ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି - Aahe Nilagiri Tumbha Shribhuje Dayana Keri Keri Lyrics
== ଓଡ଼ିଆ ==
ଗୀତ : ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା
ଭାଷା : ଓଡ଼ିଆ
ଆଲବମ : ଜଗବନ୍ଧୁ ହେ ଗୋସାଇଁ
କଣ୍ଠ : ଭିକାରି ବଳ
ଗୀତିକାର : ଭକ୍ତ ସାଲବେଗ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଆହେ ନୀଳଗିରି
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି
ଆହେ ନୀଳଗିରି
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ
ବ୍ୟାଘ୍ରଚର୍ମ ପାତି ସ୍ତୁତି କରୁଛନ୍ତି
ଜପୁଛନ୍ତି ନାମ ସଂଖ୍ୟା କରି
ଆହେ ନୀଳଗିରି ॥୧॥
ବଡଦାଣ୍ଡେ ଦେଖି ହେଲି ତୋଷ
ରେଣୁମାତ୍ର ତେଣୁ କଲି ଗ୍ରାସ
କ୍ଷୀରୀ ଖେଚିଡ଼ିରେ ମନ ନବୋଧଇ
ଟଙ୍କ ତୋରାଣିରେ ମନ ତୋଷ
ଆହେ ନୀଳଗିରି ॥୨॥
ସିଂହଦ୍ଵାରେ ବାଜେ ବେତବାଡ଼ି
ବାଜନ୍ତେ ପାତକ ଯାଏ ଛାଡ଼ି
ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ
ଏକକୁ ଆରେକ ହୁଡ଼ାହୁଡ଼ି
ଆହେ ନୀଳଗିରି ॥୩॥
ବାଇଶି ପବଚ୍ଛେ ଗଲି ସୁଖେ
କୈବଲ୍ୟପସରା ବେନି ପାଖେ
ଚଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ
କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ
ଆହେ ନୀଳଗିରି ॥୪॥
ରୋହିଣୀ ପାଦୁକ କୁଣ୍ଡରଜ
ସିହ୍ନା ମାଡ଼ି ବସିଛନ୍ତି ଗଜ
ସତେ କି ଏ ନେତ୍ର ସୁଫଳ ହୋଇବ
କାକ ପଡ଼ି ହେଲା ଚତୁର୍ଭୁଜ
ଆହେ ନୀଳଗିରି ॥୫॥
ଗରୁଡ଼ ପଛରେ ରହି ଦେଖ
କି ଶୋଭା ପାଉଛି ପଦ୍ମମୁଖ
ହିରା ନୀଳା ମୋତି ମାଣିକ୍ୟ ଜଳୁଛି
ହୃଦେ ଲମ୍ବିଅଛି ବ୍ୟାଘ୍ରନଖ
ଆହେ ନୀଳଗିରି ॥୬॥
ଶ୍ରୀଜଗନ୍ନାଥ ଠାକୁରାଣୀ
ସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଆଣି
କଳାଶ୍ରୀମୁଖକୁ ବନ୍ଦାଣ କରନ୍ତି
ସାଧୁ ସନ୍ଥ ଦ୍ୟନ୍ତି ହରିଧ୍ଵନି
ଆହେ ନୀଳଗିରି ॥୭॥
କହେ ସାଲବେଗ ହୀନ ଜାତି
ଶ୍ରୀରଙ୍ଗ ଚରଣେ ରହୁ ମତି
ଶ୍ରୀଜଗନ୍ନାଥଙ୍କୁ ଜଣାଣ କରୁଛି
ଦୟାକର ବାରେ ଲକ୍ଷ୍ମୀପତି
ଆହେ ନୀଳଗିରି ॥୮॥
ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି:
ଭିକାରୀ ବଳ ଙ୍କ କଣ୍ଠରେ, ଭକ୍ତ ସାଲବେଗ ଙ୍କ ରଚିତ ଓଡ଼ିଆ ଭଜନ ଆଲବମ “ଜଗବନ୍ଧୁ ହେ ଗୋସାଇଁ” ଗୀତ “ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।
YouTube ରେ ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା
== English ==
Song : Aahe Nilagiri Tumbha Shribhuje
Language : Odia
Album : Jagabandhu He Gosain
Singer : Bhikari Bala
Lyricist : Bhakta Salabega
Music Direction : Traditional
Aahe Nilagiri
Tumbha Shribhuje dayana keri keri
Aahe Nilagiri
Tulasi chaura pashe jagi
Basi dhyauchhanti kete jogi
Byaghracharma pati stuti karuchhanti
Japuchhanti nama sankhya kari
Aahe Nilagiri ॥1॥
Badadande dekhi heli tosa
Renumatra tenu kali grasa
Kheeri khechudire mana nabodhai
Tanka toranire mana tosa
Aahe Nilagiri ॥2॥
Singhadware baje betabadi
Bajante pataka jae chhadi
Shrijagannathanka darshana nimante
Ekaku areka hudahudi
Aahe Nilagiri ॥3॥
Baishi pabachhe gali sukhe
Kaibalyapasara beni pakhe
Chandalu brahmana shudra parijante
Kaibalya bhunjanti mukhe mukhe
Aahe Nilagiri ॥4॥
Rohini paduka kundaraja
Sinha madi basichhanti gaja
Sate ki e netra suphala hoiba
Kaka padi hela chaturbhuja
Aahe Nilagiri ॥5॥
Garuda pachhare rahi dekha
Ki shobha pauchhi Padmamukha
Hira nila moti manikya jaluchhi
Hrude lambiachhi byaghranakha
Aahe Nilagiri ॥6॥
Shrijagannatha thakurani
Subarnna thalire arghya ani
Kalashrimukhaku bandana karanti
Sadhu santha dyanti haridhwani
Aahe Nilagiri ॥7॥
Kahe Salabega hina jati
Shriranga charane rahu mati
Shrijagannathanku janana karuchhi
Dayakara bare lakhmipati
Aahe Nilagiri ॥8॥
Aahe Nilagiri Tumbha Shribhuje Dayana Keri Keri:
Lyrics of song “Aahe Nilagiri Tumbha Shribhuje Dayana Keri Keri”, sung by Bhikari Bala, lyrics by Bhakta Salabega, from Odia Bhajan album "Jagabandhu He Gosain", on “The Smaranika” in Odia and English.
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...