Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ - Putra Snehe Helu Bai Go Joshode Lyrics

== ଓଡ଼ିଆ ==

ଗୀତ : ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ଭାଷା : ଓଡ଼ିଆ
ଚଳଚିତ୍ର : ମନ ମନ୍ଦିର
କଣ୍ଠ : ଚିତ୍ତ ଜେନା
ଗୀତିକାର : ଶିବବ୍ରତ ଦାସ 
ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର
ମସିହା : ୧୯୭୭



ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ଅନ୍ତଚିରି ଜାତ କରିନୁ ସିନା ଲୋ  
ଅନ୍ତଚିରି ଜାତ କରିନୁ ସିନା ଲୋ
ତୋ ରଙ୍କରତନ ସେହି ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥


ଯତନେ ପିନ୍ଧାଉ ମୟୂର ଚନ୍ଦ୍ରିକା
ଗଳାରେ କୁସୁମ ହାର
ଖେଳାଇ ବୋଳାଇ ଭୁଞ୍ଜାଉ ବଳାକୁ
ଆଦରେ ଲବଣି ସର
ଆଖିରୁ ଉହାଡ଼ ହେଲେ ତୋ କୁମର
ଆଖିରୁ ଉହାଡ଼ ହେଲେ ତୋ କୁମର
ଅଧିରେ ଯାଉ ତୁ ଧାଇଁ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥୧॥


ବିଧିର ବିଧାନ ମାନି ଶ୍ୟାମଘନ
ଯେବେ ଗଲା ମଧୁପୁରେ  
ବିକଳେ ମାତା ଗୋ କାନ୍ଦିଲୁ ବାହୁନି
ପୁତ୍ର ରହିଗଲା ଦୂରେ
ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା
ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା
ତୋ ଦୁଃଖ ବୁଝିଲା ନାହିଁ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ

ଅନ୍ତଚିରି ଜାତ କରିନୁ ସିନା ଲୋ  
ଅନ୍ତଚିରି ଜାତ କରିନୁ ସିନା ଲୋ
ତୋ ରଙ୍କରତନ ସେହି ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥୨॥  


ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ:
ଚିତ୍ତ ଜେନା ଙ୍କ କଣ୍ଠରେ, ଶିବବ୍ରତ ଦାସ ଙ୍କ ରଚିତ, ପ୍ରଫୁଲ୍ଲ କର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ୧୯୭୭ ମସିହାର ଚଳଚିତ୍ର “ମନ ମନ୍ଦିର” (ମୁକ୍ତିଲାଭ କରିନାହିଁ) ରୁ ସଂଗୃହିତ ଭଜନ “ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।


YouTube ରେ ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ



== English ==

Bhajan : Putra Snehe Helu Bai Go Joshode
Language : Odia
Movie : Mana Mandira
Singer : Chitta Jena
Lyricist : Shibabrata Das
Music Director : Prafulla Kara
Year : 1977



Putra snehe helu bai go Joshode
Putra snehe helu bai
Putra snehe helu bai go Joshode
Putra snehe helu bai
Antachiri jata karinu sina lo
Antachiri jata karinu sina lo
To rankaratana sehi go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥


Jatane pindhau mayura chandrika
Galare kusuma hara
Khelai bolai bhunjau balaku
Aadare labani sara
Aakhiru uhada hele to kumara
Aakhiru uhada hele to kumara
Adhire jau tu dhain go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥1॥


Bidhira bidhana mani Shyamaghana
Jebe gala Madhupure
Bikale mata go kandilu bahuni
Putra rahigala dure
Stana bhangi khira deithilu sina
Stana bhangi khira deithilu sina
To duhkha bujhila nahin go Joshode
Putra snehe helu bai
Putra snehe helu bai go Joshode
Putra snehe helu bai

Antachiri jata karinu sina lo
Antachiri jata karinu sina lo
To rankaratana sehi go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥2॥  


Putra Snehe Helu Bai Go Joshode:
Lyrics of song “Putra Snehe Helu Bai Go Joshode”, sung by Chitta Jena, lyrics by Shibabrata Das, music directed by Prafulla Kara, from Odia movie “Mana Mandira” (unreleased) in the year 1977 on “The Smaranika” in Odia and English.

Keywords: Odia Bhajan Lyrics, Putra Snehe Helu Bai Go Joshode Odia Song, Mana Mandira Odia movie, Chitta Jena, Prafulla Kara, The Smaranika, ଚଳଚିତ୍ରରୁ ସଂଗୃହିତ ଭଜନ, ଓଡ଼ିଆ ଚଳଚିତ୍ର ମନ ମନ୍ଦିର, ଭଜନ ଓଡ଼ିଆ, ଚିତ୍ତ ଜେନା, ପ୍ରଫୁଲ୍ଲ କର, ଦି ସ୍ମରଣିକା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ