Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ - Sholati Phaguna Aasi Tate Chhuin Galapare Lyrics

== ଓଡ଼ିଆ ==

ଗୀତ : ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ
ଭାଷା : ଓଡ଼ିଆ
ଆଲବମ : ତମ କଥା ମନେ ପଡ଼େ
କଣ୍ଠ : ଶୁଭାଶିଷ ମହାକୁଡ଼
ଗୀତିକାର : ଶ୍ରୀକାନ୍ତ ଗୌତମ  
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ମସିହା : ୧୯୯୫



ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ
ଶାଢ଼ୀ ତୁ ପିନ୍ଧିଲୁ ଯଉ ଦିନ
ଚାଲୁଥିଲୁ ଟିକେଟିକେ ଝୁଣ୍ଟୁଥିଲୁ ଟିକେଟିକେ
ଦେଖିଲି ମୁଁ ତତେ ସେଇ ଦିନ
ଏ..ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ
ଶାଢ଼ୀ ତୁ ପିନ୍ଧିଲୁ ଯଉ ଦିନ
ଚାଲୁଥିଲୁ ଟିକେଟିକେ ଝୁଣ୍ଟୁଥିଲୁ ଟିକେଟିକେ
ଦେଖିଲି ମୁଁ ତତେ ସେଇ ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ବସି ରାତି ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ରାତି ଦିନ ॥


ତୋ ଆଖିରେ ଆଖି ମିଶେଇ
          ଚାହିଁଲି ତତେ ହସି ହସି
ତୁ ଲାଜରେ ଲାଜେଇ ଗଲୁ
          ଝାଉଁଳି ଗଲୁ ବେଶି ବେଶି
ମୁହଁ ତୋର ଫେରେଇ ନେଲୁ
ଯେବେ ଦେଖିଲୁ ତୁ ପ୍ରଥମ ଥର
ଡରି ଡରି ପାଖକୁ ଯାଇ
ମୁଁ ପଚାରିଲି ନାଁ ଟି ତୋର
ଓ..ଓ..ଓ..ଓ..ଓ..
ଏହେ..ଓହୋ..
ହାଁ..ଷୋଳଟି ଶ୍ରାବଣ ଆସି ତତେ ଭିଜେଇଲା ପରେ
ଝରକା ଖୋଲିଲୁ ଯଉ ଦିନ
ମେଘ ହେଲା ଝିପି ଝିପି ଗଲି ପାଦ ଚିପି ଚିପି
ଚିଠି ଦେଲି ତତେ ସେଇ ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ବସି ରାତି ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ରାତି ଦିନ ॥୧॥


ତୁ ପାଗଳ କରିଚୁ ମତେ
          ମୋ ଛାତି ତଳେ ଲାଗେ ନିଆଁ
ମୁଁ ଦେଖୁଚି ସପନେ ତତେ
          ମୋ ଆଖି ଆଗେ ଖାଲି ଧୂଆଁ
ଆମଘରେ ଅଧ ରାତିରେ
ସବୁ ଲୋକ ଶୋଇଗଲା ପରେ
ତତେ ଭାବି ଲେଖେ କବିତା
ଫିକା ଫିକା ଜହ୍ନ ଆଲୁଅରେ
ଓ..ଓ..ଓ..ଓ..ଓ..
ଓହୋ..ଆହା..
ହେ..ରାତି ବେଶି ହେଇଗଲେ
ତାରା ମାନେ ଲୁଚିଗଲେ
ଋଷିଯାଏ ଯଉ ଦିନ ଜହ୍ନ
ସାରା ରାତି ବସି ବସି
ଭାବେ ମୁଁ ତୋ କଥା ବେଶି
ମନେ ପଡ଼େ ବେଶି ସେଇ ଦିନ
ଏ..ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ
ଶାଢ଼ୀ ତୁ ପିନ୍ଧିଲୁ ଯଉ ଦିନ
ଚାଲୁଥିଲୁ ଟିକେଟିକେ ଝୁଣ୍ଟୁଥିଲୁ ଟିକେଟିକେ
ଦେଖିଲି ମୁଁ ତତେ ସେଇ ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ବସି ରାତି ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ବସି ରାତି ଦିନ
ସେଇ ଦିନୁ ପାଗଳ ହେଇଚି ଏଇ ମନ
ଭାବୁଚି ମୁଁ ତୋ କଥା ରାତି ଦିନ ॥୨॥


YouTube ରେ ଷୋଳଟି ଫଗୁଣ ଆସି ତତେ ଛୁଇଁ ଗଲାପରେ



== English ==

Song : Sholati Phaguna Aasi Tate Chhuin Galapare
Language : Odia
Album : Tama katha mane pade
Singer : Subhashish Mahakud
Lyrics : Srikant Goutam
Music Director : Saroj Nanda
Year : 1995



Sholati phaguna asi tate chhuin galapare
Shadhi tu pindhilu jau dina
Chaluthilu tiketike jhuntuthilu tiketike
Dekhili mun tate sei dina
E..sholati phaguna asi tate chhuin galapare
Shadhi tu pindhilu jau dina
Chaluthilu tiketike jhuntuthilu tiketike
Dekhili mun tate sei dina
Sei dinu pagala heichi ei mana
Bhabuchi mun to katha basi rati dina 
Sei dinu pagala heichi ei mana
Bhabuchi mun to katha rati dina ॥


To akhire akhi mishei
          Chahinli tate hasi hasi
Tu lajare lajei galu
          Jhaunli galu beshi beshi
Muhan tora pherei nelu
Jebe dekhilu tu prathama thara
Dari dari pakhaku jai
Mun pacharili naan ti tora
O..o..o..o..o..
Ehe..oho..
Han..sholati shrabana asi tate bhijeila pare
Jharaka kholilu jau dina
Megha hela jhipi jhipi gali pada chipi chipi
Chithi deli tate sei dina
Sei dinu pagala heichi ei mana
Bhabuchi mun to katha basi rati dina 
Sei dinu pagala heichi ei mana
Bhabuchi mun to katha rati dina ॥1॥


Tu pagala karichu mate
          Mo chhati tale lage nian
Mun dekhuchi sapane tate
          Mo akhi age khali dhuan
Aamaghare adha ratire
Sabu loka shoigala pare
Tate bhabi lekhe kabita
Phika phika janha aluare
O..o..o..o..o..
Oho..aaha..
He..rati beshi heigale
Tara mane luchigale
Rusijae jau dina janha
Sara rati basi basi
Bhabe mun to katha beshi
Mane pade beshi sei dina
E..sholati phaguna asi tate chhuin galapare
Shadhi tu pindhilu jau dina
Chaluthilu tiketike jhuntuthilu tiketike
Dekhili mun tate sei dina
Sei dinu pagala heichi ei mana
Bhabuchi mun to katha basi rati dina 
Sei dinu pagala heichi ei mana
Bhabuchi mun to katha basi rati dina
Sei dinu pagala heichi ei mana
Bhabuchi mun to katha rati dina ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ