Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆମ ଘର (ଏଇ ଘରଟିରେ ଜନମ ମୋର) - Aama Ghara (Ei Gharatire Janama Mora) Lyrics

ama-ghara-ei-ghratire-janama-mora-ଆମ-ଘର-ଏଇ-ଘରଟିରେ-ଜନମ-ମୋର-the-smaranika-ଦି-ସ୍ମରଣିକା


ଗୀତ : ଏଇ ଘରଟିରେ ଜନମ ମୋର
ଭାଷା : ଓଡ଼ିଆ

ଗୀତିକାର : ନନ୍ଦକିଶୋର ସାମଲ


ଏଇ ଘରଟିରେ ଜନମ ମୋର
ଝାଟିମାଟିର ଏ, ନଡ଼ା ଛପର
ଏଇ ଘରେ ଆମେ
ଏକାଠି ଥାଉ,
ଏକାଠି ଖାଉ,
ଏକାଠି ବସୁ,   
ଏକାଠି ହସୁ ,
ବୁଢ଼ୀମା' ପାଶେ,
ଗପ ଶୁଣୁ ଶୁଣୁ ନିଦଟି ଆସେ ॥୧॥ 


ଏଇଟି ଆମର ରୋଷେଇ ଘର
ଏ ଘର ଭିତର ସଫାସୁତର
ଏଇଠାରେ ମାଆ
ପରିବା କାଟେ,
ବେସର ବାଟେ,
ଜାଇ ରଗଡ଼େ,
ଶାଗ ଖରଡ଼େ,
ଗଢ଼ଇ ପିଠା,  
ଆରସା, କାକରା, ଆଃ କି ମିଠା ! ॥୨॥ 


ଏଇଟି ଆମର ଫୁଲ ବଗିଚା
ତଳେ ପାଡ଼ିଛି କି ଘାସ ଗାଲିଚା
ଉଡ଼ି ଉଡ଼ି ଆସେ
ପରଜାପତି,
ତରକା ଅତି,
ଏଇଠି ବୁଲେ,
ଫୁଲରେ ଝୁଲେ,
କଳସୀ ଆଣି,
ଫୁଲ ଗଛ ମୂଳେ ଦିଏ ମୁଁ ପାଣି ॥୩॥


ଏଇଟି ମୋହର ପଢ଼ିବା ଘର
ସଜାଇ ରଖେ ମୁଁ ବହିପତର
ଏଇ ଘରେ ନିତି
ମନ ହରଷେ,
ଗଣିତ କଷେ,
ମୋ ବହି ପଢ଼େ,
ଖେଳଣା ଗଢ଼େ,
ଧରେ ମୁଁ ତୂଳୀ,
ଛବି କରେ ବସି ଭଳିକି ଭଳି ॥୪॥  


ଏଇଟି ଆମର ଟିକି ଗଡ଼ିଆ
ଥିରି ପାଣି ତା’ର କେତେ ବଢ଼ିଆ !
କେତେ ଗଛ ଛାଇ
ଆଲୁଅ ଦିଶେ,
ପାଣିରେ ମିଶେ,
ବଗୁଲି ଆସେ,
କୂଳରେ ବସେ,
ଗଡ଼ିଶାଟିଏ,
ଚମକି ଡିଏଁ,
ଥାଏ ମୁଁ ଥାଏଁ,
ତାଳିଟାଏ ମାରି ପାଣିକି ଡିଏଁ
ଏ କୂଳୁ ସେକୂଳ ପହଁରିଯାଏ ॥୫॥


ଏଣିକି ଏ ଘର ବଦଳିଯିବ
ଝାଟିମାଟି ରୂପ ଆଉ ନଥିବ
ଆମ ହାତେ ଯିବ
ଛାତ ପାଲଟି,
ଏଇ ଚାଳଟି,
ନିଆଁ ପାଣିର,
ତୁଟିବ ଡର,
ବିଜୁଳିବତୀ,
ଘରକୁ କରିବ ଉଜଳ ଅତି ॥୬॥


Note:
ମୂଳ ଲେଖାଟିକୁ ଏଇଠି ସ୍ଥାନ ଦିଆଯାଇଛି । ସମୟକ୍ରମେ ଏହି ଗୀତଟିକୁ ଟିକେ ବଦଳାଯାଇଛି ବହିରେ ।

ବଦଳା ଯାଇଥିବା ପଦ ସବୁ ଏମିତି:
"ଏଇ ଘରଟିରେ ଜନମ ମୋର, ଘର ନୁହେଁ ଇଏ ସରଗପୁର"
"ଏଇଟି ଆମର ରୋଷେଇ ଘର, ରଖିବା ତାହାକୁ ସଫାସୁତର"



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Realy realy thank u sir.. From bottom of my ❤

    ReplyDelete
    Replies
    1. ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete
  2. Thank you the smaranika pila dinara smruti

    ReplyDelete
    Replies
    1. ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ