ମୁଁ ତ କୂଳରୁ ହେଲି ବାହାର - Mun Ta Kularu Heli Bahara Lyrics
== ଓଡ଼ିଆ ==
ଫିଲ୍ମଗୀତ : ମୁଁ ତ କୂଳରୁ ହେଲି ବାହାର
ଭାଷା : ଓଡ଼ିଆ
ଚଳଚିତ୍ର : ମଲାଜହ୍ନ
କଣ୍ଠ : ପ୍ରଣବ ପଟ୍ଟନାୟକ, କଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ଗୀତିକାର : ବନମାଳୀ ଦାସ
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୬୫
(ପୁ)
ଆ..
ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ
ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ
(ଝି)
ଶ୍ୟାମପ୍ରୀତି କରି ଗଳାହାର ଲୋ ସଜନୀ
ମୁଁ ତ କୂଳରୁ ହେଲି ବାହାର ଲୋ
ଯେ ଯେତେ କହନ୍ତୁ ନିନ୍ଦାକୁ ବଚନ
କାହିଁକି ଶୋଚନ ନାହିଁ ଯାଚନ
ଗଣ୍ଠିଧନ ମୋର କାଳିଆ କାଞ୍ଚନ
ମୁଁ ତା କିଣା କିଙ୍କରୀ ତାହାର ଲୋ ॥୧॥
(ପୁ)
କେ ବୋଲନ୍ତି ରାଧା ହେଲା କଳଙ୍କିନୀ
କେ ବୋଲନ୍ତି ରାଧା ହେଲା ପାଗଳିନୀ
କେ ବୋଲନ୍ତି ରାଧା ପ୍ରେମମୋହୀ ଧନୀ
(ଝି)
ଏଇ ନିନ୍ଦା ପ୍ରଶଂସା କାହାର ଲୋ
ଭଲ ମନ୍ଦ ହାନି ବୁଝି ନ ବିଚାରି
ବଳେ ମୁଁ ହୋଇଚି ଦୁସ୍ତ ପରିଚାରୀ
ବୁଝ ଭଲକରି ସଭିଙ୍କୁ ପଚାରି
ତାହା ବିନେ ନ ରୁଚେ ଆହାର ଲୋ ସଜନୀ
(ଝି+ପୁ)
ମୁଁ ତ କୂଳରୁ ହେଲି ବାହାର ଲୋ ସଜନୀ
ମୁଁ ତ କୂଳରୁ ହେଲି ବାହାର ଲୋ ॥୨॥
ଶବ୍ଦାର୍ଥ
ଶୋଚନ - ଶୋକ, ବିଳାପ, ଯାଚନ - ପ୍ରାର୍ଥନା, ଭିକ୍ଷା, କିଙ୍କରୀ - ଚାକରର ସ୍ତ୍ରୀ, ଦୁସ୍ତ - ଦୁଃଖୀ, କଷ୍ଟରେ ଥିବା, ପରିଚାରୀ - ସେବକ, ଚାକର
YouTube ରେ ମୁଁ ତ କୂଳରୁ ହେଲି ବାହାର
== English ==
Movie Song : Mun Ta Kularu Heli Bahara
Language : Odia
Movie : Malajanha
Singer : Pranab Patnaik, Kalyani Bhattacharya
Lyricist : Banamali Das
Music Director : Akshaya Mohanty
Year : 1965
(M)
Aa..
Mun ta kularu heli bahara lo Sajani
Mun ta kularu heli bahara lo Sajani
(F)
Shyamapriti kari galahara lo Sajani
Mun ta kularu heli bahara lo Sajani
Je jete kahantu nindaku bachana
Kahinki shochana nahin jachana
Ganthidhana mora Kalia kanchana
Mun ta kina kinkari tahara lo ॥1॥
(M)
Ke bolanti Radha hela kalankini
Ke bolanti Radha hela pagalini
Ke bolanti Radha premamohi dhani
(F)
Ei ninda prashansa kahara lo
Bhala manda hani bujhi na bichari
Bale mun hoichi dusta parichari
Bujha bhalakari sabhinku pachari
Taha bine na ruche ahara lo Sajani
(F+M)
Mun ta kularu heli bahara lo Sajani
Mun ta kularu heli bahara lo ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Lyrics ପାଇଁ ଆନ୍ତରିକ ଧନ୍ୟବାଦ ।ଖୁବ୍ ଭଲ କାମ କରୁଛନ୍ତି।ଅଭିନନ୍ଦନ
ReplyDeleteମତାମତ ପାଇଁ ଅଶେଷ ଧନ୍ୟବାଦ ।
Deleteଆପଣଙ୍କ ଦୁଇପଦ କଥା ଆମକୁ ସର୍ବଦା ପ୍ରେରଣା ଯୋଗାଇବ ।
- ଦି ସ୍ମରଣିକା ଟିମ୍