Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics


ଗୀତ : ଶିଳ୍ପୀ ଆମେ ଶ୍ରମିକ ଆମେ
ଭାଷା : ଓଡ଼ିଆ


ଶିଳ୍ପୀ ଆମେ ଶ୍ରମିକ ଆମେ
        କାମରେ ଥାଉ ମାତି
ମନୁନା କେବେ ବରଷା, ଜାଡ଼
        ଝାଞ୍ଜି ଖରା ତାତି ॥୧॥ 

ଗଢ଼ିଲୁ ଆମେ ଦେଉଳ କେତେ
        ସଡ଼କ, ସେତୁ, ଗଡ଼
ଆମରି ଲାଗି ଆମରି ଦେଶ
        ଜଗତେ ହେଲା ବଡ଼ ॥୨॥

କୋଣାରକରେ ଭୁବନେଶ୍ଵରେ
        ପୁରୀରେ ଆମ କାମ
ପଥର ଦେହେ ଅମର କଲା
        ଓଡ଼ିଆ ଜାତି ନାମ ॥୩॥

ଖଣିରୁ ଆମେ କୋଇଲା କାଢ଼ୁଁ
        ପଥର ଦେହୁଁ ଲୁହା
ରାଉରକେଲା ତାଳଚେରରେ
        ଚଳାଉ କଳ ନୂଆ ॥୪॥

ହୀରାକୁଦରେ ରୋକିଲୁ ଆମେ
        ମହାନଦୀର ପାଣି
ଗହୀର ବିଲେ ଖେଳାଇ ଦେଲୁ
        ସବୁଜ ଶୋଭା ଆଣି ॥୫॥

ଆମରି ଲାଗି ଘର ଘରକେ
        ବିଜୁଳିବତୀ ଜଳେ
ଦରିଆ ବୁକେ ଜାହାଜ ଚଳେ
        ଆମରି ବୁଦ୍ଧି ବଳେ ॥୬॥

ଆମେଇ ଗଢ଼ୁ ଉଡ଼ାଜାହାଜ
        ଆକାଶେ ଯାଏ ଉଡ଼ି
ଚଢ଼ାଉ କଲେ ବଇରି ଆସି
        ଯୁଦ୍ଧେ ଯାଉ ମାଡ଼ି ॥୭॥

ନୂଆରୁ ନୂଆ ଯନ୍ତ୍ର ଗଢ଼ୁ
        କାମର ଜୟ ଗାଉ
ଚାହୁଁରେ ଆମେ ଅଭାବ ଦୁଃଖ
        ଯାଉରେ ଦେଶୁ ଯାଉ ॥୮॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

  1. Replies
    1. ଦ୍ଵିତୀୟ ଶ୍ରେଣୀ । ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
    2. ଲେଖକଙ୍କ ନାମ କୁହନ୍ତୁ

      Delete
    3. ଆମେ ଖୋଜିଛୁ, କିନ୍ତୁ ପାଇନାହୁଁ ଲେଖକଙ୍କ ନାମ । ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ !

      - ଦି ସ୍ମରଣିକା ଟିମ୍

      Delete
  2. Dutiwa sreni ra aau odia sahitya kabita pathantu apana pathai le Bhala laghiba ama manku

    ReplyDelete
    Replies
    1. ହଉ । ନିଶ୍ଚୟ ଦେବୁ ।
      ମତାମତ ପାଇଁ ଅଶେଷ ଧନ୍ୟବାଦ ।

      Delete
  3. ଯଦି "ଏଇ ଯେ ଦିଶୁଛି ଲାଲ୍ ମାଟିର ଖୋର୍ଦ୍ଧାଗଡ" କବିତାଟି ଦେଇପାରିବେ, ଅନେକ କୃତଜ୍ଞ ହେବୁ

    ReplyDelete
    Replies
    1. ଖୋଜିଥିଲୁ, ପାଇନୁ ଏ ଯାଏ । ମିଳିଲା ମାତ୍ରେ ଦେବୁ । ମତାମତ ପାଇଁ ଅଶେଷ ଧନ୍ୟବାଦ
      "ଏଇ ଯେ ଦିଶୁଛି ଲାଲ୍ ମାଟିର ଖୋର୍ଦ୍ଧାଗଡ଼" କବିତାଟି ପୁରୁଣା ଅଷ୍ଟମ / ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ଥିଲା । ପୁରୁଣା ବହି ଖୋଜି ପାଇଲେ ଦେବୁ ।

      Delete
  4. Aakhuri old odia sahitya kabita send karantu

    ReplyDelete
    Replies
    1. ହଁ, ନିଶ୍ଚୟ କରିବୁ । ଆଗ୍ରହ ଓ ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  5. ଶିକ୍ଷା ଜୀବନ ଆରମ୍ଭରୁ ହୋଇଥିବା ଏହି ଅବିସ୍ମରଣୀୟ କବିତା ବହୁତ ସୁନ୍ଦର ।

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  6. ମହାଶୟ, ସାଦର ପ୍ରଣାମ। ଏଭଳି ଏକ ପ୍ରୟାସ ପାଇଁ ଅନେକ ସାଧୁବାଦ। ତତ୍କାଳୀନ କାଳଜୟୀ କବିତା ଗୁଡ଼ିକ ବାସ୍ତବରେ ନୀତି ଓ ଆଦର୍ଶ ରେ ପରିପୂର୍ଣ୍ଣ , ତଥା ଓଡ଼ିଆ ଭାଷା ଓ ସସ୍କୃତି ର ପରିଚାୟକ। ଆଜି ର ପୀଢ଼ି ଏହାକୁ ପଢ଼ି ଲାଭବାନ୍ ହେବେ ବୋଲି ଆଶା। ମୁଁ ଦୀର୍ଘ ୮ ବର୍ଷ ହେଲା ସେ ସମୟର ୩ୟ ଶ୍ରେଣୀର କବିତା -
    "କିଏ ତ କଳା କିଏ ଗୋରା
    ହଳଦି ରଙ୍ଗ କିଏ
    କେଉଁ ଦେଶର ବାଦାମୀ ପିଲା
    ଗୋଲାପୀ ଦିଶେ କିଏ ?
    ,,,,,,,,,,,
    ରଙ୍ଗ ସିନା ଭଳିକି ଭଳି
    ଢଙ୍ଗ ଏକା ପରି
    ସଭିଏଁ ଆମେ ଭଉଣୀ
    ଭାଇ ସଭିଏଁ ଏକା ପରି।।
    ,,,,,,, କବିତା " ସଭିଏଁ ଏକା ପରି“କୁ ଖୋଜୁଛି।
    ଯଦି ଆପଣଙ୍କ ପାଖରେ ଅଛି ଦୟାକରି ଦିଅନ୍ତୁ।

    ReplyDelete
    Replies
    1. ପ୍ରଣାମ ଆମ ତରଫରୁ 🙏 । ନିଶ୍ଚୟ ଦେବୁ । ଟିକେ ସମୟ ନେବୁ । ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ |

      - "ଦି ସ୍ମରଣିକା" ଟିମ୍

      Delete
    2. "ସଭିଏଁ ଏକା ପରି" କବିତାଟି ଲେଖିଦେଇଛୁ । ତଳ ଲିଙ୍କରେ ଦେଖନ୍ତୁ ଓ ମତାମତ ଦିଅନ୍ତୁ ।

      https://thesmaranika.blogspot.com/2021/05/sabhien-ekapari-kie-ta-kala-kie-ta-gora-haladi-ranga-kie-lyrics-pathyapustaka-kabita-odia-sahitya-bahi-gita-lyrics-odia.html

      - "ଦି ସ୍ମରଣିକା" ଟିମ୍

      Delete
  7. kie ta kala kie ta gora halidi ranga kie ...... kabita sabhie eka pari class-3 dele bhala hunta

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ | ହଁ ନିଶ୍ଚେ ଦେବୁ । ଟିକେ ସମୟ ଲାଗିବ ।

      - "ଦି ସ୍ମରଣିକା" ଟିମ୍

      Delete
    2. We have published the poem, "Sabhien Eka Pari". Please check and give your feedback on that page:

      https://thesmaranika.blogspot.com/2021/05/sabhien-ekapari-kie-ta-kala-kie-ta-gora-haladi-ranga-kie-lyrics-pathyapustaka-kabita-odia-sahitya-bahi-gita-lyrics-odia.html

      - "The Smaranika" Team

      Delete
  8. 35 ବର୍ଷ ପୂର୍ବର ଦ୍ଵିତୀୟ ଶ୍ରେଣୀରେ ପଢିଥିବା ଅଭୁଲା କବିତା ମୋ ବାଲ୍ୟ ଜୀବନ କୁ ପୁନର୍ଜୀବିତ କରିଦେଲା ।ଅଶେଷ ଅଶେଷ ଧନ୍ୟବାଦ

    ReplyDelete
    Replies
    1. ଏହି ବହୁମୂଲ୍ୟ ମତାମତ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ । ପାଠକଙ୍କ ଦିପଦ କଥା ଆମ ପାଇଁ ପ୍ରେରଣାର ଉତ୍ସ ।

      - "ଦି ସ୍ମରଣିକା" ଟିମ୍

      Delete
  9. ପିଲାଦିନ ର ସ୍ମୃତି ଉଜାଗର କରିଥିବାରୁ ସମସ୍ତ ସ୍ମରଣୀକା ର ସଦ୍ୟସ ମାନଙ୍କୁ ଅଶେଷ 2 ଧନ୍ୟବାଦ,, ଜୟ ଜଗନ୍ନାଥ 🙏🙏

    ReplyDelete
  10. Keep all the memorable Old Odia poems for the readers here.

    ReplyDelete
    Replies
    1. Yes, definitely. The Smaranika exists to keep memorable poems for future generations.

      - The Smaranika Team

      Delete
  11. Please upload lyrics in English

    ReplyDelete
    Replies
    1. There are some posts where we deliberately avoid English transliteration. Thank you for your comment.

      - The Smaranika Team

      Delete
  12. "ଆମେ ସ୍ୱାଧୀନ ଭାରତ ପିଲ୍ଲାରେ " କବିତା ଦେଇପାରିବେ କି

    ReplyDelete
    Replies
    1. "ଆମେ ସ୍ୱାଧୀନ ଭାରତ ପିଲ୍ଲାରେ" କବିତା ନା "ଆମେ ତ ଭାଗ୍ୟବାନ ପିଲାରେ" କେଉଁଟି ପଢ଼ିବାକୁ ଚାହୁଁଥିଲେ ନିଶ୍ଚୟ କରି କହିବେ ?

      ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ