ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କାଙ୍କଡ଼ କଷି - Bah Bah Bah Kemiti Maja & Mankada Khae Kankada Kashi Lyrics
== ଓଡ଼ିଆ ==
ଗୀତ : ବାଃ ବାଃ ବାଃ କେମିତି ମଜା
ଭାଷା : ଓଡ଼ିଆ
ବାଃ ବାଃ ବାଃ କେମିତି ମଜା
ଭାଲୁ ନାଚ କରେ ବଜାଇ ବାଜା
ଗଧ ଗୀତ ଗାଇ ଆସିଲା ପଶି
ଖୁସିରେ ପିଲାଏ ଉଠିଲେ ହସି ॥୧॥
ହଂସ ଖେଳେ ଚିଲିକା ଜଳେ
ନୀଳ ଆକାଶେ ବଉଦ ତଳେ
ମାଙ୍କଡ଼ ଖାଏ କାଙ୍କଡ଼ କଷି
ବାଙ୍କବାବୁଙ୍କ ବାଡ଼ିରେ ପଶି
ତାଙ୍କ କୁକୁର ଆସିଲା ଧାଇଁ
ହନୁ ମାଙ୍କଡ଼ ଗଲା ପଳାଇ ॥୨॥
ଲହ ଲହକା ପତର ବଙ୍କା
ତା' ଫଳ ବିକାଏ ମୁଠାଏ ଟଙ୍କା
କଳଲଙ୍ଗଳେ କରିଲେ ଚାଷ
ରହିବ ନାହିଁ ବାଳୁଙ୍ଗା, ଘାସ
ହାଲୁକା ହେବ କିଆରି ମାଟି
ଖୁସିରେ ନେବ ଫସଲ କାଟି ॥୩॥
ନଈରେ ଯାଏ ସେ ନାଳରେ ଯାଏ
ଡ଼ଙ୍ଗାଠାରୁ ବଳି ଚଞ୍ଚଳ ଧାଏଁ
ଆହୁଲା ନ ଥାଇ କରେ ସେ ପାରି
ମଟର ଲଞ୍ଚ ନାମ ତାହାରି ॥୪॥
YouTube ରେ ବାଃ ବାଃ ବାଃ କେମିତି ମଜା
ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କଙ୍କଡ଼ କଷି:
ପାଠ୍ୟପୁସ୍ତକରୁ ସଙ୍ଗୃହିତ, ଶିଶୁ କବିତା “ବାଃ ବାଃ ବାଃ କେମିତି ମଜା ଓ ମାଙ୍କଡ଼ ଖାଏ କଙ୍କଡ଼ କଷି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।
Keywords : Pathyapustaka Kabita, Odia Kabita, Shishu Kabita, Shishu Raija, Odia Sahitya Bahi Gita, କବିତା ଓଡ଼ିଆ, ପାଠ୍ୟପୁସ୍ତକ କବିତା, ଓଡ଼ିଆ ସାହିତ୍ୟ ବହି ଗୀତ, ଶିଶୁ ରାଇଜ,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...