ଗଛ ଓ କାଠୁରିଆ (ରହ ଆରେ କାଠୁରିଆ ନ ପକାଅ ହାଣି) - Gachha O Kathuria (Raha Aare Kathuria Na Pakao Hani) Lyrics
ଗୀତ : ଗଛ ଓ କାଠୁରିଆ
ଭାଷା : ଓଡ଼ିଆ
ଗୀତିକାର : ପଲ୍ଲୀକବି ନନ୍ଦକିଶୋର ବଳ (୧୮୭୫-୧୯୨୮)
ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନଡେରି ଥରେ ଏ ଗଛ କାହାଣୀ
ନ ଫୁଟୁ ପଛକେ ବାସ ଫୁଲ ତାହା ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ॥୧॥
ବସି କୁହୁ କୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡାଳେ
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳେ ବାଟୋଇ ତ ବସେ ଏହା ତଳ ॥୨॥
ଛାଡ଼ିଯାଅ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ
କାଠୁରିଆ ନ ହାଣ ସେ ଗଛ ରହ ରହ,
ତାହାକୁ ଲଗାଇ ଗଲେ ପିତୃ ପିତାମହ ॥୩॥
କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,
କେତେ ନୂଆ ପୁଅ, କେତେ ଯାତ, ବିଭାଘର
ମନେପଡ଼େ ପିଲାଦିନେ ଏହାରି ମୂଳରେ,
ଖେଳୁଥିଲି ମୁହିଁ ଖେଳସାଥୀ ଗହଳରେ ॥୪॥
ଏବେ ବାଲ୍ୟକାଳେ ପୋଥି ଧର ଛାଇତଳେ,
ବସିଣ ପଢ଼େ ମୁଁ ସଞ୍ଜ ସକାଳେ ନିଶ୍ଚଳେ
କାଠୁରିଆ ନ ହାଣ ସେ ଗଛ ରହ ରହ,
ଦେଖିଅଛି ଏ ଗଛ ମୋ ପିତୃ-ପିତାମହ ॥୫॥
ନ ହାଣ ଏ ଗଛ ଶୁଣଶୁଣ ମୋର ବାଣୀ,
ଥାଉଁ ମୁଁ ଜୀବନେ ଗଛ ନ ପାରିବ ହାଣି
ଦେଖି ତାକୁ କେତେ କଥା ହୁଏ ମୋ ସ୍ମରଣ,
ତା' ସଙ୍ଗେ ଜଡ଼ିତ ମୋର ବିଗତ ଜୀବନ ॥୬॥
ପଶ୍ଚିମ ଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି,
ଏହି ବସା ଗଛେ ପକ୍ଷୀ ଆସୁଥା'ନ୍ତି ଉଡ଼ି
ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,
ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ ॥୭॥
ଯାଅ ଯାଅ କାଠୁରିଆ, ଏ ଗଛ ନ ହାଣି,
ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ
ଯାହା ନେବ ତାହା ଦେବି ଏ ଗଛ ନ ହାଣ,
ମୁଁ ଥାଉଁ ଏ ହଣା ହେବ, ନ ସହିବ ପ୍ରାଣ ॥୮॥
YouTube ରେ ଗଛ ଓ କାଠୁରିଆ
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Which in class
ReplyDeleteଚତୁର୍ଥ ଶ୍ରେଣୀ
DeletePuruna oriya sahitya kabita obahi send karidiya
ReplyDeleteଏ ଗୀତ ପଢିଲେ ଚତୁର୍ଥ ଶ୍ରେଣୀ କଥା ମନେ ପଡେ
ReplyDeleteBeautiful
ReplyDeleteମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।
Delete- "ଦି ସ୍ମରଣିକା" ଟିମ୍
ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।
ReplyDelete- "ଦି ସ୍ମରଣିକା" ଟିମ୍
Delu mate maha sikhya kabita ti upload karantu 4th class re thila.
ReplyDeleteଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।
Delete- ଦି ସ୍ମରଣିକା ଟିମ୍