Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

Have you seen our new site? ⇨ Smaranika.in

ବର୍ଷା (ଏବେ ଗ୍ରୀଷମ କାଳ ଗଲା) - Barsa (Ebe Grishama Kala Gala) Lyrics


ଗୀତ : ବର୍ଷା (ଏବେ ଗ୍ରୀଷମ କାଳ ଗଲା)
ଭାଷା : ଓଡ଼ିଆ
ଗୀତିକାର : ଅତିବଡ଼ି ଜଗନ୍ନାଥ ଦାସ (୧୪୯୧-୧୫୫୦)



ଏବେ ଗ୍ରୀଷମ କାଳ ଗଲା
ବରଷା ଋତୁ ପ୍ରକାଶିଲା ॥
ସକଳ ଋତୁଙ୍କର ସାର 
ଶସ୍ୟ ସମ୍ପଦ ମଞ୍ଚପୁର ॥
ମେଘେ ମିଳିଲେ ଶୂନ୍ୟପଥେ 
ବିଜୁଳି ଶବଦ ସଙ୍ଗତେ ॥

ଭୂମି, ସାଗର, ଶୂନ୍ୟେ ବ୍ୟାପି
ନୀଳ ଜୀମୂତ ବିଶ୍ଵରୂପୀ ॥
ଯେମନ୍ତେ ନିବିଡ଼ ଆକାଶ
ଭୂମିର ରସ ଅଷ୍ଟମାସ ॥
ଆଦିତ୍ୟ କରିଥିଲା ଗ୍ରାସ
ସେ ତାପ କଲା ମେଘ ନାଶ ॥

ମହୀମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡ଼ିଲା ତୋଷ ହୋଇ ॥
ଘୋର ଶବଦେ ମେଘମାଳ
ଗର୍ଜିଣ ବରଷନ୍ତି ଜଳ ॥
ପ୍ରାଣୀ ଜୀବନ ଜଳରାଶି
କରୁଣା ଚିତ୍ତରେ ବରଷି ॥

ପୃଥିବୀ ରବିତପ୍ତ ଗ୍ରାସେ
ତାପିତ ଥିଲା ଅଷ୍ଟମାସେ ॥
ଜଳ ପାଇଲେ ତୋଷ ଚିତ୍ତେ
ତପସ୍ଵୀ ଜନଙ୍କର ମତେ ॥
ତପସ୍ୟା ଫଳ ଯେହ୍ନେ ପାଇ
ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥

ଖଦ୍ୟୋତ କୀଟ ନିଶାମୁଖେ
ଜଗତ ଆବୋରିଲେ ସୁଖେ ॥
ପାଷାଣ୍ଡେ ଯେହ୍ନେ କଳିଯୁଗେ
ବେଦ ନିନ୍ଦନ୍ତି ଯୋଗ ମାର୍ଗେ ॥
ମଣ୍ଡୁକେ ମେଘ ନାଦ ଶୁଣି
ଗର୍ଜନ୍ତି ଆବୋରିଣ ପାଣି ॥

ଅଳପ ନଦୀଏ ପୁରିଲେ
ଲହରୀ ମତେ ଉଛୁଳିଲେ ॥
ନାନା ପ୍ରକାରେ ଶସ୍ୟରାଶି
ଏଣେ ପୂରିତ ମହୀ ଦିଶି ॥
ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ ॥

ଶସ୍ୟ ସମ୍ପଦ କ୍ଷେତ୍ର ମତେ
ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ ॥
ଅଶେଷ ଜୀବ ଜଳ ସ୍ଥଳେ
ଜଳ ଭକ୍ଷିଲେ କୁତୂହଳେ ॥
ଦିନକୁ ଦିନ ପୁଷ୍ଟ ହୋଇ
ହରି ସେବକ ପ୍ରାୟ ଦେହୀ ॥

ସମୁଦ୍ର ନଦୀଙ୍କର ମେଳ
ଲୋଡ଼ି ପାଇଲେ ପୂର୍ଣ୍ଣଜଳ ॥
ଅଳପ ଯୋଗୀଙ୍କର ଚିତ୍ତ
ଯେହ୍ନେ ଚଞ୍ଚଳ ଗୁଣେ ଗ୍ରସ୍ତ ॥
ପର୍ବତେ ଜଳଧାରାଚୟ
ପଡ଼ନ୍ତେ ନ କରନ୍ତି ଭୟ ॥

କୃଷ୍ଣ ଆଶ୍ରିତ ପ୍ରାଣୀ ଯେହ୍ନେ
ଦୁଃଖିତ ନୁହନ୍ତି ବ୍ୟସନେ ॥
ପଥ ହୋଇଲା ତୃଣମୟ
ବାଟର ନ ମିଳିଲା ଥୟ ॥
ବ୍ରାହ୍ମଣ ବେଦ ପାଶୋରିଲେ
ଯେମନ୍ତ ହ୍ଵନ୍ତି ପଚାରିଲେ ॥

ଜଗତବନ୍ଧୁ ମେଘମାଳେ
ବିଜୁଳି ନ ରହେ ନିଶ୍ଚଳେ ॥
ଗୁଣୀ ପୁରୁଷଙ୍କର ତୁଲେ
ବିଟପୀ ମନ ଯେହ୍ନେ ଟଳେ ॥
ଶବଦ ତୁଲେ ଇନ୍ଦ୍ରତାପ
ଗଗନେ ଶ୍ଵେତ ସାତ ରୂପ ॥

ଗର୍ଜନ୍ତି ଗୁଣେ ହୋଇ ଯୁତେ
ନିର୍ଗୁଣ ପୁରୁଷ ଯେମନ୍ତେ ॥
ଚନ୍ଦ୍ର ନ ଦିଶେ ମେଘାଚ୍ଛନ୍ନେ
ମିଥ୍ୟା ବଚନେ ସତ୍ୟ ଯେହ୍ନେ ॥
ମୟୂର ଗିରିପୃଷ୍ଠେ ଥାଇ
ନୃତ୍ୟ କରନ୍ତି ମେଘ ଚାହିଁ ॥

ଅତିଥି ଦେଖି ବିଦ୍ଵଜନେ
ଯେସନେ ତୋଷ ହ୍ଵନ୍ତି ମନେ ॥
ବୃକ୍ଷଙ୍କ ମୂଳେ ଜଳରାଶି
ଫଳ ପଲ୍ଲବ ଯେ ପ୍ରଶଂସି ॥
ତପର ଅନ୍ତେ ଫଳ ପାଇ
ତପସ୍ଵୀ ଯେହ୍ନେ ତୁଷ୍ଟ ହୋଇ ॥

ବରଷା ଦେଖି ନରନାରୀ
ଯେସନେ ଗୃହେ ବାସ କରି ॥
ଜଳ ପ୍ରବାହେ ବନ୍ଧ ଭାଙ୍ଗେ
ଯେହ୍ନେ ପାଷାଣ୍ଡେ ବେଦମାର୍ଗେ ॥
ମେଘ ପବନ ଯୋଗେ ବେଢ଼ି
ଅମୃତ ପ୍ରାୟ ଜଳ ଛାଡ଼ି ॥

ବିପ୍ରଙ୍କ ବୋଲେ ମହୀପାଳେ
ଯେହ୍ନେ ଦିଅନ୍ତି ଦାନ କାଳେ ॥
ବରଷା ରସେ ବନ ଭୂଇଁ
ଖର୍ଜୁର ଜମ୍ବୁମୟ ହୋଇ ॥
ଗୋରୁ ଗୋପାଳ ସଙ୍ଗେ ଘେନି
ବନେ ବିଜୟ ଅନ୍ତର୍ଯ୍ୟାମୀ ॥

ଗାଈଏ ସ୍ତନଭର ହୋଇ
କର୍ଦ୍ଦମେ ନ ପାରନ୍ତି ଯାଇ ॥
କୃଷ୍ଣର ଡାକ ଶୁଣି କର୍ଣ୍ଣେ
ନିକଟେ ମିଳିଲେ ବହନେ ॥
ବନରେ ଯେତେ ଜନ୍ତୁ ଥିଲେ
ଗିରି କାନନ ଆଶ୍ରେ କଲେ ॥

ସକଳ ବୃକ୍ଷେ ମଧୁଦ୍ରବ୍ୟ
ବରଷା ଋତୁର ସ୍ଵଭାବ ॥
ଗାଈ ଚରାନ୍ତି ବୃନ୍ଦାବନ
ଭକ୍ଷନ୍ତି କନ୍ଦମୂଳମାନ ॥
ବସନ୍ତି ବୃକ୍ଷଙ୍କର ତଳେ
ଦିନ ହରନ୍ତି ବୃଷ୍ଟିବେଳେ ॥

ଦଧି ଅନ୍ନହିଁ ଘରୁ ଆଣି
ଜଳ ନିକଟେ ଚକ୍ରପାଣି ॥
ଗୋପାଳ ମେଳେ ବେନି ଭାଇ
ଭୁଞ୍ଜନ୍ତି ଶିଳାପରେ ଥୋଇ ॥
କୋମଳ ଘାସେ ପଶୁମାନେ
ଶୁଅନ୍ତି ନିଦ୍ରିତ ଲୋଚନେ ॥


Note:
ଏ କବିତାଟି "ଅତିବଡ଼ି ଜଗନ୍ନାଥ ଦାସ" ଙ୍କ ରଚିତ “ଶ୍ରୀମଦ୍ ଭାଗବତ” ଗ୍ରନ୍ଥର ଦଶମ ସ୍କନ୍ଧର ଏକାଦଶ ଅଧ୍ୟାୟରୁ ଆସିଅଛି । ସମ୍ପୂର୍ଣ୍ଣ ଓଡ଼ିଆ ଭାଗବତ Wikipedia ରେ ପଢ଼ନ୍ତୁ । 



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଜଗନ୍ନାଥ ଦାସଙ୍କ ଏହି କବିତାଟି ଏକାଧିକ କ୍ଲାସରେ ସ୍କୁଲ ଓ କଲେଜ ସ୍ତରରେ ଅଛି ।

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ