ହସି ହସାଇବା ସକଳ ଜନେ (ଖସାଇ ରାତିର କଳା ପରଦାଟି) - Hasi Hasaiba Sakala Jane (Kasai Ratira Kala Paradati) Lyrics
== ଓଡ଼ିଆ ==
ଗୀତ : ହସି ହସାଇବା ସକଳ ଜନେ
ଭାଷା : ଓଡ଼ିଆ
ଖସାଇ ରାତିର କଳା ପରଦାଟି
ହସି ହସି ରବି ଆସଇ ଉଇଁ
ସୁନେଲି ଆଲୁଏ ଭସାଇ ଦିଏ ସେ
ବଣ ବିଲ ନଈ ପାହାଡ଼ ଭୂଇଁ ॥୧॥
ଜାତି ଜାତି ଫୁଲ ବାଡ଼ି ବଗିଚାରେ
ହସଇ କଅଁଳ ପାଖୁଡ଼ା ମେଲି
ଚଉଦିଗ ଭରି ଆପଣା ମହକେ
ଥିରି ଥିରି ଝୁଲେ ପବନେ ଖେଳି ॥୨॥
ଝର ଝର ଝରି ସରୁ ଝରଣାଟି
ତର ତର ହୋଇ ଆଗକୁ ଧାଏଁ
ପଥର ଶେଯରେ ଗଡ଼ି ଗଡ଼ି ସେ ଯେ
ତୀର-ତରୁଲତା ହସାଉଥାଏ ॥୩॥
ଝାଡ଼ି ଝାଡ଼ି ଡେଣା ଟିକି ଚଢ଼େଇଟି
ଦୂର ଆକାଶକୁ ଯାଏରେ ଉଡ଼ି
ବୁଲି ବୁଲି ଯେବେ ବହୁଡ଼େ ନିଡ଼କୁ
ତିଳେ ହେଲେ ପଥ ନ ଯାଏ ହୁଡ଼ି ॥୪॥
ସାନ ସାନ ଯେତେ ଭାଇ ଭଉଣୀଏ
ମେଳ ହେବା ଆସ ହରଷ ମନେ
ନାଚି କୁଦି ଖେଳି ଗୀତ ଗାଇ ଗାଇ
ହସି ହସାଇବା ସକଳ ଜନେ ॥୫॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Hasi hasaiba sakala jane this odia kabita which in class ?
ReplyDeleteଯେତେଦୂର ମନେ ଅଛି, ଦ୍ଵିତୀୟ ଶ୍ରେଣୀରେ ଥିଲା ।
DeleteAbhula smruti Mane padila search marili to aasigola gotie line mn thila chatosalire podhithili mu ebe46 thanks to Smaranika
Deleteଆପଣଙ୍କ ଦୁଇପଦ କଥା ହିଁ ଆମ ପାଇଁ ପ୍ରେରଣା ର ଉତ୍ସ ! ଆମର ପ୍ରୟାସ ଏମିତି ଜାରି ରଖିବୁ । ଅଶେଷ ଧନ୍ୟବାଦ ! ।
Delete- ଦି ସ୍ମରଣିକା ଟିମ୍
2 line mora mane thila..search marili asigala...puruna smruti
Deleteମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ | ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ |
Delete- "ଦି ସ୍ମରଣିକା" ଟିମ୍
Thank you
ReplyDeleteମତାମତ ପାଇଁ ଅଶେଷ ଧନ୍ୟବାଦ ।
Delete- ଦି ସ୍ମରଣିକା ଟିମ୍
ବହୁତ ସୁନ୍ଦର ପୁରୁଣା କବିତା
ReplyDeleteଅନେକ ଦିନରୁ ଖୋଜୁଥିଲି
ଧନ୍ୟବାଦ
ଜାଣି ଖୁସିହେଲୁ କି ଆପଣଙ୍କୁ ଭଲ ଲାଗିଲା । ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ !
Delete- "ଦି ସ୍ମରଣିକା" ଟିମ୍
10 ବର୍ଷ ହେଲା ଖୋଜୁଥୀଲି''ଆଜି ମିଳିଲା'' ବହୁତ ଖୁସି ଲାଗିଲା ! ଧନ୍ୟବାଦ୍ !
Deleteନମସ୍କାର🙏🙏,କବିତାର ଶିର୍ଷକ ବର୍ଷାଋତୁ,
ReplyDelete( ଆସନ୍ତେ ବର୍ଷାକାଳ ନିଦାଘ ଶେଷେ
ଘଟଇ ମେଘମାଳ ଅକାଢ ଦେଶେ )
ଯଦି ସମ୍ଭବ ନିଶ୍ଚୟ କବିତା ସଙ୍କଳନ ରେ ପ୍ରକାଶ କରିବେ ।🙏🙏🙏
ହଁ ନିଶ୍ଚୟ ଭକ୍ତକବି ମଧୁସୂଦନ ରାଓ ଙ୍କ ସେଇ କବିତାଟିକୁ ପ୍ରକାଶ କରିବୁ ଓ ଏଇଠି ଜଣାଇବୁ ।
Deleteଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆପଣ ଯଦି କିଛି ପୁରୁଣା ଦସ୍ତାବିଜ ପାଇବେ ମୋବାଇଲରେ ଫଟୋ ଉଠେଇ "ଦି ସ୍ମରଣିକା" ଠାକୁ ପଠାଇବାକୁ ଅନୁରୋଧ । ଆମ ଇମେଲ: carethesmaranika@gmail.com
- "ଦି ସ୍ମରଣିକା" ଟିମ୍
ବହୁତ ସୁନ୍ଦର। ମୋ ପଢା ସମୟରେ ଏହି କବିତା ଟି ଦ୍ୱିତୀୟ ଶ୍ରେଣୀ ବହି ରେ ଥିଲା
ReplyDeleteହଁ ଠିକ୍ ମନେଅଛି ଆପଣଙ୍କର | ଧନ୍ୟବାଦ |
Delete- ଦି ସ୍ମରଣିକା ଟିମ୍
ହସି ହସାଇବା ଜଗତ ଜନେ ର ରଚୟିତା କିଏ ଟିକେ ଜଣାନ୍ତୁ ।
ReplyDeleteବହୁତ ଦିନ ହେଲା ଖୋଜୁ ଥିଲି |
ReplyDeleteଧନ୍ୟବାଦ ଆପଣଙ୍କୁ, ଏଇଠି ପାଇଲି |
ଯଦି ପାଠକମାନେ ଖୁସି ହୁଅନ୍ତି, ଆମେ ଖୁସି ହୋଇଥାଉ | ଆପଣଙ୍କ ମନ୍ତବ୍ୟ ଦେଖି ଆମେ ଆନନ୍ଦିତ ହେଲୁ |
Delete- ଦି ସ୍ମରଣିକା ଟିମ୍
ଦ୍ଵିତୀୟ ଶ୍ରେଣୀର କବିତା । ଆମ ଛୋଟ ଛୋଟ ପିଲାଙ୍କୁ ଏ କବିତା ଟି ଏତେ ଭଲ ଲାଗୁଥିଲା ଯେ ଶ୍ରେଣୀର ସବୁ ପିଲା ଏ କବିତା ଟିକୁ ପ୍ରଥମ ଦିନ ହିଁ ଘୋଷିକି ମନେରଖିଦେଇ ଥିଲେ ।
ReplyDeleteହଁ ସତ କଥା । ଛୋଟ ପିଲାଙ୍କର ଏଇ ଗୀତଟି ଅତି ପ୍ରିୟ । ମାତାମତ ପାଇଁ ଅଶେଷ ଧନ୍ୟବାଦ ।
Delete- ଦି ସ୍ମରଣିକା ଟିମ୍
ଦ୍ଵିତୀୟ ଶ୍ରେଣୀରେ ଯେବେ ପଢ଼ୁଥିଲୁ, ଏଗୀତଟି ଥିଲା, ଯାହା ହେଉ ପିଲାଦିନର ହଜିଲା ଅତୀତକୁ ପାଠକ ମହଲରେ ପୂର୍ଣ୍ଣ ଉପସ୍ଥାପନା କରିଥିବାରୁ ଅପଣଂକୁ ଅଶେଷ ଧନ୍ୟବାଦ, ବହୁତ ଖୁସି ଲାଗିଲା l.
ReplyDeleteଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।
Delete- ଦି ସ୍ମରଣିକା ଟିମ୍
ଅଶେଷ ଧନ୍ୟବାଦ୍ ଆପଣଙ୍କୁ ସ୍ମରଣିକା ଗ୍ରୁପ। ସେ ପୁରୁଣା ଦିନ ସବୁ ମନେପଡ଼ିଗଲା। ଅଭୁଲା ସେ ଦିନ ଓ ସ୍ମୃତି ସବୁ।
ReplyDeleteସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।
Delete- "ଦି ସ୍ମରଣିକା" ଟିମ୍
Dhanyadad apanku mo maa e kabita ku bahut khoju thile bahut search internet kala pare ethare e kabita milila e kabita saha tankara chuabela ra srmuti jodi hei achi bahut bahut dhanyabad
ReplyDeleteପାଠକଙ୍କ ଖୁସିରେ ଆମେ ଖୁସି । ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।
Delete- "ଦି ସ୍ମରଣିକା" ଟିମ୍
ଗୀତିକାର ଙ୍କ ନାମ ଟି ଜାଣିବାକୁ ଚାହୁଁଛି 🙏
ReplyDeleteପ୍ରଶ୍ନ ପାଇଁ ଅଶେଷ ଧନ୍ୟବାଦ ।
Deleteଗିତୀକାରଙ୍କ ନାମ ବହିରେ ନଥିଲା, ସେଥିପାଇଁ ଦେଇପାରିନାହୁଁ ।
- ଦି ସ୍ମରଣିକା ଟିମ୍
ଗୀତିକାର ଙ୍କ ନାମ ଜାଣିବାକୁ ଚାହୁଁଛି 🙏
ReplyDeleteଅତି ସୁନ୍ଦର ଧ୍ଵନ୍ୟାତ୍ମକ କବିତା; ଆଜିର ପାଠ୍ୟପୁସ୍ତକରେ ସେ ସବୁର ଆଦର କାହିଁ
ReplyDeleteଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।
Delete- ଦି ସ୍ମରଣିକା ଟିମ୍