Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ବାଇଚଢ଼େଇ ଓ ପିମ୍ପୁଡ଼ି ଭାଇ - Baichadhei O Pimpudi Bhai Lyrics



== ଓଡ଼ିଆ ==

ଗୀତ : ବାଇଚଢ଼େଇ ଓ ପିମ୍ପୁଡ଼ି ଭାଇ
ଭାଷା : ଓଡ଼ିଆ


ସାତ ଦିନ ଗଲା ନାହିଁ ଭରସା
ଲାଗି ରହିଅଛି ଝଡ଼ି ବରଷା
      ଆହାର ପାଇଁ,
ଯାଇ ପାରି ନାହିଁ ବାଇଚଢ଼େଇ ॥୧॥

ଦୁଇ ଛୁଆ ତା'ର ବସାରେ ଦୋଳି
ଭୋକ ଉପାସରେ କରିଲେ ଅଳି -
      “ବୋଉ ଲୋ ବୋଉ !
ଖାଇବାକୁ ସତେ କିଆଁ ନ ଦେଉ ?” ॥୨॥   

କଅଁଳ ବିକଳ ମୁହଁକୁ ଚାହିଁ
ବୁଝାଇ କହିଲା ବାଇଚଢ଼େଇ
      “ଅଥୟ ନୁହ,
ମେଘ ଯାଉ ଛାଡ଼ି ଟିକିଏ ରୁହ ॥୩॥

ମାଟି ତଳେ ଅଛି ପିମ୍ପୁଡ଼ି ମାମୁଁ
ରଖିଅଛି ଖୁଦ ବହୁତ ଦିନୁ
      ତୁମରି ଲାଗି,
ଖୁଦରୁ କିଛି ମୁଁ ଆଣିବି ମାଗି” ॥୪॥   

ବରଷା ଟିକିଏ ଗଲାରୁ ଛାଡ଼ି
ଖୁଦ ପାଇଁ ମାଆ ଗଲା ବାହାରି
      ଡାକିଲା ଯାଇ,
“ଖୁଦ ଦିଅ ଅଛି କିଛି ପିମ୍ପୁଡ଼ି ଭାଇ ॥୫॥

ସାତ ଦିନ ଗଲା, ନାହିଁ ଭରସା
ଲାଗି ରହିଅଛି ଝଡ଼ି ବରଷା
      ପିଲାଏ ମୋର,
ଭୋକରେ ହେଲେଣି ଅଥୟ ବଡ଼” ॥୬॥

ପିମ୍ପୁଡ଼ି କହିଲା, “ବାଇଚଢ଼େଇ
ତାଳ ଗଛେ ଥାଇ କରୁ ବଢ଼େଇ
      ରଖିନୁ ଘରେ,
ଖାଇବାକୁ ଦାନା ବରଷା-ଝଡ଼େ ॥୭॥

ମୋର ଖୁଦତକ ନିଅଣ୍ଟ ମୋତେ
ବରଷା ଦିନରେ ଦେବି କେମନ୍ତେ
      ନାହିଁରେ ନାହିଁ,
ଖୁଦ ମୁଁ ନ ଦେବି ବାଇଚଢ଼େଇ” ॥୮॥

ଶୁଣି ମାଟି ତଳୁ ପିମ୍ପୁଡ଼ି କଥା
ଚଢ଼େଇ ମନରେ ପାଇଲା ବ୍ୟଥା
      ଆସିଲା ଫେରି,
ଖୋଜିଲା ଆହାର ନ କରି ଡେରି ॥୯॥

ମନେ ମନେ ଭାବି ପିଲାଙ୍କ ଭୋକ
ଘାସ-ପତରରୁ ଖୋଜିଲା ପୋକ
      ଥଣ୍ଟରେ ଧରି,
ପୋକ ଦୁଇ ଗୋଟି ଗଲା ସେ ଉଡ଼ି ॥୧୦॥

ଛାଡ଼ିଗଲା ମେଘ ଆସିଲା ଶୀତ
ପକ୍ଷୀ ଛୁଆ ବଢ଼ି ଗାଇଲେ ଗୀତ
      ବସାଟି ଦୋଳେ,
ଦୋଳୁଥାନ୍ତି ଛୁଆ ବସାର କୋଳେ ॥୧୧॥

ନଈକୂଳେ ବରଗଛରେ ଯାଇ
ବସିଥିଲା ଦିନେ ବାଇଚଢ଼େଇ
      ଦେଖିଲା ତଳେ,
ପିମ୍ପୁଡ଼ି ଭାସୁଛି ନଈର ଜଳେ ॥୧୨॥

ଚଢ଼େଇ କହିଲା, “ପିମ୍ପୁଡ଼ି ଭାଇ
ଥୟ ଧର ଟିକେ, ଡରିବ ନାହିଁ
      ନିଅ ପତର,
ଉଠି ବସି ରଖ ପ୍ରାଣ ତୁମର” ॥୧୩॥

ଶୁଖିଲା ପତର ଥଣ୍ଟରେ ଧରି
ପକାଇଲା ଜଳେ ଚଞ୍ଚଳ କରି
      ନଈର ଜଳେ,
ପତରର ଡଙ୍ଗା ପବନେ ଚଳେ ॥୧୪॥

ଡଙ୍ଗାରେ ବସିଲା ପିମ୍ପୁଡ଼ି ଯାଇ
ଖୁସିରେ କହିଲା, “ବାଇଚଢ଼େଇ!
      ରଖିଲୁ ପ୍ରାଣ,
ତୋ' ଲାଗି ପାଇଲି ନୂଆ ଜୀବନ ॥୧୫॥

କହିବି କି ଆଉ ଲାଜର କଥା !
ଭାବିଲେ ମନରେ ଲାଗଇ ବ୍ୟଥା
      ବରଷା ଦିନେ,
ଦେଇ ନାହିଁ ଖୁଦ ପଡ଼ୁଛି ମନେ” ॥୧୬॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. This odia sahitya kabita is which in class

    ReplyDelete
    Replies
    1. ତୃତୀୟ ଶ୍ରେଣୀ
      ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
    2. 👌👌👌👌

      Delete
  2. Which in class this odia sahitya kabita

    ReplyDelete
  3. Odia kabita aau kana kana thila tara naa lekhi pathai diyantu

    ReplyDelete
    Replies
    1. ଆହୁରି ଅନେକ କବିତା ଥିଲା
      ସବୁ ଏଇଠି ଲେଖି ଦେବା ସମ୍ଭବପର ନୁହେଁ । ଆଗ୍ରହ ପାଇଁ ଧନ୍ୟବାଦ
      ଦୟାକରି ଧୈର୍ଯ୍ୟ ରଖନ୍ତୁ । ଆମେ ଧୀରେ ଧୀରେ ଯେତେ ସମ୍ଭବ ପବ୍ଲିଶ କରିଦେବୁ । ଆପଣ "ଦି ସ୍ମରଣିକା" ରେ ସବୁ ପଢ଼ିପାରିବେ

      Delete
  4. Ha odia sahitya kabita jaldi pathaele bahuta bahuta bhala lagiba🌷

    ReplyDelete
  5. ଆନ୍ତରିକ ସାଧୁବାଦ ଜଣାଉଛି ଆପଣଙ୍କର ଏହି ମହାନ ପ୍ରୟାସ ପାଇଁ...ପିଲାଦିନେ ଏଇ କବିତା ଗଳ୍ପ ପଢି ଆମ ମନରେ ଜନ ସେବା ପାଇଁ ପ୍ରେରଣା ଯୋଗାଇଥିଲା ଏଇ ସବୁ କବିତା ...ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏବଂ ବିନମ୍ର ପ୍ରଣାମ ଜଣାଉଛି ପୁରୁଣା ଦିନର ସ୍ମୃତିକୁ ତାଜା କରିଥିବାରୁ । ଆପଣଙ୍କ ଏହି ପ୍ରଚେଷ୍ଟା ଆହୁରି ତୀବ୍ରତର ହେଉ ଏବଂ "ଦି ସ୍ମରଣୀକା"ର ଉତ୍ତରୋତ୍ତର କାମନା କରୁଛି । ଜୟ ଜଗନ୍ନାଥ 🙏🙏🙏

    ReplyDelete
    Replies
    1. ପ୍ରଣାମ । ଆପଣଙ୍କ ଦିପଦ କଥା ଆମକୁ ସର୍ବଦା ଉତ୍ସାହ ଯୋଗାଉଥିବ । ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  6. ପାଣି ଖେଳଇ ଦୋଳି ରେ ଭାଇ ଦୋଳି ଖେଳଇ ପାଣି.... କବିତା ଟି ପୋଷ୍ଟ କରିବାକୁ ଅନୁରୋଧ ରହିଲା 🙏

    ReplyDelete
    Replies
    1. ହଁ ଲେଖିଦେବୁ । ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  7. ଏଇ ଆକାଶେ କେତେ ରଙ୍ଗ ଫହରି ବାଦଲ ଭାସେ... ଏକ ସୁନ୍ଦର ତଥା ଶିଖଣୀୟ କବିତା.... ଯଦି ପୋଷ୍ଟ କରି ପାରନ୍ତେ ତାହେଲେ ବହୁତ ଭଲ ହୁଅନ୍ତା l

    ReplyDelete
    Replies
    1. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ