Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦେଖ ଦେଖ ଦେଖ ଗୋ ମିତ ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ - Dekha Dekha Dekha Go Mita Nilashaile Bije Shri Jagannatha Lyrics

 ଫଟୋ କ୍ରେଡିଟ୍ : ମାନସ ରଞ୍ଜନ ସାହୁ


ଗୀତ : ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ
ଭାଷା : ଓଡ଼ିଆ
ଗୀତିକାର : ମାନସ ରଞ୍ଜନ ସାହୁ
ମସିହା : ୨୦୨୦



ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ

ଗୋପପୁର ଛାଡ଼ି ସେ କଳା କହ୍ନେଇ
          ଶ୍ରୀକ୍ଷେତ୍ରେ ଲଗାଇ ଦେଇଛି ଯାତ
ମର୍ତ୍ତ୍ୟ ବୈକୁଣ୍ଠରେ ଶ୍ରୀକ୍ଷେତ୍ର ଧାମରେ
          ରତ୍ନ ସିଂହାସନେ ଜଗତ ନାଥ
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୧॥

ଭାଇ ଭଉଣୀଙ୍କୁ ପାଖରେ ବସାଇ
          ଷାଠିଏ ପଉଟି ଖାଆନ୍ତି ନିତ୍ୟ
ପଥର ଦେଉଳେ ଜୀବନ୍ତ ଦେବତା
          ପତିତପାବନ ତାଙ୍କର ନେତ
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୨॥

ଧନ୍ୟ ଚକାଡୋଳା ଭକ୍ତ ଭାବେ ଭୋଳା
          ଭକ୍ତଙ୍କୁ ଡାକନ୍ତି ବଢ଼ାଇ ହାତ
ଦାସିଆ ନଡ଼ିଆ ଶ୍ରୀହସ୍ତରେ ନେଲେ
          ସାଲବେଗ ପାଇଁ ରଖିଲେ ରଥ
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୩॥

ବଂଧୁ ମହାନ୍ତିକୁ ଭୋଗଥାଳ ଦେଲେ
          ସହିନପାରିଲେ ଭକ୍ତର ଆର୍ତ୍ତ
ଭକତ ବତ୍ସଳ ଭକ୍ତ ପ୍ରାଣଧନ
          କରୁଣା ସାଗର କମଳା କାନ୍ତ
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୪॥

କାଞ୍ଚି ଅଭିଯାନେ ଯୋଦ୍ଧା ବେଶ ସାଜି
          ଦେଉଳୁ ବାହାରି ଯାଇଥିଲେ ତ
ସ୍ୱୟଂ ଗଜପତି ଦେଖି ନପାରିଲେ
          ଦେଖିଲା ମାଣିକ ଧନ୍ୟ ତା ନେତ୍ର
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୫॥

ଶ୍ରୀକ୍ଷେତ୍ର ମଣି ମୋ ପ୍ରଭୁ ଜଗନ୍ନାଥ
          ଭାବଗ୍ରାହୀ ଭକ୍ତ ହୃଦୟ ନାଥ
କମଳାପତି ସେ ପତିତପାବନ
          ତାଙ୍କ ଶ୍ରୀ ଚରଣେ ଆଶ୍ରିତ ଭକ୍ତ
ଦେଖ ଦେଖ ଦେଖ ଗୋ ମିତ
          ନୀଳଶୈଳେ ବିଜେ ଶ୍ରୀ ଜଗନ୍ନାଥ ॥୬॥


ଫଟୋ : ମାନସ ରଞ୍ଜନ ସାହୁ, ଇଟାମାଟି, ନୟାଗଡ଼ । ଉପର ଫଟୋଟି ୨୦୨୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ପୁରୀର ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍  ଠାରେ ଉଠାଯାଇଛି । ଡାହାଣ ପଟରୁ ତୃତୀୟ ହେଉଛନ୍ତି ମାନସ ରଞ୍ଜନ ସାହୁ । 

ଫଟୋ କ୍ରେଡିଟ୍ : ମାନସ ରଞ୍ଜନ ସାହୁ


ବି.ଦ୍ର. : ଏହି ଭଜନଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ମାନସଙ୍କର ପ୍ରଥମ ଭଜନ । ୨୦୨୦ ମସିହାର ନୂଆବର୍ଷ ଦିନ ସେ ଏହି ଭଜନଟିକୁ ଲେଖିଥିଲେ ।


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ