Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାମଚଣ୍ଡୀରେ ସନ୍ଧ୍ୟା (କି କରାଳ ଆଜି ରଜନୀ ବହେ ଝଞ୍ଜା ପବନ) - Ramachandire Sandhya (Ki Karala Aji Rajani Bahe Jhanja Pabana) Lyrics

ଗୀତ : ରାମଚଣ୍ଡୀରେ ସନ୍ଧ୍ୟା
ଗୀତିକାର : ପଣ୍ଡିତ ନୀଳକଣ୍ଠ ଦାସ



କି କରାଳ ଆଜି ରଜନୀ
        ବହେ ଝଞ୍ଜା ପବନ
ତରା ନ ଦିଶଇ ଗଗନେ
        ଶୁଭେ ଘନ ଗର୍ଜନ ॥୧॥  

ମୂଷଳ-ଧାରାରେ ଝଟିକା
        ଦିଏ କଚାଡ଼ି କେବେ
ଶୋଇ ପଡ଼ିଛ ତ ବାପା ହେ
        ଜାଣୁ ନ ଥିବ ଲବେ ॥୨॥  

ଆଜି ଯେ କୁଆଁର ପୁନିଅଁ
        କେଡ଼େ ସୁଖ ଶରଧା
ମାଆ ଭଉଣୀଙ୍କ ଆଦର
        ନବ ବସନ ପିନ୍ଧା ॥୩॥  

ମନେ ପଡ଼ୁ ନାହିଁ ବାବୁ ହେ
        ଲାଗି ଯାଇଛି ନିଦ
ମାଆ ଭଉଣୀଏ ଭବନେ
        ଭଜିଥିବେ ବିଷାଦ ॥୪॥  

ଲୁଗାରେ ହଳଦୀ ଲଗାଇ
        ଚାହିଁଥିବେ ଜନନୀ
ପିଠାପଣା ଖାଉ ନ ଥିବ
        ସୁଖେ ଆଜି  ଭଗିନୀ  ॥୫॥  

ପବନ ଝଙ୍କାରେ ଶୁଣୁ ସେ
        ଥିବ ଡାକ ତୁମ୍ଭର
ପଲକେ ପଲକେ ଚମକି
        ହେଉଥିବେ କାତର ॥୬॥

ଜନନୀର ଗୁରୁ ବେଦନା
        ଭଗିନୀର ବିଷାଦ
ସୁମରି ସପନେ ଚମକି
        ଭାଙ୍ଗି ଯିବଟି ନିଦ ॥୭॥

ଶୁଅ ଶୁଅ ଧନ ଆରାମେ
        ଶୋଇ ଥାଅରେ ଶିଶୁ
ପଥଶ୍ରମ କରି ଆସିଛ
        ଶ୍ରମେ ବିରାମ ମିଶୁ ॥୮॥

ରହ ରହ ବାଆ ବତାସି
        ରହ ବରଷା-ଧାରା
କୁଆଁର ପୁନିଅଁ ହେଉରେ
        ଆଜି ରଜନୀ ସାରା ॥୯॥

ଉଠି ଆସୁ ନୀଳ ଲହରୀ
        ଭେଦି ତାରକା ରାଜି
ନିଶାମଣି ଶୋହୁ ଗଗନେ
        ମହୀ ମୁକୁର ମାଜି ॥୧୦॥

ପୁନିଅଁ ଜୁଆର ପୁଲକ
        ଭରା ତଟିନୀ ମୁଖ
ମୃଦୁଳ-ଲହରୀ ହିଲ୍ଲୋଳେ
        ଚାରୁ ଚାନ୍ଦ-ମୟୁଖ ॥୧୧॥

ମୁହିଁ ଦିନେ ଶିଶୁ ଥିଲଇଁ
        ମନେ ପଡୁଛି ମୋର
ବସି ଶିଶୁମେଳେ ଦେଖନ୍ତି
        ଏ ବିଭବ ରୁଚିର ॥୧୨॥


YouTube ରେ ରାମଚଣ୍ଡୀରେ ସନ୍ଧ୍ୟା



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. This odia kabita was which is in class?

    ReplyDelete
    Replies
    1. ଚତୁର୍ଥ ଶ୍ରେଣୀରେ ।

      Delete
  2. Au odia sahitya kabita 4 class

    ReplyDelete
    Replies
    1. ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଖୁବ୍ ଶୀଘ୍ର ଦେବା ପାଇଁ ଚେଷ୍ଟା କରିବୁ ।
      ଅନୁସନ୍ଧିତ୍ସୁ ପାଠକମାନଙ୍କର ଆବଶ୍ୟକତାକୁ "ଦି ସ୍ମରଣିକା" ଠିକ୍ ସମୟରେ ପୂରଣ କରିପାରୁନଥିବାରୁ ଦୁଃଖ ପ୍ରକାଶ କରୁଛି ।

      Delete
  3. Please post other poems too those were in class 4. . Like gachha o kathuria, delu mote maha siksha

    ReplyDelete
    Replies
    1. "ଗଛ ଓ କାଠୁରିଆ" ପବ୍ଲିଶ ହେଇସାରିଛି । "ଦେଲୁ ମୋତେ ମହାଶିକ୍ଷା" ପବ୍ଲିଶ କରିବାକୁ ପ୍ଳାନ ଅଛି ।

      ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ