Posts

Showing posts with the label ଜଗନ୍ନାଥ ଦାସ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବର୍ଷା (ଏବେ ଗ୍ରୀଷମ କାଳ ଗଲା) - Barsa (Ebe Grishama Kala Gala) Lyrics

Image
ଗୀତ : ବର୍ଷା (ଏବେ ଗ୍ରୀଷମ କାଳ ଗଲା) ଭାଷା : ଓଡ଼ିଆ ଗୀତିକାର : ଅତିବଡ଼ି ଜଗନ୍ନାଥ ଦାସ (୧୪୯୧-୧୫୫୦) ଏବେ ଗ୍ରୀଷମ କାଳ ଗଲା ବରଷା ଋତୁ ପ୍ରକାଶିଲା ॥ ସକଳ ଋତୁଙ୍କର ସାର  ଶସ୍ୟ ସମ୍ପଦ ମଞ୍ଚପୁର ॥ ମେଘେ ମିଳିଲେ ଶୂନ୍ୟପଥେ  ବିଜୁଳି ଶବଦ ସଙ୍ଗତେ ॥ ଭୂମି, ସାଗର, ଶୂନ୍ୟେ ବ୍ୟାପି ନୀଳ ଜୀମୂତ ବିଶ୍ଵରୂପୀ ॥ ଯେମନ୍ତେ ନିବିଡ଼ ଆକାଶ ଭୂମିର ରସ ଅଷ୍ଟମାସ ॥ ଆଦିତ୍ୟ କରିଥିଲା ଗ୍ରାସ ସେ ତାପ କଲା ମେଘ ନାଶ ॥ ମହୀମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ ॥ ଘୋର ଶବଦେ ମେଘମାଳ ଗର୍ଜିଣ ବରଷନ୍ତି ଜଳ ॥ ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରଷି ॥ ପୃଥିବୀ ରବିତପ୍ତ ଗ୍ରାସେ ତାପିତ ଥିଲା ଅଷ୍ଟମାସେ ॥ ଜଳ ପାଇଲେ ତୋଷ ଚିତ୍ତେ ତପସ୍ଵୀ ଜନଙ୍କର ମତେ ॥ ତପସ୍ୟା ଫଳ ଯେହ୍ନେ ପାଇ ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥ ଖଦ୍ୟୋତ କୀଟ ନିଶାମୁଖେ ଜଗତ ଆବୋରିଲେ ସୁଖେ ॥ ପାଷାଣ୍ଡେ ଯେହ୍ନେ କଳିଯୁଗେ ବେଦ ନିନ୍ଦନ୍ତି ଯୋଗ ମାର୍ଗେ ॥ ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବୋରିଣ ପାଣି ॥ ଅଳପ ନଦୀଏ ପୁରିଲେ ଲହରୀ ମତେ ଉଛୁଳିଲେ ॥ ନାନା ପ୍ରକାରେ ଶସ୍ୟରାଶି ଏଣେ ପୂରିତ ମହୀ ଦିଶି ॥ ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହୀ ॥ ଶସ୍ୟ ସମ୍ପଦ କ୍ଷେତ୍ର ମତେ ଦେଖି ସାନନ୍ଦ ପ୍ରାଣୀ ଚିତ୍ତେ ॥ ଅଶେଷ ଜୀବ ଜଳ ସ୍ଥଳେ ଜଳ ଭକ୍ଷିଲେ କୁତୂହଳେ ॥ ଦିନକୁ ଦିନ ପୁଷ୍ଟ ହୋଇ ହରି ସେବକ ପ୍ରାୟ ଦେହୀ ॥ ସମୁଦ୍ର ନଦୀଙ୍କର ମ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ