗରା.. ନଡ଼ିଆ ଖାଏଲା ପରା ସାରୁ ଧନ ନାଇଁ ହେଲେ ଯଜମରା ନଡ଼ିଆ ଖାଏଲା ପରା ସାରୁ

ବ୍ରଜକୁ ଚୋର ଆସିଚି ଘେନିଯିବ - Brajaku Chora Aasichi Ghenijiba Lyrics

Image
== ଓଡ଼ିଆ == ଗୀତ : ବ୍ରଜକୁ ଚୋର ଆସିଚି ଘେନିଯିବ ଭାଷା : ଓଡ଼ିଆ କଣ୍ଠ : ଭୁବନେଶ୍ଵରୀ ମିଶ୍ର ଗୀତିକାର : ଗୋପାଳକୃଷ୍ଣ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ବ୍ରଜକୁ ଚୋର ଆସିଛି ଘେନିଯିବ ଶୁଅ ତୁନି ହୋଇରେ ରଙ୍କର ଧନ ମୋ ଗୋକୁଳ ଚନ୍ଦ୍ରମା ନିଶି ପାହି ଲାଣିରେ ବ୍ରଜକୁ ଚୋର ଆସିଛି ॥୧॥ ରାତି ଗୋଟା ଯାକ ମାତିଲୁ ନାଟରେ ରାତି ଗୋଟା ଯାକ ମାତିଲୁ ନାଟରେ ପଲକ ନ ପକାଇରେ ଗ୍ରାମ ନିଶବଦ ହେଲାଣି କି ତୋତେ ନିଦ୍ରା ଆସୁ ନାହିଁରେ ବ୍ରଜକୁ ଚୋର ଆସିଛି ॥୨॥ କେ ଶିଖାଇ ଦେଲା ଡୋଳା ଢାଳିବାର କେ ଶିଖାଇ ଦେଲା ଡୋଳା ଢାଳିବାର ତାଳ ଉକୁଟାଇରେ ପାଦ ବଥାଇବ ଆଉରିକି ତୋତେ ନାଟ ଅଣ୍ଟି ନାହିଁରେ ବ୍ରଜକୁ ଚୋର ଆସିଛି ॥୩॥ ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା ହୃଦରେ ଲଗାଇରେ କର୍ଣ୍ଣ ମୂଳେ ଧୀରେ ଧୀରେ କର ମାରି ଦେଲେ ପହୁଡ଼ାଇରେ ବ୍ରଜକୁ ଚୋର ଆସିଛି ॥୪॥ YouTube ରେ ବ୍ରଜକୁ ଚୋର ଆସିଚି ଘେନିଯିବ == English == Song : Brajaku Chora Aasichi Ghenijiba Language : Odia Singer : Bhubaneswari Mishra Lyricist : Gopal Krushna Music Direction : Traditional Brajaku chora asichi ghenijiba Shua tuni hoire Rankara dhana mo gokula chandrama Nishi pahi lanire Brajaku chora asichi ॥1॥ Rati gota jaka

ମୋ ହୃଦୟ ବଦଳରେ ତମ ହୃଦୟ ଦବକି - Mo Hrudaya Badalare Tama Hrudaya Dabaki Lyrics

Image
== ଓଡ଼ିଆ == ଗୀତ : ମୋ ହୃଦୟ ବଦଳରେ ତମ ହୃଦୟ ଦବକି ଭାଷା : ଓଡ଼ିଆ କଣ୍ଠ : ଦିପ୍ତୀରେଖା, ସବିଶେଷ ମିଶ୍ର ଗୀତିକାର : ପୁଷ୍ପକ ପରିଡ଼ା ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ସମାଲ ମସିହା : ୨୦୧୯ (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ହାଁ.. ..ହାଁ..ହାଁ.. (ପୁ) ନାନା..ନାନା..ନା..ନା ନାନା..ନାନା..ନା..ନା ନାନା..ନାନା..ନା..ନା (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ତମ ଛଲକା ଛଲକା ହସ ଦେଖୁ ଦେଖୁ ମୁଁ ବେହୋସ (ଝି) ମନ ଚାହେଁ ପ୍ରେମ ସ୍ପର୍ଶ ଏକି ବୟସର ଦୋଷ (ପୁ) ହୁଁ..ଏତେ ଖାସ୍ ଲାଗ କାହିଁକି ଓ..ଓ..ଓ..ଓ..ଓ (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥ (ପୁ) ଠିକ୍ ତମ ପରି ଖୋଜୁଥିଲି ଭାରି ଆଈମା ଗପର ରାଜକୁମାରୀ ହାଁ..ଆ..ଆ.. (ଝି) ହାଁ.. ମନ ମତେ ଆଜି ମାଗୁଛି ମଞ୍ଜୁରୀ ଶୁଣିବାକୁ ତମ ଶେରୁ ଶାୟରୀ ଭଲ ପାଉ ବୋଲି ଓଠ ଟିକେ ଖୋଲି ଭଲ ପାଉ ବୋଲି ଓଠ ଟିକେ ଖୋଲି କହି ଦେବକି ଓ..ଓ..ଓ..ଓ..ଓ ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ଝି) ମୋ ହୃଦୟ ବଦଳରେ ତମ ହୃଦୟ ଦବକି (ପୁ) ମୋ ହୃଦୟ ବଦଳରେ ତମ ହୃଦୟ ଦବକି ॥୧॥ (ପୁ) ପରିଚୟ ମୋର ଥିଲା ଯାଯାବର ତ

ଯାଉଥିବ ପ୍ରାଣପକ୍ଷୀ ଛାଡ଼ି ଇହଧାମ ହୋ - Jauthiba Pranapakhi Chaadi Ihadhama Ho Lyrics

Image
== ଓଡ଼ିଆ == ଗୀତ : ଯାଉଥିବ ପ୍ରାଣପକ୍ଷୀ ଛାଡ଼ି ଇହଧାମ ହୋ ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା: ୨୦୦୭ ମହାବାହୁ ହେ.. ମହାବାହୁ ହେ.. ମହାବାହୁ ହେ.. ମହାବାହୁ ହେ.. ଯାଉଥିବ ପ୍ରାଣପକ୍ଷୀ ଯାଉଥିବ ଯାଉଥିବ ପ୍ରାଣପକ୍ଷୀ ଛାଡ଼ି ଇହଧାମ ହୋ ତୁଣ୍ଡେ ଥାଉ..ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ ତୁଣ୍ଡେ ଥାଉ..ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ କାନ୍ଦୁଥିବେ ଘର ଲୋକେ କାନ୍ଦୁଥିବେ କାନ୍ଦୁଥିବେ ଘର ଲୋକେ ହସୁ ଥିବ ଯମ ହୋ ତୁଣ୍ଡେ ଥାଉ..ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ ତୁଣ୍ଡେ ଥାଉ..ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ ॥ ଜୀବନଟା ପାଣି କାଚ କାଲି ଭାଙ୍ଗି ଯିବ ହୋ ରାମ ନାମ ସବାରିରେ ଝିଅ ବିଦା ହବ ହୋ ଓ..ଓ..ଓ.. ଜୀବନଟା ପାଣି କାଚ କାଲି ଭାଙ୍ଗି ଯିବ ହୋ ରାମ ନାମ ସବାରିରେ ଝିଅ ବିଦା ହବ ହୋ କୁମ୍ଭାର ଗଢ଼ିଚି କୁମ୍ଭ ମାଟି ପିଟି ପିଟି ହୋ ପୁରୁଣା ହେଲେ ସେ ପରା ଆପେ ଯିବ ଫାଟି ହୋ ଜଳୁଥିବ ଜୁଇ ନିଆଁ ଜଳୁଥିବ ଜଳୁଥିବ ଜୁଇ ନିଆଁ ଲିଭି ଯିବ ହୋମ ହୋ ତୁଣ୍ଡେ ଥାଉ..ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ ତୁଣ୍ଡେ ଥାଉ..ତୁଣ୍ଡେ ଥାଉ ତୁଣ୍ଡେ ଥାଉ ତୁମ ନାମ ॥୧॥ ଧୂଳି ଖେଳ ସରିଗଲେ ବାଲି ଘର ଭାଙ୍ଗିବ ବାହାଘର ସରିଗଲେ ବେଦୀ ମୁହଁ ପୋଡ଼ିବ କର୍ମବଳ ଥିଲେ ସିନା  କର୍ମଫଳ ଫଳିବ ଧର୍ମ

ବେବି ମୋ ବେବି ତୁ ମୋ ଗେହ୍ଲା ବେବି - Baby Mo Baby Tu Mo Gelha Baby Lyrics

Image
== ଓଡ଼ିଆ == ଫିଲ୍ମଗୀତ : ବେବି ମୋ ବେବି ତୁ ମୋ ଗେହ୍ଲା ବେବି ଭାଷା : ଓଡ଼ିଆ ଚଳଚିତ୍ର : ବେବି କଣ୍ଠ : ହ୍ୟୁମାନ ସାଗର, ଚୁନ୍ ମୁନ୍ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୬ (ଛୁଆ) ଲାରେ..ଲାପା..ଲାରେ..ଲାପା..ଲାରେ..ଲାପା.. ଦୁନିଆରେ ସବୁଠାରୁ ଭଲ ମୋ ପାପା ଲାରେ..ଲାପା..ଲାରେ..ଲାପା..ଲାରେ..ଲାପା.. ଦୁନିଆରେ ସବୁଠାରୁ ଭଲ ମୋ ପାପା ତମ ଚାରିପାଖେ ଘୁରିଆସିଲେ ମୁଁ ଦୁନିଆଟା ଭୁଲିଯିବି ବେବି ମୁଁ ବେବି ମୁଁ ତମ ବେବି ମୁଁ ତମ ଗେହ୍ଲା ବେବି ବେବି ମୁଁ ବେବି ମୁଁ ତମ ବେବି ମୁଁ ତମ ଗେହ୍ଲା ବେବି (ବାପା) ଡିଙ୍ଗ୍ ଡଙ୍ଗ୍ ଡୁବି ଡୁବି ଡୁବି ଡୁବି ତୁ ମୋ ଦୁନିଆ ତୁ ମୋ ପୃଥିବି ଡିଙ୍ଗ୍ ଡଙ୍ଗ୍ ଡୁବି ଡୁବି ଡୁବି ଡୁବି ତୁ ମୋ ଦୁନିଆ ତୁ ମୋ ପୃଥିବି ତୋ ପାଦରେ କଣ୍ଟା ଫୁଟିବା ଆଗରୁ ମୋ ପାଦ ପକେଇ ଦେବି ବେବି ମୋ ବେବି ତୁ ମୋର ବେବି ତୁ ମୋ ଗେହ୍ଲା ବେବି ବେବି ମୋ ବେବି ତୁ ମୋର ବେବି ତୁ ମୋ ଗେହ୍ଲା ବେବି (ଛୁଆ) ବେବି.. ମୁଁ ଏଇଠି ବେବି ହା..ହାହାହା..ହାହାହା ॥ (ଛୁଆ) ଋଷିଥିଲେ ହସେ ତମ ମୁହଁକୁ ଦେଖି ତୁମ ମୁହଁ ଦେଖି ଦେଖି ଖୋଲେ ମୋ ଆଖି (ବାପା) ଆଖିସିନା ତୋର ହେଲେ ସପନ ମୋର ଦେହ ସିନା ତୋର ହେଲେ ଜୀବନ ମୋର (ଛୁଆ) ହେ..ରୁମ୍ ଝୁମ୍ ରୁମ୍ ଝୁମ୍ ରୁମୁକୁ ଝୁମା ଗାଲ ମୋର ଖୋଜେ ନିତି ତମରି ଚୁମା ରୁମ୍ ଝୁମ୍ ରୁମ୍ ଝୁମ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

Image
== ଓଡ଼ିଆ == ଗୀତ : ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଭାଷା : ସମ୍ବଲପୁରୀ କଣ୍ଠ : ଜିତେନ୍ଦ୍ର ହରିପାଲ ଗୀତିକାର : ବିନୋଦ କୁମାର ପଶାୟତ ସଙ୍ଗୀତ ନିର୍ଦ୍ଦେଶକ : ପ୍ରଭୂଦତ୍ତ ପ୍ରଧାନ ମସିହା : ୧୯୭୯ କଲାକାହ୍ନୁ ହୋ.. ଆହା ପ୍ରଭୁ ବନମାଲୀ  ନାଇଁ ଶୁନ ଗୁହାରୀ ମୋହନ୍ ବଏଁଶୀଧାରୀ ପ୍ରଭୁ ଡାକି ଡାକି ଥକି ଗଲି ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ କୃଷ୍ଣ କେ କରିଛେ ମୁଇଁ ଜୀବର ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ହୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୧॥ ଗିରିଗୋବର୍ଦ୍ଧନ ଧରା ଭାବ ବିନୋଦିଆ ମୋହନ ଭାବ ବିନୋଦିଆ ଯମୁନା ତଟିଆ କାହ୍ନୁ କଦମମୁଲିଆ ରେ କାହ୍ନୁ କଦମମୁଲିଆ ବଇଁଶୀ ବଜେଇ ରାଧା ଗୁରୀର୍ ମୋହି ନେଲା ମନ ଗୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ ଗା ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ॥୨॥ କେତେ ଗାଦି କେତେ ଧାମ ନୁରି ଥକିଗଲି ମୋହନ ନୁରି ଥକି ଗଲି  କେନେ ହେଲେ କଲିଆ କାହ୍ନୁର୍ ଦେଖା ନାଇ ପାଇଲି ହୋ ମୁଇଁ ଦେଖା ନାଇ ପାଇଲି ତାହାର୍ ବିନା ଛିନା ମୋର ମନ ବୃନ୍ଦାବନ ଗୋ ଘନ୍-କାଲିଆ ଫୁଲ୍-ମଲିଆ ନୀଳରତନ ହାଏ କୃଷ୍ଣ ହାଏ କୃଷ୍ଣ ବୋଲି

ଦି ଅକ୍ଷରରେ ଦିନ ଲୋ ରଙ୍ଗବତୀ - Di Akhyarare Dina Lo Rangabati Lyrics

Image
== ଓଡ଼ିଆ == ଗୀତ : ଦି ଅକ୍ଷରରେ ଦିନ ଲୋ ରଙ୍ଗବତୀ ଭାଷା : ଓଡ଼ିଆ କଣ୍ଠ : ମଣ୍ଟୁ ଛୁରିଆ, ଲୋପାମୁଦ୍ରା ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ବସନ୍ତରାଜ ସାମଲ ମସିହା : ୨୦୧୯ (ପୁ) ଦି ଅକ୍ଷରରେ ଦିନ ଦି ଅକ୍ଷରରେ ରାତି ଦି ଅକ୍ଷରରେ ମନ ଦି ଅକ୍ଷରରେ ଛାତି (ଝି) ଦି ଅକ୍ଷରରେ ଦିନ ଦି ଅକ୍ଷରରେ ରାତି ଦି ଅକ୍ଷରରେ ମନ ଦି ଅକ୍ଷରରେ ଛାତି (ପୁ) ଆରେ ଦି ଅକ୍ଷରରେ ପ୍ରେମ ହେଲେ ଆହା କି ଶାନ୍ତି (ଝି) ଆଉ ଦି ଅକ୍ଷରରେ ଧୋକା ହେଲେ   ଧୋକା ହେଲେ ଧୋକା ହେଲେ   (ପୁ) ପୁଅଙ୍କର ଡେଲି ଢକଲମ ପାର୍ଟି ଲୋ ରଙ୍ଗବତୀ ଝିଅଙ୍କର ଡେଲି ଡେଲି ସଙ୍କରାନ୍ତି ଲୋ ରଙ୍ଗବତୀ (ଝି) ପୁଅ ସବୁ ପି ପି ଦେବଦାସ ଲୋ  ରଙ୍ଗବତୀ ଝିଅ ସବୁ ସିଁ ସିଁ ପାରବତୀ ଲୋ  ରଙ୍ଗବତୀ ରଙ୍ଗବତୀ ରଙ୍ଗବତୀ ॥୧॥  (ପୁ) ଦୁନିଆରେ ପ୍ରେମ କିଏ କରିନି ଥରୁଟେ ଜୀବନରେ ନାମ କିଏ ନେଇନି ଥରୁଟେ (ଝି) ଦୁନିଆରେ ପ୍ରେମ କିଏ କରିନି ଥରୁଟେ ଜୀବନରେ ନାମ କିଏ ନେଇନି ଥରୁଟେ ଯାଣି ଶୁଣି ଭୁଲ୍ କିଏ କରିନି ଥରୁଟେ (ପୁ) ହାଁ.. ଦି ଅକ୍ଷରରେ ଥଣ୍ଡା  ଦି ଅକ୍ଷରରେ ତାତି ଦି ଅକ୍ଷରରେ ପତ୍ନି ଦି ଅକ୍ଷରରେ ପତି (ଝି) ଦି ଅକ୍ଷରରେ ଗେଲା ହେଲେ ଆହା କି ଶାନ୍ତି (ପୁ) ଆଉ ଦି ଅକ୍ଷରରେ ଧୋକା ହେଲେ   ଧୋକା ହେଲେ ଧୋକା ହେଲେ (ଝି) ପୁଅ ସବୁ ଯାଆନ୍ତି ନିନ୍ଦାରି କାଟି ଲୋ ରଙ୍ଗବତୀ ଝିଅଙ୍କର ପାର୍ଲର ସା

ବାଟ ଛାଡ଼ ସୁହଟ ନାଗର - Bata Chhada Suhata Nagara Lyrics

Image
== ଓଡ଼ିଆ == ଗୀତ : ବାଟ ଛାଡ଼ ସୁହଟ ନାଗର ଭାଷା : ଓଡ଼ିଆ କଣ୍ଠ : ଶ୍ୟାମମଣି ପଟ୍ଟନାୟକ ଗୀତିକାର : ବନମାଳୀ ଦାସ ସଙ୍ଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର ବାଟ ଛାଡ଼ ସୁହଟ ନାଗର ଗୋ.. ବାଟ ଛାଡ଼ ସୁହଟ ନାଗର ଯମୁନା ଯିବି ନୀର ଆଣିକି ବାଟ ଛାଡ଼ ସୁହଟ ନାଗର ଘାଟ ପାଇଁ ଯେବେ ଲଟ ଲଗାଇବ ଘାଟ ପାଇଁ ଯେବେ ଲଟ ଲଗାଇବ ପ୍ରତିବନ୍ଧା ଦେବି ମଥାମଣିକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୧॥ ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ ଶାଶୁ ମୋ ଅଟଇ ସପତଣୀକି ଆହେ ଗିରିଟେକା.. ଆହେ ଗିରିଟେକା ନ କର ତୁ ଧୋକା ତୁମ୍ଭ ଲାଗି ନ ଆସିବି ଏଣିକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୨॥ ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟ ମୋତେ ଅଛ ମଣିକି ମୁହିଁ ବୃଷଭାନୁ ନୃପତିଙ୍କ ଜେମା ଆନ ପ୍ରାୟ ମୋତେ ଅଛ ମଣିକି ଧରି ମୋ ଅଞ୍ଚଳ.. ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ ଡର ନାହିଁ ପର ଭୂଆସୁଣୀକି ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ॥୩॥ ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀଶ୍ରେଣୀଙ୍କି ମୁଁ ଯେବେ ଏଥର ଆସିବି ପାଣିକି ସଙ୍ଗେ ଆଣିଥିବି ସଖୀଶ୍ରେଣୀଙ୍କି ବୋଲେ ବନମାଳୀ.. ବୋଲେ ବନମାଳୀ ଶୁଣ ଠାକୁରାଣୀ ନିରାଶ ନକର ବେଣୁ ପାଣିକି  ବାଟ ଛାଡ଼ ସୁହଟ ନାଗର ଗୋ..ବାଟ ଛାଡ଼ ସୁହଟ ନାଗର ଯ

ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର - Mo Priya Tharu Kie Adhika Sundara Lyrics

Image
== ଓଡ଼ିଆ == ଗୀତ : ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ଭାଷା : ଓଡ଼ିଆ ଚଳଚିତ୍ର : ସିନ୍ଦୁର ବିନ୍ଦୁ କଣ୍ଠ : ଚିତ୍ତ ଜେନା ଗୀତିକାର : ପ୍ରଫୁଲ୍ଲ କର ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୬ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ ମୁଁ ଏକା ତୁମର ମୁଁ ଏକା ତୁମର ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ॥୧॥  ଯା ମନରେ ହସେ ଖାଲି ମମତାର ଫୁଲ ଯା ଦରଦ ଝରିପଡ଼େ ହୋଇ ଶତଦଳ ଏଡ଼ିକି ଅବୁଝା ଝିଅ ବୁଝେନା ସେ ଫୁଲ ଗନ୍ଧେ ମୁଁ ଆଜି ବିଭୋର ମୁଁ ଆଜି ବିଭୋର ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ॥୨॥  ଯା ଓଠରେ ଲେଖା ମୋର ପୁଣ୍ୟ ଜୀବନର ଯା ଲୁହରେ ଧୋଇ ଯାଏ ପାପ ଯେତେ ମୋର ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ ମୋ ପାପ ପୁଣ୍ୟର ମୋ ପାପ ପୁଣ୍ୟର ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ମୋ ପ୍ରିୟା ଠାରୁ କିଏ ଅଧିକ ଗୁଣର ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ ମୁଁ ଏକା ତୁମର ମୁଁ ଏକା ତୁମର ଉଁ..ହୁଁ..ହୁଁ..ହୁଁ    ଉଁ..ହୁଁ..ହୁଁ..ହୁଁ ଉଁ..ହୁଁ..ହୁଁ..ହୁଁ ଉଁ..ହୁଁ..ହୁଁ..ହୁଁ ॥୩॥ YouTube ରେ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର == English == Song : Mo Priya Tharu Kie Adhika Sundara Language : Odia Movie : sindura bindu Singer : Chitta Jena Lyrics : Praf

ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ - Maichiaa Gokhei Sahu Maipa Hataru Kahuni Khau Lyrics

Image
== ଓଡ଼ିଆ == ଗୀତ : ମାଇଚିଆ ଗୋଖେଇ ସାହୁ ଭାଷା : ଓଡ଼ିଆ କଣ୍ଠ :  ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ମସିହା : ୧୯୮୧ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ଅଣ୍ଡିରାପଣ ତା’ ଚୁଲିକି ଆରେ.. ଅଣ୍ଡିରାପଣ ତା’ ଚୁଲିକି ଓ.. ଅଣ୍ଡିରାପଣ ତା’ ଚୁଲିକି ଯାଉ ମାଇପ ପାଖରେ କୁଁ..କୁଁ କୁଁକୁଁ..କୁଁକୁଁ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ॥ ବାହାରେ ହୁଏ ସେ ବାଘ ସମ୍ଭାଳି ପାରେନା ରାଗ ବାହାରେ ହୁଏ ସେ ବାଘ ସମ୍ଭାଳି ପାରେନା ରାଗ କଥାକୁହ ରଖି ବାଗ ଗାଲରେ ଦେବ ସେ ଦାଗ କଥାକୁହ ରଖି ବାଗ ଗାଲରେ ଦେବ ସେ ଦାଗ ବାହାରେ କୁହେ ସେ ଜାଣମ ବାହାରେ କୁହେ ସେ ଜାଣମ ଆରେ.. ବାହାରେ କୁହେ ସେ ଜାଣ ମୋ ଦାଉ ମାଇପ ପିଠିରେ ହୁଏ ମୁଁ ଲାଉ ଉଁହୁଁ..ଉଁହୁଁ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ॥୧॥ କହେ ସେ ରଖିବି ମୁହିଁ ଘରେ ମୋର ଆଠ ରାଣୀ କହେ ସେ ରଖିବି ମୁହିଁ ଘରେ ମୋର ଆଠ ରାଣୀ ଆଠ ରାଣୀ ପାଇଁ ପୁଣି ବତିଶି ଚାକରାଣୀ ଆଠ ରାଣୀ ପାଇଁ ପୁଣି ବତିଶି ଚାକରାଣୀ ବାହାରେ କୁହେ ସେ ଦେଖେଇ ଆରେ..ବାହାରେ କୁହେ ସେ ଦେଖେଇ ଆରେ..ବାହାରେ କୁହେ ସେ ଦେଖେଇ ଦାଉ ମାଇପକୁ ମାରେ ଦାଉଁ ଦାଉଁ ଦାଉଁ..ଦାଉଁ ମାଇଚିଆ ଗୋଖେଇ ସାହୁ ମାଇପ ହାତରୁ କହୁଣି ଖାଉ ॥୨॥ ମାଇଚିଆ ଗୋଖେଇ ସ

ଶରଣ ଦେ କି ମରଣ ଦେ - Sharana De Ki Marana De Lyrics

Image
ଏ ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର  ଜଣେ  ପାଠକ ୧୦ ଜୁନ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ଶରଣ ଦେ କି ମରଣ ଦେ ଭାଷା : ଓଡ଼ିଆ କଣ୍ଠ : କରୁଣାକର ସେଠି ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ଶାରଦା ପ୍ରଶନ୍ନ ସାହୁ ଶରଣ ଦେ କି ମରଣ ଦେ  ସରଗ ଦେ କି ନରକ ଦେ ଥରେ ତୋ ଡୋରି ଲଗେଇ ଦେ.. ମା..ମା..ମା..ମା ନେ ତୋ କୋଳକୁ ନେ ସିନ୍ଦୁର ଦେ କି ଚନ୍ଦନ ଦେ ବିଷ ତୁ ଦେ କି ଅମୃତ ଦେ ଥରେ ତୋ ଡୋରି ଲଗେଇ ଦେ.. ମା..ମା..ମା..ମା ନେ ତୋ କୋଳକୁ ନେ ମା..ମା..ମା..ମା ନେ ତୋ କୋଳକୁ ନେ ॥ ମୋ ଜୀବନ ବାଟ ଜାଣିଚି ମା ଲୋ ତୋ ଚରଣ ତଳେ ଶେଷ ତୋ ଦର୍ଶନ ଥରେ ନ ମିଳିଲେ ମତେ ରହିଯିବ ଅବଶୋଷ ମୋ ଜୀବନ ବାଟ ଜାଣିଚି ମା ଲୋ ତୋ ଚରଣ ତଳେ ଶେଷ ତୋ ଦର୍ଶନ ଥରେ ନ ମିଳିଲେ ମତେ ରହିଯିବ ଅବଶୋଷ ଶହେ ତୁ ଦେକି ଶୂନ୍ୟ ତୁ ଦେ ପାପ ତୁ ଦେ କି ପୁଣ୍ୟ ତୁ ଦେ ଥରେ ତୋ ଡୋରି ଲଗେଇ ଦେ.. ମା..ମା..ମା..ମା ନେ ତୋ କୋଳକୁ ନେ ମା..ମା..ମା..ମା ନେ ତୋ କୋଳକୁ ନେ ॥୧॥ ଜୀବନଟା ମୋର ସାରୁ ପତରରେ ଢଳ ଢଳ ଟୋପେ ପାଣି କେତେବେଳେ ପଡ଼ି ମାଟିରେ ମିଶିବି ନିଜେ ମୁଁ ପାରେନା ଜାଣି ଜୀବନଟା ମୋର ସାରୁ ପତର ରେ ଢଳ ଢଳ ଟୋପେ ପାଣି କେତେବେଳେ ପଡ଼ି ମାଟିରେ ମିଶିବି ନିଜେ ମୁଁ

ତୋ ପ୍ରେମରେ ପାଗଳ ମୁଁ ଆଜି - To Premare Pagala Mun Aaji Lyrics

Image
== ଓଡ଼ିଆ == ଗୀତ : ତୋ ପ୍ରେମରେ ପାଗଳ ମୁଁ ଆଜି     ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ବସନ୍ତରାଜ ସାମଲ ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି ତୁ ହଁ କର୍ କି ନା କର୍ ତୋରି ମର୍ଜି ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ ଲେଖିଚି ତୋରି ନାଁ  ତତେ ଆଉ କିଏ ଚାହିଁ ଦେଲେ ଥରେ ସେ ଛାତିରେ ଲାଗେ ନିଆଁ ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ ଲେଖିଚି ତୋରି ନାଁ  ତତେ ଆଉ କିଏ ଚାହିଁ ଦେଲେ ଥରେ ସେ ଛାତିରେ ଲାଗେ ନିଆଁ ଓ....  ତୋ ପ୍ରେମରେ ଜଳୁଚି ମୁଁ ଆଜି.. ଆଜି ତୋ ପ୍ରେମରେ ମରୁଚି ମୁଁ ଆଜି.. ଆଜି ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି ତୁ ହଁ କର୍ କି ନା କର୍ ତୋରି ମର୍ଜି ତୋ ପ୍ରେମରେ ପାଗଳ ମୁଁ ଆଜି.. ଆଜି ତୋ ପ୍ରେମରେ ଦିୱାନା ମୁଁ ଆଜି.. ଆଜି ॥୧॥ ଏ ଆଖିରୁ ସବୁ ସପନ ଲିଭେଇ ଦେଖୁଚି ତୋରି ସ୍ଵପ୍ନ ସେ ସପନ ଯେବେ ଅଧା ରହି ଯାଏ ନିଆଁ ତ ଲଗାଏ ଜହ୍ନ ଏ ଆଖିରୁ ସବୁ ସପନ ଲିଭେଇ ଦେଖୁଚି ତୋରି ସ୍ଵପ୍ନ ସେ ସପନ ଯେବେ ଅଧା ରହି ଯାଏ ନିଆଁ ତ ଲଗାଏ ଜହ୍ନ ତୋ ପ୍ରେମରେ ଖେଳୁଚି ମୁଁ ଆଜି.. ଆଜି ତୋ ପ୍ରେମରେ ହାରୁଚି ମୁଁ ଆଜି.. ଆଜି   ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି

ଚକାନୟନକୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ - Chakanayanaku Patita Kehi Takai Khara Nishwasa Pakai Lyrics

Image
== ଓଡ଼ିଆ == ଗୀତ : ଚକାନୟନକୁ ପତିତ କେହି ଭାଷା : ଓଡ଼ିଆ କଣ୍ଠ : ରଘୁନାଥ ପାଣିଗ୍ରାହୀ ଗୀତିକାର : ଚନ୍ଦନ ହଜୁରୀ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୬ ଚକାନୟନକୁ ପତିତ କେହି ତକାଇ ଖର ନିଃଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ ବକାରି ମୋ' ଆର୍ତ୍ତ ଶୁଣ ସତ୍ତ୍ଵରେ ହେ ଧକ୍କା ବାଜୁଛି ମହିମା ହେ ଧକ୍କା ବାଜୁଛି ମହିମା ଠକାର କରି କର୍ଣ୍ଣେ ଗିର ନଶୁଣ  କାହିଁକି ବିଚିତ୍ରକର୍ମା ହେ କାହିଁକି ବିଚିତ୍ରକର୍ମା ॥୧॥  କରି ହରିଣୀ ଦ୍ରୌପଦୀ ବିପତ୍ତି ହରି ହରିଛ ପରା ଡେରି ଶ୍ରୁତି ଦରିଦ୍ର ସୁଦାମାକୁ କୋଟିନିଧି ପରିପୂର୍ଣ୍ଣେ ଦେଲ କୃପାବାରିଧି ହେ ଧରିଯା ମହିମା ଚିତ୍ତେ ହେ ଧରିଯା ମହିମା ଚିତ୍ତେ  ସରିତ ଯାଉଛି ହରି ଆଉ ଥରେ ନ ଚାହିଁଲ କୃପା ନେତ୍ରେ ହେ ନ ଚାହିଁଲ କୃପା ନେତ୍ରେ ॥୨॥   ଆଜାନୁବାହୁ ମୁଁ ପତିତ ଜଣେ ଅଜାମିଳୁ ବଳି ସହସ୍ର ଗୁଣେ ଲଜ୍ଜା ହରି ନ ତାରିଲେ ନିକର ଧ୍ଵଜା ଚକ୍ରରୁ ବହନ ଉତ୍ତାର ହେ ମଜ୍ଜାରେ ମୁଁ ଏହା ଭାବେ ହେ ମଜ୍ଜାରେ ମୁଁ ଏହା ଭାବେ ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ ହଜାଇ ଦେଉଛ ଏବେ ହେ ହଜାଇ ଦେଉଛ ଏବେ ॥୩॥   ଧଣ୍ଡାମାଳ ବୁହା ଦୁର୍ଦ୍ଦଶା ରାହୁ ଚାଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ ଭଣ୍ଡାରେ ଖଣ୍ଡା ନାହିଁକି ମଣିମା ଗଣ୍ଡାକର ଦିଶୁନାହିଁ ମହିମା ହେ ହଣ୍ଡା ମୋ' ଯାଉଛି ଫାଟି ହେ ହଣ୍ଡା ମୋ' ଯାଉଛି ଫାଟି  ଥଣ୍ଡା କରି

ଫୁର୍ କିନା ଉଡ଼ିଗଲା ବଣି - Phur Kina Udigala Bani Lyrics

Image
== ଓଡ଼ିଆ == ଗୀତ : ଫୁର୍ କିନା ଉଡ଼ିଗଲା ବଣି ଭାଷା : ଓଡ଼ିଆ ଚଳଚିତ୍ର : ଯାଯାବର କଣ୍ଠ : ତୃପ୍ତି ଦାସ, ଗୀତା ପଟ୍ଟନାୟକ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୫ (ଝି-୧) ଆହା.. (ଝି-୨) ହାଏ.. (ଝି-୧) ଆହା.. (ଝି-୨) ହାଏ.. (ଝି-୧) ଆରେ..ଆରେ..ଆରେଆରେଆରେ ଫୁର୍ କିନା ଉଡ଼ିଗଲା ବଣି ଫର୍ କିନା ଉଡ଼ିଗଲା କାନି ଫୁର୍ କିନା ଉଡ଼ିଗଲା ବଣି ଫର୍ କିନା ଉଡ଼ିଗଲା କାନି କିଆବୁଦା ମୂଳେ ଆରେ ଲୁଚି ଦେଖୁଥିଲା ଆରେ ରସିକିଆ ଟୋକା ବେଇମାନି ବଡ଼ ବେଇମାନି (ଝି-୨) ଆହା..ଆହା..ଆହାଆହାଆହା ବକୁମ୍ ବକୁମ୍ କରୁଥିଲା ପାରା ପାଦେ ମୋର କଣ୍ଟା ଫୁଟିଗଲା ବକୁମ୍ ବକୁମ୍ କରୁଥିଲା ପାରା ପାଦେ ମୋର କଣ୍ଟା ଫୁଟିଗଲା ରସିକିଆ ଟୋକା ଆହା..ଡାକତର ବୋଲି ଆରେ ଲଗାଇଦେଲାରେ ଆଇଡେନି ବଡ଼ ବେଇମାନି ॥୧॥ (ଝି-୧) କିଣିଦେଲା ରିବନ ସେ ଗଜ ଚାରି ଅଣା ପାଉଡର ଆରେ ଦେଲା ଯାହା ହାଏ ଚାଉଳର ଚୂନା ହାଏ ସୁନା ବୋଲି କିଣିଦେଲା ଗିଲିକି ଗହଣା ପୁରା ଶାଢ଼ୀ ଦେଇଥିଲା ମସୁରୀର କନା ଓ..ହୋ..ଓ..ହୋ.. ଆରେ..ଆରେ..ଆରେଆରେଆରେ ହୁକୁ ହୁକୁ ଡାକିଲା ଡାହୁକ ଠାପୁଆ ମୋ କାଳିଆ ରସିକ ହାଏ.. ବାସ ତେଲ ବୋଲି ଆହା ଦେଲା ଯେଉଁ ଶିଶି ଆରେ ଠିପି ଖୋଲି ଦେଖେ କିରାସିନି ବଡ଼ ବେଇମାନି ॥୨॥ (ଝି-୨) ଆସୁଥିଲା ମାଛମାରି ଧରି ସେ ବନିସୀ ଆରେ ନଜର ତା ହାଏ ଖୋଜୁଥିଲା ଆରେ ସୁ

ଚାଖି ଚାଖି ରଖିଥା ମିଠା କୋଳି - Chakhi Chakhi Rakhitha Mitha Koli Lyrics

Image
== ଓଡ଼ିଆ == ଗୀତ : ଚାଖି ଚାଖି ରଖିଥା ମିଠା କୋଳି ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ସଞ୍ଜୟ (ସମସ୍ତ) ହୁଁ..ହୁଁ..ହୁଁ.. ହୁଁ..ହୁଁ..ହୁଁ.. ଚାଖି ଚାଖି ରଖିଥା.. (ପୁ) ଚାଖି ଚାଖି ରଖିଥା ମିଠା କୋଳି (ସମସ୍ତ) ଆଲୋ ସବରୀ (ପୁ) କଶା କୋଳି ଦବୁନି କେବେ ତୋଳି (ସମସ୍ତ) ଆଲୋ ସବରୀ (ପୁ) ଚାଖି ଚାଖି ରଖିଥା ମିଠା କୋଳି (ସମସ୍ତ) ଆଲୋ ସବରୀ (ପୁ) କଶା କୋଳି ଦବୁନି କେବେ ତୋଳି (ସମସ୍ତ) ଆଲୋ ସବରୀ (ପୁ) ହେଲେ ହଉ ପଛେ କୋଳି ଅଇଁଠା କାଳିଆକୁ ସିଏ ଲାଗିବ ମିଠା ହେଲେ ହଉ ପଛେ କୋଳି ଅଇଁଠା କାଳିଆକୁ ସିଏ ଲାଗିବ ମିଠା (ସମସ୍ତ) ବାଟ ଚାହିଁ ବସିଥା.. (ପୁ) ବାଟ ଚାହିଁ ବସିଥା ଦୁଇ ଓଳି (ସମସ୍ତ) ଆଲୋ ସବରୀ (ପୁ) ଚାଖି ଚାଖି ରଖିଥା ମିଠା କୋଳି (ସମସ୍ତ) ଆଲୋ ସବରୀ ଆଲୋ ସବରୀ ଆଲୋ ସବରୀ ॥ (ପୁ) ଅଇଁଠାଖିଆ ଚକା ଆଖିଆ ଭୁଲିନାହିଁ ତୋର ଭଙ୍ଗା କୁଡ଼ିଆ (ସମସ୍ତ) ଭୁଲି ନାହିଁ ତୋର ଭଙ୍ଗା କୁଡ଼ିଆ (ପୁ) ବନମାଳିଆ ଘନ କାଳିଆ ଆସିବ ଲୋ ଦିନେ ସଞ୍ଜ ବେଳିଆ (ସମସ୍ତ) ଆସିବ ଲୋ ଦିନେ ସଞ୍ଜ ବେଳିଆ (ପୁ) ଅଇଁଠାଖିଆ ଚକା ଆଖିଆ ଭୁଲି ନାହିଁ ତୋର ଭଙ୍ଗା କୁଡ଼ିଆ ବନମାଳିଆ ଘନ କାଳିଆ ଆସିବ ଲୋ ଦିନେ ସଞ୍ଜ ବେଳିଆ (ସମସ୍ତ) ସଞ୍ଜଦୀପ ରଖିଥା.. (ପୁ) ସଞ୍ଜଦୀପ ରଖିଥା ଜାଳି ଜାଳି (ସମସ୍ତ) ଆଲୋ ସବରୀ (ପୁ

ଭାସିଯିବ ଖୁସି ତୋର ମୋ ଲୁହରେ - Bhasijiba Khusii Tora Mo Luhare Lyrics

Image
== ଓଡ଼ିଆ == ଗୀତ : ଭାସିଯିବ ଖୁସି ତୋର ମୋ ଲୁହରେ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ମୃତ୍ୟୁଞ୍ଜୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ସୁଶୀଲ ଦଳାଇ ମସିହା : ୨୦୧୮ କାଚର ଟୁକୁଡା ଯୋଡ଼ି ହୁଏ ସତ ଭଙ୍ଗା ହୃଦୟ ତ ଯୋଡ଼ି ହୁଏନା ଯଦି ଯୋଡ଼ା ଯାଏ ଭଙ୍ଗା ହୃଦୟକୁ ରହିଯାଏ ଦାଗ ଆଉ ଲିଭେନା ପାଇବୁନି କେବେବି ମୋ ପରି ସାଥୀ ମୋତେ ଧୋକା ଦେଲୁ ତତେ ନମିଳୁ ଖୁସି ପାଇବୁନି କେବେବି ମୋ ପରି ସାଥୀ ମୋତେ ଧୋକା ଦେଲୁ ତତେ ନମିଳୁ ଖୁସି ଭାଙ୍ଗିଦେଇ ତୁ ମୋର ହୃଦୟ ମୋ ଜୀବନୁ ନେଲୁ ତୁ ବିଦାୟ ଭାଙ୍ଗି ଦେଇ ତୁ ମୋର ହୃଦୟ ମୋ ଜୀବନୁ ନେଲୁ ତୁ ବିଦାୟ ପ୍ରେମ ଯଦି କଲୁ ଇତି ଫେରେଇଦେ ମୋର ସ୍ମୃତି ଭୁଲିଯିବି ତତେ ଖୁସିରେ ଭାସିଯିବ ଖୁସି ତୋର ମୋ ଲୁହରେ ଭାସିଯିବ ଖୁସି ତୋର ମୋ ଲୁହରେ ଭାସିଯିବ ଖୁସି ତୋର ମୋ ଲୁହରେ ଭାସିଯିବ ଖୁସି ତୋର ମୋ ଲୁହରେ ॥୧॥ ତୋ ଜୀବନେ କେବେ ନ ଆସୁ ଫଗୁଣ ସବୁ ଋତୁ ହେଉ ତୋ ପାଇଁ ଶ୍ରାବଣ ତୋ ଜୀବନେ କେବେ ନ ଆସୁ ଫଗୁଣ ସବୁ ଋତୁ ହେଉ ତୋ ପାଇଁ ଶ୍ରାବଣ ଜହ୍ନ ବିନା ରାତିଟି ଯେମିତି ତୋ ଜୀବନ କଟିବ ସେମିତି ଜହ୍ନ ବିନା ରାତିଟି ଯେମିତି ତୋ ଜୀବନ କଟିବ ସେମିତି ନିଦ ତୋର ଯିବ ଭାଙ୍ଗି ଥରି ଉଠିବ ତୋ ଛାତି ସ୍ବପ୍ନ ରହିଯିବ ଅଧାରେ ଭାସିଯିବ ଖୁସି ତୋର ମୋ ଲୁହରେ ଭାସିଯିବ ଖୁସି ତୋର ମୋ ଲୁହରେ ଭାସିଯିବ ଖୁସି ତୋର ମୋ ଲୁହରେ ଭାସିଯିବ ଖୁସି ତୋର ମୋ

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ