Posts

Showing posts from June, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆସିଚି ଏକା ଯିବି ମୁଁ ଏକା ଏକା ହୋଇ - Aasichi Eka Jibi Mun Eka Eka Hoi Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଆସିଚି ଏକା ଯିବି ମୁଁ ଏକା ଭାଷା : ଓଡ଼ିଆ ଚଳଚିତ୍ର : ହିସାବ ନିକାସ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୮୨ ଆ..ଆସିଚି ଏକା ଯିବି ମୁଁ ଏକା ଏକା ହୋଇ ଆସିଚି ଏକା ଯିବି ମୁଁ ଏକା ଏକା ହୋଇ ହାରିଲି କେତେ ଜିତିଲି କେତେ ହିସାବ ନିକାସ ଲୋଡ଼ାନାଇଁ ଆସିଚି ଏକା ଯିବି ମୁଁ ଏକା ଏକା ହୋଇ ॥ ଆଜି ମୋ କେହି ନିଜର ହୋଇ ନାହିଁ କେ ବନ୍ଧୁ ଭାଇ ତଥାପି କାହିଁ ପାରୁନି ଭୁଲି ଥିଲେ ମୋ ବୋଲି କେହି ହରାଇ ମୋର ଗୋଟିଏ ଗୋଡ଼ ଚାଲୁଚି ପଙ୍ଗୁ ହୋଇ ଅନେକ ଦୂର ଅନ୍ଧରେ ମୋର ଯିବାକୁ ଅଛିରେ ଭାଇ ମୋ ଯିବା ପଥେ ଥରେ କେ ମୋତେ ହୋ.. ମୋ ଯିବା ପଥେ ଥରେ କେ ମୋତେ ମିଳାଇ ଦିଅ ଭାଇ ଭାଇ ଆସିଚି ଏକା ଯିବି ମୁଁ ଏକା ଏକା ହୋଇ ॥୧॥ ଆରେ ଛଳିଆ ଜଗା କାଳିଆ କେତେ ଯୁଗରୁ ତୁହି ଆନନ୍ଦେ ହସି ରହିଚୁ ବସି ସଙ୍ଗରେ ଧରି ଭାଇ କହରେ କିଆଁ ଲାଗେନା ନିଆଁ ଲାଗେନା ତୁମ କଳି ନ ଲାଗୁ ବୋଲି ତୁମର କଳି ହାତ କି ଦେଲୁ ବଳି ଏଥିପାଇଁ ଯଦି ତୋ ହାତ ନାଇଁ ହୋ.. ଏଥିପାଇଁ ଯଦି ତୋ ହାତ ନାଇଁ କାଟି ଦେ ମୋର ହାତ ଦୁଇ କାଟି ଦେ ମୋର ହାତ ଦୁଇ କାଟି ଦେ ମୋର ହାତ ଦୁଇ କାଟି ଦେ ମୋର ହାତ ଦୁଇ କାଟି ଦେ ମୋର ହାତ ଦୁଇ ॥୨॥ YouTube ରେ ଆସିଚି ଏକା ଯିବି ମୁଁ ଏକା == English == Song : Aasichi Eka Jibi

ଦାଦନ ଶ୍ରମିକର ଆତ୍ମକଥା - Dadana Shramikara Atmakatha Lyrics

Image
ଫଟୋ କ୍ରେଡିଟ୍ : ଶ୍ରମିକ ଫଟୋଟି ପିକ୍ସାବେ ରୁ ସଂଗୃହିତ ଗୀତ : ଦାଦନ ଶ୍ରମିକର ଆତ୍ମକଥା ଭାଷା : ଓଡ଼ିଆ ଗୀତିକାର : ତାରାପ୍ରସାଦ ଜେନା ମସିହା : ୨୦୧୭ // ଏକ ଦାଦନିଆ ବୁକୁ ତଳ କଥା // ହାତ ଛାଡ଼ି ଆସିଥିଲି ପ୍ରାଣଧନୀ ମୋର         ପାଖେ ଲାଗୁ, ଛୁଇଁଗଲେ ହୋଇଯାଉ ଦୂର । କରଜକୁ ଗରଜ ମୋ ପଡ଼ିଅଛି ଦଶା         ମୁକୁଳିବା ମନକଲି ଦାଦନକୁ ଆଶା । ପେଟ ପିଠି ଲାଗିଯାଉ ଆସିଛି ମୁଁ ଖଟି         ଟଙ୍କା ନେଇ ଫେରିଯିବି ଦିନେ ଭିଟାମାଟି । କାମକରେ ଏଠି ପଡ଼ି ମନ ଥାଏ ଗାଆଁ         ଗାଆଁ ଭାଇ ଡାକ ହାକ ଶୁଣୁନାହିଁ ନାଆଁ । ଭାତ ଖିଆ ତୁଣ ଶାଗ ସବୁଲାଗେ ତୁଛ         ଅଧା ପ୍ରାଣେ ଭଲ ଅଛି, ବୋଲେ ସିନା ମିଛ । ଖଟି ଖଟି ବଥା ହେଲେ ମନେପଡ଼େ ତତେ         କେମିତିକା ଘଷି ମୋଡ଼ି ଦେଉଥିଲୁ ସତେ ! ଗୁରୁଜନ ବୋଲ ମାନି ଚଳୁଥିବୁ ଖଟି         ସେବା ପଣେ ମନଦେବୁ କରିବୁନି ପାଟି। କାନ୍ଦିବୁନି କେବେ ହେଲେ ଅମଙ୍ଗଳ ହେବ         ବିପଦକୁ ସାହା ଏକା ଗାଆଁ ମହାଦେବ। ଜଳାଶାୟୀ କରିଦେବୁ ସୋମବାର ଜଗି         ଶହେଆଠ ବେଲପତ୍ର ହେବ ନିଶ୍ଚେ ଲାଗି । ବିଲ ବାଡ଼ି ଖଟୁଥିବେ ବାପା ଏକା ନିଜେ         ସଞ୍ଜ ବେଳେ ଗୋଡ଼ ହାତ ଚିପିଦେବୁ ସଜେ । କୁଣିଆକୁ ଅଣଦେଖା କରିବୁନି ଜାଣି         ପିଢ଼ା ପାଣି ଥୋଇ ଆଗ ଭାତ ଦେବୁ ଆଣି । ଗାଈ ବାନ୍ଧି ପେଜ କୁଣ୍ଡା ଦେଉଥିବୁ ନିତି         ପାଳ କୁଟା ପ

ମହୁରି ଦେଲା ସାରି କୁଆଁରୀ ଖେଳ - Mahuri Dela Sari Kuanri Khela Lyrics

Image
== ଓଡ଼ିଆ == ଗୀତ : ମହୁରି ଦେଲା ସାରି କୁଆଁରୀ ଖେଳ ଭାଷା : ଓଡ଼ିଆ ଆଲବମ : ବାହାଘର କଣ୍ଠ : ନିବେଦିତା, ଇରା ମହାନ୍ତି ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୦ (ଝି-୧) ମହୁରି ଦେଲା ସାରି କୁଆଁରୀ ଖେଳ ମୋ କୁଆଁରୀ ଖେଳ ହୋ..ମହୁରି ଦେଲା ସାରି କୁଆଁରୀ ଖେଳ ମୋ କୁଆଁରୀ ଖେଳ ମୋ ରାଣ ଭୁଲିବୁନି ମୋ ରାଣ ଭୁଲିବୁନି ମୋତେ ବଉଳ (ଝି-୨) ଯା ଯୋଡ଼ି ମହୁରି କାନେ ତୋହରି ଚୁପି ଚୁପି କହିଲା ଗୋରୀ ଲୋ ଗୋରୀ ଦେଲୁତୁ ମାରି ନୋହିଲାରେ ଦୋହିଲା ଆଜିଠୁ ଖାଇବୁ ଲୋ.. ଆଜିଠୁ ଖାଇବୁ ଲୋ ନୂଆ ଚାଉଳ (ଝି-୧) ମହୁରିଦେଲା ସାରି କୁଆଁରୀ ଖେଳ ମୋ କୁଆଁରୀ ଖେଳ (ଝି-୨) ରା ରା.. ଆଜିଠୁ ଖାଇବୁ ଲୋ ନୂଆ ଚାଉଳ ତୁ ନୂଆ ଚାଉଳ ହୋ ॥ (ଝି-୧) ଯେତେ ଯାହା କହ ପଛେ ବଉଳ ବାହା ହବା ଅଭିଶାପ ବାପଘରେ ଝିଅ ଫୁଲାଫାଙ୍କିଆ ଶାଶୁଘରେ ମାପଚୁପ (ଝି-୨) ଅମ ପାଶେ ପୀରତି ଲାଗୁଥିବ କେମିତି ଜଣେଇବୁ ବଉଳ ପହଲି ଚିଠି ଲେଖି କଅଁଳ କାକୁଡ଼ି ଲୋ.. କଅଁଳ କାକୁଡ଼ି ଲୋ ଚୋପା ବହଳ (ଝି-୧) ମହୁରି ଦେଲା ସାରି କୁଆଁରୀ ଖେଳ ମୋ କୁଆଁରୀ ଖେଳ (ଝି-୨) ରା ରା ରା ରା.. ଆଜିଠୁ ଖାଇବୁ ଲୋ ନୂଆ ଚାଉଳ ତୁ ନୂଆ ଚାଉଳ ହୋ ॥୧॥ (ଝି-୧) ବାହାଘର ମହା ଏକ ପରୀକ୍ଷା ବଉଳ ଲୋ ମୋ ପାଇଁ କେମିତି ମୁଁ ପର ଘରେ ଚଳିବି ଥଳକୂଳ ପାଉନାହିଁ (ଝି-୨) ପାଇବୁ ତୁ ଯେମିତି କେହି ବି ପାଇବ

ମନର ଦେଶରେ ପ୍ରେମର ସହର - Manara Deshare Premara Sahara Lyrics

Image
== ଓଡ଼ିଆ == ଫିଲ୍ମଗୀତ : ମନର ଦେଶରେ ପ୍ରେମର ସହର ଭାଷା : ଓଡ଼ିଆ ଚଳଚିତ୍ର : ସୁନା ଚଢ଼େଇ କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ ଗୀତିକାର : ଦେବଦାସ ଛୋଟରାୟ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୮୮ (ପୁ) ମନର ଦେଶରେ ପ୍ରେମର ସହର ପ୍ରେମର ସହରେ ଛୋଟ ଗୋଟେ ଘର ସେ ଘର ଆଗରେ ଲେଖା ଦୁଇଗୋଟି ନାମ ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର (ପୁ) ମନର ଦେଶରେ (ଝି) ପ୍ରେମର ସହର (ପୁ) ପ୍ରେମର ସହରେ (ଝି) ଛୋଟ ଗୋଟେ ଘର (ପୁ) ସେ ଘର ଆଗରେ ଲେଖା କୁହ କାହା ନାମ (ଝି) ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର ॥୧॥ (ଝି) ଶୁଣିଛି ମୁଁ ପ୍ରେମ କାଳେ ଦୁନିଆଠୁ ବଡ଼ ଆମେ କିଆଁ ତଳୁଥିବା ଛୋଟ ଗୋଟେ ଘର ଏ ଆକାଶ ଛାତ ଆମ ଦୁନିଆଟା ଘର ସଭିଏଁ ତ ନିଜ ଆମ କେହି ନାହିଁ ପର ସବୁଜ ଏ ବନେ ନୀଳ ପରବତ ନୀଳ ପରବତେ ଧୂସର ପଥର ସେଇ ପଥରେ ଲେଖାଥାଉ ଦୁଇଗୋଟି ନାମ ଗୋଟିଏ ତୁମର ଗୋଟିଏ ମୋହର ଗୋଟିଏ ତୁମର ଗୋଟିଏ ମୋହର ॥୨॥ (ପୁ) ମୋ ମନର ନାୟିକା ମିଳିଗଲା ବୋଲି ଜୀବନକୁ ସପନର ହାତେ ବିକିଦେଲି ଏ ଟିକିଲି ବଦଳରେ କପାଳରେ ତୋର ନିଜ ହାତେ ଭରିଦେବି ସୁହାଗ ସିନ୍ଦୂର ଲେଖୁ ଏ ଦୁନିଆ ଆମ ଏ କାହାଣୀ କାହାଣୀରେ ଜିଇଁରହୁ ଏ ଚାହାଣି ଏ ଚାହାଣି ପଛେ ଅଛି ଗୋଟିଏ ସପନ ଯେଉଁଟି ତୁମର ସେଇଟି ମୋହର ଯେଉଁଟି ତୁମର ସେଇଟି ମୋହର (ପୁ+ଝି) ମନର ଦେଶରେ ପ

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

Image
== ଓଡ଼ିଆ == ଭଜନ : କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ଅକ୍ଷୟ ମହାନ୍ତି ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ କଲେ ବିଜୟ କର ପ୍ରଭୁ.. ବିଜୟ କର ପ୍ରଭୁ ଚାପକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୧॥ କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି କୂଳବଧୁଙ୍କର ରଡ଼ି ପଣ୍ଡାଏ ଗଡ଼ାଗଡ଼ି ବିଧାତା ବାମ ହେଲା.. ବିଧାତା ବାମ ହେଲା ଓଡ଼ିଶାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୨॥ ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ବଡ଼ ଦେଉଳୁ ବାହାରି ଶଗଡ଼ିରେ ବିଜେକରି ରେଣୁ ଯେ ପଡ଼ୁଥିବ.. ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମ୍ଭେ ଦ୍ରଶନ କରିବୁ କାହାକୁ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ॥୩॥ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ ଧିକ ଧିକ ଆମ୍ଭ.. ଧିକ ଧିକ ଆମ

କଲେ କଲେ ଚୁମି ଦେମୁ ଗାଲେ ତୁମର ରାଏତ୍ ସରତା - Kale Kale Chumi Demu Gale Tumara Raet Sarata Lyrics

Image
== ଓଡ଼ିଆ == ଗୀତ : କଲେ କଲେ ଚୁମି ଦେମୁ ଗାଲେ ତୁମର ଭାଷା : ସମ୍ବଲପୁରୀ  ଆଲବମ : ହାଏରେ ଦିଲ୍ କଣ୍ଠ : ଶତୃଘନ୍ ଲୁହାର୍, ଶାନ୍ତନୁ ସାହୁ ଗୀତିକାର : ଚିନ୍ମୟ ଭୋଇ ସଙ୍ଗୀତ ନିର୍ଦ୍ଦେଶକ : ଶ୍ରୀରାମ ଲୁହାର୍ (ପୁ-୧) କଲା କଲା ବୋଲି (ପୁ-୨) ଆମ୍‌କୁ କରୁଛ ଗା ପର (ପୁ-୧) ଜାନିଥ ଗା ସୁନ୍ଦ୍‌ରୀ ଗୁରୀ (ପୁ-୨) ମୁଇଁ ପରେ ତୋର୍ ଛୁଆଦିନର୍ ବର (ପୁ-୧+ପୁ-୨) କଲେ କଲେ ଚୁମି ଦେମୁ.. କଲେ କଲେ ଚୁମି ଦେମୁ ଗାଲେ ତୁମର ରାଏତ୍ ସରତା ଭାଲୁଥିବ ପ୍ରୀତି ଆମର କଲେ କଲେ ଚୁମି ଦେମୁ ଗାଲେ ତୁମର ରାଏତ୍ ସରତା ଭାଲୁଥିବ ପ୍ରୀତି ଆମର (ପୁ-୧) ଆରେ ଗୁଲାପ୍‌ ଫୁଲ ଲେଖେଁ ସତେରେ ତୋର୍ ଗୁଲାପି ଗାଲ ସତେରେ ତୋର୍ ଗୁଲାପି ଗାଲ (ପୁ-୨) ଗୁଲାପ୍‌ ଫୁଲ ଲେଖେଁ ସତେ ତୋର୍ ଗୁଲାପି ଗାଲ ସତେରେ ତୋର୍ ଗୁଲାପି ଗାଲ (ପୁ-୧+ପୁ-୨) ଗୁନ୍‌ଗୁନେଇ ଟାକିଛୁ ଲୋ.. ଗୁନ୍‌ଗୁନେଇ ଟାକିଛୁ ଲୋ ହେଇ ଭମର ରାଏତ୍ ସରତା ଭାଲୁଥିବ ପ୍ରୀତି ଆମର ଗୁନ୍‌ଗୁନେଇ ଟାକିଛୁ ଲୋ ହେଇ ଭମର ରାଏତ୍ ସରତା ଭାଲୁଥିବ ପ୍ରୀତି ଆମର ॥୧॥ (ପୁ-୧) ଗୁଟେ ଚାଉଲେ ଗଢ଼ା ତୋର୍‌ ଭରା ଯଉବନ ଭରା ଯଉବନ (ପୁ-୨) ନାଇ ଦେଖିଲେ ବାୟା ବିଛଲ୍ ଲାଗେ ମୋର୍ ମନ ରେ ଲାଗେ ମୋର୍ ମନ (ପୁ-୧) ଗୁଟେ ଚାଉଲେ ଗଢ଼ା ତୋର୍‌ ଭରା ଯଉବନ ଭରା ଯଉବନ (ପୁ-୨) ନାଇ ଦେଖିଲେ ବାୟା ବିଛଲ୍ ଲାଗେ ମୋର୍ ମନ ରେ ଲାଗେ ମୋର୍ ମନ (ପୁ-୧)   ଡେଙ୍ଗ୍

ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ - Aalo Mora Kandhei Mote Delu Bhandei Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଆଲୋ ମୋର କଣ୍ଢେଇ ଭାଷା :  ଓଡ଼ିଆ ଚଳଚିତ୍ର : ଡୋରା କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶକ : ଶାନ୍ତନୁ ମହାପାତ୍ର ମସିହା : ୧୯୮୪ ଉଁ..ଉଁଉଁଉଁ..ଉଁ ହୁଁ..ଉଁଉଁଉଁ..ହୁଁ ଓ..ହୋ..ହୋ ହୁଁ..ଓହୋହୋ..ହୋ ଆଲୋ ମୋର କଣ୍ଢେଇ ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ ଆଲୋ ମୋର କଣ୍ଢେଇ ତୁ ତୋର ବାଛିନେଲୁ ରଜାଘର ଉଆସ ମତେ ଦେଲୁ ଦୁଃଖ ଭାର ମୁଣ୍ଡେଇ ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ ଆଲୋ ମୋର କଣ୍ଢେଇ ॥୧॥ ତତେ ସିନା ମିଳିଗଲା ପାଟ ଲୁଗା କମକୁଟ ଆଇନା ମୋ ପାଖରୁ ହଜିଗଲା ଜିଇଁବାର ଥିଲା ଯେତେ ବାହାନା ଆଲୋ ମୋର କଣ୍ଢେଇ ଗଭା ତୋର ମୁଣ୍ଡେଇ ହୋ ଆଲୋ ମୋର କଣ୍ଢେଇ ଗଭା ତୋର ମୁଣ୍ଡେଇ ତୁ ଏଠି ଝୁଲୁଛୁ ସିନା ଚଇତି ପବନ ପରି ସପନ ଝୁଲଣା ମୋର ଛିଣ୍ଡେଇ ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ ଆଲୋ ମୋର କଣ୍ଢେଇ ॥୨॥ ଓ..ଦୁନିଆ ଶିଖେଇ ଥିଲା ପର କେବେ ହେବ ନାହିଁ ଆପଣା ତଥାପି ଦେଲିରେ କିଆଁ ମିଛୁଟାରେ ରକତର ପାଉଣା ଆଲୋ ମୋର କଣ୍ଢେଇ ସବୁ ସୁଖ ନୁଣ୍ଡେଇ ହୋ ଆଲୋ ମୋର କଣ୍ଢେଇ ସବୁ ସୁଖ ନୁଣ୍ଡେଇ ତୁ ଏଠି ଝଟକୁ ସିନା ବିଜୁଳି ପରିକା ହେଲେ ମତେ ଦେଲୁ ମେଘ ପରି କନ୍ଦେଇ ଆଲୋ ମୋର କଣ୍ଢେଇ ମତେ ଦେଲୁ ଭଣ୍ଡେଇ ଆଲୋ ମୋର କଣ୍ଢେଇ ହୁଁ..ଆହାହା..ହା ଉଁ..ଉଁହୁଁହୁଁ..ହୁଁ ॥୩॥ YouTube ରେ ଆଲୋ ମୋର କଣ୍ଢେଇ ==

ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ - Janamithili Mun Shrigundicha Dina Marantiki Bahudare Lyrics

Image
== ଓଡ଼ିଆ == ଭଜନ : ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ଭାଷା : ଓଡ଼ିଆ କଣ୍ଠ : ସୋନୁ ନିଗମ ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ ମରିବାବେଳକୁ ତୋ ରଥ ଦଉଡ଼ି ଧରିଥିବି ମୋ ହାତରେ ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ ମରିବାବେଳକୁ ତୋ ରଥ ଦଉଡ଼ି ମରିବାବେଳକୁ ତୋ ରଥ ଦଉଡ଼ି ଧରିଥିବି ମୋ ହାତରେ ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ ॥ ତୋ ଦୟାରୁ ଜୀବନରେ ସବୁତ ପାଇଛି ତୋତେ ଛାଡ଼ି ଯିବାପାଇଁ ମନ ନ ବଳୁଛି ତୋ ଦୟାରୁ ଜୀବନରେ ସବୁତ ପାଇଛି ତୋତେ ଛାଡ଼ି ଯିବାପାଇଁ ମନ ନ ବଳୁଛି ତୋ ପରି ଠାକୁର ଆଉ ନାହିଁରେ ଏମିତି କହରେ କାଳିଆ ତୋତେ ଭୁଲିବି କେମିତି ତୁ କି ଜାଣୁନାହୁଁ ବାନ୍ଧିଛୁ ନିଜେ ତୁ ତୁ କି ଜାଣୁନାହୁଁ ବାନ୍ଧିଛୁ ନିଜେ ତୁ ମୋତେ ପରା ତୋ ଡରିରେ ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ ॥୧॥ ଚାଲିଯାଉ ଯେବେ ତୁହି ମାଉସୀ ଘରକୁ ଚାହିଁରହିଥାଏ ତୋର ଫେରିବା ବାଟକୁ ଚାଲିଯାଉ ଯେବେ ତୁହି ମାଉସୀ ଘରକୁ ଚାହିଁରହିଥାଏ ତୋର ଫେରିବା ବାଟକୁ ନଅ ଦିନ ଲାଗେ ମୋତେ ନଅ ଯୁଗ ପରି ତୋତେ ନ ଦେଖି ମୁହୂର୍ତ୍ତ ଶୋଷ ଯାଏ ଭୁଲି ଆଶା ମୋର ଖାଲି ମୁଁ ମଲାବେଳକୁ ଆଶା ମୋର ଖାଲି ମୁଁ ମଲାବେଳକୁ ଥିବୁ ତୁହି

ବୟସ ରାଜପଥରେ ମନ ହେଲେ ବାଟବଣା - Bayasa Rajapathare Mana Hele Batabana Lyrics

Image
== ଓଡ଼ିଆ == ଗୀତ : ବୟସ ରାଜପଥରେ ମନ ହେଲେ ବାଟବଣା ଭାଷା : ଓଡ଼ିଆ ଆଲବମ : ବାଇ ଚଢ଼େଇ କଣ୍ଠ : ଶକ୍ତି ମିଶ୍ର ଗୀତିକାର : ଅଲେଖ ବିଶ୍ଵାଳ ସଂଗୀତ ନିର୍ଦ୍ଦେଶକ : ସୁବାସ ଦାସ ମସିହା : ୧୯୯୯ ବୟସ ରାଜପଥରେ ମନ ହେଲେ ବାଟବଣା ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା ତୁ ବାଟଭାଙ୍ଗି ଚାଲିଗଲୁ ଏଡ଼େ ସ୍ଵାର୍ଥପର ମୁଁ ହେଇଗଲି ରାସ୍ତାକଡ଼ ଭଙ୍ଗା କୋଠାଘର ବୟସ ରାଜପଥରେ ମନ ହେଲେ ବାଟବଣା ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା ॥ ମୁଁ ଯେବେ ଗାଇଲି ପ୍ରେମର ପୁରବୀ ରାଗ ତୁ କରୁଥିଲୁ ଆଳାପ ଶୁଣିବା ଲୋକ ତ ତତେ ହିଁ କହିଲେ ଭଲ ମୁଁ ହେଇଗଲି ଖରାପ ମୁଁ ଯେବେ ଗାଇଲି ପ୍ରେମର ପୁରବୀ ରାଗ ତୁ କରୁଥିଲୁ ଆଳାପ ଶୁଣିବା ଲୋକ ତ ତତେ ହିଁ କହିଲେ ଭଲ ମୁଁ ହେଇଗଲି ଖରାପ ମୁଁ ନିହାଣର ଆଘାତରେ କୋର୍ଣାକ ପଥର ତୁ କିବୁଜିବୁ ଚିତ୍ରନଟି ଗୋଟେ ହୃଦୟର ସୁର ବୟସ ରାଜପଥରେ ମନ ହେଲେ ବାଟବଣା ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା ॥୧॥  ଗୋଟିଏ ସତ୍ୟକୁ କୋଟିଏ ସମ୍ମାନ ଦେଲି ତୁ ହେଇଗଲୁ ମିଛେଇ ମଳୟ ଝୁଲାଏ ଚନ୍ଦନ ଝୁଲଣା ତୋର ମୁଁ ଅଂଶୁଘାତ ବାଟୋଇ ଗୋଟିଏ ସତ୍ୟକୁ କୋଟିଏ ସମ୍ମାନ ଦେଲି ତୁ ହେଇଗଲୁ ମିଛେଇ ମଳୟ ଝୁଲାଏ ଚନ୍ଦନ ଝୁଲଣା ତୋର ମୁଁ ଅଂଶୁଘାତ ବାଟୋଇ ତୁ ଛଳନାର ମଧୁଗନ୍ଧ ଡିମିରି ଫୁଲର ମୁଁ ଫଟା ଏକ ବଇଁଶୀରେ ସମ୍ପର୍କର ସୁର ବୟସ ରାଜପଥରେ ମନ ହେଲେ ବାଟବଣା ଘଟିଥାଏ ଥରେ ଥରେ ମିଠା ମିଠା ଦ

ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି - Chumki, Seta Panire Budiba Nainti Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି ଭାଷା : ଓଡ଼ିଆ ଚଳଚିତ୍ର : ମା ଓ ମମତା କଣ୍ଠ : ଅକ୍ଷୟ ମହାନ୍ତି, ଅନୁରାଧା ପୌଡ଼ୱାଲ ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର ମସିହା : ୧୯୮୦ (ଝି) ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି (ପୁ) ଜାଣେ ଚୁମ୍‌କି ତୁ ତ ଝରଣା ଦେହରେ ନଈଟି ଜାଣେ ଚୁମ୍‌କି ତୁ ତ ସୁନାରେ ସୁନାରେ ସଇଟି ଏଇ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି (ଝି) ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି (ପୁ) ଜାଣେ ଚୁମ୍‌କି ତୁ ତ ଝରଣା ଦେହରେ ନଈଟି ଜାଣେ ଚୁମ୍‌କି ତୁ ତ ସୁନାରେ ସୁନାରେ ସଇଟି ଏଇ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି (ଝି) ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି ॥୧॥ (ପୁ) ମୁଁ ପୋଷିଥିଲି ଦିନେ ଗୋରୀ ଏକ କଥାକୁହା ବଣ ପକ୍ଷୀକୁ କଥା କହି ମତେ ଭୁଲାଇ ଛଳାଇ ଉଡ଼ିଗଲା ପୁଣି ବନକୁ (ଝି) ଚୁମ୍‌କି, ସେତ ପବନେ ଉଡ଼ିବ ନାଇଁଟି ଏଇ ଚୁମ୍‌କି, ସେତ ବଣରେ ହଜିବ ନାଇଁଟି (ପୁ) ଜାଣେ ଚୁମ୍‌କି ତୁ ତ ଚୁଲବୁଲି ଏକ ମନଟି ଜାଣେ ଚୁମ୍‌କି ତୁ ତ ଝିଲିମିଲି ବନଝରଟି ହେଲେ ଆମ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି (ଝି) ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି

ବୃନ୍ଦାବନେ ବଂଶୀ କେ ବଜାଇଲା - Brundabane Banshi Ke Bajaila Lyrics

Image
== ଓଡ଼ିଆ == ଭଜନ : ବୃନ୍ଦାବନେ ବଂଶୀ କେ ବଜାଇଲା ଭାଷା : ଓଡ଼ିଆ ଆଲବମ : ସାଲବେଗ ଓ ଭୀମ ଭୋଇ ଭଜନ କଣ୍ଠ : ସିକନ୍ଦର ଆଲାମ୍ ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୭୦ ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ଏକା ରାଧା ରାଧା ନାମ ରାଇଲା ଏକା ରାଧା ରାଧା ନାମ ରାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥ ଛିଡ଼ିଲା ସେ ଛିଦ୍ରଗଣ୍ଠି ନୀବିବନ୍ଧ ଗଲା ଫିଟି ଛିଡ଼ିଲା ସେ ଛିଦ୍ରଗଣ୍ଠି ନୀବିବନ୍ଧ ଗଲା ଫିଟି ବସନ ପିନ୍ଧନ୍ତେ ତୋର ନୋହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୧॥ ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି ପାଷାଣ ହୋଇଲା ପାଣି ଯମୁନା ବହେ ଉଜାଣି ଝରଝର ମକରନ୍ଦ ବହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୨॥ ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲ୍ଲବିଲେ ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲ୍ଲବିଲେ ପବନ ଥକିତ ଚିତ୍ତ ମୋହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ॥୩॥ କହେ ସାଲବେଗ ହୀନ ଏହି ମୋର ନିବେଦନ କହେ ସାଲବେଗ ହୀନ ଏହି ମୋର ନିବେଦନ ରାଧାକୃଷ୍ଣ ପାଦେ ଚିତ୍ତ ରହିଲା ବୃନ୍ଦାବନେ ବଂଶୀ କେ ବଜାଇଲା ବୃନ୍ଦାବନେ ବଂଶୀ କେ ବଜାଇଲା ଏକା ରାଧା ରାଧା ନାମ ରାଇଲା ଏକା ରାଧା ରାଧା ନାମ ରାଇଲା ବୃନ୍ଦାବନେ

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

Image
== ଓଡ଼ିଆ == ଗୀତ : ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି ଭାଷା : ଓଡ଼ିଆ କଣ୍ଠ : ଲକ୍ଷ୍ମୀକାନ୍ତ ପାଲିତ ଗୀତିକାର : ଗୋଦାବରୀଶ ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ଲକ୍ଷ୍ମୀକାନ୍ତ ପାଲିତ ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ ! ପୃଥ୍ଵୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର ! ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୧॥ ମେଘାସନ ତଳ ମନ୍ଦ୍ର-ନିନାଦ ବାଜେ ଫୁଲଝର ବୁକେ, ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ । ସିଂଭୂମ କହେ ମରଣ ଦୁଆରେ ବିଶାଖାପାଟଣା ଚାହିଁ, ସନ୍ତାନ ମୁଖେ, ଶମଶାନ ବୁକେ ପ୍ରାଣ ସଙ୍କେତ ନାହିଁ । ଉଠ ଦୁର୍ବଳ, ଜାଗ କଙ୍କାଳ, ଛିଡ଼ୁ ଶୃଙ୍ଖଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୨॥ ଚିର ବନ୍ଦିତା ବନ୍ଦିନୀ ମାଆ ବନ୍ଧନ ଫେଇବାରେ, ସମ୍ବଲପୁର ସମ୍ବଳ ବୀର ଦମ୍ଭ କି ନାହିଁ ଧରେ ? ଗଙ୍ଗା ଧୋଇଲା ଚିକୁର ଯାହାର, କୃଷ୍ଣା ଚରଣ ତଳ, ଶମଶାନ ଆଜି ମଡ଼ାଦେଶ ଆଜି, ଏହି ସେ ଉତ୍କଳ । ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ, ଉଠ କଙ୍କାଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି ॥୩॥ ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡ଼ି ଦିନେ, ଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ । ଦୁର୍ବାର ଗଡ଼,

ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ - Mo Dehare Odhani Padichhi Nua Nua Lyrics

Image
== ଓଡ଼ିଆ == ଗୀତ : ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ ଭାଷା : ଓଡ଼ିଆ ଆଲବମ : ସାଥି କଣ୍ଠ : ଇରା ମହାନ୍ତି ଗୀତିକାର : ଗଣେଶ୍ୱର ମହାପାତ୍ର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୦ ଏହେହେହେ..ଓହୋହୋହୋ ଲାଲାଲାଲା..ଲାଲାଲାଲାଲା ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ ନୂଆ ନୂଆ ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ ନୂଆ ନୂଆ ଆଖି ମୋର କଥାକହେ ନୂଆ ନୂଆ ଓଠ ମୋର ଲାଜ କରେ ନୂଆ ନୂଆ ଆଖି ମୋର କଥାକହେ ନୂଆ ନୂଆ ହାଏ ଓଠ ମୋର ଲାଜ କରେ ନୂଆ ନୂଆ ଆଇନାରେ ମୋ ଚେହେରା ଲାଗେ ଆଜି ମତେ କିଆଁ ନୂଆ ନୂଆ..ନୂଆ ନୂଆ ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ ନୂଆ ନୂଆ ॥ ବୟସର ବଗିଚାରେ ଫୁଲଟେ ମୁଁ ନୂଆ ନୂଆ ସପନର ସରଗରେ ପରୀଟେ ମୁଁ ନୂଆ ନୂଆ ଓ..ସାଗରର ଶେଯ ପରି ଶାମୁକା ମୁଁ ନୂଆ ନୂଆ ଆକାଶର ବଉଦରେ ବିଜୁଳି ମୁଁ ନୂଆ ନୂଆ ଆଖି ମୋର କଥାକହେ ନୂଆ ନୂଆ ଓଠ ମୋର ଲାଜ କରେ ନୂଆ ନୂଆ ଆଖି ମୋର କଥାକହେ ନୂଆ ନୂଆ ହେ ଓଠ ମୋର ଲାଜ କରେ ନୂଆ ନୂଆ ଶ୍ରାବଣର ବର୍ଷାରାତି ଲାଗେ ଆଜି ମତେ କିଆଁ ନୂଆ ନୂଆ..ନୂଆ ନୂଆ ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ ନୂଆ ନୂଆ ॥୧॥ ଯଉବନ ଯଉଘରେ ଦୀପଟେ ମୁଁ ନୂଆ ନୂଆ ସରସୀର ନୀଳଜଳେ କଇଁଟେ ମୁଁ ନୂଆ ନୂଆ ଲା ଲା ଲା.. ପାହାଡ଼ର ପାଦତଳେ ନଈଟେ ମୁଁ ନୂଆ ନୂଆ ତରୁଲତା ଗହଳରେ ପକ୍ଷୀଟେ ମୁଁ ନୂଆ ନୂଆ ଆଖି ମୋର କଥାକହେ ନୂଆ ନୂଆ ଓଠ ମୋର ଲାଜ କରେ ନୂଆ ନୂଆ ଆ ହା

ମୋ ପେଟ ପୋଡ଼ିଯାଏ ଭୋକ ବିକଳରେ - Mo Peta Podijae Bhoka Bikalare Lyrics

Image
== ଓଡ଼ିଆ == ଭଜନ : ମୋ ପେଟ ପୋଡ଼ିଯାଏ ଭୋକ ବିକଳରେ ଭାଷା : ଓଡ଼ିଆ କଣ୍ଠ : ପ୍ରଫୁଲ୍ଲ ବେହେରା ଗୀତିକାର : ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମୋ ପେଟ ପୋଡ଼ିଯାଏ ଭୋକ ବିକଳରେ ମୋ ପେଟ ପୋଡ଼ିଯାଏ ଭୋକ ବିକଳରେ ତୁ ଷାଠିଏ ପଉଟି ରାନ୍ଧୁ ବାହା ବାହାରେ.. ହେ..ମୋ ବଡ଼ଦେଉଳିଆ ବନ୍ଧୁ ବାହା ବାହାରେ ମୋ ବଡ଼ଦେଉଳିଆ ବନ୍ଧୁ ମୋ ଲାଜ ଢ଼ାଙ୍କିବାକୁ କନା ମିଳୁନାହିଁ ମୋ ଲାଜ ଢ଼ାଙ୍କିବାକୁ କନା ମିଳୁନାହିଁ ତୁ ସୁନାର ମୁକୁଟ ପିନ୍ଧୁ ବାହା ବାହାରେ.. ହେ..ମୋ ବଡ଼ଦେଉଳିଆ ବନ୍ଧୁ ବାହା ବାହାରେ ମୋ ବଡ଼ଦେଉଳିଆ ବନ୍ଧୁ ॥ ଧନ ଭାଙ୍ଗି କ୍ଷୀର ଦଉଥିଲା ମା' ଯେତେ ବେଳେ କାନ୍ଦୁଥିଲି ସେଇ ମା' ପୁଣି ଶିଖେଇଲା ଦିନେ ମା'ଠୁ ତୁ ବଡ଼ ବୋଲି ଧନ ଭାଙ୍ଗି କ୍ଷୀର ଦଉଥିଲା ମା' ଯେତେ ବେଳେ କାନ୍ଦୁଥିଲି ସେଇ ମା' ପୁଣି ଶିଖେଇଲା ଦିନେ ମା'ଠୁ ତୁ ବଡ଼ ବୋଲି ମୋ ଶୋଷ ମାରିବାକୁ.. ମୋ ଶୋଷ ମାରିବାକୁ ପାଣି ମିଳେନାହିଁ ତୋ ପାଦତଳେ ସାତସିନ୍ଧୁ ବାହା ବାହାରେ.. ହେ..ମୋ ବଡ଼ଦେଉଳିଆ ବନ୍ଧୁ ବାହା ବାହାରେ ମୋ ବଡ଼ଦେଉଳିଆ ବନ୍ଧୁ ॥୧॥ ଗୀତା ଭାଗବତ ପୁରାଣ କହୁଚି ତୁ ଏକା ଜଗତେ ସତ ଦୁଃଖୀଟିଏ ବୋଲି ତତେ ଭରସିଲି କାହିଁ ତୋ କରୁଣା ହାତ ଗୀତା ଭାଗବତ ପୁରାଣ କହୁଚି ତୁ ଏକା ଜଗତେ ସତ ଦୁଃଖୀଟିଏ ବୋଲି ତତେ ଭରସିଲି କାହିଁ ତୋ କରୁଣା ହାତ ମୁଁ ଝୁଲି ଧରି ହାତେ..

ଚାଲିରେ ତୋର ପଦ୍ମ ଫୁଟେ - Chalire Tora Padma Phute Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଚାଲିରେ ତୋର ପଦ୍ମ ଫୁଟେ ଭାଷା : ଓଡ଼ିଆ ଚଳଚିତ୍ର : ସକଳ ତୀର୍ଥ ତୋ ଚରଣ କଣ୍ଠ : ସୋନୁ ନିଗମ, ଇରା ମହାନ୍ତି ଗୀତିକାର : ସ୍ଵରୂପ ନାୟକ ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ ମସିହା : ୧୯୯୫ (ପୁ) ହୋ..ହୋହୋ..ହୋ ଆ..ହାହା..ହା ଚାଲିରେ ତୋର ପଦ୍ମ ଫୁଟେ ହସରୁ ଝରେ ମହୁ ଆଖି ଦୁଇଟି ନୀଳ ସାଗର କଥା ତୋ କୋଇଲି କୁହୁ ତୁ କହିଦେ ମତେ ଥରେ ଖାଲି ଆଇ ଲଭ୍ ୟୁ ହୋ..ଆଇ ଲଭ୍ ୟୁ ଚାଲିରେ ତୋର ପଦ୍ମ ଫୁଟେ ହସରୁ ଝରେ ମହୁ ॥ (ଝି) ତୁମକୁ ପାଇବା ପାଇଁ ହାତ ମୋର ପାଉ ନାହିଁ ଅମାନିଆ ପାଦ ମୋର ଥକିଯାଏ ଧାଇଁ ଧାଇଁ (ପୁ) ପାଗଳ ମତେ କରିଛି ଯିଏ ସେଇ ଝିଅଟି ତୁ ହୋ..ପାଗଳ ମତେ କରିଛି ଯିଏ ସେଇ ଝିଅଟି ତୁ ତୁ କହିଦେ ମତେ ଥରେ ଖାଲି ଆଇ ଲଭ୍ ୟୁ ହୋ..ଆଇ ଲଭ୍ ୟୁ ॥୧॥ (ପୁ) ଖୋଜୁଥିଲି ମନେ ମନେ ତୋପରି କିଶୋରୀ ଜଣେ ନଦୀ ହୋଇଯିବ ବହି ଶ୍ରାବଣେ ଅବା ଫଗୁଣେ ଜହ୍ନ କିରଣ ଲାଜେଇ ଯାଏ ତୋ ଦେହ ଛୁଉଁ ଛୁଉଁ ହୋ..ଜହ୍ନ କିରଣ ଲାଜେଇ ଯାଏ ତୋ ଦେହ ଛୁଉଁ ଛୁଉଁ ତୁ କହିଦେ ମତେ ଥରେ ଖାଲି ଆଇ ଲଭ୍ ୟୁ ହୋ..ଆଇ ଲଭ୍ ୟୁ ହୋ..ଆଇ ଲଭ୍ ୟୁ ହୋ..ଆଇ ଲଭ୍ ୟୁ ॥୨॥ YouTube ରେ ଚାଲିରେ ତୋର ପଦ୍ମ ଫୁଟେ == English == Movie Song : Chalire Tora Padma Phute Language : Odia Movie : Sakala Tirtha To Charane Singer : Sonu Nigam, Ira Moha

ରେଳ ଉପରେ ଚିଲିକା ଦର୍ଶନ (ରହ ରହ କ୍ଷଣେ ବାଷ୍ପୀୟଶକଟ) - Rela Upare Chilika Darshana (Raha Raha Khyane Baspiyashakata) Lyrics

Image
== ଓଡ଼ିଆ == ଗୀତ : ରେଳ ଉପରେ ଚିଲିକା ଦର୍ଶନ (ରହ ରହ କ୍ଷଣେ ବାଷ୍ପୀୟଶକଟ) ଭାଷା : ଓଡ଼ିଆ ଗୀତିକାର : ଉତ୍କଳମଣି ଗୋପବନ୍ଧୁ ଦାସ ରହ ରହ କ୍ଷଣେ ବାଷ୍ପୀୟଶକଟ           ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ           ବାସ୍ତବ ବିଶ୍ଵେ କି ଏ ଛବି ସମ୍ଭବ ! ॥୧॥  ନୀଳ ବୀଚିମାଳା ଧୀରେ ଧୀରେ ଯାଏ           ଲାଗଇ ସ୍ଵପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ           ଓଲଟିଣ ତଳେ ଦିଶନ୍ତି ଯୁଗଳ ॥୨॥ ଘୋର ନାଦେ ଯହୁଁ ଉଠିଲେ ସେ ନଭେ           ଉଠେ ଶତ ଖଗ ଚିଲିକା ଗରଭେ । ସତ୍ୟ ବୋଲି ମନେ ନ ହେଉ ପ୍ରତୀତ           ପଲକେ ସେ ଦୃଶ୍ୟ ହୁଏ ତିରୋହିତ ॥୩॥ ଦୂରେ ଘେନିଯାଏ ନିଦାରୁଣ ଯାନ           ଆସେ ପୁଣି ତରୁ ଶିଳା ବ୍ୟବଧାନ । ନିମିଷେ ଲୁଚାଏ ନିମିଷେ ଦେଖାଏ           ସ୍ଵପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ॥୪॥   କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ           କାହିଁ ବା ଧୂସର କାହିଁବା ଧବଳ । ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା           ପ୍ରକାଶି ଚିଲିକା କରୁ କେତେ ମାୟା ॥୫॥ ଦେବୀ ବୀଣାପାଣି ଶାଶ୍ଵତ ସେବକ           କବି ରାଧାନାଥ ସୁଷମା-ଗ୍ରାହକ । ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ           ବହୁ ନଦୀ ମରୁ କାନନ ପର୍ବତେ ॥୬॥ ଦେଖିଲେ ପ୍ରକୃତି ବିବିଧ ପ୍ରକାଶ           କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ

ଉଦ୍ଧବ କହିବଟି ଗୋପୀନାଥଙ୍କୁ (କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ) - Uddhava Kahibati Gopinathanku (Krushna Katha Dine Paduthila Mane) Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୬ ମଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ । == ଓଡ଼ିଆ == ଗୀତ : ଉଦ୍ଧବ କହିବଟି ଗୋପୀନାଥଙ୍କୁ ଭାଷା : ଓଡ଼ିଆ ଆଲବମ : ଦୀନ ବାନ୍ଧବ କଣ୍ଠ : ଦୁଃଖିଶ୍ୟାମ ତ୍ରିପାଠୀ ଗୀତିକାର : ବିନାୟକ ଦାସ ମସିହା : ୧୯୯୧ କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ ଭାନୁ ଲାଗି ଯଥା ନଳିନୀ ସ୍ୱର୍ଗରୁ ସଲୀଳ ପଡ଼େ ରବିତଳ ତେଶନେ ହେଲୁ ଗୋପାଳୁଣୀ ଉଦ୍ଧବ କହିବଟି ଗୋପୀନାଥଙ୍କୁ କରପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥ ରୂପକାନ୍ତି ଦେଖ ଦରିଦ୍ରାଣୀ ଭେକ କୃଷ୍ଣ ବିନୁ ତନୁ କ୍ଷୀଣଟି କୃଷ୍ଣରେ ମଜ୍ଜିଲୁ ଦ୍ଵିକୁଳ ତେଜିଲୁ ଧାତାକଲା ଭିନ୍ନା ଭିନ୍ନଟି ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୧॥ କର୍ପୂର କସ୍ତୁରୀ ଦୁଇ ସମକରି ମଧ୍ୟେ ଲଗାଇବ ରସୁଣ ସୁବାସ ବାସନା ପ୍ରାୟେ ବାସୁଥିଲା କେବେହେ ନଗଲା ତା ଗୁଣ ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୨॥ ଦୁଗ୍ଧ ଗୁଡ଼ ନେଇ ନିମ୍ବମୂଳେ ଥୋଇ ଆଖୁ ଚାରିପାଖ ରୋଇବ ମହୁଫେଣା ନେଇ ନିତ୍ୟେ ମାଡ଼ୁଥିଲେ ନିମ୍ବ କି ମଧୁର ହୋଇବ ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୩॥ ଅତି ଯତ୍ନକରି ଗଧକୁ ମଣ୍ଡିଲେ ସେ କି ଅଶ୍ୱ ସରି ହୋଇବ ବାଉଁଶ ଗଛରେ ମଳୟ ଲାଗିଲେ ସେ କି ଚନ୍ଦନ ହୋଇବ ଉଦ୍ଧବ କହିବଟି ଗୋପୀନାଥଙ୍କ

ତୁ ପ୍ରେମ ବର୍ଣ୍ଣବୋଧ (ପାଗଳ ଭ‌ଅଁର ମୁଁ ଲୋ ତୁ ଫଗୁରାଣୀ) - To Prema Barnabodha (Pagala Bhanra Mun Lo Tu Phagurani) Lyrics

Image
== ଓଡ଼ିଆ == ଗୀତ : ତୁ ପ୍ରେମ ବର୍ଣ୍ଣବୋଧ ଭାଷା : ଓଡ଼ିଆ କଣ୍ଠ : ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ ଗୀତିକାର : ବାପୁ ଗୋସ୍ଵାମୀ ସଂଗୀତ ନିର୍ଦ୍ଦେଶକ : ଜାପାନୀ ମସିହା : ୨୦୧୯ (ପୁ) ପାଗଳ ଭଅଁର ମୁଁ ଲୋ ତୁ ଫଗୁରାଣୀ ତୋ ସାଥେ ଲେଖା ମୋର କେତେ କାହାଣୀ (ଝି) ଅନାମିକା ନାୟିକା ମୁଁ ତୁ ଯାଯାବର ତୋ ଉପରେ ଦିନ ରାତି ମୋ ନଜର (ପୁ) ତୋ ପାଇଁ ସକାଳ ନିଦୁଆ ନିଦୁଆ ମନ ମଉସୁମୀ ମେଘୁଆ ମେଘୁଆ ତତେ ଯେତେ ପଢ଼େ ସେତେ ମିଳେ ଆନନ୍ଦ ତୁ ପ୍ରେମ ବର୍ଣ୍ଣବୋଧ ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ (ଝି) ତୁ ପ୍ରେମ ବର୍ଣ୍ଣବୋଧ ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ ॥ (ପୁ) ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜି ଶବଦ ମୋର ଚୋରାଇଲା ନିଦ ମୋର ହଜେଇଲା ନିଦ (ଝି) ହାଁ..ଘୁମୁରୁ ଘୁମୁରୁ କଥାଟା ତୋର ମହୁଲି ସୁରେଇ ମୋର ରାତି ଗଲା ନେଇ ମୁଁ ପାରୁନାଇ ଶୋଇ (ପୁ) ତୁ ରାଜକୁମାରୀ କଉ କବିତାର ତୁନି ଏତେ କାଇଁ ଦେଇଦେ ଉତ୍ତର ତୁ ଏକା ଜିଇଁବାର ଗୋଟେ ଶବଦ ତୁ ପ୍ରେମ ବର୍ଣ୍ଣବୋଧ ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ (ଝି) ହାଁ..ତୁ ପ୍ରେମ ବର୍ଣ୍ଣବୋଧ ହାଁ..ତୁ ପ୍ରେମ ବର୍ଣ୍ଣବୋଧ ॥୧॥ (ଝି) ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ ତୁ ଛାତିର ସ୍ପନ୍ଦନ ତୁ ଆଖିର ସପନ (ପୁ) ଆରେ ଆରେ ନିଜର ନିଜର ଲାଗୁଚି ଏବେ ଅଧୁରା ଫଗୁଣ ତୁ ଜିଇଁବା କାରଣ ତୁ ଖୁସିର ମେଲଣ (ଝି) ଫେରିବା ବାଟ ମୋ ଯାଇଛି ମୁଁ ଭୁଲ

ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର (ସୁହାଗ ସିନ୍ଦୂର) - Nari Tuhi Debi Puni Mamatara Mandira (Suhaga Sindura) Lyrics

Image
== ଓଡ଼ିଆ== ଫିଲ୍ମଗୀତ : ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର ଭାଷା : ଓଡ଼ିଆ ଚଳଚିତ୍ର : ସୁହାଗ ସିନ୍ଦୂର କଣ୍ଠ : ମହମ୍ମଦ ଅଜିଜ୍ ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୧୯୯୮ ନାରୀ ତୁହି ଦେବୀ ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର ପଣତରେ ଭରିଚି ତୋ ସେନେହ ଆଦର ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର ପଣତରେ ଭରିଚି ତୋ ସେନେହ ଆଦର ତୋ ଜୀବନ ସୁଖ ତୋର ସୁହାଗ ସିନ୍ଦୂର ସୁହାଗ ସିନ୍ଦୂର..ସୁହାଗ ସିନ୍ଦୂର ସୁହାଗ ସିନ୍ଦୂର..ସୁହାଗ ସିନ୍ଦୂର ॥ ପୂଜା ବ୍ରତ ମାନସିକ ଉପବାସ କରି ତୁଚ୍ଛଭାବୁ ନିଜର ତୁ ସବୁ ସୁଖ ଶିରି ପୂଜା ବ୍ରତ ମାନସିକ ଉପବାସ କରି ତୁଚ୍ଛଭାବୁ ନିଜର ତୁ ସବୁ ସୁଖ ଶିରି ନିଜ ଆଖି ଲୁହ ପିଏ ତୋ ନିଜ ଅଧର ତୋ ଗରବ ଏକା ତୋର ସୁହାଗ ସିନ୍ଦୂର ସୁହାଗ ସିନ୍ଦୂର..ସୁହାଗ ସିନ୍ଦୂର ସୁହାଗ ସିନ୍ଦୂର..ସୁହାଗ ସିନ୍ଦୂର ॥୧॥ ଦୁହିତା ଜନମ ନେଇ ଦୁଇ କୂଳ ଛୁଇଁ ବହିଯାଉ ଗଙ୍ଗା ପରି ପାପ ଧୋଇ ଧୋଇ ଅ..ଦୁହିତା ଜନମ ନେଇ ଦୁଇ କୂଳ ଛୁଇଁ ବହିଯାଉ ଗଙ୍ଗା ପରି ପାପ ଧୋଇ ଧୋଇ ପ୍ରେମରେ ତୁ କରିପାରୁ ଜୀବନ ମଧୁର ତୋ ସରଗ ସୁଖ ତୋର ସୁହାଗ ସିନ୍ଦୂର ସୁହାଗ ସିନ୍ଦୂର..ସୁହାଗ ସିନ୍ଦୂର ସୁହାଗ ସିନ୍ଦୂର..ସୁହାଗ ସିନ୍ଦୂର ॥୨॥ YouTube ରେ ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର == English == Movie Song : Nari Tuhi Debi Puni Mamatara Mandira Language :

ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି - Emiti E Badadande Hata Pati Rahithibi Lyrics

Image
== ଓଡ଼ିଆ == ଭଜନ : ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି ଭାଷା : ଓଡ଼ିଆ ଆଲବମ : ଭଜନ ଶରଧା କଣ୍ଠ : ଭିକା ରି ବଳ ଗୀତିକାର : ଗୌର ପଟ୍ଟନାୟକ ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ ମସିହା : ୧୯୮୯ ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି ପତିତପାବନ ପତାକା କୁ ଚାହିଁ ପତିତପାବନ ପତାକା କୁ ଚାହିଁ ତୋର ନାମ ଗାଉଥିବି କାଳିଆରେ ଦୁଃଖ ମୋର ଭୁଲିଯିବି କାଳିଆରେ ଦୁଃଖ ମୋର ଭୁଲିଯିବି ॥ ଏତିକି ମିନତି ଜଗତ ଠାକୁର ଦୁଃଖୀ ବୋଲି ମୋତେ କରିବୁନି ପର ଏତିକି ମିନତି ଜଗତ ଠାକୁର ଦୁଃଖୀ ବୋଲି ମୋତେ କରିବୁନି ପର ସଞ୍ଜ ସକାଳରେ ଆରତି ବେଳରେ ଗରୁଡ଼ ପଛରେ ଥିବି କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି ॥୧॥  ଜଗତରେ ନାହିଁ ତୋପରି ଠାକୁର ରଥ ଚଢ଼ି ଯେବେ ହେବୁ ତୁ ବାହାର ଜଗତରେ ନାହିଁ ତୋପରି ଠାକୁର ରଥ ଚଢ଼ି ଯେବେ ହେବୁ ତୁ ବାହାର ତୋ ରଥ ଦଉଡ଼ି ଅଣ୍ଟାରେ ମୁଁ ଭିଡ଼ି  ତୋ ରଥ ଦଉଡ଼ି ଅଣ୍ଟାରେ ମୁଁ ଭିଡ଼ି ଆନନ୍ଦରେ ଟାଣୁଥିବି କାଳିଆରେ ଜୀବନ ଧନ୍ୟ କରିବି କାଳିଆରେ ଜୀବନ ଧନ୍ୟ କରିବି ॥୨॥  ଯେତେ ଇଚ୍ଛା ଦୁଃଖ ଦେ ପଛେ ମୋତେ ମାଗିବିନି କିଛି ଦିନେ ହେଲେ ତୋତେ ଯେତେ ଇଚ୍ଛା ଦୁଃଖ ଦେ ପଛେ ମୋତେ ମାଗିବିନି କିଛି ଦିନେ ହେଲେ ତୋତେ ପାରିବିନି ଯାଇ ତୋତେ ଛାଡ଼ି ମୁହିଁ  ପାରିବିନି ଯାଇ ତୋତେ ଛାଡ଼ି ମୁହିଁ ଶ୍ରୀକ୍ଷେତ୍ରରେ

ରାଗିଗଲେ ତୁ ଜହ୍ନ ଲୁଚିଯାଏ - Ragigale Tu Janha Luchijae Lyrics

Image
== ଓଡ଼ିଆ == ଗୀତ : ରାଗିଗଲେ ତୁ ଜହ୍ନ ଲୁଚିଯାଏ ଭାଷା : ଓଡ଼ିଆ ଆଲବମ : ପୁନେଇ ଜହ୍ନ କଣ୍ଠ : ଶୁଭାଶିଷ ମହାକୁଡ଼ ଗୀତିକାର : ନରେନ୍ଦ୍ର ବେହେରା ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୦୪ ରାଗିଗଲେ ତୁ ଜହ୍ନ ଲୁଚିଯାଏ ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ  ରାଗିଗଲେ ତୁ ଜହ୍ନ ଲୁଚିଯାଏ ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ  ଏଡ଼ିକି..ହେ ଏଡ଼ିକି ଫୁଲେଇ ଝିଅଟି ତୁ ଫୁଲ ସବାରିରେ ନବ କିଏ ତତେ ଫୁଲ ସବାରିରେ ନବ କିଏ ଏ..ରାଗିଗଲେ ତୁ ଜହ୍ନ ଲୁଚିଯାଏ ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ ॥   ବର୍ଷା ଝରିପଡ଼େ ତୋର ଆଖିରୁ ଝରିଲେ ଲୁହ କାନ୍ଦେ ଇନ୍ଦ୍ରଧନୁ  ତୋର ଛାତିରେ ଉଠିଲେ କୋହ ବର୍ଷା ଝରିପଡ଼େ ତୋର ଆଖିରୁ ଝରିଲେ ଲୁହ କାନ୍ଦେ ଇନ୍ଦ୍ରଧନୁ  ତୋର ଛାତିରେ ଉଠିଲେ କୋହ  ଏଡ଼ିକି..ହେ ଏଡ଼ିକି ସକେଇ ଝିଅଟି ତୁ ଶଙ୍ଖା ସିନ୍ଦୂରରେ ନବ କିଏ ତତେ ଶଙ୍ଖା ସିନ୍ଦୂରରେ ନବ କିଏ ଏ..ରାଗିଗଲେ ତୁ ଜହ୍ନ ଲୁଚିଯାଏ ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ ॥୧॥  ଗାଏ ମହୁମାଛି ତୋର ଓଠରୁ ଝରିଲେ କଥା ନାଚେ ପ୍ରଜାପତି ତୋର ପାଦରେ ଦେଖି ଅଳତା ହୁଁ ଗାଏ ମହୁମାଛି ତୋର ଓଠରୁ ଝରିଲେ କଥା ନାଚେ ପ୍ରଜାପତି ତୋର ପାଦରେ ଦେଖି ଅଳତା ଏଡ଼ିକି..ଏଡ଼ିକି ଛନକି ଝିଅଟି ତୁ ହାତେ ହାତ ଛନ୍ଦି ନବ କିଏ ତତେ ହାତେ ହାତ ଛନ୍ଦି ନବ କିଏ ଏ..ରାଗିଗଲେ ତୁ ଜହ୍ନ ଲୁଚିଯାଏ ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ ରାଗିଗଲେ ତୁ ଜହ୍ନ ଲୁଚିଯା

ମୁଁ ତ କୂଳରୁ ହେଲି ବାହାର - Mun Ta Kularu Heli Bahara Lyrics

Image
ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୨୪ ମଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ ।   == ଓଡ଼ିଆ == ଫିଲ୍ମଗୀତ : ମୁଁ ତ କୂଳରୁ ହେଲି ବାହାର ଭାଷା : ଓଡ଼ିଆ ଚଳଚିତ୍ର : ମଲାଜହ୍ନ କଣ୍ଠ : ପ୍ରଣବ ପଟ୍ଟନାୟକ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ ଗୀତିକାର : ବନମାଳୀ ଦାସ ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୬୫ (ପୁ) ଆ.. ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ (ଝି) ଶ୍ୟାମପ୍ରୀତି କରି ଗଳାହାର ଲୋ ସଜନୀ ମୁଁ ତ କୂଳରୁ ହେଲି ବାହାର ଲୋ ଯେ ଯେତେ କହନ୍ତୁ ନିନ୍ଦାକୁ ବଚନ କାହିଁକି ଶୋଚନ ନାହିଁ ଯାଚନ ଗଣ୍ଠିଧନ ମୋର କାଳିଆ କାଞ୍ଚନ ମୁଁ ତା କିଣା କିଙ୍କରୀ ତାହାର ଲୋ ॥୧॥ (ପୁ) କେ ବୋଲନ୍ତି ରାଧା ହେଲା କଳଙ୍କିନୀ କେ ବୋଲନ୍ତି ରାଧା ହେଲା ପାଗଳିନୀ କେ ବୋଲନ୍ତି ରାଧା ପ୍ରେମମୋହୀ ଧନୀ (ଝି) ଏଇ ନିନ୍ଦା ପ୍ରଶଂସା କାହାର ଲୋ ଭଲ ମନ୍ଦ ହାନି ବୁଝି ନ ବିଚାରି ବଳେ ମୁଁ ହୋଇଚି ଦୁସ୍ତ ପରିଚାରୀ ବୁଝ ଭଲକରି ସଭିଙ୍କୁ ପଚାରି ତାହା ବିନେ ନ ରୁଚେ ଆହାର ଲୋ ସଜନୀ (ଝି+ପୁ) ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ ମୁଁ ତ କୂଳରୁ ହେଲି ବାହାର ଲୋ ॥୨॥ ଶବ୍ଦାର୍ଥ ଶୋଚନ - ଶୋକ, ବିଳାପ, ଯାଚନ - ପ୍ରାର୍ଥନା, ଭିକ୍ଷା, କିଙ୍କରୀ - ଚାକରର ସ୍

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ