Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର - Phagunare Phaguna Mun Deichi Sindura lyrics

== ଓଡ଼ିଆ==

ଫିଲ୍ମଗୀତ : ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
ଭାଷା : ଓଡ଼ିଆ
ଚଳଚିତ୍ର : ସନ୍ତାନ
କଣ୍ଠ : ବାବୁଲ୍ ସୁପ୍ରିୟୋ, ଇରା ମହାନ୍ତି
ମସିହା : ୧୯୯୮



ଆ… ଆ… ଆ…
(ପୁ)
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
ଫୁଲରେ ସଜେଇ ତାକୁ ତୁ କରିଦେ ସୁନ୍ଦର
ଗଭାରେ ଗଜରା ହାର କାନେ ଫୁଲ ଝୁମୁକା
ଫୁଲ ପିନ୍ଧି ପ୍ରିୟା ମୋର ଲାଗୁ ଫୁଲ ପରିକା
ଫୁଲ ପରି ମହକିବ ଏ ଜୀବନ ଆମର
ଲାଗେ ଡର କାଳେ କାର ଲାଗିଯିବ ନଜର ॥

(ଝି)
ଫଗୁଣରେ ଫଗୁଣ ଦେଇ ଗାରେ ସିନ୍ଦୁର
ଜନମ ଜନମ ପାଇଁ କଲା ମୋତେ ନିଜର
ପୁନେଇ ର ଜହ୍ନ ସାଜି ଓଢ଼ଣା ରେ ହସିବି
ତୋ ଫୁଲ ଗହଣା ପିନ୍ଧି ମନ ତାର ତୋଷିବି
ବଞ୍ଚିଥିବି ଯେତେ ଦିନ ମୁଁ ଏକା ତୁମର
ମୁଁ ଯେ ତୁମ ପୂଜାରିଣି ତମେ ଦେବତା ମୋର
(ପୁ)
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
(ଝି)
ଜନମ ଜନମ ପାଇଁ କଲ ମୋତେ ନିଜର ॥
ଆ… ଆ… ଆ…



(ପୁ)
ଶ୍ରାବଣ ତୁ ଦେ ମୋତେ ତୋର ମେଘ ପାଲିଙ୍କି
ପାଲିଙ୍କି ଚଢି ମୁଁ ଯିବି ଝୁଲି ଝୁଲିକି
(ଝି)
ପବନ ତୁ ସୁରେ ସୁରେ ବଜେଇଦେ ମହୁରି
କୋଇଲି ପକା ଲୋ ଶୁଭ ହୁଳ ହୁଳି
(ପୁ)
କନିଆ ମେଲାଣି ନବ ଯିବ ଶାଶୁଘର
ନାହିଁ ବେଦୀ ହୋମନିଆଁ ସାକ୍ଷୀ ଏଇ ସିନ୍ଦୁର
(ସମସ୍ତେ)
ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର
(ପୁ)
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
(ଝି)
ଜନମ ଜନମ ପାଇଁ କଲ ମୋତେ ନିଜର ॥ ୧ ॥
ଆ… ଆ… ଆ…



(ଝି)
ଇନ୍ଦ୍ରଧନୁ ଭରି ଦେ ତୁ ସତରଙ୍ଗ ମନରେ
ସାଜିଛି କଜଳ ସାଥି ମୋର ଆଖିରେ
(ପୁ)
ହୋ.. ଲାଗିଯିବ ମାଟି କାଳେ ମୋ ପ୍ରିୟାର ପାଦରେ
ଫୁଲ ତୁ ଗାଲିଚା ବିଛେଇ ଦେ ବାଟରେ
(ଝି)
ଝରଣା ତୁ ପାଦେ ମୋର ବାନ୍ଧିଦେରେ ଘୁଙ୍ଗୁର
ସାଥି ପାଇଁ ନାଚିବି ମୁଁ ଦିନରାତି ଏଥର
(ସମସ୍ତେ)
ବାନ୍ଧି ନେଲୁ ବନ୍ଧନ ଆମେ ଯୁଗ ଯୁଗର
(ପୁ)
ଫଗୁଣରେ ଫଗୁଣ ମୁଁ ଦେଇଚି ସିନ୍ଦୁର
(ଝି)
ଜନମ ଜନମ ପାଇଁ କଲ ମୋତେ ନିଜର ॥ ୨ ॥

(ପୁ)
ହେ... ଆ ହା ହା
(ଝି)
ଲା...ଲା ଲା ଲା ଲା

(ପୁ)
ହେ... ଲା ଲା ଲା
(ଝି)
ହୁଁ... ହୁଁ ହୁଁ ହୁଁ

(ପୁ)
ହେ... ଆ ହା ହା
(ଝି)
ଲା... ଲା ଲା ଲା


YouTube re ଫଗୁଣରେ ଫଗୁଣ ମୁ ଦେଇଚି ସିନ୍ଦୁର



== English ==

Movie Song : Phagunare Phaguna Mun Deichi Sindura
Language : Odia
Film : Santana
Singer : Babul supriyo, Ira mohanty
Year : 1998



Aa… aa… aa…
(M)
Phaguna re phaguna mun deichi sindura
Phulare sajei taku tu karide sundara
Gabhare gajara hara kane phula jhumuka
Phula pindhi priya mora lagu phula parika
Phula pari mahakiba e jibana amara
Lage dara kale kara lagijiba najar

(F)
Phaguna re phaguna dei gaare sindura
Janama janama pain kala mote nijara
Punei ra janha saji odhana re hasibi
To phula gahana pindhi mana tara tosibi
Banchithibi jete dina mun eka tumara
Mun je tuma pujarini tame debata mora
(M)
Phaguna re phaguna mun deichi sindura
(F)
Janama janama pain kala mote nijara ॥
Aa… aa… aa…



(M)
Shrabana tu de mote tora megha palinki
Palinki chadhi mun jibi jhuli jhuli ki
(F)
Pabana tu sure sure bajeide mahuri
Koili paka lo subha hula huli
(M)
Kaniaa melani naba jiba shasughara
Nahin bedi homanian sakhi ei sindura
(All)
Bandhi nelu bandhana aame juga juga ra
(M)
Phaguna re phaguna mun deichi sindura
(F)
Janama janama pain kala mote nijara ॥
Aa… aa… aa…



(F)
Indradhanu bhari de tu sataranga manare
Sajichhi kajala sathi mora aakhire
(M)
Ho lagijiba mati kale mo priya ra padare
Phula tu galicha bichhei de batare
(F)
Jharana tu pade mora bandhide re ghungura
Sathi pain nachi bi mun dinarati ethara
(All)
Bandhi nelu bandhana aame juga juga ra
(M)
Phaguna re phaguna mun deichi sindura
(F)
Janama janama pain kala mote nijara ॥ 2 ॥

(M)
He… aa ha ha
(F)
La...la la la la

(M)
He... la la la
(F)
Hun… hun hun hun

(M)
He… aa ha ha
(F)
La… la la la


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଗାଁ ମଝିରେ ଚାନ୍ଦିନୀ ଚାନ୍ଦିନୀ ପାଖେ କୂଅ - Gaan Majhire Chandini Chandini Pakhe Kua Lyrics

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics

କଳାମାଣିକରେ, ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ - Kalamanikare, Dhire Ghena Kananare Krushna Bilambita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ