Posts

Showing posts from 2018

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଛୋଟ ମୋର ଗାଆଁଟି - Chhota mora gaanti Lyrics

Image
ଗୀତ: ଛୋଟ ମୋର ଗାଆଁଟି ଗୀତିକାର: ସଚ୍ଚିଦାନନ୍ଦ ରାଉତରାୟ == ଓଡ଼ିଆ == ଛୋଟ ମୋର ଗାଆଁଟି ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଆଁଟି, ଛୋଟ ମୋର ଗାଆଁଟି ॥ ମାଟିର ସେଇ ସରଗ ମୋର, ସେଇଠି ଅଛି ମୋ ଷଠିଘର ଜଳିବ ପୁଣି ସେଇଠି ଶେଷେ, ମୋହର ଚିତା ନିଆଁଟି ଛୋଟ ମୋର ଗାଆଁଟି ॥୧॥ ଜନମି ତାର ଏନ୍ତୁଡ଼ି ଶାଳେ, ବୁଲିଛି କେତେ ତା' ତୋଟାମାଳେ ପାଞ୍ଚଟି ମୋର ପଞ୍ଜରା କାଠି, (ଶେଷେ) ସେଇଟି ହେବ ଡାହାଟି ଛୋଟ ମୋର ଗାଆଁଟି ॥୨॥ ତାହାରି ଜଳ ରକତ ହୋଇ, ଶିରାରେ ବହେ ଯେସନ ନଈ ନିଃଶ୍ୱାସେ ମୋର ତାହାରି ବାୟୁ, ଚଳାଏ ପ୍ରାଣ ନାହାଟି ଛୋଟ ମୋର ଗାଆଁଟି ॥୩॥ ତାହାରି ଫୁଲ ଶାଗୁଆ ଲତା, କଣ୍ଠେ ମୋର ଦେଲା ଯେ କଥା ଆଖିରେ ଦେଲା ଚାହାଣି ନୂଆ, (ତା'ର) ଫଗୁଣ ଉଷା ପାହାନ୍ତି ଛୋଟ ମୋର ଗାଆଁଟି ॥୪॥ ଝରଣା ତାର କଲା ଯେ କବି, ନୟନେ ଦେଲା ରୂପର ଛବି ବୁହାଇ ଦେଲା ସପନ ଢେଉ, ପଥର ବୁକେ ନିହାତି ଛୋଟ ମୋର ଗାଆଁଟି ॥୫॥              ତାହାରି ଲଟା, ତାହାରି ବଣ, ତା' ଗାଈଗୋଠ ମୁରଲୀ-ସ୍ଵନ  ଫସଲକଟା ମଧୁର ଗାନ, ସକଳ ମୋର ସାହାଟି ଛୋଟ ମୋର ଗାଆଁଟି ॥୬॥  ଆଲୁଅ ତା'ର କି ମନୋହର, ଅନ୍ଧକାର ତା'ଠାରୁ ଭଲ ଜୀବନପଥେ ସକଳ ତା'ର, ଫିଟାଏ ନୂଆ ରାହାଟି ଛୋଟ ମୋର ଗାଆଁଟି ॥୭॥  ଦୁନିଆଁ କଣେ ଚାଖଣ୍ଡେ ଥାନ, ଅତି ସେ ଛୋଟ ନିହାତି ସାନ ତଥାପି ଭାଳେ ଛବିଟି ଦୂର

କେଉଁ ନାମ ଧରି ଡ଼ାକିବୁ ତୁମକୁ - Keun nama dhari dakibu tumaku Lyrics

Image
ଗୀତ: କେଉଁ ନାମ ଧରି ଡ଼ାକିବୁ ତୁମକୁ  ଚଳଚିତ୍ର: ସିନ୍ଦୁର ବିନ୍ଦୁ   ଭାଷା: ଓଡ଼ିଆ  କଣ୍ଠ: ପ୍ରଣବ ପଟ୍ଟନାୟକ, ବାଣି ଜୟରାମ ଗୀତିକାର: କାଳିନ୍ଦୀ ଚରଣ ପାଣିଗ୍ରାହୀ ସଙ୍ଗୀତ ନିର୍ଦେଶକ: ପ୍ରଫୁଲ୍ଲ କର ମସିହା: ୧୯୭୬ == ଓଡ଼ିଆ == (ପୁ) କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ (ସମସ୍ତେ) କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ କେଉଁ ନାମ ଧରି... (ପୁ) ଆଲୋକ ତୁମକୁ ନପାରେ ଦେଖାଇ (୨) ତୁମେ ଯେ ଦେଖାଅ ତାହାରେ (ସମସ୍ତେ) ଆ...ଆ...ଆ... (ପୁ)  ତୁମେ ଯେ ବେଢ଼ିଛ କୋଟି ବିଶ୍ଵର (ସମସ୍ତେ) ତୁମେ ଯେ ବେଢ଼ିଛ କୋଟି ବିଶ୍ଵର (ପୁ)  ସବୁରି ଭିତରେ ବାହାରେ ସକଳ ପରାଣ ଝୁରଇ ତୁମକୁ ତୁମେ ହେ ବିଶ୍ଵପ୍ରାଣ ॥ ୧ ॥ (ସମସ୍ତେ) କେଉଁ ନାମ ଧରି ଆ...ଆ...ଆ...  (ପୁ) ଲୁହ ହୋଇ ତୁମେ ଝରି ପଡ଼ ପରା କେତେ ନୟନର କୋଣରୁ (ସମସ୍ତେ) ଆ...ଆ...ଆ... (ପୁ) ହସ ହୋଇ ପୁଣି ଫୁଲ ପରି ଫୁଟ (ସମସ୍ତେ) ହସ ହୋଇ ପୁଣି ଫୁଲ ପରି ଫୁଟ (ପୁ) କେତେ ଯେ ନରମ ଅଧରୁ ସବୁରି ଅନ୍ତରେ ଭରି ଦିଅ ପ୍ରଭୁ ତୁମରି ଅମୃତ ପ୍ରେମ ॥ ୨ ॥ (ସମସ୍ତେ)    କେଉଁ ନାମ ଧରି ଡ଼ାକିବୁ ତୁମକୁ ତୁମେଯେ ସର୍ବନାମ କେଉଁ ନାମ ଧରି... ॥ YouTube re କେଉଁ ନାମ ଧରି ଡ଼ାକିବୁ ତୁମକୁ == English == (M) Keun nama dhari dakibu tumaku Tume je sarbanama (All) K

ହାଏ ତୋ ପ୍ରେମ ଗଜଲ ଗଜଲ - Hae to prema Gajal Gajal Lyrics

Image
== ଓଡ଼ିଆ== ଫିଲ୍ମଗୀତ : ହାଏ ତୋ ପ୍ରେମ ଗଜଲ ଗଜଲ  ଭାଷା : ଓଡ଼ିଆ ଚଳଚିତ୍ର : ଅଭୟ        କଣ୍ଠ : ହ୍ୟୁମାନ ସାଗର, ଦିପ୍ତୀରେଖା  ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୭ (ପୁ) ଏତେ ଭଲ ମତେ ପାଇଲୁ ତୁ ହୃଦୟକୁ ଏତେ ଛୁଇଁଲୁ ତୁ ଛାତି ତଳେ ମୋର ହେଲା ହଲ ଚଲ ହାଏ (ଝି) ଏତେ ମିଠା ତୋର ରାଗ ରୁଷା ରାଗ ତଳେ ଏତେ ମହୁ ବର୍ଷା ମନ ତଳେ ମୋର ହେଲା ଝଲ ମଲ (ପୁ) ହସ ତୋର ହାତ ବୁଣା ରେଶମୀ ରୁମାଲ ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ (ଝି) ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ ॥ (ପୁ) ସ୍ଵପ୍ନ... ହଁ ତୁ ସ୍ଵପ୍ନ ଧୀରେ ଧୀରେ ଆସିଲୁ ଆଖି ସାରା ବସିଲୁ ନେଇଗଲୁ ମୋର ମନ (ଝି) ଜହ୍ନ... ହଁ ତୁ ଜହ୍ନ ଧୀରେ ଧୀରେ ଉଇଁଲୁ ଏମିତି ତୁ ଛୁଇଁଲୁ ଦେହ ସାରା ଚିହ୍ନ ଚିହ୍ନ (ପୁ) ନୀଳ ନୀଳ ଆଖି ନିଶା ନିଶା ତାର କସି ତୋର ପରା ନକ୍ସା ଦିନ ରାତି ହାଏ ଝାଲ ମଲ ଓ... ଚାହାଣିରେ ଚୁନା ଚୁନା ଚୁମକିର ପାୟଲ୍ (ଝି) ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ  (ପୁ) ହାଏ ତୋ ପ୍ରେମ... ଗଜଲ ଗଜଲ, ଗଜଲ ଗଜଲ, ଗଜଲ ଗଜଲ ॥ ୧ ॥ (ଝି) ବାସ୍ନା... ହଁ ତ ବାସ୍ନା ଧୀରେ ଧୀରେ ବହିଲୁ ବାଟ ସାରା ଛୁଇଁଲୁ ମାଟି ହେଲା ସୁନା ସୁନା (ପୁ) ସୁନା... ହଁ ତୁ ସୁନା ଚିକ୍ ମିକ୍ ତ ରଙ୍ଗରେ ଚମକିଲୁ ଭାଗ୍ୟରେ ତୋବିନା

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

Image
== ଓଡ଼ିଆ == ଗୀତ : ନନ୍ଦିଘୋଷ ତୋର ଅଟକି ଗଲା ଭାଷା : ଓଡ଼ିଆ କଣ୍ଠ : ବସନ୍ତ ପାତ୍ର ଗୀତିକାର : ଅରବିନ୍ଦ ମୁଦୁଲି ସଂଗୀତ ନିର୍ଦ୍ଦେଶକ : ଅରବିନ୍ଦ ମୁଦୁଲି ମସିହା : ୨୦୦୪ ନନ୍ଦିଘୋଷ ତୋର… ଅଟକି ଗଲା... ବଡ଼ଶଙ୍ଖ ଠାରେ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥ ତୁଯେ ଭକତର ଭକତ ତୋହର, ସେଲାଗି ଉଡ଼ାଉ ନେତ (୨) ଭକତର ଦୁଃଖ କେମିତି ସହିବୁ (୨) ତେଣୁ ତୁ ରଖିଲୁ ରଥ ପଡ଼ିଗଲା ହୁରି ଚଉଦିଗ ପୁରି (୨) ଭକ୍ତ ଆସେ ନୀଳାଚଳେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ ନନ୍ଦିଘୋଷ ତୋର… ॥  ୧ ॥ ମା ଯାଚିଥିଲା ପୁଅଟିଏ ହେଲେ, ଟାଣିବ ତୋ ନନ୍ଦିଘୋଷ (୨) ଭାବଗ୍ରାହି ତୁହି ଭକ୍ତ ଭାବ ବୁଝି (୨) ଦେଲୁ ମା ଓଠରେ ହସ ବାର ବରଷରେ ଲାଗିଲା ତୋ ଡୋରି (୨) ଭକ୍ତ ରୁଣ ସୁଝ ପରେ (୨) କାଳିଆରେ କାଳିଆରେ କାଳିଆରେ      ଭକ୍ତ ରୁଣ ସୁଝ ପରେ ॥ ୨ ॥ ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ (୨) କିଏ ସେ ଭକତ ଏତେ ଆପଣାର (୨) ଡ଼ାକିଲା ଚନ୍ଦନପୁରେ (୨) କାଳିଆରେ କାଳିଆରେ କାଳିଆରେ ଡ଼ାକିଲା ଚନ୍ଦନପୁରେ (୩) ॥ YouTube ରେ ନନ୍ଦିଘୋଷ ତୋର ଅଟକି

ହୃଦୟର ଏଇ ଶୁନ୍ୟତାକୁ - Hrudayara Ei Sunyataku Lyrics

Image
== ଓଡ଼ିଆ = ଫିଲ୍ମ ଗୀତ : ହୃଦୟର ଏଇ ଶୁନ୍ୟତାକୁ ଭାଷା : ଓଡ଼ିଆ  ଚଳଚିତ୍ର : ସମର ସଲିମ ସାଇମନ କଣ୍ଠ : ଶେଖର ଘୋଷ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ମୁଷିର୍‌   ମସିହା : ୧୯୭୯ ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ହୃଦୟର ଏଇ ଶୁନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ତୁମେ ମୋ ମନର ସୀମାରେଖା ଡ଼େଇଁ ସହଜେ ପରିଛ ଯାଇ (୨) ହେଲେ ମୋ ପଦ ଟି ତୁମ ସ୍ମୃତିରେଖା ଟପି  ଯାଇ ପାରି ନାହିଁ ଉଁ... ହେଲେ ମୋ ପଦ ଟି ତୁମ ସ୍ମୃତିରେଖା ଟପି  ଯାଇ ପାରି ନାହିଁ ଆ... ଆ... ଜାଣେନା କାହିଁକି ମୋ ନିରବତା କୁ, ବିରହ ତୁମରି ନିତି ଚୁମେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ୧ ॥ ଥିଲା ସେ କିପରି ଭାବ ପ୍ରବଣତା ହସୁଛି ମୁଁ  ମନେ ମନେ (୨) ତୋଳିବାକୁ ଏକ କୁହିଡ଼ିର ଘର ବାହାରି ଥିଲି ମୁଁ  ଦିନେ ଉଁ... ତୋଳିବାକୁ ଏକ କୁହିଡ଼ିର ଘର ବାହାରି ଥିଲି ମୁଁ  ଦିନେ ହା... ଆ... ସେ କୁହୁଡି ଘର ଗଲା ଭାଙ୍ଗି ଯାର ପ୍ରୀତି ର ପ୍ରାଚୀର ଥିଲ ତୁମେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହେ ତୁମେ... ତୁମେ... ତୁମେ... ॥ ୨ ॥ ହୃଦୟର ଏଇ ଶୁନ୍ୟତାକୁ ଆଜ

କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର - Ki Sunadra Aaha Ki Anandamaya Ehi Bishala sansara Lyrics

Image
== ଓଡ଼ିଆ == ଗୀତ : କି ସୁନ୍ଦର ଆହା କି ଆନନ୍ଦମୟ ଭାଷା : ଓଡ଼ିଆ ଚଳଚିତ୍ର : ଗୌରୀ କଣ୍ଠ : ବାଣୀ ଜୟରାମ, ଚିତ୍ତ ଜେନା ଗୀତିକାର : ଭକ୍ତକବି ମଧୁସୂଦନ ରାଓ ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର ମସିହା : ୧୯୭୯ କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥ ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି ତୁମରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାଷି ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥୧॥ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର ବିରାଜ ନିତ୍ୟ ତହିଁରେ ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ ଯାଉ ମୋ ଦିନ ମହୀରେ ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ଅଟେ ଅନନ୍ତ ଅପାର ॥୨॥ YouTube ରେ କି ସୁନ୍ଦର ଆହା କି ଆନନ୍ଦମୟ ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଏହି ଗୀତଟି ଦେଖନ୍ତୁ YouTube ରେ == English == Song : Ki Sunadra Aaha Ki Ananda

ମାଗିବୁ ଯଦି ଦେବି ଜୀବନ - Magibu Jadi Debi Jibana Lyrics

Image
== ଓଡ଼ିଆ== ଫିଲ୍ମଗୀତ : ମାଗିବୁ ଯଦି ଦେବି ଜୀବନ ଭାଷା : ଓଡ଼ିଆ ଚଳଚିତ୍ର : ଭାଇଜାନ୍        କଣ୍ଠ : ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ ମସିହା : ୨୦୧୮ (ପୁ) ହେଏ.....ଏ... ହୋ.... ଅ... ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ବଞ୍ଚିବା ପାଇଁ ହବ ତୋ ବିନା ନ ଆସୁ କେବେ ଏମିତି ଦିନ (ଝି) ତୁ ଖାଲି ମୋରି ପାଇଁ ତୋ ବିନା ଚାଲେ ନାହିଁ ମୋ ସ୍ପନ୍ଦନ... (ପୁ) ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ବଞ୍ଚିବା ପାଇଁ ହବ ତୋ ବିନା ନ ଆସୁ କେବେ ଏମିତି ଦିନ ॥ (ପୁ) ଆଖି ମୋର କରେ ଜିଦି ତୋ ଆଖିରେ ହବ ବନ୍ଦୀ ହୋ… ଆଖି ମୋର କରେ ଜିଦି ତୋ ଆଖିରେ ହବ ବନ୍ଦୀ ଅଲଗା ହେବିନି କେବେ ଖୁଦା ପାଖେ କଲି ସନ୍ଧି (ଝି) ତୋ ଖୁଦା ଠାରୁ ବେଶି ମୁଁ ପାରିବିନି ଖସି ଏ କି ବନ୍ଧନ... (ପୁ) ଦେଲି ରେ ଦେଲି ତତେ ଏ ମନ ମାଗିବୁ ଯଦି ଦେବି ଜୀବନ ବଞ୍ଚିବା ପାଇଁ ହବ ତୋ ବିନା ନ ଆସୁ କେବେ ଏମିତି ଦିନ ॥ ୧ ॥ (ଝି) ହା... ଓ ହୋ... ହା... ଆ...  ଓ… ଓ… (ଝି) ବାଟ ସାରା ଯାଏ ଚାଲି ତୋ ପାଦ ଚିହ୍ନ ଦେଖି ହୋ... ଓ... ବାଟ ସାରା ଯାଏ ଚାଲି ତୋ ପାଦ ଚିହ୍ନ ଦେଖି ସାରା ଜୀବନକୁ ତତେ ନିଃଶ୍ଵାସେ ଦେଲି ରଖି (ପୁ) ମ

ତୁହି ମା ଜନମ ଭୂମି - Tuhi Maa Janama Bhumi Lyrics

Image
   == ଓଡ଼ିଆ == ଗୀତ : ତୁହି ମା ଜନମ ଭୂମି ଭାଷା : ଓଡ଼ିଆ ଗୀତିକାର : ମଧୁସୂଦନ ରାଓ ତୁହି ମା ଜନମ ଭୂମି          ପବିତ୍ର ଭାରତ ଭୂମି           ତୋହର ସନ୍ତାନ ଆମ୍ଭେ ଅଟୁ ସରବେ ତୋର ଶ୍ରୀଚରଣ ସେବା          ପାଇଁ ମନପ୍ରାଣ  ଦେବା           ଗାଇବା ତୋହର ନାମ ଆନନ୍ଦ ରବେ                ତୋ ଆନନ୍ଦେ ହୋଇବା ସୁଖି… କନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ॥୧॥ ଧନ୍ୟ ମହିମା ତୋହର          ନାହିଁ ତାର ପଟାନ୍ତର           ମସ୍ତକରେ ହିମାଳୟ ପର୍ବତ ବର ଦୁଇ ପାରୁଶେ ଜଳଧି          ବ୍ରହ୍ମପୁତ୍ର  ସିନ୍ଧୁନଦୀ           ଚରଣରେ ବିରାଜିତ ମହାସାଗର           ବିନ୍ଧ୍ୟ ଗିରିବର କଟିରେ… ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ॥୨॥ ଜନମିଲେ ତୋ କୋଳରେ          କେତେ ସୁର ବୀର ନରେ           ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ମହାକବି ବେଦବ୍ୟାସ          ବାଲମିକ କାଳିଦାସ           ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ           ଚୈତନ୍ୟାଦି ମହାତ୍ମା ଜନେ… ପ୍ରଚାରିଲେ ବିଭୁ ନାମ ଆନନ୍ଦେ ମନେ ॥୩॥ କେତେ କେତେ ପୂଣ୍ୟବତୀ          କେତେ ପବିତ୍ରତା ସତୀ           କେତେ ବୀରନାରୀ କେତେ ବୀର ଜନନୀ ସମସ୍ତେ ତୋର ଦୁହିତା          ପଦ୍ମିନି, ସାବିତ୍ରୀ, ସୀତା           ଦୂର୍ଗାବତୀ ଆଦି କେତେ ବୀର ରମଣୀ           ନମଇଁ ମା ଭକତି ଭରେ… ଅଧମ ଅକ୍ଷ

ଦିନର ସୁରୁଜ ତୁ ମୋ ରାତିର ତାରା - Dinara Suruja Tu Mo Ratira Tara Lyrics

Image
== ଓଡ଼ିଆ == ଗୀତ : ଦିନର ସୁରୁଜ ତୁ ମୋ ରାତିର ତାରା ଭାଷା : ଓଡ଼ିଆ କଣ୍ଠ : ମହମ୍ମଦ ଅଜିଜ୍  ଗୀତିକାର : ଗଣେଶ୍ଵର ମହାପାତ୍ର  ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦ ୭ ଦିନର ସୁରୁଜ ତୁ ମୋ ରାତିର ତାରା ତତେ ନ ଦେଖିଲେ ଜୀବ ଯିବନିପରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ସୁଖର ସପନ ତୁ ମୋ ଦୁଃଖ ପାସରା ତତେ ଚାହିଁ ଚାହିଁ ଆଖି ଲୁହରେ ଭରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ॥ ତୁ ତ ମୋର ଆଶାର ବାଡ଼ି ଅନ୍ଧ ଲଉଡ଼ି ତୋରି ପାଇଁ ଚାଲୁଚି ବାଟ ମୁଁ ଉଠି ପଡ଼ି ଆଣିଲୁ ଯଦି ଏ ଯାଏଁ ଟାଣି ଆଉ ଅଳପ ଥରୁଟେ ଆସି ଦେ ରେ ଦେଖା ସରୁ ଗଳପ କଳା ମାଣିକରେ ମୋ ସୁନାଟା ପରା ଝାଞ୍ଜି ବୈଶାଖେ ତୁ ମୋ ମେଘ ଆସରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ॥୧॥ ଏଇନେ ଖରା ଏଇନେ ଛାଇ ଏଇନେ ମେଘ କିଏ ଜାଣେ କେତେବେଳେ କୋକେଇ ଯୋଗ ଏଇଠି ନଈ ଏଇଠି ପାଣି ତଥାପି ଶୋଷ ପାଣିରେ ମିସିନି ବୋଲି ତୁଳସୀ ବାସ ନିଶ୍ଵାସକୁ ନାହିଁ ଯମା ବିଶ୍ଵାସ ପରା ଚାନ୍ଦ ଦିସିଲାଣି ଏବେ ଲିଭିବ ଖରା ଆରେ କାଳିଆ ଦେ ରେ ଧରା... ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ରା ରା ରା ରୁ ରୁ ରା ରା ରା ରା ରା ରା… ରୁ ରୁ ରା ରା ରା ॥୨॥ YouTube ରେ ଦିନର ସୁରୁଜ ତୁ ମୋ ରାତିର ତା

ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ - Tote Khali Dekhibaku Aakhi Mage Manjuri Lyrics

Image
== ଓଡ଼ିଆ== ଫିଲ୍ମଗୀତ : ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ଭାଷା : ଓଡ଼ିଆ ଚଳଚିତ୍ର : ଲୋକାଲ ଟୋକା ଲଭ୍ ଚୋଖା     କଣ୍ଠ : ବାବୁସାନ୍, ଅନନ୍ୟା ଶ୍ରୀତମ୍ ନନ୍ଦ ଗୀତିକାର : ବାପୁ ଗୋସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ  ମସିହା : ୨୦୧୮ (ପୁ) ତୋତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ ମନ ସାରା ମହକେ ତୋ ପ୍ରେମ କସ୍ତୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ପୁ) ସୁରମୟୀ ଆଖି ତୋର କଲା କିମିଆଁ ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା (ଝି) ନହ୍ନା ମୁନା ତୋ ହୃଦୟ ଏତେ ପାଗଳ କିଣିନେଲା ମୋର ସଞ୍ଜ ସକାଳ (ପୁ) ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି ଋତୁପର୍ଣ୍ଣା ରାଣୀ ତୁ ଲୋ ମନ ମୟୂରୀ ଛୁଇଁ ଦେଲେ ପବନରେ ବାଜେ ମହୁରୀ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୧)  (ଝି) ଏମିତି ତୁ ରହିଗଲୁ ଆଖି ପଲକେ ସାତରଙ୍ଗୀ ସମାୟଟା ଅଟକେ (ପୁ) ଓ... ସୁନାରଙ୍ଗୀ ତୋ ଚେହେରା ସୁନା ପତିଆ ଝଲସେଇ ଦେଲା ମୋର ଦୁନିଆ (ଝି) ଲାଗୁ କାଇଁ ମୋ ପାଇଁ କି ତୁ ଏତେ ଜରୁରୀ ରହିଯିବ ଜୀବନଟା ତୋ ବିନା ଅଧୁରୀ ତୋ ପ୍ରେମରେ ମନ ମୋର ଯାଏ ବାହାରି (ପୁ) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (୨) ॥ (ଝି) ସନ ସନ ସନ ନ ନ ଶାୟାରୀ ତୁ ସର୍ ସର୍ ସରଗମ୍ ବାଁସୁରି (ପୁ

ଚାଲ ବେଗି ବେଗି ଯିବା ସଙ୍ଗାତ - Chal Begi Begi Jiba Sangata Lyrics

Image
== ଓଡ଼ିଆ == ଗୀତ : ଚାଲ ବେଗି ବେଗି ଯିବା ସଙ୍ଗାତ ଭାଷା : ଓଡ଼ିଆ କଣ୍ଠ : ସୋନୁ ନିଗମ ଗୀତିକାର : ଶୁଭାଶିଷ୍ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି ମସିହା : ୧୯୯୭ ଭକ୍ତ ସାଲବେଗ ନୁହେଁ ମୁଁ ନୁହେଁ ବଳରାମ ଦାସ କାହିଁ ରହିବ ମୋ ପାଇଁ ବଡ଼ଦାଣ୍ଡେ ନନ୍ଦିଘୋଷ ବଡ଼ଦାଣ୍ଡେ ନନ୍ଦିଘୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ରଥରେ ଦେଖିବା କାଳିଆ ଠାକୁର ଆହା ଆହା..ଆହା ତାର ଅଧା ଅଧା ନାଲି ହସ ତାର ଅଧା ଅଧା ନାଲି ହସ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ॥ ପହଣ୍ଡି ସାରି ଠାକୁରେ ବସିଥିବେ ରଥ ଉପରେ ଚାହିଁ ଥିବେ ଲୋକ ଭିଡ଼ରେ ଠିଆହୋଇ ବଡ଼ ଦାଣ୍ଡରେ ଆଗେ ଥିବ ହାତୀ ଛତି ପଛରେ ପାଲିଙ୍କି ପାଲିଙ୍କିରେ ଆସୁଥିବେ ପୁରୀ ଗଜପତି ଦେଖିଲେ ପରା ଛେରା ପହଁରା ଆହା ଆହା..ଆହା ମରି ଯାଆନ୍ତା ମନର ଶୋଷ ମରି ଯାଆନ୍ତା ମନର ଶୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳେ ରଥ ଟଣା ହେବ ଶେଷ ॥୧॥ ଘଣ୍ଟ ଶୁଭୁଥିବ ଠାଉ ଠାଉ ତପ ପଢୁଥିବା ମହାବାହୁ ଝାଞ୍ଜ ବାଜୁଥିବ ଝାଊ ଝାଊ ନୀଳାଚଳେ ନୀଳା ଲାଗି ଥାଉ ବଡ଼ ଦେଉଳର ସୁଖ ପକାଇ ପଛକୁ ଆସିଛି କାଳିଆ ସୁନା ଭକତ ପାଖକୁ ଭୁଜ ବଢେଇ ନେବ କ

ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର - Phagunare Phaguna Mun Deichi Sindura lyrics

Image
== ଓଡ଼ିଆ== ଫିଲ୍ମଗୀତ : ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର ଭାଷା : ଓଡ଼ିଆ ଚଳଚିତ୍ର : ସନ୍ତାନ କଣ୍ଠ : ବାବୁଲ୍ ସୁପ୍ରିୟୋ, ଇରା ମହାନ୍ତି ମସିହା : ୧୯୯୮ ଆ… ଆ… ଆ… (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର ଗଭାରେ ଗଜରା ହାର କାନେ ଫୁଲ ଝୁମୁକା ଫୁଲ ପିନ୍ଧି ପ୍ରିୟା ମୋର ଲାଗୁ ଫୁଲ ପରିକା ଫୁଲ ପରି ମହକିବ ଏ ଜୀବନ ଆମର ଲାଗେ ଡର କାଳେ କାର ଲାଗିଯିବ ନଜର ॥ (ଝି) ଫଗୁଣରେ ଫଗୁଣ ଦେଇ ଗାରେ ସିନ୍ଦୁର ଜନମ ଜନମ ପାଇଁ କଲା ମୋତେ ନିଜର ପୁନେଇ ର ଜହ୍ନ ସାଜି ଓଢ଼ଣା ରେ ହସିବି ତୋ ଫୁଲ ଗହଣା ପିନ୍ଧି ମନ ତାର ତୋଷିବି ବଞ୍ଚିଥିବି ଯେତେ ଦିନ ମୁଁ ଏକା ତୁମର ମୁଁ ଯେ ତୁମ ପୂଜାରିଣି ତମେ ଦେବତା ମୋର (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର (ଝି) ଜନମ ଜନମ ପାଇଁ କଲ ମୋତେ ନିଜର ॥ ଆ… ଆ… ଆ… (ପୁ) ଶ୍ରାବଣ ତୁ ଦେ ମୋତେ ତୋର ମେଘ ପାଲିଙ୍କି ପାଲିଙ୍କି ଚଢି ମୁଁ ଯିବି ଝୁଲି ଝୁଲିକି (ଝି) ପବନ ତୁ ସୁରେ ସୁରେ ବଜେଇଦେ ମହୁରି କୋଇଲି ପକା ଲୋ ଶୁଭ ହୁଳ ହୁଳି (ପୁ) କନିଆ ମେଲାଣି ନବ ଯିବ ଶାଶୁଘର ନାହିଁ ବେଦୀ ହୋମନିଆଁ ସାକ୍ଷୀ ଏଇ ସିନ୍ଦୁର (ସମସ୍ତେ) ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର (ପୁ) ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର (ଝି) ଜନମ ଜନମ ପାଇଁ କଲ ମୋତେ ନିଜର ॥ ୧ ॥ ଆ… ଆ… ଆ… (ଝି) ଇନ୍ଦ୍ରଧନୁ ଭରି ଦେ ତୁ ସତରଙ୍

ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ - Lo Chanda Muhin Jauchi Daru Khoji Muhin Lyrics

Image
== ଓଡ଼ିଆ == ଗୀତ : ଲୋ ଚାନ୍ଦ ମୁହିଁ  ଭାଷା : ଓଡ଼ିଆ କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ ଗୀତିକାର : ପ୍ରଫୁଲ୍ଲ କର ବିଶ୍ଵାବସୁ କୁଳେ ଜନମ ମୋହର...  ବୋଲାଏ ଦଇତାପତି... ଇ... ଇ... ଇ... ମହାପ୍ରଭୁ ମୋର ଛାଡ଼ିବେ ଶରୀର ଫାଟି ଯାଉଅଛି ଛାତି ଚାନ୍ଦ ମୁହିଁ ଲୋ ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ ସପନେଇବେ ସତେ ମା ମଙ୍ଗଳା ମୋତେ ସେ ମହାମେରୁ ଦାରୁ ଠାବ କରିବୁ ପଦେ ଶ୍ରୀକ୍ଷେତ୍ରେ ଫେରିବି ମୁଁ ବ୍ରହ୍ମ ଦାରୁ ସହିତେ ବସିଥିବୁ ଫେରିବା ବାଟ ମୋର ଚାହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୧॥ କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି କାହିଁକି ଲୋ ବସିଅଛୁ ମନକୁ ମାରି ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି ଏ ମର୍ତ୍ତ୍ୟ ମଣ୍ଡଳରେ ଦେହ ଯିଏ ଧରଇ ଦେବତା ହୋଇ ପୁଣି ସେ ଅବଶ୍ୟ ମରଇ ସେ କେବେ ମରି ପାରେ ଅଖଣ୍ଡ ବ୍ରହ୍ମ ସେହି ଘଟ ଛାଡ଼ି ପଶିବ ନୂଆ ଘଟେ ଯାଇ ଲୋ ଚାନ୍ଦ

ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ - Bhijei Deija Thare Priya To Prema Barshare Lyrics

Image
== ଓଡ଼ିଆ == ଗୀତ : ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ       ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର ଗୀତିକାର : ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶକ : ଆସାଦ ନିଜାମ୍ ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ (୨) ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ହୋ ... ତୋତେ ଚାହିଁ ଶୋଇ ନାହିଁ ମୁଁ କାଲି ରାତିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥ ତୁ ନାହୁଁ ସବୁ ତୋ  ଅଧା ବହୁ ଦିନୁ ହେଇନି ଓଦା ଦର ମରା ମୁଁ ତୋ  ବିନା ମନ ମୋର ଶୁଖିଲା ମାଟି ଛିଟା ତୋର ଦେଇଯା ଛାଟି କରୁ କାଇଁ ତୁ ବାହାନା ଏକା ଏକା ଲାଗେ ଏକା ତୋ ବିନା ସାଥିରେ ହୋ… ଏକା ଏକା ଲାଗେ ଏକା ତୋ ବିନା ସାଥିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ ॥୧॥ ତୁ ଥରେ ଆସିବୁ ବୋଲି ମତେ ଆସି ଡାକିବୁ ବୋଲି ଖୋଲା ଅଛି ମୋ ଝରକା କହେ ଆସି ଶ୍ରାବଣ ଋତୁ ମନେ କାଇଁ ରଖିଚୁ କିନ୍ତୁ ମତେ ବାଧେରେ ଅଧିକା ତୋ  ଚେହେରା ନାଚେ ପରା ମୋ ଦୁଇ ଆଖିରେ ହୋ... ତୋ ଚେହେରା ନାଚେ ପରା ମୋ ଦୁଇ ଆଖିରେ ଥା ପଛେ ଯେତେ ଦୂରେ, ଆ ଥରେ ଆ ଥରେ (୨) ଭିଜେଇ ଦେଇଯା ଥରେ ପ୍ର

ତୁମ ପାଇଁ ଓଡ଼ିଆ କବିତା - Tuma Pain Odia Kabita

Image
== ଓଡ଼ିଆ == କବିତା :  ତୁମ ପାଇଁ  ଭାଷା : ଓଡ଼ିଆ ଗୀତିକାର : ସ୍ନିଗ୍ଧା ଦାସ (କ୍ରିଷ୍ଣା) ତୁମରି ସେନେହ ଭଲ ଲାଗେ ମୋତେ                         ନୀରବରେ ପ୍ରେମ ବୁଣେ, ପ୍ରେମ ପରିଭାଷା ବୁଝିବାଟା କଷ୍ଟ                     ମନେ କୌତୁହଳ ଆଣେ ॥ ୧ ॥ ମନ ତଳେ ତୁମ ଆଙ୍କିଥିବା ଛବି                 କହେ ମୋତେ କେତେ କଥା, ସପନେ ସପନେ କେବେ ପୁଣି ଦେହେ                ଭରିଯାଏ ମାଦକତା ॥ ୨ ॥ ଭଲ ପାଇବାଟା ଏମିତି ଜଳନ                    ହୃଦ ଜଳେ ଦିବାନିଶି, ସକାଳରୁ ସଞ୍ଜ ତୁମରି ସ୍ମୃତିକୁ                   ଏକାନ୍ତରେ ଭାବେ ବସି ॥ ୩ ॥ କେତେ ଯେ ପବିତ୍ର ଏ ସ୍ନେହ ସମ୍ପର୍କ                       କିଏ ବା ପାରିବ କହି, କିଏ କହେ ପ୍ରେମ ପାଗଳାମି ଏଠି                      ଅବା ମରୀଚିକା ଏହି ॥ ୪ ॥ ପ୍ରେମ ହେଲେ ଏକ ନିଆଁ ଝଲଟିଏ                        ମନ ପରା ଦୀପଟିଏ, ନୀରବେ ନୀରବେ ମନ ତଳେ ନିଆଁ                    ଦିକ୍ ଦିକ୍ ଜଳୁଥାଏ ॥ ୫ ॥ ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

ଜହ୍ନ ଆମକୁ ଲୁଚି ଦେଖୁଚି - Janha amaku luchi dekhuchi Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଜହ୍ନ ଆମକୁ ଲୁଚି ଦେଖୁଚି ଭାଷା : ଓଡ଼ିଆ ଚଳଚିତ୍ର : ମାନିନୀ କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ ଗୀତିକାର : ନିଜାମ୍ ସଙ୍ଗୀତ ନିର୍ଦ୍ଦେଶକ : ରାଧାକୃଷ୍ଣ ଭଞ୍ଜ ମସିହା : ୧୯୮୬ (ଝି) ଜହ୍ନ ଆମକୁ ଲୁଚି ଦେଖୁଚି, ଲୁଚି ଲୁଚି ଆମ କଥା ଶୁଣୁଚି ରୁହ ଆଉ ଟିକେ ରୁହ, ଦୂରେ ରହି କଥା କୁହ (ପୁ) କାହିଁକି… (ଝି) ଆରେ ଦେଖୁନ ସେ ଜହ୍ନ ପରା ଚାହିଁଚି ଜହ୍ନ ଆମକୁ ଲୁଚି ଦେଖୁଚି ॥ (ପୁ) ଆକାଶର ତାରା ଫୁଲ ହୋଇ ଆଜି, ସଜାଇଲେ ଶେଯ ଜୋଛନାରେ ଭିଜି (ଝି) ଏଇ ମଧୁରାତି ଯାଏ ଝୁମି ଝୁମି ଆଖି କହେ କଥା ଓଠ ଯାଏ ଚୁମି (ପୁ) ତୁମ ଛୁଆଁରେ, ମିଠା ନିଆଁରେ ଏଇ ମନ ଜଳି ଜଳି ଯାଉଚି (ଝି) ଜହ୍ନ ଆମକୁ ଦେଖି ହସୁଚି ଚୁପି ଚୁପି ଆମ କଥା କହୁଚି ॥ (ଝି) ରଖିବି ତୁମକୁ ପଣତେ ଲୁଚାଇ, ସପନ ପରି ମୋ ଆଖିରେ ସଜାଇ (ପୁ) ପଥର ଦେହରେ ଫୁଟାଇଚ ଫୁଲ, କାଚ କୁ ଦେଇଚ କାଞ୍ଚନର ମୂଲ (ଝି) ବାହୁରେ ତୁମ ଏଇ ଜୀବନ, ଥାଇ ଝୁଲି ଝୁଲି ଜାଉଚି ଥରି ଥରି ଦୀପ ଆଜି ଜଳୁଚି, ଜଳି ଜଳି ଏଇ କଥା କହୁଚି ତୁମେ ଆଉ ମୁଁ ମିଶି, ସବୁ ସହିବା ହସି ଆମ ପାଇଁ ଦୀପ ସାଖି ରହିଚି ଜହ୍ନ ଆମକୁ ଲୁଚି ଦେଖୁଚି ହୁଁ … ହୁଁ ... ଲା ... ଲା ... ॥ YouTube ରେ ଜହ୍ନ ଆମକୁ ଲୁଚି ଦେଖୁଚି == English == Song : Janha Amaku Luchi Dekhuchi Language : Odia Fil

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

Image
== ଓଡ଼ିଆ == ଶ୍ଳୋକ : ଦାମୋଦର ଅଷ୍ଟକଂ, ପଦ୍ମପୁରାଣ ଭାଷା : ସଂସ୍କୃତ ଗୀତିକାର : ବ୍ୟାସଦେବ ନମାମିଶ୍ଵରଂ ସଚ୍ଚିଦାନନ୍ଦ ରୂପମ୍ ଲସତ୍ କୁଣ୍ଡଲଂ ଗୋକୁଲେ ଭ୍ରାଜମାନମ୍ ୟଶୋଦା ଭିୟୋଲୁଖଲାଦ୍ ଧାବମାନଂ ପରାମୃଷ୍ଟମ୍ ଅତ୍ୟନ୍ତତୋ ଦୃତ୍ୟ ଗୋପ୍ୟା ॥ ୧ ॥ ରୁଦନ୍ତଂ ମୁହୁର୍ ନେତ୍ର ୟୁଗ୍ମଂ ମୃଜନ୍ତମ୍ କରାମ୍ଭୋଜ ୟୁଗ୍ମେନ ସାତଙ୍କ ନେତ୍ରମ୍‌ ମୁହୁଃ ଶ୍ଵାସ କମ୍ପ ତ୍ରିରେଖାଙ୍କ କଣ୍ଠ ସ୍ଥିତ ଗ୍ରୈବଂ ଦାମୋଦରଂ ଭକ୍ତି ବଦ୍ଧମ୍ ॥ ୨ ॥ ଇତିଦୃକ୍ ସ୍ଵଲୀଲାଭିର୍ ଆନନ୍ଦ କୁଣ୍ଡେ ସ୍ଵଘୋଷମ୍ ନିମଜ୍ଜନ୍ତମ୍ ଆଖ୍ୟାପୟନ୍ତମ୍ ତଦୀୟେଷିତ ଜ୍ଞେଷୁ ଭକ୍ତୈର୍ ଜିତତ୍ବଂ ପୁନଃ ପ୍ରେମତସ୍‌ ତଂ ଶତାବୃତ୍ତି ବନ୍ଦେ ॥ ୩ ॥ ବରଂ ଦେବ ମୋକ୍ଷଂ ନ ମୋକ୍ଷାବଧିଂ ବା ନ ଚାନ୍ୟମ୍ ବୃଣେ ‘ହଂ ବରେଷାଦ୍ ଅପିହ ଇଦଂ ତେ ବପୁର୍ ନାଥ ଗୋପାଲ ବାଲଂ ସଦା ମେ ମନସ୍ୟାବିରାସ୍ତାଂ କିମ୍ ଅନୈଃ ॥ ୪ ॥ ଇଦଂ ତେ ମୁଖାମ୍ଭୋଜମ୍ ଅତ୍ୟନ୍ତ ନୀଲୈର୍ ବୃତଂ କୁନ୍ତଲୈଃ ସ୍ନିଗ୍ଧ ରକ୍ତୈଶ୍ଚ ଗୋପ୍ୟା ମୁହୁଶ୍ ଚୁମ୍ବିତଂ ବିମ୍ବ ରକ୍ତାଧରଂ ମେ ମନସ୍ୟାବିରାସ୍ତାମଲଂ ଲକ୍ଷ ଲାଭୈଃ ॥ ୫ ॥ ନମୋ ଦେବ ଦାମୋଦରାନନ୍ତ ବିଷ୍ଣୋ ପ୍ରସୀଦ ପ୍ରଭୋ ଦୁଃଖ ଜାଲାବ୍‌ଦ୍ଧି ମଗ୍ନମ୍ କୃପା ଦୃଷ୍ଟି ବୃଷ୍ଟ୍ଯାତି ଦୀନଂବତାନୁ ଗୃହାଣେସ ମାମଜ୍ଞମ୍ ଏଧ୍ୟକ୍ଷି ଦୃଶ୍ୟହଃ ॥ ୬ ॥ କୁବେରାତ୍ମଜୌ ବଦ୍ଧ ମୂର୍ତୈବ ୟବ୍ଦତ୍ ତ୍ଵୟା ମୋଚିତୌ ଭକ୍ତି ଭାଜୌ କୃତୌ ଚ ତଥା ପ୍ର

ସୁନ୍ ଜରା ସୁନ୍ ଜରା, ପ୍ରେମ କୁମାର - Sun Zara Sun Zara, prem kumar, odia song Lyrics

Image
== ଓଡ଼ିଆ == ଫିଲ୍ମ ଗୀତ : ସୁନ୍ ଜରା ସୁନ୍ ଜରା              ଭାଷା : ଓଡ଼ିଆ ଚଳଚିତ୍ର : ପ୍ରେମ୍ କୁମାର  କଣ୍ଠ : ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ୍ ନନ୍ଦ  ଗୀତିକାର : ବସନ୍ତରାଜ ସାମଲ ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୧୮ (ପୁ) ସୁନ୍ ଜରା ସୁନ୍ ଜରା, ସିଲ୍ ସିଲ୍ ତୋ ଚେହେରା ତୋ ପାଇଁ ତୋ ପାଇଁ, ନିଦ ନାହିଁ ରାତି ସାରା ଓ... ... ... ଓ... ... ... ସୁନ୍ ଜରା ସୁନ୍ ଜରା, ସିଲ୍ ସିଲ୍ ତୋ ଚେହେରା ତୋ ପାଇଁ ତୋ ପାଇଁ, ନିଦ ନାହିଁ ରାତି ସାରା (ଝି) ସପନରେ ତୁ ଆସି, ଏମିତି ତୁ ଗଲୁ ମିଶି ଛିଡ଼ିଗଲା ଛିଡ଼ିଗଲା  ଛିଡ଼ିଗଲା ଛିଡ଼ିଗଲା ମୋ ଗଜରା ଓ... ... ... ଓ... ... ... ନା ନା ନା… ନା ନା ନା ନା… ନା ନା ନା… (ପୁ) ତତେ ଦେଖିଦେଲା ପରେ କାହାକୁ ମୁଁ ଦେଖିନାହିଁ … ଦେଖିନାହିଁ (ଝି) ତତେ ପାଇଗଲା ପରେ ଆଉ କିଛି ଖୋଜିନାହିଁ … ଖୋଜିନାହିଁ ଓ… … … (ପୁ) ସୁନ୍ ଜରା ସୁନ୍ ଜରା, ନାମ୍ କିନ ତୋ ନାଖରା ତୋ ପାଇଁ ତୋ ପାଇଁ, ମେଘ ଟୋପା ମୋତି ଝରା (ଝି) ସାରା ରାତି ଚେଇଁବାକୁ, ଭାବନାରେ ରହିବାକୁ ମିଳିଗଲା ମିଳିଗଲା ମିଳିଗଲା ମିଳିଗଲା ତୋ ଆଶରା ଓ... ... ... ଓ... ... ... (ଝି) ତତେ କଥା ଦେଲା ପରେ ଆଉ କିଛି କଥା ନାହିଁ କଥା ନାହିଁ (ପୁ) ତତେ ବୁଝିଗଲା ପରେ ଅବୁଝା ତ କିଛି ନାହିଁ କିଛି ନାହିଁ (ଝି) ସୁନ୍ ଜରା ସୁନ୍ ଜରା, ସିମ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

Image
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଧ୍ୟାନ ଦିଅନ୍ତୁ: [୨୮ ଜୁନ୍‌ ୨୦୨୩] ଏହି କବିତାଟିର ରଚୟିତା କିଏ ତାହା ଅମିମାଂସିତ ଥିବାରୁ "ଗୋଦାବରୀଶ ମିଶ୍ର" ଙ୍କ ନାମ ହଟାଇବାକୁ ବାଧ୍ୟ ହେଲୁ । ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗୀତିକାରଙ୍କ ନାମ ସ୍ଥାନିତ କରିବୁ । କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚ

ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ - Duhkhi Manishara Ijata Kete Na Mahata Kete Lyrics

Image
== ଓଡ଼ିଆ == ଭଜନ : ଦୁଃଖୀ ମଣିଷର ଇଜତ କେତେ ଭାଷା : ଓଡ଼ିଆ ଆଲବମ : ନୟନ ପିତୁଳା କଣ୍ଠ : ଶ୍ରୀଚରଣ ମହାନ୍ତି ମସିହା : ୨୦୧ ୭ ଦୁଃ ଖୀ ମଣିଷର ଇଜତ କେତେ ନା ମହତ କେତେ (୨)   ମୋ ପାଇଁ ତେଣୁ କାଳିଆ ରେ ତୋର (୨) ଦର୍ଶନ କେତେ ନା ପହଡ଼ କେତେ (୨) ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ ହାଏ ମହତ କେତେ ॥   ଦୁଃଖୀ ସିନା ବୁଝେ ଦୁଃଖୀ ର ବେଦନା ସୁଖି ଯେ କେମିତି ବୁଝିବ ଦୁଃଖ ଶୁଣିବାକୁ ସୁଖି ଜଣେ କେହି ଦୁଃଖୀ କୁ କାହିଁକି ଖୋଜିବ ଦୁଃଖୀ ମଣିଷର ଖାତିରି କେତେ ନା ଆଦର କେତେ (୨) ଆଜି ଫେରିଗଲେ କାଲି ସେ ଆସିବ (୨) କାଳିଆରେ ତୋର ହିସାବ ଏତେ (୨) ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ ହଁ ମହତ କେତେ ॥ କଂସ ରାଜା କାଳେ ଶୁଣିନବ ବୋଲି ଏନ୍ତୁଡ଼ି ଘରେ ତୁ କାନ୍ଦିନୁ କଳାବଦନ ରେ ନାଲି ହସ ଝରେ ଲୁହର ମାନେ ତୁ ଜାଣିନୁ ଦୁଃଖୀ ମଣିଷର ହସିବା କେତେ ନା କାନ୍ଦିବା କେତେ (୨) ଆଖିର ଲୁହକୁ ଓଠରେ ପିଏ ସେ (୨) ତଥାପି ତୋ ପାଖେ ହାତ ସେ ପାତେ (୨) ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ (୨) ମୋ ପାଇଁ ତେଣୁ କାଳିଆରେ ତୋର (୨) ଦର୍ଶନ କେତେ ନା ପହଡ଼ କେତେ (୩) ॥  YouTube ରେ ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ == English == S ong : Duhkhi Manishara Ijata Kete Language : Odia Album : Nayana Pitula Singer : Sricharan Mohanty Year : 2

ଶିକାରୀ ଶିକାରୀ ତୁ ଏମତି ଶିକାରୀ - Shikari Shikari Tu Emti Shikari lyrics

Image
== ଓଡ଼ିଆ == ଗୀତ : ଶିକାରୀ ଶିକାରୀ ତୁ ଏମତି ଶିକାରୀ ଭାଷା : ଓଡ଼ିଆ ଚଳଚିତ୍ର : ସ୍ଵପ୍ନ ସାଗର କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ଅକ୍ଷୟ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୩ ଆହା ଆହା ... ଶିକାରୀ ଶିକାରୀ ତୁ ଏମତି ଶିକାରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ମତେ ପାରୁନୁ କି ଧରି ଆହା ମତେ ପାରୁନୁ କି ଧରି କି ପାରୁନୁ କି ମାରୀ ମତେ ପାରୁନୁ କି ଧରି କି ପାରୁନୁ କି ମାରୀ ଆରେ ନିଶାଣ ଭେଦିଲେ ଜାଣିବି ସିନା ମୁଁ ତୋର କାରିଗରୀ..କାରିଗରୀ ତୋର କାରିଗରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ॥ ଆହା..ଆଖି କୁ ମାରିବୁ ଯଦି ରଖିବୁ ବାକି ପାରିବି ଯେମିତି ତତେ ଥରୁଟେ ଦେଖି ଆହା..କାନକୁ ମାରିବୁ ଯଦି ରଖିବୁ ପ୍ରାଣ ଶୁଣିବି ଯେମିତି ଥରେ ତୋହରି ନାମ ଛାତିକୁ ମାରିବୁ ଯଦି ଯିବି ମରି ଯିବି ମରି ଶିକାରୀ ଶିକାରୀ ତୁ ଏମତି ଶିକାରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ଆହା.. ॥୧॥   ଏ ତୀର ତୋ କିଛି ନୁହେଁ ସେ ତୀର ଆଗେ ରକତର ମାଗେ ଯିଏ ସେନେହ ମାଗେ ଏ ତୀର ତୋ ବାଜିଲେ ବି ଯିବିନି ମରି ସେ ତୀର ତୋ ଛୁଇଁଦେଲେ ଯିବି ମୁଁ ସରି ଏ ତୀର ମୋ ନିଶା ଅବା ଯିବ ମରି ଯିବ ମରି ଶିକାରୀ ଶିକାରୀ ତୁ ଏମତି ଶିକାରୀ ଶିକାରୀ ଶିକାରୀ ତୁ ଏମତି ଶିକାରୀ ମତେ ପାରୁନୁ କି ଧରି କି ପାରୁନୁ କି ମାରି ମତେ ପାରୁନୁ କି ଧରି କି ପାରୁନୁ କି ମାରି ଆରେ ନିଶାଣ ଭେଦିଲେ

ହସ କଥା: ପୂର୍ଣ୍ଣଛେଦର ଆତଙ୍କ - Humour: Purnachheda ra Aatanka!

Image
ଗାଁରେ ରହୁଥିବା ସ୍ତ୍ରୀଟି ସହରରେ ରହୁଥିବା ନିଜ ସ୍ଵାମୀକୁ ଚିଠି ଲେଖିବାକୁ ଇଛା କରୁଥାଏ କିନ୍ତୁ କଣ ହବ ଅଳ୍ପ ପାଠୁଆ କାରଣରୁ ଡରୁଥାଏ । ପ୍ରକୃତରେ ତାକୁ ଜଣା ନଥିଲା ଲେଖାରେ ପୂର୍ଣ୍ଣଛେଦ କେଉଁଠି ଲାଗିବ ।  ବହୁଦିନ ସ୍ୱାମୀଙ୍କ ଠାରୁ ଦୂରରେ ରହିବାରୁ ବାଧ୍ୟରେ ଚିଠି ଖଣ୍ଡେ ଲେଖିଲା । ପୂର୍ଣ୍ଣଛେଦ ନ ଲଗେଇଲେ କାଳେ ଚିଠି ଭୁଲ ହେଇଯିବ, ତେଣୁ ଲେଖା ମଝିରେ ମଝିରେ ଗୋଟେ ଗୋଟେ ପୂର୍ଣ୍ଣଛେଦ ଲଗେଇବାକୁ ନିଷ୍ପତ୍ତି ନେଲା । ଚିଠିଟି ଏମିତି ଥିଲା. ଦେଖନ୍ତୁ ପୂର୍ଣ୍ଣଛେଦର ଆତଙ୍କ: 😂 ମୋ ପ୍ରିୟ ଜୀବନ ସାଥି ମୋର ପ୍ରଣାମ ଆପଣଙ୍କ ଚରଣରେ । ଏବେ ସୁଦ୍ଧା ଚିଠି ଲେଖିନାହଁ କାହିଁକି ମୋ ଭାଇ । ଚାକିରୀ କଲାଣି ଆମ ଗାଈ । ବାଛୁରୀ ଜନମ କରିଛି ବୁଢ଼ା ବାଆ । ନିତି ମଦ ପିଇ ଦାଣ୍ଡରେ ଗଡ଼ୁଛି ମୁଁ । ତୁମକୁ ବହୁତ ଚିଠି ଲେଖିଲିଣି କିନ୍ତୁ ଆସିଲ ନାହିଁ କାହିଁକି କୁକୁର । ମେଣ୍ଢା ଛୁଆ ଖାଇଗଲା ଦି ମାସର ଖାଇବା ଜିନିଷ । ଛୁଟିରେ ଆସିଲେ ଆଣିକି ଆସିବ ଗୋଟେ ସୁନ୍ଦରୀ ଝିଅ । ମୋତେ ସାଙ୍ଗ ମିଳିଯାଇଛି । ଆଉ ଏବେ ଟିଭିରେ ଗୀତ ଗାଉଛି ଆମ ଛେଳି । ବିକା ହୋଇଯାଇଛି ତମର ମା । ତମକୁ ବହୁତ ମନେପକାଉଛନ୍ତି ସବିତା ଭାଉଜ । ଆମକୁ ବହୁତ ହଇରାଣ କରୁଛନ୍ତି । ଏଇ ଚିଠିଟି ପଢ଼ିଲା ପରେ ସହରରେ ଭାଇନାଙ୍କ ହାଇ ବିପି । 😂 ହଉ, ଏବେ ଚାଲନ୍ତୁ ଠିକ ଭାବେ ପୂର୍ଣଛେଦ ଆଉ ପ୍ରଶ୍ନ ଚିହ୍ନ ଦେଇ ଦେଖିବା ଲେଖାଟି କେତେ ଶ୍ରୁତି ମ

ମାଧବ ହେ ମାଧବ - Madhaba He Madhaba Lyrics

Image
== ଓଡ଼ିଆ == ଗୀତ : ମାଧବ ହେ ମାଧବ ଭାଷା : ଓଡ଼ିଆ କଣ୍ଠ : ଅନୁପ ଜୋଲଟା ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ବୁଲୁ ମିଶ୍ର ମସିହା : ୨୦୧୧ ମାଧବ ହେ… ମାଧବ ମାଧବ ମାଧବ ହେ… ମାଧବ ମୁଠେ ପଖାଳରେ ପେଟ ପୁରେ ମୋର ମୁଠେ ପଖାଳରେ ପେଟ ପୁରେ ମୋର ଛପନ ଭୋଗରେ ନାହିଁ ତ ଲୋଭ… ... ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ଝାଟି ମାଟି ଘରେ ସବୁ ସୁଖ ମୋର ଝାଟି ମାଟି ଘରେ ସବୁ ସୁଖ ମୋର ରାଜ ମହଲରେ ନାହିଁ ତ ଲୋଭ… ...  ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ॥ ବାଟିଏ  ସମ୍ପତି ଲୋଡ଼ା ନାହିଁ ମୋର କି ପାଦ ମାଟିରେ ହେଇଚି ଠିଆ ମିଛରେ କାହିଁକି ଲୋଭ କରିବିରେ ଏ ଦେହରେ ଦିନେ ଲାଗିବ ନିଆଁ ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର  ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର ଖଣ୍ଡୁଆ ପାଟରେ ନାହିଁ ତ ଲୋଭ… ...  ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ॥୧॥ ତୋ ଜାଗାରେ ତୁ ଭଲରେ ଅଛୁରେ ମୋ ଜାଗାରେ ମୁଁ ଭଲରେ ଅଛି ଓ… ଯେତିକି ଦେଇଚୁ ସେତିକି ରେ ଶାନ୍ତି ବେଶି ଆଉ ତତେ ମାଗୁନି କିଛି ଛିଣ୍ଡା ମସିଣା ରେ ସୁଖ ନିଦ ମୋର ଛିଣ୍ଡା ମସିଣା ରେ ସୁଖ ନିଦ ମୋର ରତନ ଖଟରେ ନାହିଁ ତ ଲୋଭ… ...  ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ମୁଠେ ପଖାଳରେ ପେଟ ପୁରେ ମୋର ମୁଠେ ପଖାଳରେ ପେଟ ପୁରେ ମୋର ଛପନ ଭୋଗରେ ନାହିଁ ତ ଲୋଭ… ... ମାଧବ ହେ ମାଧବ ହେ ମାଧବ ମାଧବ ହେ..ମାଧବ ମାଧବ ହେ… ମାଧବ..ମାଧବ..ମାଧବ ॥୨॥ YouTube ରେ ମା

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ