Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଛୋଟ ମୋର ଗାଆଁଟି - Chhota mora gaanti Lyrics

ଗୀତ: ଛୋଟ ମୋର ଗାଆଁଟି
ଗୀତିକାର: ସଚ୍ଚିଦାନନ୍ଦ ରାଉତରାୟ

== ଓଡ଼ିଆ ==

ଛୋଟ ମୋର ଗାଆଁଟି
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାର ନାଆଁଟି,
ଛୋଟ ମୋର ଗାଆଁଟି ॥

ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠିଘର
ଜଳିବ ପୁଣି ସେଇଠି ଶେଷେ,
ମୋହର ଚିତା ନିଆଁଟି
ଛୋଟ ମୋର ଗାଆଁଟି ॥୧॥

ଜନମି ତାର ଏନ୍ତୁଡ଼ି ଶାଳେ,
ବୁଲିଛି କେତେ ତା' ତୋଟାମାଳେ
ପାଞ୍ଚଟି ମୋର ପଞ୍ଜରା କାଠି,
(ଶେଷେ) ସେଇଟି ହେବ ଡାହାଟି
ଛୋଟ ମୋର ଗାଆଁଟି ॥୨॥

ତାହାରି ଜଳ ରକତ ହୋଇ,
ଶିରାରେ ବହେ ଯେସନ ନଈ
ନିଃଶ୍ୱାସେ ମୋର ତାହାରି ବାୟୁ,
ଚଳାଏ ପ୍ରାଣ ନାହାଟି
ଛୋଟ ମୋର ଗାଆଁଟି ॥୩॥

ତାହାରି ଫୁଲ ଶାଗୁଆ ଲତା,
କଣ୍ଠେ ମୋର ଦେଲା ଯେ କଥା
ଆଖିରେ ଦେଲା ଚାହାଣି ନୂଆ,
(ତା'ର) ଫଗୁଣ ଉଷା ପାହାନ୍ତି
ଛୋଟ ମୋର ଗାଆଁଟି ॥୪॥

ଝରଣା ତାର କଲା ଯେ କବି,
ନୟନେ ଦେଲା ରୂପର ଛବି
ବୁହାଇ ଦେଲା ସପନ ଢେଉ,
ପଥର ବୁକେ ନିହାତି
ଛୋଟ ମୋର ଗାଆଁଟି ॥୫॥             

ତାହାରି ଲଟା, ତାହାରି ବଣ,
ତା' ଗାଈଗୋଠ ମୁରଲୀ-ସ୍ଵନ 
ଫସଲକଟା ମଧୁର ଗାନ,
ସକଳ ମୋର ସାହାଟି
ଛୋଟ ମୋର ଗାଆଁଟି ॥୬॥ 

ଆଲୁଅ ତା'ର କି ମନୋହର,
ଅନ୍ଧକାର ତା'ଠାରୁ ଭଲ
ଜୀବନପଥେ ସକଳ ତା'ର,
ଫିଟାଏ ନୂଆ ରାହାଟି
ଛୋଟ ମୋର ଗାଆଁଟି ॥୭॥ 

ଦୁନିଆଁ କଣେ ଚାଖଣ୍ଡେ ଥାନ,
ଅତି ସେ ଛୋଟ ନିହାତି ସାନ
ତଥାପି ଭାଳେ ଛବିଟି ଦୂରୁ,
ଥରେ ମୁଁ ତାର ଚାହାଁନ୍ତି
ଛୋଟ ମୋର ଗାଆଁଟି ॥୮॥ 

ଖୁଦର ତା'ର ଉଦର ତଳେ,
କେତେ ଯେ ରଥି ଜନମ ନେଲେ
(କେତେ) ନାଉଁଆ ଲୋକେ ଅଇଲେ ଗଲେ,
ଆଜି ସେ ସବୁ କାହାନ୍ତି?
ଛୋଟ ମୋର ଗାଆଁଟି ॥୯॥ 

ପେଟରେ ପେଟେ ମାମଲା ବୁଦ୍ଧି
ଜନମି ଥିଲେ ହରି ସୁବୁଦ୍ଧି
ସାଥୀଙ୍କୁ ତାଙ୍କ ଗୋଦର ଗୋଡ଼
ମନ୍ତ୍ରୀ ଛଣି ମାହାନ୍ତି
ଛୋଟ ମୋର ଗାଆଁଟି ॥୧୦॥

ଖଣ୍ଡିଆ କାନ୍ଥ ଗାଆଁଟା ହେଲା
ଡିହରେ ନାଚେ ବିଲୁଆ ପିଲା
ଉଚ୍ଛନ୍ନ ହେଲେ ଆସାମ ଗଲେ
ଘରେ ତ ଚାଷୀ ନାହାନ୍ତି
ଛୋଟ ମୋର ଗାଆଁଟି ॥୧୧॥ 

ପ୍ରତାପଶାଳୀ ସାମନ୍ତରାୟ
ଗାଆଁରେ କଲେ ଏମନ୍ତ ବୟ
ଦେଏଣା ଭାରେ ସକଳ ହାୟ
ରେଙ୍ଗାମ ଭୂମି ଧାଆଁନ୍ତି
ଛୋଟ ମୋର ଗାଆଁଟି ॥୧୨॥ 

ଗାଆଁରେ ଥିଲେ କପିଳ ନନ୍ଦେ
ଚାଲିଲେ ଭୂଇଁ ଲସେ ଯେ ଖନ୍ଦେ
ସବୁ କଥାରେ ମୁରବି ସାଜି
ହଲଉ ଥିବେ ବାହାଟି
ଛୋଟ ମୋର ଗାଆଁଟି ॥୧୩॥ 

ସରବାକାର ଅଗାଧୁ ଷଣ୍ଢ
ଗାଧୋଇ ସାରି ଦିଅନ୍ତି ଦଣ୍ଡ
ପୋଷିଲେ ଜଣେ ଶୋଷନ୍ତି ପଣେ
କଲମ-କାଠି ଛୁଆଁନ୍ତି
ଛୋଟ ମୋର ଗାଆଁଟି ॥୧୪॥

ଚଉକିଦାର ଗୋବରା ଭୋଇ
ଚିଲମ ଟାଣି ରାତିଟା ଶୋଇ
ସକାଳୁ କହେ, "ବୁଲାଇ ଦେଲି
ଚୋରକୁ କାଲି ଭୁଆଁଟି"
ଛୋଟ ମୋର ଗାଆଁଟି ॥୧୫॥ 

ଆବର ଥିଲା ଜଟିଆ ବୁଢ଼ୀ
ପିଲାଠୁଁ ବଡ଼ ସବୁରି ଖୁଡ଼ି
କା ଘରେ କେତେ ମୂଷାର ଗାଡ଼
ସବୁ ତା ଜିଭେ ଥୁଆଟି
ଛୋଟ ମୋର ଗାଆଁଟି ॥୧୬॥ 

ମୁହଁଟା ତାର କାତିରୁ ଦାଢ଼
ପଣତ କାନି ଛୁଆଁଇ ବାଡ଼
ଲଗାଇ କଳି ଝୁଣିବି ହାଡ଼
ଡାକିବ କେତେ କୁହାଟି
ଛୋଟ ମୋର ଗାଆଁଟି ॥୧୭॥ 

ଗାଆଁର ପୁଣି ବାଗୁଡ଼ି ଖେଳେ
କେଳୁଆ ନିଧି ଅଇଁଠା ମେଳେ
କେତେ କେ ଜିଏ, କେତେ କେ ମରେ
ମରେ ନା ଖାଲି କାୟାଟି
ଛୋଟ ମୋର ଗାଆଁଟି ॥୧୮॥ 

ଗାଆଁର ଶେଷେ ଏକଣା ଘରେ
ବଉଳ ଫୁଲ ଯେଉଁଠି ଝରେ
ଥିଲେ ଯେ ପୁଣି ବିଧବା ଏକ
ବାଳୁତ ତାର ଛୁଆଟି
ଛୋଟ ମୋର ଗାଆଁଟି ॥୧୯॥ 

ହବିଷ ଖାଇ ଚଉରା ମୂଳେ
ନିତି ସେ ଆସି ପ୍ରଦୀପ ଜାଳେ
ଆକାଶ ଦୀପ ହୋଇ ସେ ଜଳେ
ଭୋକିଲା ତାର ସାହାଟି
ଛୋଟ ମୋର ଗାଆଁଟି ॥୨୦॥ 

ଏସବୁ କଥା ଛବିଟି ପରି
ପ୍ରବାସେ ମନ ଉଠଇ ଜଳି
ଇଚ୍ଛା ହୁଏ ମାଟିରେ ତାର
ଶିରଟି ଥରେ ନୁଆନ୍ତି 
ଛୋଟ ମୋର ଗାଆଁଟି ॥୨୧॥


YouTube ରେ ଛୋଟ ମୋର ଗାଆଁଟି



== English ==

Chhota mora gaanti
Bhugala pothi patare pachhe
Na thau tara naanti,
Chhota mora gaanti ॥

Matira sei saraga mora,
Seithi achhi mo sathighara
Jaliba puni seithi shese,
Mohara chita nianti
Chhota mora gaanti ॥1॥

Janami tara entudi shale,
Bulichhi kete ta’ totamale
Panchati mora panjara kathi,
(shese) seiti heba dahati
Chhota mora gaanti ॥2॥

Tahari jala rakata hoi,
Shirare bahe jesana nai
Nihswase mora tahari bayu,
Chalae prana nahati
Chhota mora gaanti ॥3॥

Tahari phula shagua lata,
Kanthe mora dela je katha
Akhire dela chahani nua,
(Ta’ra) phaguna usa pahanti
 Chhota mora gaanti ॥4॥

Jharana tara kala je kabi,
Nayane dela rupara chhabi
Buhai dela sapana dheu,
Pathara buke nihati
Chhota mora gaanti ॥5॥

Tahari lata, tahari bana,
Ta’ gaigotha murali-swana
Phasalakata madhura gana,
Sakala mora sahati
Chhota mora gaanti ॥6॥

Aalua ta’ra ki manohara,
Andhakara ta’tharu bhala
Jibana pathe sakala ta’ra,
Phitae nua rahati
Chhota mora gaanti ॥7॥

Dunian kane chakhande thana,
Ati se chhota nihati sana
Tathapi bhale chhabiti duru,
Thare mun tara chahannti
Chhota mora gaanti ॥8॥

Khudara ta’ra udara tale,
Kete je rathi janama nele
(kete) nauna loke aile gale,
Aaji se sabu kahanti?
Chhota mora gaanti ॥9॥

Petare pete mamala budhi
Janami thile hari subuddhi
Sathinku tanka godara goda
Mantri chhani maahanti
Chhota mora gaanti ॥10॥

Khandia kantha gaanta hela
Dihare nache bilua pila
Uchhanna hele asama gale
Ghare ta chasi nahanti
Chhota mora gaanti ॥11॥

Pratapashali samantaray
Gaanre kale emanta baya
Dena bhare sakala haya
Rengama bhumi dhanti
Chhota mora gaanti ॥12॥

Gaanre thile Kapila nande
Chalile bhuin lase je khande
Sabu kathare murabi saji
Halau thibe bahati
Chhota mora gaanti ॥13॥

Sarabakara agadhu sandha
Gadhoi sari dianti danda
Posile jane shosanti pane
Kalama-kathi chhuanti
Chhota mora gaanti ॥14॥

Chaukidara gobara bhoi
Chilama tani ratita shoi
Sakalu kahe,”bulai deli
Choraku kali bhuanti”
Chhota mora gaanti ॥15॥

Aabara thila jatia budhi
Pilathun bada saburi khudi
Ka ghare kete musara gadha
Sabu ta jibhe thuati
Chhota mora gaanti ॥16॥

Muhanta tara katiru dadha
Panata kani chhuaani bada
Lagai kali jhunibi hada
Dakiba kete kuhati
Chhota mora gaanti ॥17॥

Gaan ra puni bagudi khele
Kelua nidhi aintha mele
Kete ke jie, kete ke mare
Mare na khali kayati
Chhota mora gaanti ॥18॥

Gaan ra shese ekana ghare
Baula phula jeunthi jhare
Thile je puni bidhaba eka
Baluta tara chhuati
Chhota mora gaanti ॥19॥

Habisa khai chaura mule
Niti se asi pradipa jale
Akasha dipa hoi se jale
Bhokila tara sahati
Chhota mora gaanti ॥20॥

Esabu katha chhabiti pari
Prabase mana uthai jali
Ichha hue matire tara
Shirati thare nuanti
Chhota mora gaanti ॥21॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

  1. Replies
    1. "ପଦ୍ୟ ସଞ୍ଚୟନ" ବିଷୟରେ ଟିକେ ଅଧିକ କିଛି କହିବେକି ? ପୂରା ବୁଝିହେଲାନି କଣ ଚାହୁଁଥିଲେ ? ଏହା ଗୋଟିଏ ବହି କି ?

      - "ଦି ସ୍ମରଣିକା" ଟିମ୍

      Delete
  2. What is the meaning of 'khudoro'

    ReplyDelete
    Replies
    1. Could you elaborate a bit? Please let us know the stanza number so that we can easily navigate to line easily?

      - The Smaranika team

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ