ଝ ଚମ୍ପୂ (ଝଗଡ଼ି ମାତ୍ର ହେଲ ହେ ଶ୍ୟାମ) - Jha Champu (Jhagadi Matra Hela He Shyama) Lyrics
ଗୀତ : ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି
ଝିମୁଟ ହେବାକୁ ସହସ୍ର ଯାମ
ଝିମୁଟ ହେବାକୁ ସହସ୍ର ଯାମ
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥
ଝାଉଁଳିବା ନବ ତମାଳ ରମା
ଝାଉଁଳିବା ନବ ତମାଳ ରମା
ଝିଙ୍କି ଆଣି ଅଙ୍ଗେ କଲଣି ଜମା
ଝିଙ୍କି ଆଣି ଅଙ୍ଗେ କଲଣି ଜମା
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୧॥
ଝଡ଼ିବ ବଳ କୋମଳ ଛାତିରୁ
ଝଡ଼ିବ ବଳ କୋମଳ ଛାତିରୁ
ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ
ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୨॥
ଝୁମି ଝୁମି ଲଠି ପୃଷ୍ଠେ ରସାର
ଝୁମି ଝୁମି ଲଠି ପୃଷ୍ଠେ ରସାର
ଝୁରିବାର ଏକା ହୋଇବ ସାର
ଝୁରିବାର ଏକା ହୋଇବ ସାର
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୩॥
ଝଳି ପାଞ୍ଚାଳୀ ଝଟକେ ନାହିଁ କି ?
ଝଳି ପାଞ୍ଚାଳୀ ଝଟକେ ନାହିଁ କି ?
ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି
ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୪॥
ଝଲକି ଗଲ କୃଷ୍ଣ ଅକାରଣେ
ଝଲକି ଗଲ କୃଷ୍ଣ ଅକାରଣେ
ଝାଡ଼ଖଣ୍ଡ ରସା ବାଦସା ଭଣେ
ଝାଡ଼ଖଣ୍ଡ ରସା ବାଦସା ଭଣେ
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି
ଝିମୁଟ ହେବାକୁ ସହସ୍ର ଯାମ
ଝିମୁଟ ହେବାକୁ ସହସ୍ର ଯାମ
ଝଗଡ଼ି ଆହା..ଝଗଡ଼ି
ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୫॥
YouTube ରେ ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
== English ==
Song : Jhagadi Matra Hela He Shyama
Language : Odia
Scripture / Book : Kishorechandrananda Champu
Singer : Shyamamani Pattanaik
Lyricist : Kabisurya Baladev Rath
Music Direction : Traditional
Label : JE Cassette Company
Jhagadi aha..jhagadi
Matra hela he Shyama jhagadi
Jhimuta hebaku sahasra jama
Jhimuta hebaku sahasra jama
Jhagadi aha..jhagadi
Matra hela he Shyama jhagadi ॥
Jhaunliba naba tamala rama
Jhaunliba naba tamala rama
Jhinki ani ange kalani jama
Jhinki ani ange kalani jama
Jhagadi aha..jhagadi
Matra hela he Shyama jhagadi ॥1॥
Jhadiba bala komala chhatiru
Jhadiba bala komala chhatiru
Jhasadhwajapida jhanji tatiru
Jhasadhwajapida jhanji tatiru
Jhagadi aha..jhagadi
Matra hela he Shyama jhagadi ॥2॥
Jhumi jhumi lathi prusthe rasara
Jhumi jhumi lathi prusthe rasara
Jhuribara eka hoiba sara
Jhuribara eka hoiba sara
Jhagadi aha..jhagadi
Matra hela he Shyama jhagadi ॥3॥
Jhali panchali jhatake nahin ki ?
Jhali panchali jhatake nahin ki ?
Jhola maila tumbhanku kahinki
Jhola maila tumbhanku kahinki
Jhagadi aha..jhagadi
Matra hela he Shyama jhagadi ॥4॥
Jhalaki gala Krushna akarane
Jhalaki gala Krushna akarane
Jhadakhanda rasa badasa bhane
Jhadakhanda rasa badasa bhane
Jhagadi aha..jhagadi
Matra hela he Shyama jhagadi
Jhimuta hebaku sahasra jama
Jhimuta hebaku sahasra jama
Jhagadi aha..jhagadi
Matra hela he Shyama jhagadi ॥5॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...