Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

Have you seen our new site? ⇨ Smaranika.in

ହସ କଥା: ପୂର୍ଣ୍ଣଛେଦର ଆତଙ୍କ - Humour: Purnachheda ra Aatanka!



ଗାଁରେ ରହୁଥିବା ସ୍ତ୍ରୀଟି ସହରରେ ରହୁଥିବା ନିଜ ସ୍ଵାମୀକୁ ଚିଠି ଲେଖିବାକୁ ଇଛା କରୁଥାଏ କିନ୍ତୁ କଣ ହବ ଅଳ୍ପ ପାଠୁଆ କାରଣରୁ ଡରୁଥାଏ । ପ୍ରକୃତରେ ତାକୁ ଜଣା ନଥିଲା ଲେଖାରେ ପୂର୍ଣ୍ଣଛେଦ କେଉଁଠି ଲାଗିବ ।  ବହୁଦିନ ସ୍ୱାମୀଙ୍କ ଠାରୁ ଦୂରରେ ରହିବାରୁ ବାଧ୍ୟରେ ଚିଠି ଖଣ୍ଡେ ଲେଖିଲା । ପୂର୍ଣ୍ଣଛେଦ ନ ଲଗେଇଲେ କାଳେ ଚିଠି ଭୁଲ ହେଇଯିବ, ତେଣୁ ଲେଖା ମଝିରେ ମଝିରେ ଗୋଟେ ଗୋଟେ ପୂର୍ଣ୍ଣଛେଦ ଲଗେଇବାକୁ ନିଷ୍ପତ୍ତି ନେଲା ।

ଚିଠିଟି ଏମିତି ଥିଲା. ଦେଖନ୍ତୁ ପୂର୍ଣ୍ଣଛେଦର ଆତଙ୍କ: 😂



ମୋ ପ୍ରିୟ ଜୀବନ ସାଥି ମୋର ପ୍ରଣାମ ଆପଣଙ୍କ ଚରଣରେ ।

ଏବେ ସୁଦ୍ଧା ଚିଠି ଲେଖିନାହଁ କାହିଁକି ମୋ ଭାଇ । ଚାକିରୀ କଲାଣି ଆମ ଗାଈ । ବାଛୁରୀ ଜନମ କରିଛି ବୁଢ଼ା ବାଆ । ନିତି ମଦ ପିଇ ଦାଣ୍ଡରେ ଗଡ଼ୁଛି ମୁଁ । ତୁମକୁ ବହୁତ ଚିଠି ଲେଖିଲିଣି କିନ୍ତୁ ଆସିଲ ନାହିଁ କାହିଁକି କୁକୁର । ମେଣ୍ଢା ଛୁଆ ଖାଇଗଲା ଦି ମାସର ଖାଇବା ଜିନିଷ । ଛୁଟିରେ ଆସିଲେ ଆଣିକି ଆସିବ ଗୋଟେ ସୁନ୍ଦରୀ ଝିଅ । ମୋତେ ସାଙ୍ଗ ମିଳିଯାଇଛି । ଆଉ ଏବେ ଟିଭିରେ ଗୀତ ଗାଉଛି ଆମ ଛେଳି । ବିକା ହୋଇଯାଇଛି ତମର ମା । ତମକୁ ବହୁତ ମନେପକାଉଛନ୍ତି ସବିତା ଭାଉଜ । ଆମକୁ ବହୁତ ହଇରାଣ କରୁଛନ୍ତି ।



ଏଇ ଚିଠିଟି ପଢ଼ିଲା ପରେ ସହରରେ ଭାଇନାଙ୍କ ହାଇ ବିପି । 😂


ହଉ, ଏବେ ଚାଲନ୍ତୁ ଠିକ ଭାବେ ପୂର୍ଣଛେଦ ଆଉ ପ୍ରଶ୍ନ ଚିହ୍ନ ଦେଇ ଦେଖିବା ଲେଖାଟି କେତେ ଶ୍ରୁତି ମଧୁର ହଉଛି ।


ମୋ ପ୍ରିୟ ଜୀବନ ସାଥି ମୋର ପ୍ରଣାମ ଆପଣଙ୍କ ଚରଣରେ ।

ଏବେ ସୁଦ୍ଧା ଚିଠି ଲେଖିନାହଁ କାହିଁକି? ମୋ ଭାଇ ଚାକିରୀ କଲାଣି । ଆମ ଗାଈ ବାଛୁରୀ ଜନମ କରିଛି । ବୁଢ଼ା ବାଆ ନିତି ମଦ ପିଇ ଦାଣ୍ଡରେ ଗଡ଼ୁଛି । ମୁଁ ତୁମକୁ ବହୁତ ଚିଠି ଲେଖିଲିଣି କିନ୍ତୁ ଆସିଲ ନାହିଁ କାହିଁକି? କୁକୁର ମେଣ୍ଢା ଛୁଆ ଖାଇଗଲା । ଦି ମାସର ଖାଇବା ଜିନିଷ ଛୁଟିରେ ଆସିଲେ ଆଣିକି ଆସିବ । ଗୋଟେ ସୁନ୍ଦରୀ ଝିଅ ମୋତେ ସାଙ୍ଗ ମିଳିଯାଇଛି, ଆଉ ଏବେ ଟିଭିରେ ଗୀତ ଗାଉଛି । ଆମ ଛେଳି ବିକା ହୋଇଯାଇଛି । ତମର ମା ତମକୁ ବହୁତ ମନେପକାଉଛନ୍ତି । ସବିତା ଭାଉଜ ଆମକୁ ବହୁତ ହଇରାଣ କରୁଛନ୍ତି ।



ବି.ଦ୍ର. ମୂଳ ଲେଖାଟି WhatsApp ଜରିଆରେ ଆସିଥିଲା । ଯିଏ ଏତେ ସୁନ୍ଦର ଲେଖାଟିକୁ ଲେଖିଛନ୍ତି, "ଦି ସ୍ମରଣିକା" ତାଙ୍କୁ ଧନ୍ୟବାଦ ଜଣାଉଛି ।


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ବହୁତ ଭଲ ହେଇଛି

    ReplyDelete
    Replies
    1. ଆପଣଙ୍କ ମତାମତ ଆମକୁ ସର୍ବଦା ପ୍ରେରଣା ଯୋଗଉଥିବ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ