Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଦାଦନ ଶ୍ରମିକର ଆତ୍ମକଥା - Dadana Shramikara Atmakatha Lyrics

ଫଟୋ କ୍ରେଡିଟ୍ : ଶ୍ରମିକ ଫଟୋଟି ପିକ୍ସାବେ ରୁ ସଂଗୃହିତ

ଗୀତ : ଦାଦନ ଶ୍ରମିକର ଆତ୍ମକଥା
ଭାଷା : ଓଡ଼ିଆ
ଗୀତିକାର : ତାରାପ୍ରସାଦ ଜେନା
ମସିହା : ୨୦୧୭


// ଏକ ଦାଦନିଆ ବୁକୁ ତଳ କଥା //


ହାତ ଛାଡ଼ି ଆସିଥିଲି ପ୍ରାଣଧନୀ ମୋର
        ପାଖେ ଲାଗୁ, ଛୁଇଁଗଲେ ହୋଇଯାଉ ଦୂର ।
କରଜକୁ ଗରଜ ମୋ ପଡ଼ିଅଛି ଦଶା
        ମୁକୁଳିବା ମନକଲି ଦାଦନକୁ ଆଶା ।
ପେଟ ପିଠି ଲାଗିଯାଉ ଆସିଛି ମୁଁ ଖଟି
        ଟଙ୍କା ନେଇ ଫେରିଯିବି ଦିନେ ଭିଟାମାଟି ।
କାମକରେ ଏଠି ପଡ଼ି ମନ ଥାଏ ଗାଆଁ
        ଗାଆଁ ଭାଇ ଡାକ ହାକ ଶୁଣୁନାହିଁ ନାଆଁ ।
ଭାତ ଖିଆ ତୁଣ ଶାଗ ସବୁଲାଗେ ତୁଛ
        ଅଧା ପ୍ରାଣେ ଭଲ ଅଛି, ବୋଲେ ସିନା ମିଛ ।
ଖଟି ଖଟି ବଥା ହେଲେ ମନେପଡ଼େ ତତେ
        କେମିତିକା ଘଷି ମୋଡ଼ି ଦେଉଥିଲୁ ସତେ !
ଗୁରୁଜନ ବୋଲ ମାନି ଚଳୁଥିବୁ ଖଟି
        ସେବା ପଣେ ମନଦେବୁ କରିବୁନି ପାଟି।
କାନ୍ଦିବୁନି କେବେ ହେଲେ ଅମଙ୍ଗଳ ହେବ
        ବିପଦକୁ ସାହା ଏକା ଗାଆଁ ମହାଦେବ।
ଜଳାଶାୟୀ କରିଦେବୁ ସୋମବାର ଜଗି
        ଶହେଆଠ ବେଲପତ୍ର ହେବ ନିଶ୍ଚେ ଲାଗି ।
ବିଲ ବାଡ଼ି ଖଟୁଥିବେ ବାପା ଏକା ନିଜେ
        ସଞ୍ଜ ବେଳେ ଗୋଡ଼ ହାତ ଚିପିଦେବୁ ସଜେ ।
କୁଣିଆକୁ ଅଣଦେଖା କରିବୁନି ଜାଣି
        ପିଢ଼ା ପାଣି ଥୋଇ ଆଗ ଭାତ ଦେବୁ ଆଣି ।
ଗାଈ ବାନ୍ଧି ପେଜ କୁଣ୍ଡା ଦେଉଥିବୁ ନିତି
        ପାଳ କୁଟା ପକାଇବେ ବାପା ହେଲେ ରାତି ।
ବୋଉ କଥା କେବେହେଲେ ଧରିବୁନି ଜମା
        ରାଗିଗଲେ ଗୋଡ଼ ଧରି ମାଗିଦେବୁ କ୍ଷମା ।
ଘରଲାଗି ବୋହୂରାଣୀ ସାଜିଚୁଲୋ ତୁହି
        ଆଠ ମାସେ ଫେରିଯିବି କଥା ମୋର ଏହି ।

// ଏକୋଇ ଦାଦନ ବୋହୂର ଆତ୍ମଲିପି //


ଘରୁ ସିନା ହାତ ଛାଡ଼ି ଛଳ ଛଳ ଆଖି
        ବିଦେଶକୁ ପ୍ରାଣଧନ ଗଲେ ମତେ ରଖି ।
କରଜକୁ ତୁଟାଇବେ ନିଜେ ଆଣି ଟଙ୍କା
        ପେଟ ପିଠି ଲାଗିଯିବ ଖଟଣିକୁ ଶଙ୍କା ।
ଦିନ ଯାଏ ଗଡ଼ି ଗଡ଼ି ଭାବ ବଢ଼େ ମହା
        ତାଙ୍କ ମୁହଁ ନିତି ଦିଶେ ଉଠେ ବସେ ଯାହା ।
ଭାତ ଗୁଣ୍ଡା ବୋଳୁ ବୋଳୁ ଭାଙ୍ଗିଯାଏ ଗୁଣ୍ଡା
        ପାଟି ଦେଲେ ଗଳା ଲାଗେ ବୋଲେ କାଶ ଥଣ୍ଡା ।
ପାଣି ଗିନେ ଢୋକିଦେଇ ବସିପଡ଼େ ଥକା
        ସେଠି କ'ଣ କରୁଥିବେ ମନେ ପଶେ ଦକା ।
ଦେହ ଶୁଖି ଅଧା ପ୍ରାଣ, ଅଇଁଠାକୁ ପୋଛେ
        ବାସନକୁ ମାଜି ମୁଜି ଆଉ କାମ ବାଛେ ।
ଘରେ କିଏ ଡାକିଦେଲେ ଶୁଭୁନାହିଁ ଆଗ
        ନାନା କଥା ଭାବି ଭାବି ନିଜ ପରେ ରାଗ ।
ପୁଅ ଝିଅ କନ୍ଦା କଟା ବେଶି ପୁଣି ବାଧେ
        କେତେ ସହି ସମ୍ଭାଳି ଯେ ଦିନ ଯାଏ ଅଧେ ।
ବାର୍ତ୍ତା କେବେ ଆସିଯିବ ପାତିଥାଏ କାନ
        ଶଙ୍ଖା ଚୁଡ଼ି ବଜର ମୋ ଭଲେ ଥା'ନ୍ତୁ ଧନ ।
ସଞ୍ଜବତୀ ଜାଳିଦେଇ ମନାସୁଛି ସୁଖ
        ନିଜେ ପଛେ ଭୋଗୁଥାଏ ସ୍ୱାମୀ ଛଡ଼ା ଦୁଃଖ !
ରାତି ହେଲେ ମନେପଡ଼େ ପଣତଟା ଓଦା
        ନିଦ ମୋର ହଜିଯାଏ ଆଖି ସେଇ ମୁଦା !
ବାସି ପାଇଟିକୁ ସାରେ ପାହାନ୍ତାରୁ ଉଠି
        ଗାଧା ଗାଧି ପୂଜା ପୂଜି କରେ ଦିଅଁ କୋଠି ।
ରନ୍ଧା ରନ୍ଧି ଭାତ ତୁଣ ବେଳଯାଏ ଗଡ଼ି
        କେତେବେଳେ କା'ର ଶୁଣେ ତୁଚ୍ଛା ଗାଳି ରଡ଼ି !
କାହାକୁ ବା ଜବାବରେ କହିନାହିଁ କେବେ
        ବୁଝିବାର ଯିଏ ଥିଲେ ବାହାରକୁ ଏବେ !



ଫଟୋ ସେଟ୍ ୧ : ଶ୍ରୀ ତାରାପ୍ରସାଦ ଜେନା, ରଣପୁର, ନୟାଗଡ଼, ଓଡ଼ିଶା । ଦକ୍ଷିଣ ପାର୍ଶ୍ଵର ଉପର ଫଟୋରେ ତାରାପ୍ରସାଦଜୀ ୨୦୦୭ ମସିହା ଜାନୁୟାରୀ ୭ ତାରିଖରେ 'ପ୍ରତିଭା' ସମ୍ମାନ ଗ୍ରହଣ କରୁଛନ୍ତି । ଦକ୍ଷିଣ ପାର୍ଶ୍ଵର ତଳ ଫଟୋରେ ଶ୍ରୀ ତାରାପ୍ରସାଦ ଜେନାଙ୍କୁ 'ଉତ୍କଳୀୟ ଫାଉଣ୍ଡେସନ ଟ୍ରଷ୍ଟ' ତରଫରୁ ୨୮-ଡିସେମ୍ବର-୨୦୧୯ ରେ ବୁଦ୍ଧ ମନ୍ଦିର, ଭୁବନେଶ୍ଵରରେ 'ଭକ୍ତଚରଣ ପ୍ରତିଭା ସମ୍ମାନ'ରେ ସମ୍ମାନିତ କରାଯାଉଛି  

ଫଟୋ କ୍ରେଡିଟ୍ : ତାରାପ୍ରସାଦ ଜେନା


ଫଟୋ ସେଟ୍ ୨ : ତାରାପ୍ରସାଦଙ୍କ ରଚିତ କିଛି ପୁସ୍ତକର ଝଲକ । ଉଲ୍ଲେଖଯୋଗ୍ୟ କି ବର୍ତ୍ତମାନ (ଜୁନ ୨୦୨୦) ସୁଦ୍ଧା ଶ୍ରୀ ତାରାପ୍ରସାଦ ଜେନାଙ୍କ ଲିଖିତ ୧୦ ରୁ ଅଧିକ ପୁସ୍ତକ ପ୍ରକାଶ ପାଇସାରିଲାଣି ଓ କିଛି ପୁସ୍ତକ ପ୍ରକାଶ ଅପେକ୍ଷାରେ ଅଛି । ପ୍ରକାଶ ପାଇସାରିଥିବା ପୁସ୍ତକ ଗୁଡ଼ିକ ହେଲା : ମୋ କାଳିଆ ଧନ (୧୯୮୦), ସୁନାପିଲା ସାମାଜିକ ପାରିପାର୍ଶ୍ଵିକ ଶିକ୍ଷା (୧୯୯୪), ଜେନା ଅଜାଙ୍କ ମଜା କାହାଣୀ (୧୯୯୬), ବିଦ୍ରୋହୀ ଦିବାକର ପରିଡ଼ା (୧୯୯୭), ବିପ୍ଳବୀ ରଘୁନାଥ ମହାନ୍ତି (୧୯୯୭), ଠେଙ୍ଗା ବିଚାର (୨୦୦୦), ଶବ୍ଦଧନ୍ଦା କୁଇଜ୍ (୨୦୦୬), ଶବ୍ଦ ଖେଳ (୨୦୦୭), କୁନି କୁନି ଗୀତ (୨୦୦୭), ନାନାବାୟା ତାନା (୨୦୦୯), କୁହୁକ ପର (୨୦୧୦), ମା' ମଣିନାଗ ଭଜନମାଳା (୨୦୧୬) 

ଫଟୋ କ୍ରେଡିଟ୍ : ତାରାପ୍ରସାଦ ଜେନା


ଫଟୋ ୩ : ତାରପ୍ରସାଦ ଜେନା ଙ୍କ ପିଲାବେଳର ଫଟୋ । ଡାକ ନାଁ 'ବୁଲୁ' । ୩ ମାର୍ଚ୍ଚ ୧୯୬୧ ରେ ଜନ୍ମ ।

ଫଟୋ କ୍ରେଡିଟ୍ : ତାରାପ୍ରସାଦ ଜେନା


Keywords: Taraprasad Jena, Dadan Shramikara Atmakatha


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ହହୁତ ଉଚ୍ଚକୋଟୀର ଆଲେଖ୍ଯ ସୁନ୍ଦର ପରିପାଟୀରେ । ସ୍ମରଣିକାର ଏ ପ୍ରୟାସ ଗୌରବମୟ । ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା , ଏ କାର୍ଯ୍ଯ ଦୀର୍ଘଜୀବୀ ହେଉ ଓ ସମାଜରେ ସୁମନ ସମ ସୁବାସ ବିତରଣ କରୁ ।

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ । ପାଠକମାନଙ୍କ ଉତ୍ସାହପ୍ରଦ କଥା ହିଁ ଆମ ପାଇଁ ପ୍ରେରଣାର ଉତ୍ସ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ