ତୁହି ମା ଜନମ ଭୂମି - Tuhi Maa Janama Bhumi Lyrics
== ଓଡ଼ିଆ ==
ଗୀତ : ତୁହି ମା ଜନମ ଭୂମି
ଭାଷା : ଓଡ଼ିଆ
ଗୀତିକାର : ମଧୁସୂଦନ ରାଓ
ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି
ତୋହର ସନ୍ତାନ ଆମ୍ଭେ ଅଟୁ ସରବେ
ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା
ଗାଇବା ତୋହର ନାମ ଆନନ୍ଦ ରବେ
ତୋ ଆନନ୍ଦେ ହୋଇବା ସୁଖି…
କନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ॥୧॥
ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତ ବର
ଦୁଇ ପାରୁଶେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁନଦୀ
ଚରଣରେ ବିରାଜିତ ମହାସାଗର
ବିନ୍ଧ୍ୟ ଗିରିବର କଟିରେ…
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ॥୨॥
ଜନମିଲେ ତୋ କୋଳରେ କେତେ ସୁର ବୀର ନରେ
ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ
ମହାକବି ବେଦବ୍ୟାସ ବାଲମିକ କାଳିଦାସ
ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ
ଚୈତନ୍ୟାଦି ମହାତ୍ମା ଜନେ…
ପ୍ରଚାରିଲେ ବିଭୁ ନାମ ଆନନ୍ଦେ ମନେ ॥୩॥
କେତେ କେତେ ପୂଣ୍ୟବତୀ କେତେ ପବିତ୍ରତା ସତୀ
କେତେ ବୀରନାରୀ କେତେ ବୀର ଜନନୀ
ସମସ୍ତେ ତୋର ଦୁହିତା ପଦ୍ମିନି, ସାବିତ୍ରୀ, ସୀତା
ଦୂର୍ଗାବତୀ ଆଦି କେତେ ବୀର ରମଣୀ
ନମଇଁ ମା ଭକତି ଭରେ…
ଅଧମ ଅକ୍ଷମ ସୁତ ତୋର ଚରଣରେ ॥୪॥
YouTube ରେ ତୁହି ମା ଜନମ ଭୂମି
==English ==
Song : Tuhi Maa Janama Bhumi
Language : Odia
Lyricist : Madhusudan Rao
Tuhi maa janama bhumi pabitra bharata bhumi
Tohara santana aambha atusarabe
Tora sricharana seba pain manaprana deba
Gaiba tohara nama aananda rabe
To aanande hoiba sukhi…
Kandiba duhkare tora hoina duhkhi ॥1॥
Dhanya mahima tohara nahin tara patantara
Mastakare himalaya parbata bara
Dui parushe jaladhi brahmaputra sindhu nadi
Charanare birajita mahasagara
Bindhya giribara katire…
Ganga aadi kete nadi shobhe sharire ॥2॥
Janamile to kolare kete sura bira nare
Ramachandra bhishma drona karnna arjuna
Mahakabi bedabyasa balamiki kalidasa
Gaile pabitra kanthe tohari guna
Chaitanya di mahatma jane…
Pracharile bibhu nama aanande mane ॥3॥
Kete kete punyabati kete pabitrata sati
Kete biranari kete bira janani
Samaste tora duhita padmini, sabitri,sita
Durgabati aadi kete bira ramani
Namain maa bhakati bhare…
Adhama akhyama suta tora charanare ॥4॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...