ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics
ଭଜନ : ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଭାଷା : ଓଡ଼ିଆ
ଆଲବମ : ତୁମରି ଇଚ୍ଛା କରହେ ପୂର୍ଣ୍ଣ
କଣ୍ଠ : ଶ୍ରୀ ରଘୁନାଥ ପାଣିଗ୍ରାହୀ
ଗୀତିକାର : ସନ୍ଥକବି ଭୀମ ଭୋଇ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ
ମସିହା : ୧୯୭୬
ରୂପରେଖ ନାହିଁ ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ
ରୂପରେଖ ନାହିଁ ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ
ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବଢୁଅଛି ଜଳ ନାହିଁ ନଦୀକୂଳ
ବଢୁଅଛି ଜଳ ନାହିଁ ନଦୀକୂଳ
ଓଲକାପାତ ଧାରା ବହି ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ ॥
ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଫିଟୁଁ ନେତ୍ରରେ ଦିଶୁଛି
ଜକଜକ ଓଦା ଶୁଖିଲା ହୋଇଛି
କବାଟ ନଫିଟୁଁ ନେତ୍ରରେ ଦିଶୁଛି
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ ॥୧॥
ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ
ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ
ଫୁଟିଛି ପତର ଡେମ୍ଫ ନାହିଁ ତାର
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନା ମାର୍ଗେ ପାଇ ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ
ରୂପରେଖ ନାହିଁ ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ
ରୂପରେଖ ନାହିଁ ହେ
ଶୂନ୍ୟଦେହୀ ଅଛ ଉଦେ ହୋଇ ॥୨॥
YouTube ରେ ରୂପରେଖ ନାହିଁ ହେ ଶୂନ୍ୟଦେହୀ
== English ==
Bhajan : Ruparekha Nahin He Shunyadehi
Language : Odia
Album : Tumari Ichha Karahe Purnna
Singer : Shri Raghunath Panigrahi
Lyricist : Santhakabi Bhima Bhoi
Music Director : Balakrushna Das
Year : 1976
Ruparekha nahin he
Shunyadehi achha ude hoi
Ruparekha nahin he
Shunyadehi achha ude hoi
Barasuchhi jala na thai pabana
Anachasha bayu bahe ghanaghana
Barasuchhi jala na thai pabana
Anachasha bayu bahe ghanaghana
Badhuachhi jala nahin nadikula
Badhuachhi jala nahin nadikula
Olakapata dhara bahi he
Shunyadehi achha ude hoi ॥
Jakajaka oda shukhila hoichhi
Kabata naphitun netrare dishuchhi
Jakajaka oda shukhila hoichhi
Kabata naphitun netrare dishuchhi
Sethare ashrama anadi ta Brahma
Sethare ashrama anadi ta Brahma
Ude asta nahin tahin he
Shunyadehi achha ude hoi ॥1॥
Chhai padi achhi nahin brukhyamula
Puspakadhi nahin phaliachhi phala
Chhai padi achhi nahin brukhyamula
Puspakadhi nahin phaliachhi phala
Phutichhi patara dempha nahin tara
Phutichhi patara dempha nahin tara
Asadhana marge pai he
Shunyadehi achha ude hoi
Ruparekha nahin he
Shunyadehi achha ude hoi
Ruparekha nahin he
Shunyadehi achha ude hoi ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...