Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ - Lo Chanda Muhin Jauchi Daru Khoji Muhin Lyrics

== ଓଡ଼ିଆ ==

ଗୀତ : ଲୋ ଚାନ୍ଦ ମୁହିଁ 
ଭାଷା : ଓଡ଼ିଆ
କଣ୍ଠ : ଦୁଖିଶ୍ୟାମ ତ୍ରିପାଠୀ
ଗୀତିକାର : ପ୍ରଫୁଲ୍ଲ କର



ବିଶ୍ଵାବସୁ କୁଳେ ଜନମ ମୋହର... 
ବୋଲାଏ ଦଇତାପତି... ଇ... ଇ... ଇ...
ମହାପ୍ରଭୁ ମୋର ଛାଡ଼ିବେ ଶରୀର
ଫାଟି ଯାଉଅଛି ଛାତି ଚାନ୍ଦ ମୁହିଁ ଲୋ

ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ
ଲୋ ଚାନ୍ଦ ମୁହିଁ  ଯାଉଚି ଦାରୁ ଖୋଜି ମୁହିଁ
ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ
ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ
ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥


ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ
ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ
ଆଜ୍ଞାମାଳ ପାଇଲେ ମୁଁ ଯିବି ତୁରିତେ
ଅଧିଆ ପଡ଼ିବି ଯାଇ ମଙ୍ଗଳା ପୀଠେ
ସପନେଇବେ ସତେ ମା ମଙ୍ଗଳା ମୋତେ
ସେ ମହାମେରୁ ଦାରୁ ଠାବ କରିବୁ ପଦେ
ଶ୍ରୀକ୍ଷେତ୍ରେ ଫେରିବି ମୁଁ ବ୍ରହ୍ମ ଦାରୁ ସହିତେ
ବସିଥିବୁ ଫେରିବା ବାଟ ମୋର ଚାହିଁ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୧॥


କାହିଁକି ଲୋ ବସିଅଛୁ ମନକୁ ମାରି
ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି
କାହିଁକି ଲୋ ବସିଅଛୁ ମନକୁ ମାରି
ମହାପ୍ରଭୁ କାହିଁ ଯିବେ ଆମକୁ ଛାଡ଼ି
ଏ ମର୍ତ୍ତ୍ୟ ମଣ୍ଡଳରେ ଦେହ ଯିଏ ଧରଇ
ଦେବତା ହୋଇ ପୁଣି ସେ ଅବଶ୍ୟ ମରଇ
ସେ କେବେ ମରି ପାରେ ଅଖଣ୍ଡ ବ୍ରହ୍ମ ସେହି
ଘଟ ଛାଡ଼ି ପଶିବ ନୂଆ ଘଟେ ଯାଇ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୨॥


କେଡ଼େ ଭାଗ୍ୟ ଆମ ସତେ ଧନ୍ୟ ଜୀବନ
ଜଗନ୍ନାଥ କୁଳଗୋତ୍ରେ ନେଲୁ ଜନମ
କେଡ଼େ ଭାଗ୍ୟ ଆମ ସତେ ଧନ୍ୟ ଜୀବନ
ଜଗନ୍ନାଥ କୁଳଗୋତ୍ରେ ନେଲୁ ଜନମ
ମହାପ୍ରଭୁ ଆମର ଆମେ ସେ ପ୍ରଭୁଙ୍କର
ଜୀବ ପରମ ଭେଟ ଏ ବାକ୍ୟ ନିଶ୍ଚେ ସାର
ଏ ଜନ୍ମ ସରି ଯାଉ ସେବି ତାଙ୍କ ପୟର
ଦିବାନିଶି ଏତିକି ମାଗୁଥିବୁ ଧ୍ୟାୟୀ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ ॥୩॥

ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ
ଦାରୁ ନ ପାଇଲେ ପ୍ରାଣ ଝାସିବି ସମୁଦ୍ରେ ଯାଇ
ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ
ଲୋ ଚାନ୍ଦ ମୁହିଁ ଯାଉଚି ଦାରୁ ଖୋଜି ମୁହିଁ...॥


YouTube ରେ ଲୋ ଚାନ୍ଦ ମୁହିଁ



== English ==

Song : Lo Chanda Muhin
Language : Odia
Singer : Dukhishyam Tripathy
Lyricist : Praphulla Kara



Biswabasu kule janama mohara…
Bolae daitapati… i… i.... i…
Mahaprabhu mora chhadibe sharira
Phati jauachhi chhati chanda muhin lo

Lo Chanda muhin jauchi daru khoji muhin
Lo Chanda muhin jauchi daru khoji muhin
Daru na paile prana jhasibi samudre jai
Daru na paile prana jhasibi samudre jai
Chanda muhin jauchi daru khoji muhin
Lo Chanda muhin jauchi daru khoji muhin ॥


Aagyamala paile mun jibi turite
Adhiaa padibi jai Mangala pithe
Aagyamala paile mun jibi turite
Adhiaa padibi jai Mangala pithe
Sapaneibe sate Maa Mangala mote
Se mahameru daru thaba karibu pade
Srikhetre pheribi mun brahm daru sahite
Basithibu pheriba bata mora chahin
Lo chanda muhin jauchi daru khoji muhin
Lo chanda muhin jauchi daru khoji muhin ॥1॥


Kahin ki lo basiachhu manaku mari
Mahaprabhu kahin jibe aamaku chhadi
Kahin ki lo basiachhu manaku mari
Mahaprabhu kahin jibe aamaku chhadi
E marttya mandalare deha jie dharai
Debata hoi puni se abashya marai
Se kebe mari pare akhanda brahm sehi
Ghata chhadi pashiba nuaa ghate jai
Lo chanda muhin jauchi daru khoji muhin
Lo chanda muhin jauchi daru khoji muhin ॥2॥


Kede bhagya aama sate dhanya jibana
Jagannatha kulagotre nelu janama
Kede bhagya aama sate dhanya jibana
Jagannatha kulagotre nelu janama
Mahaprabhu aamara aame se prabhunkara
Jiba parama bheta e bakya nische sara
E janma sari jau sebi tanka payara
Dibanishi etiki maguthibu dhyayee
Lo chanda muhin jauchi daru khoji muhin
Lo chanda muhin jauchi daru khoji muhin ॥3॥

Daru na paile prana jhasibi samudre jai
Daru na paile prana jhasibi samudre jai
Chanda muhin jauchi daru khoji muhin
Lo chanda muhin jauchi daru khoji muhin...॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ | ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ |

      - "ଦି ସ୍ମରଣିକା" ଟିମ୍

      Delete
  2. Mu jaha khojuthili mate miligala apana nka madhyam re. Apananku asesh asesh dhanyabad. Jai Jagannath 🙏

    ReplyDelete
    Replies
    1. ସୁଜିତ ବାବୁ,

      ବାଞ୍ଛିତ ଲେଖା ପାଇପାରିଥିବାରୁ ଆମେ ଖୁସି । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete
  3. ବିକାଶ ବିଶ୍ଵାଳNovember 25, 2024 at 8:50 AM

    ଜଗନ୍ନାଥ ଅଷ୍ଟକମ୍ ଏବଂ ଗୀତ ଗୋବିନ୍ଦ ଓଡ଼ିଆ ରେ ପୋର୍ଟ କରନ୍ତୁ । ଜୟ ଜଗନ୍ନାଥ 🙏

    ReplyDelete
    Replies
    1. ବିକାଶ ବାବୁ,

      ଜଗନ୍ନାଥ ଅଷ୍ଟକମ୍ : https://thesmaranika.blogspot.com/2012/03/jagannathastakam.html

      ଶ୍ରିତ କମଲା କୁଚ ମଣ୍ଡଲ, ଗୀତ ଗୋବିନ୍ଦ : https://thesmaranika.blogspot.com/2021/03/shrita-kamla-kucha-mandala-mangala-geetam-shri-jayadev-krita-gita-govinda-lyrics-odia-sanskrit-english.html

      ଗୀତ ଗୋବିନ୍ଦର ବାକି ଗୀତ ସବୁ ପରେ ପବ୍ଲିଶ୍ କରିବୁ ।

      - "ଦି ସ୍ମରଣିକା" ଟିମ୍

      Delete
  4. Jay Jagannath Swami Nayan patha gami bhaba tume

    ReplyDelete
    Replies
    1. ଜୟ ଜଗନ୍ନାଥ!

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

The Smaranika commented on utha kankala chhidu shrun lyrics odia: “Here it is:https://thesmaranika.blogspot.com/2019/11/vande-utkala-janani-v2-lyrics-odia.html”

Anonymous commented on utha kankala chhidu shrun lyrics odia: “Bande utkal janani”

The Smaranika commented on hasi hasaiba sakala jane lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ