Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହସି ହସାଇବା ସକଳ ଜନେ (ଖସାଇ ରାତିର କଳା ପରଦାଟି) - Hasi Hasaiba Sakala Jane (Kasai Ratira Kala Paradati) Lyrics



== ଓଡ଼ିଆ ==

ଗୀତ : ହସି ହସାଇବା ସକଳ ଜନେ
ଭାଷା : ଓଡ଼ିଆ



ଖସାଇ ରାତିର କଳା ପରଦାଟି
            ହସି ହସି ରବି ଆସଇ ଉଇଁ
ସୁନେଲି ଆଲୁଏ ଭସାଇ ଦିଏ ସେ
            ବଣ ବିଲ ନଈ ପାହାଡ଼ ଭୂଇଁ ॥୧॥

ଜାତି ଜାତି ଫୁଲ ବାଡ଼ି ବଗିଚାରେ
            ହସଇ କଅଁଳ ପାଖୁଡ଼ା ମେଲି
ଚଉଦିଗ ଭରି ଆପଣା ମହକେ
            ଥିରି ଥିରି ଝୁଲେ ପବନେ ଖେଳି ॥୨॥

ଝର ଝର ଝରି ସରୁ ଝରଣାଟି
            ତର ତର ହୋଇ ଆଗକୁ ଧାଏଁ
ପଥର ଶେଯରେ ଗଡ଼ି ଗଡ଼ି ସେ ଯେ
            ତୀର-ତରୁଲତା ହସାଉଥାଏ ॥୩॥

ଝାଡ଼ି ଝାଡ଼ି ଡେଣା ଟିକି ଚଢ଼େଇଟି
            ଦୂର ଆକାଶକୁ ଯାଏରେ ଉଡ଼ି
ବୁଲି ବୁଲି ଯେବେ ବହୁଡ଼େ ନିଡ଼କୁ
            ତିଳେ ହେଲେ ପଥ ନ ଯାଏ ହୁଡ଼ି ॥୪॥

ସାନ ସାନ ଯେତେ ଭାଇ ଭଉଣୀଏ
            ମେଳ ହେବା ଆସ ହରଷ ମନେ
ନାଚି କୁଦି ଖେଳି ଗୀତ ଗାଇ ଗାଇ
            ହସି ହସାଇବା ସକଳ ଜନେ ॥୫॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Hasi hasaiba sakala jane this odia kabita which in class ?

    ReplyDelete
    Replies
    1. ଯେତେଦୂର ମନେ ଅଛି, ଦ୍ଵିତୀୟ ଶ୍ରେଣୀରେ ଥିଲା ।

      Delete
    2. Abhula smruti Mane padila search marili to aasigola gotie line mn thila chatosalire podhithili mu ebe46 thanks to Smaranika

      Delete
    3. ଆପଣଙ୍କ ଦୁଇପଦ କଥା ହିଁ ଆମ ପାଇଁ ପ୍ରେରଣା ର ଉତ୍ସ ! ଆମର ପ୍ରୟାସ ଏମିତି ଜାରି ରଖିବୁ । ଅଶେଷ ଧନ୍ୟବାଦ ! ।

      - ଦି ସ୍ମରଣିକା ଟିମ୍

      Delete
  2. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  3. ବହୁତ ସୁନ୍ଦର ପୁରୁଣା କବିତା
    ଅନେକ ଦିନରୁ ଖୋଜୁଥିଲି
    ଧନ୍ୟବାଦ

    ReplyDelete
    Replies
    1. ଜାଣି ଖୁସିହେଲୁ କି ଆପଣଙ୍କୁ ଭଲ ଲାଗିଲା । ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ !

      - "ଦି ସ୍ମରଣିକା" ଟିମ୍

      Delete
    2. 10 ବର୍ଷ ହେଲା ଖୋଜୁଥୀଲି''ଆଜି ମିଳିଲା'' ବହୁତ ଖୁସି ଲାଗିଲା ! ଧନ୍ୟବାଦ୍ !

      Delete
  4. ନମସ୍କାର🙏🙏,କବିତାର ଶିର୍ଷକ ବର୍ଷାଋତୁ,
    ( ଆସନ୍ତେ ବର୍ଷାକାଳ ନିଦାଘ ଶେଷେ
    ଘଟଇ ମେଘମାଳ ଅକାଢ ଦେଶେ )
    ଯଦି ସମ୍ଭବ ନିଶ୍ଚୟ କବିତା ସଙ୍କଳନ ରେ ପ୍ରକାଶ କରିବେ ।🙏🙏🙏

    ReplyDelete
    Replies
    1. ହଁ ନିଶ୍ଚୟ ଭକ୍ତକବି ମଧୁସୂଦନ ରାଓ ଙ୍କ ସେଇ କବିତାଟିକୁ ପ୍ରକାଶ କରିବୁ ଓ ଏଇଠି ଜଣାଇବୁ ।

      ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆପଣ ଯଦି କିଛି ପୁରୁଣା ଦସ୍ତାବିଜ ପାଇବେ ମୋବାଇଲରେ ଫଟୋ ଉଠେଇ "ଦି ସ୍ମରଣିକା" ଠାକୁ ପଠାଇବାକୁ ଅନୁରୋଧ । ଆମ ଇମେଲ: carethesmaranika@gmail.com

      - "ଦି ସ୍ମରଣିକା" ଟିମ୍

      Delete
  5. ବହୁତ ସୁନ୍ଦର। ମୋ ପଢା ସମୟରେ ଏହି କବିତା ଟି ଦ୍ୱିତୀୟ ଶ୍ରେଣୀ ବହି ରେ ଥିଲା

    ReplyDelete
    Replies
    1. ହଁ ଠିକ୍ ମନେଅଛି ଆପଣଙ୍କର | ଧନ୍ୟବାଦ |

      - ଦି ସ୍ମରଣିକା ଟିମ୍

      Delete
  6. ବହୁତ ଦିନ ହେଲା ଖୋଜୁ ଥିଲି |
    ଧନ୍ୟବାଦ ଆପଣଙ୍କୁ, ଏଇଠି ପାଇଲି |

    ReplyDelete
    Replies
    1. ଯଦି ପାଠକମାନେ ଖୁସି ହୁଅନ୍ତି, ଆମେ ଖୁସି ହୋଇଥାଉ | ଆପଣଙ୍କ ମନ୍ତବ୍ୟ ଦେଖି ଆମେ ଆନନ୍ଦିତ ହେଲୁ |

      - ଦି ସ୍ମରଣିକା ଟିମ୍

      Delete
  7. ଦ୍ଵିତୀୟ ଶ୍ରେଣୀର କବିତା । ଆମ ଛୋଟ ଛୋଟ ପିଲାଙ୍କୁ ଏ କବିତା ଟି ଏତେ ଭଲ ଲାଗୁଥିଲା ଯେ ଶ୍ରେଣୀର ସବୁ ପିଲା ଏ କବିତା ଟିକୁ ପ୍ରଥମ ଦିନ ହିଁ ଘୋଷିକି ମନେରଖିଦେଇ ଥିଲେ ।

    ReplyDelete
    Replies
    1. ହଁ ସତ କଥା । ଛୋଟ ପିଲାଙ୍କର ଏଇ ଗୀତଟି ଅତି ପ୍ରିୟ । ମାତାମତ ପାଇଁ ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  8. ଦ୍ଵିତୀୟ ଶ୍ରେଣୀରେ ଯେବେ ପଢ଼ୁଥିଲୁ, ଏଗୀତଟି ଥିଲା, ଯାହା ହେଉ ପିଲାଦିନର ହଜିଲା ଅତୀତକୁ ପାଠକ ମହଲରେ ପୂର୍ଣ୍ଣ ଉପସ୍ଥାପନା କରିଥିବାରୁ ଅପଣଂକୁ ଅଶେଷ ଧନ୍ୟବାଦ, ବହୁତ ଖୁସି ଲାଗିଲା l.

    ReplyDelete
    Replies
    1. ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  9. ଅଶେଷ ଧନ୍ୟବାଦ୍ ଆପଣଙ୍କୁ ସ୍ମରଣିକା ଗ୍ରୁପ। ସେ ପୁରୁଣା ଦିନ ସବୁ ମନେପଡ଼ିଗଲା। ଅଭୁଲା ସେ ଦିନ ଓ ସ୍ମୃତି ସବୁ।

    ReplyDelete
  10. Dhanyadad apanku mo maa e kabita ku bahut khoju thile bahut search internet kala pare ethare e kabita milila e kabita saha tankara chuabela ra srmuti jodi hei achi bahut bahut dhanyabad

    ReplyDelete
  11. ଗୀତିକାର ଙ୍କ ନାମ ଟି ଜାଣିବାକୁ ଚାହୁଁଛି 🙏

    ReplyDelete
    Replies
    1. ପ୍ରଶ୍ନ ପାଇଁ ଅଶେଷ ଧନ୍ୟବାଦ ।

      ଗିତୀକାରଙ୍କ ନାମ ବହିରେ ନଥିଲା, ସେଥିପାଇଁ ଦେଇପାରିନାହୁଁ ।

      - ଦି ସ୍ମରଣିକା ଟିମ୍

      Delete
  12. ଗୀତିକାର ଙ୍କ ନାମ ଜାଣିବାକୁ ଚାହୁଁଛି 🙏

    ReplyDelete
  13. ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ

    ReplyDelete
    Replies
    1. ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ମାତୃଭୂମି ମାତୃ-ଭାଷାରେ ମମତା ଯା ହୃଦେ ଜନମି ନାହିଁ - Matrubhumi Matru-Bhasare Mamata Jaa Hrude Janami Nahin Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୁ ପରା ବୋଲାଉ ଉତ୍କଳ ସନ୍ତାନ - Tu Para Bolau Utkala Santana Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on hasi hasaiba sakala jane lyrics odia: “ଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ ”

Anonymous commented on shrita kamla kucha mandala mangala geetam shri jayadev krita gita govinda lyrics odia sanskrit english: “ମୁଁ ଆସିଛି ଦେଖୀ ମୋ କଳା ବଦନ କୁ ଭଜନ ଦରକାର୍ ”

The Smaranika commented on bana o bani dekhila kuna lyrics odia: “ଏମିତି ବହୁ କବିତା ଅଛି ଜାହାର ରଚୟିତାଙ୍କ ନାମ ବହିରେ ନାହିଁ । ସେଥିପାଇଁ ଆମେ କବି / ଲେଖକଙ୍କ ନାମ ଦେଇପାରିନାହୁଁ ସେଇ ସବୁ ଲେଖା ଗୁଡ଼ିକରେ ।…”

Anonymous commented on bana o bani dekhila kuna lyrics odia: “କବି ପରିଚୟ ଦିଅନ୍ତୁ ବଣ ଓ ବଣିର ”

The Smaranika commented on nida mausi de anushi lyrics: “Thank you so much for your kind words. We are happy to know that you have found your favourite song here.- The Smaranika…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ