Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶ୍ମଶାନ କାଳୀଙ୍କୁ ସ୍ତୁତି - Smasana Kalinku Stuti Lyrics


ଗୀତ : ଶ୍ମଶାନ କାଳୀଙ୍କୁ ସ୍ତୁତି
ଭାଷା : ଓଡ଼ିଆ
ଗୀତିକାର : ଶିବ ପ୍ରସାଦ ବାହିନୀପତି
ମସିହା : ୨୦୧୯


ଶତାନକେ ଶବ ସଙ୍ଗେ ନିବାସ ତୋହରି
ଶ୍ମଶାନ କାଳୀକା ଜଗତେ ପଡ଼ୁଛି ହୁରି ॥

ଶଙ୍କରୀ ତୁ ଶମନୀର ଜାଗ୍ରତ ପ୍ରହରୀ
ଶଶାଙ୍କ ଶଶ୍ୱତ୍‌ ସୂର୍ଯ୍ୟ କରନ୍ତି ଗୁହାରି ॥

ଶତକ୍ରତୁ ଶମନ ବି ନମନ୍ତି ଚରଣେ
ଶଙ୍କା ପା'ନ୍ତି ଦେବ ନର ତୋ ରୂପ ଦର୍ଶନେ ॥

ଶମ୍ବରାରି ଶର୍ମ ପ୍ରାପ୍ତ କଲା ସ୍ତବ ଗାଇ
ଶ୍ମଶାନ କାଳୀ ରଖିଲୁ ତୁ ଘଣ୍ଟ ଘୋଡ଼େଇ ॥

ଶତ୍ରୁ ତ ସର୍ବତ୍ର ମୋର ଆପଣା କେ' ନାହିଁ
ଶରଣ ଗଲି ଚରଣେ ରଖ ମହାମାୟୀ ॥

ଶୂଚିତ୍ଵ ଚିତ୍ତେ  ମୁଁ ତୋର କରୁଛି ଭଜନ
ଶମଶାନ କାଳୀ ମୋର ପ୍ରଣିପାତ ଘେନ ॥

ଶିବର ବିନତି ବାରେ ହେଉ ଶୁଣିବାର
ଶିବା ପଦ ବନ୍ଦେ ମୁଁ ତୋ ଅଧମ କୁମର ॥


ଶବ୍ଦାର୍ଥ:
ଶତାନକ= ଶ୍ମଶାନ, ମଶାଣି, ଶମନୀ= ରାତ୍ରି, ଶଶାଙ୍କ= ଚନ୍ଦ୍ର, ଶଶ୍ୱତ୍‌= କୁବେର, ଶତକ୍ରତୁ= ଇନ୍ଦ୍ର, ଶମନ= ଯମ, ଶମ୍ବରାରି= କନ୍ଦର୍ପ, ଶର୍ମ= ମୁକ୍ତି ପାଇବା, ଶୂଚିତ୍ଵ= ଅତି ଶୁଦ୍ଧ


ଫଟୋ : ଶିବ ପ୍ରସାଦ ବାହିନୀପତି, ସମ୍ପାଦକ, ଉଦୟ ଭାନୁ, କଣାସ, ପୁରୀ, ଓଡ଼ିଶା । ଡାହାଣ ପାର୍ଶ୍ଵର ତଳ ଫଟୋଟି ୫ ଡିସେମ୍ବର ୨୦୧୯ ରେ ବୌଦ୍ଧଚକ୍ର ସାହିତ୍ୟ ଆସରରେ (ବୌଦ୍ଧ ଜିଲ୍ଲାରେ) ଶିବ ପ୍ରସାଦ ବାହିନୀପତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଉଥିବାର ଫଟୋ ।
ଫଟୋ କ୍ରେଡିଟ୍ : ଶିବ ପ୍ରସାଦ ବାହିନୀପତି



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ