Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା - Jibana Re Jibana Tu Deha Chhadi Jaana Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୭ ଜାନୁୟାରୀ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

== ଓଡ଼ିଆ ==

ଫିଲ୍ମଗୀତ : ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା
ଭାଷା : ଓଡ଼ିଆ
ଚଳଚିତ୍ର : ରୁମ୍‍କୁ ଝୁମାନା
କଣ୍ଠ : ରତିକାନ୍ତ ଶତପଥୀ
ଗୀତିକାର : ଅରୁଣ ମନ୍ତ୍ରୀ
ସଂଗୀତ ନିର୍ଦ୍ଦେଶକ : ବୈଦ୍ୟନାଥ ଦାସ
ମସିହା : ୨୦୧୩



ଜୀବନ ରେ ଜୀବନ ତୁ ଦେହଛାଡ଼ି ଯାଆନା
ହାଁ ଦେହଛାଡ଼ି ଯାଆନା
ଜିଇଁବାକୁ ନାହିଁ ମୋର ଆଉ କିଛି ବାହାନା
ହାଁ ଆଉ କିଛି ବାହାନା
ଆଖିରୁ ଲୁହ ଛାତିରୁ ଲହୁ
ମୋ ରାଣ ତୋତେ ଝରାନା ଆଉ
ଏ ଦୁନିଆ ସମ୍ପର୍କର ମାନେ କିଛି ବୁଝେନା
ଆ..
ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା 
ହାଁ ଦେହଛାଡ଼ି ଯାଆନା ॥


ସମ୍ପର୍କଟା ଯଦି ଭାଙ୍ଗିବାର ଥାଏ
କାହିଁକି ଯେ ଏଠି ଗଢ଼ାହୁଏ
କାହିଁକି ଯେ ଗଢ଼ାହୁଏ
ବାଇଚଢ଼େଇର ବସା ଭାଙ୍ଗିବାକୁ
ଝଡ଼ କାଇଁ ଆସି ବହିଯାଏ
ଝଡ଼ କାଇଁ ବହିଯାଏ
ନିଶ୍ଵାସ ଆଜି ଦେଲାତ ଠକି
ସାତ ସାଗର ଗଲା ତ ଶୁଖି
ଚାରିଆଡ଼େ ମରୁଭୂଇଁ ପାଣି ଟୋପେ ମିଳେନା
ଆ..
ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା
ହାଁ ଦେହଛାଡ଼ି ଯାଆନା  ॥୧॥


କିଛିଦିନ ପାଇଁ ହାତଧରି ଛାଇ
ଯାଏ କାଇଁ ପୁଣି ହାତ ଛାଡ଼ି
ଯାଏ କାଇଁ ହାତ ଛାଡ଼ି
ଫଗୁଣ ଆକାଶେ କୁଆଡ଼ୁ କେଜାଣି
କଳାମେଘ ସତେ ଆସେ ମାଡ଼ି
କଳାମେଘ ଆସେ ମାଡ଼ି
ଆକାଶ ସତେ ପଡ଼ିଲା ଛିଡ଼ି
ସକାଳେ ଗଲା ସୁରୁଜ ବୁଡ଼ି
ବାଟଅଛି ଚାଲିବାକୁ ହେଲେ ବାଟ ମିଳେନା
ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା
ହାଁ ଦେହଛାଡ଼ି ଯାଆନା ॥୨॥


ପୂନେଇଁ ରାତିରୁ କାହିଁକି କେଜାଣି
ହେଇଗଲା ଏଠି ଜହ୍ନ ଚୋରି
ହେଇଗଲା ଜହ୍ନ ଚୋରି
ସତ ଆଉ ମିଛ ନିଶାପ ଭିତରେ
ସ୍ନେହ କାଇଁପାଇଁ ଗଲା ହାରି
ସ୍ନେହ କାଇଁ ଗଲା ହାରି
ପୃଥିବୀ ଛାତି ଗଲା କି ଫାଟି
ଏ ପାଦତଳୁ ଖସିଲା ମାଟି
ମମତା ଦଉଚି ଫାସି ବିଶ୍ଵାସ ତ ହୁଏନା
ଆ..
ଜୀବନରେ ଜୀବନ ତୁ ଦେହଛାଡ଼ି ଯାଆନା
ହାଁ ଦେହଛାଡ଼ି ଯାଆନା
ଜିଇଁବାକୁ ନାହିଁ ମୋର ଆଉ କିଛି ବାହାନା
ହାଁ ଆଉ କିଛି ବାହାନା ॥୩॥ 


ଶବ୍ଦାର୍ଥ:
ନିଶାପ= ବିଚାର


YouTube ରେ ଜୀବନ ରେ ଜୀବନ ତୁ



== English ==

Movie Song : Jibana Re Jibana Tu Dehachhadi Jaana
Language : Odia
Movie : Rumku Jhumana
Singer : Ratikanta Satpathy
Lyricist : Arun Mantri
Music Director : Baidyanath Dash
Year : 2013



Jibana re jibana tu dehachhadi jaana
Han dehachhadi jaana
Jiinbaku nahin mora aau kichhi bahana
Han aau kichhi bahana
Aakhiru luha chhatiru lahu
Mo rana tote jharana aau
E dunia samparkara mane kichhi bujhena
Aa..
Jibana re jibana tu dehachhadi jaana
Han dehachhadi jaana ॥


Samparkata jadi bhangibara thae
Kahinki je ethi gadhahue
Kahinki je gadhahue
Baichadheira basa bhangibaku
Jhada kain asi bahijae
Jhada kain bahijae
Nishwasa aji delata thaki
Sata sagara gala ta shukhi
Chariade marubhuin pani tope milena
Aa..
Jibana re jibana tu dehachhadi jaana
Han dehachhadi jaana ॥1॥


Kichhidina pain hatadhari chhai
Jae kain puni hata chhadi
Jae kain hata chhadi
Phaguna akashe kuadu kejani
Kalamegha sate ase madi
Kalamegha ase madi
Aakasha sate padila chhidi
Sakale gala suruja budi
Bataachhi chalibaku hele bata milena
Jibana re jibana tu dehachhadi jaana
Han dehachhadi jaana ॥2॥


Punein ratiru kahinki kejani
Heigala ethi jahna chori
Heigala jahna chori
Sata aau michha nishapa bhitare
Sneha kainpain gala hari
Sneha kain gala hari
Pruthibi chhati gala ki phati
E padatalu khasila mati
Mamata dauchi phasi bishwasa ta huena
Aa..
Jibana re jibana tu dehachhadi jaana
Han dehachhadi jaana
Jiinbaku nahin mora aau kichhi bahana
Han aau kichhi bahana ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ପ୍ରେମ ହେଇଯାଏରେ ଗୀତର ଲିରିକ୍ ଛାଡନ୍ତୁ।

    ReplyDelete
  2. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।

    - ଦି ସ୍ମରଣିକା ଟିମ୍

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ