କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର - Ki Sunadra Aaha Ki Anandamaya Ehi Bishala sansara Lyrics
ଗୀତ : କି ସୁନ୍ଦର ଆହା କି ଆନନ୍ଦମୟ
ଭାଷା : ଓଡ଼ିଆ
ଚଳଚିତ୍ର : ଗୌରୀ
କଣ୍ଠ : ବାଣୀ ଜୟରାମ, ଚିତ୍ତ ଜେନା
ଗୀତିକାର : ଭକ୍ତକବି ମଧୁସୂଦନ ରାଓ
ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର
ମସିହା : ୧୯୭୯
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର ॥
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ତୁମରି କୁସୁମ ପ୍ରତି ପ୍ରଭାତରେ
ହସଇ ଆନନ୍ଦେ ଭାଷି
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର ॥୧॥
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ
ଯାଉ ମୋ ଦିନ ମହୀରେ
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର ॥୨॥
YouTube ରେ କି ସୁନ୍ଦର ଆହା କି ଆନନ୍ଦମୟ
ନମିତା ଅଗ୍ରୱାଲ ଙ୍କ କଣ୍ଠରେ ଏହି ଗୀତଟି ଦେଖନ୍ତୁ YouTube ରେ
== English ==
Song : Ki Sunadra Aaha Ki Anandamaya
Language : Odia
Movie : Gauri
Singer : Vani Jairam, Chitta Jena
Lyricist : Bhaktakabi Madhusudan Rao
Music Director : Praphulla Kara
Year : 1979
Ki sundara aha ki anandamaya
Ehi bishala sansara
Dhanya mahaprabhu mahima tumbhara
Ate ananta apara
Ate ananta apara ॥
Surjya chandra tara tumbhari aajnyare
Barashanti jyoti rashi
Surjya chandra tara tumbhari aajnyare
Barashanti jyoti rashi
Tumari kusuma prati prabhatare
Hasai aanande bhashi
Dhanya mahaprabhu mahima tumbhara
Ate ananta apara
Ate ananta apara ॥1॥
Dia bhakti prabhu hrudaye mohara
Biraja nitya tahinre
Dia bhakti prabhu hrudaye mohara
Biraja nitya tahinre
Satya pathe rahi tumbhari aashrare
Jau mo dina mahire
Dhanya mahaprabhu mahima tumbhara
Ate ananta apara
Ki sundara aha ki anandamaya
Ehi bishala sansara
Dhanya mahaprabhu mahima tumbhara
Ate ananta apara
Ate ananta apara
Ate ananta apara
Ate ananta apara ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ.
Very nice
ReplyDeleteଆନ୍ତରିକ ଧନ୍ୟବାଦ ଜଣାଉଛୁ ଆପଣଙ୍କ ମତାମତ ପାଇଁ
Delete