ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics
ଭଜନ : ଆହେ ନୀଳ ଶଇଳ ପ୍ରବଳ ମତ୍ତ
ଭାଷା : ଓଡ଼ିଆ
କଣ୍ଠ : ଭିକାରି ବଳ
ଗୀତିକାର : ସାଲବେଗ
ସଂଗୀତ ନିର୍ଦ୍ଦେଶକ : ଶ୍ରୀ ଭୁବନ
ମସିହା : ୧୯୮୨
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନ କୁ କର ଦଳନ
ଆହେ ନୀଳ ଶଇଳ ॥
ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀବନ କୁ କର ଦଳନ
ଆହେ ନୀଳ ଶଇଳ ॥
ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ
ଆହେ ନୀଳ ଶଇଳ ॥
ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ
କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ
ଆହେ ନୀଳ ଶଇଳ ॥
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ
ଆହେ ନୀଳ ଶଇଳ ॥
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ॥
ଆହେ ନୀଳ ଶଇଳ ॥
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ॥
ଆହେ ନୀଳ ଶଇଳ ॥
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ
ଆହେ ନୀଳ ଶଇଳ ॥
ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନ କୁ କର ଦଳନ
ଆହେ ନୀଳ ଶଇଳ ॥
YouTube ରେ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
== English ==
Bhajan : Aahe Nila Shaila Prabala Matta
Language : Odia
Singer : Bhikari Bala
Lyricist : Salabega
Music Director : Shri Bhuban
Year : 1982
Aahe nila shaila prabala matta barana
Mo aarata nalini bana ku kara dalana
Aahe nila shaila ॥
Aahe nila shaila prabala matta barana
Moharata nalini bana ku kara dalana
Aahe nila shaila ॥
Gajaraja chinta kala thai ghora jalena
Chakra peshi nakra nashi udharila aapana
Aahe nila shaila ॥
Ghorabane mruguni ku padithila kashana
Kede bada bipatti ru rakhya kala aapana
Aahe nila shaila ॥
Kurusabha tale suni draupadi ra janana
Koti bastra dei hele lajja kala barana
Aahe nila shaila ॥
Rabana bhai vibhishana gala sarana
Sarana sambhali tanku lanke kala rajana ॥
Aahe nila shaila ॥
Prahallada pita se je bada dusta daruna
Stambha ru bahari taku bidarila takhyan ॥
Aahe nila shaila ॥
Kahe salabega hina jatire mun jabana
Shriranga charana tale karuachhi janana
Aahe nila shaila ॥
Aahe nila shaila, prabala matta barana
Mo aarata nalini bana ku kara dalana
Aahe nila shaila ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...