Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମନର ଦେଶରେ ପ୍ରେମର ସହର - Manara Deshare Premara Sahara Lyrics

== ଓଡ଼ିଆ ==

ଫିଲ୍ମଗୀତ : ମନର ଦେଶରେ ପ୍ରେମର ସହର
ଭାଷା : ଓଡ଼ିଆ
ଚଳଚିତ୍ର : ସୁନା ଚଢ଼େଇ
କଣ୍ଠ : ମହମ୍ମଦ ଅଜିଜ୍, ଅନୁରାଧା ପୌଡ଼ୱାଲ
ଗୀତିକାର : ଦେବଦାସ ଛୋଟରାୟ
ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି
ମସିହା : ୧୯୮୮



(ପୁ)
ମନର ଦେଶରେ ପ୍ରେମର ସହର
ପ୍ରେମର ସହରେ ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର
(ପୁ)
ମନର ଦେଶରେ
(ଝି)
ପ୍ରେମର ସହର
(ପୁ)
ପ୍ରେମର ସହରେ
(ଝି)
ଛୋଟ ଗୋଟେ ଘର
(ପୁ)
ସେ ଘର ଆଗରେ ଲେଖା କୁହ କାହା ନାମ
(ଝି)
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର ॥୧॥


(ଝି)
ଶୁଣିଛି ମୁଁ ପ୍ରେମ କାଳେ ଦୁନିଆଠୁ ବଡ଼
ଆମେ କିଆଁ ତଳୁଥିବା ଛୋଟ ଗୋଟେ ଘର
ଏ ଆକାଶ ଛାତ ଆମ ଦୁନିଆଟା ଘର
ସଭିଏଁ ତ ନିଜ ଆମ କେହି ନାହିଁ ପର

ସବୁଜ ଏ ବନେ ନୀଳ ପରବତ
ନୀଳ ପରବତେ ଧୂସର ପଥର
ସେଇ ପଥରେ ଲେଖାଥାଉ ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର ॥୨॥


(ପୁ)
ମୋ ମନର ନାୟିକା ମିଳିଗଲା ବୋଲି
ଜୀବନକୁ ସପନର ହାତେ ବିକିଦେଲି
ଏ ଟିକିଲି ବଦଳରେ କପାଳରେ ତୋର
ନିଜ ହାତେ ଭରିଦେବି ସୁହାଗ ସିନ୍ଦୂର
ଲେଖୁ ଏ ଦୁନିଆ ଆମ ଏ କାହାଣୀ
କାହାଣୀରେ ଜିଇଁରହୁ ଏ ଚାହାଣି
ଏ ଚାହାଣି ପଛେ ଅଛି ଗୋଟିଏ ସପନ
ଯେଉଁଟି ତୁମର ସେଇଟି ମୋହର
ଯେଉଁଟି ତୁମର ସେଇଟି ମୋହର
(ପୁ+ଝି)
ମନର ଦେଶରେ ପ୍ରେମର ସହର
ପ୍ରେମର ସହରେ ଛୋଟ ଗୋଟେ ଘର
ସେ ଘର ଆଗରେ ଲେଖା ଦୁଇଗୋଟି ନାମ
ଗୋଟିଏ ତୁମର ଗୋଟିଏ ମୋହର
ଗୋଟିଏ ତୁମର ଗୋଟିଏ ମୋହର ॥୩॥


YouTube ରେ ମନର ଦେଶରେ ପ୍ରେମର ସହର



== English ==

Movie Song : Manara Deshare Premara Sahara
Language : Odia
Movie : Suna Chadhei
Singer : Mohammad Aziz, Anuradha Paudwal
Lyricist : Devdas Chhotray
Music Director : Akshaya Mohanty
Year : 1988



(M)
Manara deshare premara sahara
Premara sahare chhota gote ghara
Se ghara agare lekha duigoti nama
Gotie tumara gotie mohara
Gotie tumara gotie mohara
(M)
Manara deshare
(F)
Premara sahara
(M)
Premara sahare
(F)
Chhota gote ghara
(M)
Se ghara agare lekha kuha kaha nama
(F)
Gotie tumara gotie mohara
Gotie tumara gotie mohara ॥1॥


(F)
Shunichhi mun prema kale duniathu bada
Aame kian taluthiba chhota gote ghara
E akasha chhata ama duniata ghara
Sabhien ta nija ama kehi nahin para

Sabuja e bane nila parabata
Nila parabate dhusara pathara
Sei pathare lekhathau duigoti nama
Gotie tumara gotie mohara
Gotie tumara gotie mohara ॥2॥


(M)
Mo manara nayika miligala boli
Jibanaku sapanara hate bikideli
E tikili badalare kapalare tora
Nija hate bharidebi suhaga sindura
Lekhu e dunia ama e kahani
Kahanire jiinrahu e chahani
E chahani pachhe achhi gotie sapana
Jeunti tumara seiti mohara
Jeunti tumara seiti mohara
(M+F)
Manara deshare premara sahara
Premara sahare chhota gote ghara
Se ghara agare lekha duigoti nama
Gotie tumara gotie mohara
Gotie tumara gotie mohara ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ