Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କି ରଙ୍ଗ ରଖିଚୁରେ ରଙ୍ଗ ନାୟକ - Ki Ranga Rakhichure Ranga Nayaka Lyrics

== ଓଡ଼ିଆ ==

ଭଜନ : କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
ଭାଷା : ଓଡ଼ିଆ
ଆଲବମ : ରଙ୍ଗ ନାୟକ
କଣ୍ଠ : ପଙ୍କଜ
ଗୀତିକାର : ଶୁଭେନ୍ଦୁ ପ୍ରଧାନ
ସଂଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର



କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ
କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ
ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ
ତୋ ଛନ୍ଦରେ ନାଚୁଚି ଜଗତଯାକ ରେ
ନାଟରସିକ ମୋ ମାୟା ପ୍ରେମିକ
ନାଟରସିକ ମୋ ମାୟା ପ୍ରେମିକ
କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ ॥


ରାମାୟଣରେ ପୁରୁଷୋତ୍ତମ ତୁ
ମହାଭାରତରେ ସାରଥି
ତୋ ପାଇଁ ଲେଖା କେତେ ଯେ ପୁରାଣ
ଗୀତା ଭାଗବତ ପୋଥି
ରାମାୟଣରେ ପୁରୁଷୋତ୍ତମ ତୁ
ମହାଭାରତରେ ସାରଥି
ତୋ ପାଇଁ ଲେଖା କେତେ ଯେ ପୁରାଣ
ଗୀତା ଭାଗବତ ପୋଥି
ସବୁଠି ଅଛୁ ତୁ ସବୁଠି ଅଛୁ
ପୁଣି କେଉଁଠି ନଥାଇ ଶୁନ୍ୟ ନାବିକ ରେ
ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ
ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ
କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ ॥୧॥


ଧର୍ମଯୁଦ୍ଧରେ ଯେଉଁ ଶଖାକୁ
କର୍ମ ଯୋଗ କଥା କହିଲୁ
ସେଇ ଶଖାଠାରୁ ଶିଆଳି ଲଟାରେ
କଳା ତୁ ହରଣ କଲୁ
ଧର୍ମଯୁଦ୍ଧରେ ଯେଉଁ ଶଖାକୁ
କର୍ମ ଯୋଗ କଥା କହିଲୁ
ସେଇ ଶଖାଠାରୁ ଶିଆଳି ଲଟାରେ
କଳା ତୁ ହରଣ କଲୁ
କରି କରାଉ ତୁ କରି କରାଉ
ତୋ ହାତରେ ସବୁରି ଭାଗ୍ୟ ଜାତକ ରେ
କଳା ଜୋତିଷ ମୋ ଲୀଳା ପୁରୁଷ
କଳା ଜୋତିଷ ମୋ ଲୀଳା ପୁରୁଷ

କି ରଙ୍ଗ ରଖିଚୁରେ ରଙ୍ଗ ନାୟକ
କି କଳା ମାଖିଚୁରେ କଳା ଶ୍ରୀମୁଖ
ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ
ତୋ ଛନ୍ଦରେ ନାଚୁଚି ଜଗତଯାକ ରେ
ନାଟରସିକ ମୋ ମାୟା ପ୍ରେମିକ
ଭାବ ବଣିକ ମୋ ପୂଣ୍ୟ ସିନ୍ଦୁକ
କଳା ଜୋତିଷ ମୋ ଲୀଳା ପୁରୁଷ
ନାଟରସିକ ମୋ ମାୟା ପ୍ରେମିକ ॥୨॥


YouTube ରେ କି ରଙ୍ଗ ରଖିଚୁରେ ରଙ୍ଗ ନାୟକ



== English ==

Bhajan : Ki Ranga Rakhichure Ranga Nayaka
Language : Odia
Album : Ranga Nayaka
Singer : Pankaj
Lyricist : Shubhendu Pradhan
Music Director : Abhijit Majumdar



Ki ranga rakhichure ranga nayaka
Ki kala makhichure kala shrimukha
Ki ranga rakhichure ranga nayaka
Ki kala makhichure kala shrimukha
Chhanda janichhu tu chhanda janichhu
To chhandare nachuchi jagatajaka re
Natarasika mo maya premika
Natarasika mo maya premika
Ki ranga rakhichure ranga nayaka
Ki kala makhichure kala shrimukha ॥


Ramayanare purusottama tu
Mahabharatare sarathi
To pain lekha kete je purana
Gita Bhagabata pothi
Ramayanare purusottama tu
Mahabharatare sarathi
To pain lekha kete je purana
Gita Bhagabata pothi
Sabuthi achhu tu sabuthi achhu
Puni keunthi nathai shunya nabika re
Bhaba banika mo punya sinduka
Bhaba banika mo punya sinduka
Ki ranga rakhichure ranga nayaka
Ki kala makhichure kala shrimukha ॥1॥


Dharmajuddhare jeun shakhaku
Karma joga katha kahilu
Sei shakhatharu shiali latare
Kala tu harana kalu
Dharmajuddhare jeun shakhaku
Karma joga katha kahilu
Sei shakhatharu shiali latare
Kala tu harana kalu
Kari karau tu kari karau
To hatare saburi bhagya jataka re
Kala jotisa mo lila purusa
Kala jotisa mo lila purusa

Ki ranga rakhichure ranga nayaka
Ki kala makhichure kala shrimukha
Chhanda janichhu tu chhanda janichhu
To chhandare nachuchi jagatajaka re
Natarasika mo maya premika
Bhaba banika mo punya sinduka
Kala jotisa mo lila purusa
Natarasika mo maya premika ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ସେ କାଳ ଭଲଥିଲା
    ଯୌଥ ପରିବାର ଥିଲା।
    ଆଈଙ୍କର ଗପ ଥିଲା।
    ଝୋଟିଭରା କାନ୍ଥ ଥିଲା।
    କାଠପିଢାରେ ବସା ଥିଲା।
    ଫଟାକପ୍ ରେ ଚାହା ଥିଲା
    କାଠ ଚୁଲିରେ ନିଆଁ ଥିଲା।
    ମାଟିହାଣ୍ଡି ରୋଷେଇ ଥିଲା।
    ସେ କାଳ ଭଲ ଥିଲା।
    ଆକାଶବାଣୀ ଟିଉନିଙ୍ଗ୍ ଥିଲା।
    କେତେ ସୁନ୍ଦର ଲାଗୁଥିଲା।
    ଶୀଳଚକି ଘରେ ଥିଲା।
    ବିରିବଟା ହେଉଥିଲା।
    ଅଗଣାରେ ଖରା ଥିଲା।
    ବଡିପକା ହେଉଥିଲା।
    ତାଳପତ୍ରର ପଙ୍ଖା ଥିଲା।
    ଚାଷୀଙ୍କର କ୍ଷେତ ଥିଲା।
    ବିଲବାଡି ହସୁଥଲା।
    ମହୁଲ ଫୁଲର ବାସ ଥିଲା।
    ସୋରିଷ ଫୁଲର ଝଲକ ଥିଲା।
    ସେ କାଳ ଭଲ ଥିଲା।
    ଗାଁ ଚାଟଶାଳି ଥିଲା।
    ପଣକିଆ ବୋଲା ଥିଲା।
    ଅବଧାନଙ୍କ ବେତ ଥିଲା।
    (ହେଲେ) ସ୍ନେହଭରା ମନ ଥିଲା।
    ଲଣ୍ଠନ ବତୀ ଥିଲା।
    ପାଠ ପଢା ହେଉଥିଲା।
    ଭାଗବତ ଟୁଙ୍ଗୀ ଥିଲା।ଭଜନ କୀର୍ତ୍ତନ ଚାଲୁଥିଲା।
    ପୂଜା ପାର୍ବଣ ହେଉଥିଲା।
    ସାହି ସାହି ମେଳ ଥିଲା।
    ଆକାଶରେ ଜହ୍ନ ଥିଲା।ଶଗଡିଆର ଗୀତ ଥିଲା।
    ବାଗୁଡି ଖେଳ ହେଉଥିଲା।
    କଳିଗୋଳ ବି ହେଉଥିଲା।
    (ପୁଣି) ମିଳିମିଶା ହେଉଥିଲା।
    (ହେଲେ) ରାଗରୋଷ ନ ଥିଲା।
    ସେ କାଳ ଭଲ ଥିଲା
    ଝିଅଙ୍କର ପୁଚିଖେଳ ଥିଲା।
    ରଜଦୋଳି ହେଉ ଥିଲା।
    ପୁନେଇଁର ଗୀତ ଥିଲା।
    ଅଷ୍ଟମୀର ପିଠା ଥିଲା।
    ସୁଆଦିଆ ଲାଗୁଥିଲା।
    ଜିତିୟାଷ୍ଟମୀର ଘାଣ୍ଟ ଥିଲା।
    ଦିଆ ନିଆ ହେଉଥିଲା।
    ଚୈତରେ ଦଣ୍ଡନାଚ ଥିଲା।
    ଗଉଡର ବାଡି ଖେଳଥିଲା।
    ଚକୁଳିଆପଣ୍ଡାର ଡାକ ଥିଲା।
    ସେ କାଳ ଭଲ ଥିଲା
    ଘରଚଟିଆ ଦିଶୁଥିଲା।
    କିଚିରି ମିଚିରି ରାବ ଥିଲା।
    ଗଉଡୁଣୀର କ୍ଷୀର ଥିଲା।
    ଠେକିଭରା ଲହୁଣୀ ଥିଲା।
    କାର୍ତ୍ତିକରେ ବୁଡ ଥିଲା।
    ଡଙ୍ଗା ଭସା ହେଉଥିଲା।
    ଘରେ ଘରେ ଢିଙ୍କି ଥିଲା।
    ଚୁଡାକୁଟା ଯାଉଥିଲା।
    କୁଲାପାଛୁଡା ଧାନ ଥିଲା।
    ବୋହୂ ଡାକ ଶୁଭୁଥିଲା।
    ଶାଶୁଙ୍କୁ ପରଷା ଯାଉଥିଲା
    କେତେ ମିଠା ଭାବ ଥିଲା।
    (ହାୟ) ଆଜି ସବୁ ହଜିଗଲା।
    *କାହିଁ ଗଲା ସେ କାଳ ?

    ReplyDelete
    Replies
    1. ହୃଦୟକୁ ଛୁଇଁଗଲା ! ଅଶେଷ ଧନ୍ୟବାଦ !

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନନ୍ଦିଘୋଷ ତୋର ଅଟକି ଗଲା ବଡ଼ଶଙ୍ଖ ଠାରେ - Nandighosa Tora Ataki Gala Badashankha Thare lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ