Posts

Showing posts with the label ବଳଦେବ ରଥ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କ ଚମ୍ପୂ (କି ହେଲା ରେ କହିତ ନୁହଁଇ ଭାରତୀରେ) - Ka Champu (Ki Hela Re Kahita Nuhani Bharatire) Lyrics

Image
== ଓଡ଼ିଆ == ଗୀତ : କି ହେଲା ରେ କହିତ ନୁହଁଇ ଭାରତୀରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ କି ହେଲା ରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ ॥ କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର ତେଜ ସେ ରବିସୁତାର ତୀରେ କମ୍ପି ମୋର କଳେବର, ହୋଇଗଲା ଆରପାର ଯାହାକୁ ଡରଇ ତାର ତୀରେ ॥୧॥ କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ କର୍କଶ ନୋହିବା ଭାରତୀରେ କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା ମଜ୍ଜିଯିବି କି ଉଭା ରତିରେ ॥୨॥ କି ମୋହନ ଲୀଲା ଧରି, କୋଟି କଳାକର ଶିରୀ ପୁରିଛି ସେ ଶ୍ୟାମ ମୂରତିରେ କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ ଚିରାୟୁ ରଖିଲା ଜରତୀରେ ॥୩॥ କି ନୀତି କି ଜାତିଶୀଳ, କି କୁଳବରତ ଫଳ ଠଉର ପାରିଲା ମୋ ମତିରେ କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥୪॥ କଲବଲ ଛଟପଟ, ହୋଇ ଯାଉଛି ନିପଟ ସଂବେଶ ଅଶନ ବିରତିରେ କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ ଏ କି ଦଣ୍ଡ ବିନା ପୀରତିରେ ॥୫॥ କି ହେଲା ରେ କହିତ ନୁହଁଇ ଭାରତୀରେ: ଶ୍ୟାମାମଣି ପଟ୍ଟନାୟକ ଙ୍କ କଣ୍ଠରେ, କବିସୂର୍ଯ୍ୟ ବଳଦେବ ରଥ ଙ୍କ ରଚିତ "କିଶୋରଚନ୍ଦ୍ରାନନ୍ଦ ଚମ୍ପୂ...

ଟ ଚମ୍ପୂ (ଟାଣ ପଣ କର ସାର) - Ta Champu (Tana Pana Kara Sara) Lyrics

Image
== ଓଡ଼ିଆ == ଗୀତ : ଟାଣପଣ କର ସାର ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଟାଣପଣ କର ସାର           ଟାଣପଣ କର ସାର ଟିକାଏ ମଦନ କଦନକୁ ସହି           ସଦନକୁ ବିଜେ କର ଟାଣପଣ କର ସାର ॥ ଟଙ୍କାରି କି ଶ୍ରବସରିକି ବାସବ-           କୋଦଣ୍ଡରୁ ଚଣ୍ଡ ଧନୁ ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ           ତୁମ୍ଭଙ୍କୁ ଏକା ଅତନୁ ଟାଣପଣ କର ସାର ॥୧॥ ଟେକି ଏ ସୁନ୍ଦର ଶ୍ରୀମୁଖଟି ପର-           ଘରବୁଡ଼ା ଫରମାସ ଟିକାଏ ହେଲେ ଯେ ହୃଦୟ ସରୋଜେ           ନୋହିଲା ତ୍ରାସବିଳାସ ଟାଣପଣ କର ସାର ॥୨॥ ଟେକାଟେକି ମୋତେ କରି ନାନାମତେ           ତୁମ୍ଭ କାମନା ପୁରିବ ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ       ...

ଅତସୀ କୁସୁମ ସମ ଶ୍ୟାମ - Atasi Kusuma Sama Shyama Lyrics

Image
== ଓଡ଼ିଆ == ଗୀତ : ଅତସୀ କୁସୁମ ସମ ଶ୍ୟାମ ଭାଷା : ଓଡ଼ିଆ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ଭୁବନେଶ୍ଵର ମିଶ୍ର ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼ ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୧॥ ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ ଊହିବି ଏହିଟି ବୋଲି କୃପାକଳ୍ପବଲ୍ଲୀଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୨॥ ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆବୁର ସରିବ ମୋର ଜୀଇଲେ ହେଁ ମଲିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୩॥ ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଦୃଷ୍ଟବଳୁଁ କିଶୋରୀ ଅଙ୍ଗୀକାର କଲେ ସରି ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବପଲ୍ଲୀଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୪॥ ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର ଉଗ୍ରନିର୍ଦ୍ଦେଶ ନୃପର ଉପବନ ଗୋପପୁର ଆଶ୍ରୟ ନୋହିବ ଗୋବର୍ଦ୍ଧନଗିରିଦରିଟି ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି ॥୫॥ ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ଅଷ୍ଟଦୁର୍ଗନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ ...

ଘ ଚମ୍ପୂ (ଘେନାଇ ଆମ୍ଭେ ଯେତେ କହିଲୁରେ) - Gha Champu (Ghenai Aambhe Jete Kahilure) Lyrics

Image
== ଓଡ଼ିଆ == ଗୀତ : ଘେନାଇ ଆମ୍ଭେ ଯେତେ କହିଲୁରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୧॥ ଘସ୍ରନାଥନନ୍ଦନା ଅନାଉଣିକି ମନ ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ ଘଟୀସରିକି କରେ ନାହିଁକି ବିବେକରେ ଘଟୀସରିକି କରେ ନାହିଁକି ବିବେକରେ ମହାର୍ଣ୍ଣବରେ ଅବଗାହିଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୨॥  ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁରେ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ସୁଯୋଗୁଁ ସିନା ବଞ୍ଚିଅଇଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୩॥ YouTube ରେ ଘେନାଇ ଆମ୍ଭେ ଯେତେ କହିଲୁରେ == English == Song : Ghenai Aambhe Jete Kahilure Language : Odia Scripture / Book : Kishore...

ଝ ଚମ୍ପୂ (ଝଗଡ଼ି ମାତ୍ର ହେଲ ହେ ଶ୍ୟାମ) - Jha Champu (Jhagadi Matra Hela He Shyama) Lyrics

Image
== ଓଡ଼ିଆ == ଗୀତ : ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ଝିମୁଟ ହେବାକୁ ସହସ୍ର ଯାମ ଝିମୁଟ ହେବାକୁ ସହସ୍ର ଯାମ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥  ଝାଉଁଳିବା ନବ ତମାଳ ରମା ଝାଉଁଳିବା ନବ ତମାଳ ରମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୧॥    ଝଡ଼ିବ ବଳ କୋମଳ ଛାତିରୁ ଝଡ଼ିବ ବଳ କୋମଳ ଛାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୨॥  ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁରିବାର ଏକା ହୋଇବ ସାର ଝୁରିବାର ଏକା ହୋଇବ ସାର ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୩॥   ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୪॥   ଝଲକି ଗଲ କ...

ଗ ଚମ୍ପୂ (ଗଲାଣି ତ ଗଲା କଥା ରେ ସଙ୍ଗାତ ଗୁପତେ ସିନା ମୁଁ ତୋତେ ପଚାରିଲି) - Ga Champu (Galani Ta Gala Katha Re Sangata Gupate Sina Mun Tote Pacharili) Lyrics

Image
== ଓଡ଼ିଆ == ଗୀତ : ଗଲାଣି ତ ଗଲା କଥା ରେ ସଙ୍ଗାତ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ଗୁପତେ ସିନା ମୁଁ ତୋତେ ପଚାରିଲି ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାରୁ ବ୍ୟଥା ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୧॥ ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ ଗୋଡ଼ ଖସି ଖେଦ ହେବାର ଦରଦ ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ରେ ସଙ୍ଗାତ ଗଲାଣି ତ ଗଲା କଥା ॥୨॥ ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି ଗୋଳା ଗରଳରୁ କଟୁ ପୀୟୂଷରୁ ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ରେ ସଙ୍ଗାତ ଗଲାଣି ତ ଗଲା କଥା ॥୩॥ ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ ଗାତ୍ର ଗୋଟିଯାକ ପୁରିଲା ପୁଲକ ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ରେ ସଙ୍ଗାତ ଗଲାଣି ତ ଗଲା କଥା ରେ ସଙ୍ଗାତ ଗଲାଣି ତ ଗଲା କଥା ॥୪॥ ଗିଳିଦେଲା ପୁରନ୍ଦର-ନୀଳକର କଳିକାମୟ ତିମିର ଗହନ କି ଗୃହ ହୋଇଲା ସନ୍ଦେହ ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ରେ ସଙ୍ଗାତ ଗଲାଣି ତ ଗଲା କଥା ॥୫॥ ଗତାଳସନାଟ ପ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ