Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଘ ଚମ୍ପୂ (ଘେନାଇ ଆମ୍ଭେ ଯେତେ କହିଲୁରେ) - Gha Champu (Ghenai Aambhe Jete Kahilure) Lyrics

== ଓଡ଼ିଆ ==

ଗୀତ : ଘେନାଇ ଆମ୍ଭେ ଯେତେ କହିଲୁରେ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ



ଘେନାଇ ଆମ୍ଭେ ଯେତେ କହିଲୁରେ
ଘେନିଲୁ ନାହିଁ ବାଳା ପହିଲୁରେ
ଘେନାଇ ଆମ୍ଭେ ଯେତେ କହିଲୁରେ
ଘୃତଘଟକୁ ଶିଖି-ଶିଖା ପାଖରେ ରଖି
ଘୃତଘଟକୁ ଶିଖି-ଶିଖା ପାଖରେ ରଖି
ଶିରୀଷଦେହା ଏହା ସହିଲୁରେ
ଘେନାଇ ଆମ୍ଭେ ଯେତେ କହିଲୁରେ ॥୧॥


ଘସ୍ରନାଥନନ୍ଦନା ଅନାଉଣିକି ମନ
ଘସ୍ରନାଥନନ୍ଦନା ଅନାଉଣିକି ମନ
କରୁଁ ଯେ ଥାଉଁ ହଟି ଚାହିଁଲୁ ରେ
ଘଟୀସରିକି କରେ ନାହିଁକି ବିବେକରେ
ଘଟୀସରିକି କରେ ନାହିଁକି ବିବେକରେ
ମହାର୍ଣ୍ଣବରେ ଅବଗାହିଲୁ ରେ
ଘେନାଇ ଆମ୍ଭେ ଯେତେ କହିଲୁରେ ॥୨॥ 


ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ
ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ
ଗରଳତୁଲେ ତାହା ପିଇଲୁରେ
ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ
ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ
ସୁଯୋଗୁଁ ସିନା ବଞ୍ଚିଅଇଲୁ ରେ
ଘେନାଇ ଆମ୍ଭେ ଯେତେ କହିଲୁରେ
ଘେନିଲୁ ନାହିଁ ବାଳା ପହିଲୁରେ
ଘେନାଇ ଆମ୍ଭେ ଯେତେ କହିଲୁରେ ॥୩॥


YouTube ରେ ଘେନାଇ ଆମ୍ଭେ ଯେତେ କହିଲୁରେ



== English ==

Song : Ghenai Aambhe Jete Kahilure
Language : Odia
Scripture / Book : Kishorechandrananda Champu
Singer : Shyamamani Pattanaik
Lyricist : Kabisurya Baladev Rath
Music Direction : Traditional
Label : JE Cassette Company



Ghenai ambhe jete kahilure
Ghenilu nahin bala pahilure
Ghenai ambhe jete kahilure
Ghrutaghataku shikhi-shikha pakhare rakhi
Ghrutaghataku shikhi-shikha pakhare rakhi
Shirisadeha eha sahilure
Ghenai ambhe jete kahilure ॥1॥


Ghasranathanandana anauniki mana
Ghasranathanandana anauniki mana
Karun je thaun hati chahinlu re
Ghatisariki kare nahinki bibekare
Ghatisariki kare nahinki bibekare
Maharnnabare abagahilu re
Ghenai ambhe jete kahilure ॥2॥


Ghoti kitabamula ghori ghora jangala
Ghoti kitabamula ghori ghora jangala
Garalatule taha piilure
Ghumaibara sambhabila nahinki ambha
Ghumaibara sambhabila nahinki ambha
Sujogun sina banchiailu re
Ghenai ambhe jete kahilure
Ghenilu nahin bala pahilure
Ghenai ambhe jete kahilure ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଆଜ୍ଞା ଟିକେ ସଂଶୋଧନ କରନ୍ତୁ କବିସୂର୍ଯ୍ୟଙ୍କ କାଳଜୟୀ କୃତି "କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ", ଏହାର ଅନ୍ୟ ନାମ "କିଶୋରୀ ଚମ୍ପୁ " ଅର୍ଥ କିଶୋର ଚନ୍ଦ୍ର କୃଷ୍ଣଙ୍କ ଆନନ୍ଦବର୍ଦ୍ଧକ ଚମ୍ପୁ l
    ଅନେକେ ଭୁଲ ବଶତଃ ଏହାକୁ "କିଶୋର ଚନ୍ଦ୍ରାନନ ଚମ୍ପୁ " କହନ୍ତି l ଧନ୍ୟବାଦ

    ReplyDelete
    Replies
    1. ୱିକିପିଡିଆ ରେ ତିନୋଟି ଯାକ ନାମ ଅଛି : କିଶୋରଚନ୍ଦ୍ରାନନ ଚମ୍ପୂ / କିଶୋରଚନ୍ଦ୍ରାନନ୍ଦ ଚମ୍ପୂ / କିଶୋରୀ ଚମ୍ପୂ

      ଲେଖା ତଳେ "Note" ଟିଏ ରଖିଦେଲେ ଭଲ ହେବ ଭାବୁଛୁ ।

      ଉଦାହରଣ ସ୍ୱରୂପ ଏହି ଲିଙ୍କ ଦେଖିବାକୁ ଅନୁରୋଧ :
      https://bit.ly/3huJTqg

      Delete
  2. ଆପଣ କବିସୂର୍ଯ୍ୟ ଗ୍ରନ୍ଥାବଳୀ ଦେଖନ୍ତୁ "କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ " ଅଛି l କିଏ ଯଦି ଭୁଲ ଲେଖିଲେ, ସଂଶୋଧନ କରିବାକୁ କହିବେ ନା ଆପଣ ବି ଭୁଲ ଲେଖି ଚଳେଇବେ? ସେ କବିସୂର୍ଯ୍ୟ ପରା, ଆମ ଗୌରବ l

    ReplyDelete
    Replies
    1. ସଂଶୋଧନ କରିଦେଇଛୁ । ଆପଣଙ୍କ ଏହି ସ୍ନେହ ଓ ଯତ୍ନ ପାଇଁ ଆମେ କୃତଜ୍ଞ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ