Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଜାତୀୟ ପକ୍ଷୀ (ଆକାଶେ ବସିଲା ଜଳଦ ମେଳା) - Jatiya Pakhi (Akashe Basila Jalad Mela) Kabita Lyrics

ସୂଚନା: ଏହି କବିତାଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ପାଠକବୃନ୍ଦ ୨୯ ଅପ୍ରେଲ ୨୦୨୧, ୧୮ ଅଗଷ୍ଟ ୨୦୨୩ ଓ ୩୧ ଅଗଷ୍ଟ ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ ଦେଖନ୍ତୁ ।


== ଓଡ଼ିଆ ==


କବିତା : ଜାତୀୟ ପକ୍ଷୀ  
ଭାଷା : ଓଡ଼ିଆ  
ପୁସ୍ତକ : ଓଡ଼ିଆ ସାହିତ୍ୟ ବହି 
ଗୀତିକାର : ଅନନ୍ତ ପଟ୍ଟନାୟକ


  
ଆକାଶେ ବସିଲା ଜଳଦ ମେଳା 
ବିଜୁଳି ତହିଁରେ ରଚିଲା ଖେଳା
ରହି ରହି ଶୁଭେ ଅଶନି–ସ୍ଵନ 
କଦମ୍ବ କୁସୁମେ ଶୋହୁଛି ବନ
ଶିହରଇ ମହୀ,
ଶୀତଳ ସମୀର ଯାଉଛି ବହି ॥୧॥

ସୁନୀଳ ଗ୍ରୀବାଟି ଢଳାଇ ଧୀରେ 
ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ
ସୁଢ଼ଳ ନୟନେ ଜୀମୂତେ ଦେଖି
ଛନ ଛନ ମନେ କଳାପ ଟେକି
ଶିଖୀଟିଏ ମାତି,
ଫୁଲାଇ ଦେଇଛି ଛବିଳ ଛାତି ॥୨॥

ଖେଳାଇ ଦେହେ ତା ବର୍ଣ୍ଣ–ତରଙ୍ଗ 
ଖେଳେ ଲୁଚକାଳି କେତେ ଯେ ରଙ୍ଗ !
ସତେ ହୀରା, ନୀଳା, ମୋତି ଝଟକି
ପୁଚ୍ଛରୁ ତାହାର ଆସେ ଚମକି !
ତାର ରୂପ ଝଳି,
ଶତ ସୁଷମାକୁ ଯାଉଛି ବଳି ॥୩॥

ଯେଉଁ ଅଶନିର ଶବଦ ଶୁଣି
ପିକ, ଶୁକ, ଶାରୀ ହେଲେଣି ତୁନି
ଶ୍ରବଣରେ ତାହା ବାଜନ୍ତେ ଥରେ 
ରଚିଲାରେ ଗୀତି ଷଡ଼ଜସ୍ଵରେ
ଆବେଗେ ଅନାଇ,
"ସ୍ୱାଗତ ହେ ଘନ !" ଉଠିଲା ଗାଇ ॥୪॥

"ଦୂରେ ଥାଅ ପଛେ, ଶୁଣ ମୋ ପ୍ରିୟ,
ନ ହୋଇ କୃପଣ ସଲିଳ ଦିଅ,
ହସିଉଠୁ ଫୁଲେ ଲତିକା ତରୁ,
ସବୁଜ ଶସ୍ୟରେ କେଦାର ଭରୁ,
ଯାଉ, ନିଭିଯାଉ,
ନିଖିଳ ଜୀବନୁ ତୃଷାର ଦାଉ ।" ॥୫॥

ଜଣାଇ ଏତିକି ଖୁସି ଅନ୍ତରେ
ନାଚିଲା ସେ ପୁଣି ଦ୍ରୁତ–ମନ୍ଥରେ
ଦେଖି, ଶୁଣି ସବୁ ଅଥୟ ମନ
ଝରାଇଲା ନୀର ଆକାଶୁଁ ଘନ 
ପିଇ ତାହା ସୁଖେ,
ଚାହିଁଲା ମୟୂର ସଜଳ ମୁଖେ ॥୬॥

କ୍ଷଣେ ଥମିଯାଇ ପ୍ରସନ୍ନ ଅତି
ଆରମ୍ଭିଲା ବୀର ସମାନ ଗତି 
ଚତୁରପଣେ ସେ ନର୍ତ୍ତନ ଛଳେ
ଖୋଜେ ବିନାଶିବ ଅରାତି ବଳେ 
ଦେଖି ତାର ଛାଇ,
ବିଷଧର ଯେତେ ଲୁଚିଲେ କାହିଁ ॥୭॥

ରୂପେ ସୁକୁମାର ଗୁଣେ ସରସ
ସାଧୁଜନ–ପ୍ରାଣେ ବୁଣେ ହରଷ
ଖଳଜୀବ–ମନେ ଆଣେ ସେ ଭୀତି
ଦେଖାଏ ତା ଆଗେ ବଡ଼ିମା ରୀତି
ବିହଙ୍ଗମେ ସାର,
କେଡ଼େ ରାଜକୀୟ ଭାଙ୍ଗିମା ତା'ର ॥୮॥

ଭାରତର ଯେତେ ଗୁଣ ଗରବ
ସାହାସ ଶକତି ମୈତ୍ରୀ ବିଭବ 
ନୃତ୍ୟ ଗୀତ ଶିଳ୍ପ ରୂପ ଅତୁଳ
ସତେ ତାହାଠାରେ ହୋଇଛି ଠୁଳ
ସେଥିପାଇଁ କିବା,
ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା ॥୯॥
     

ଶବ୍ଦାର୍ଥ
ସୁମଞ୍ଜୁଳ –
ସୁନ୍ଦର, ମନୋହର, Beautiful, Magnificent 
ଜୀମୂତ –  ମେଘ, Cloud 
କଳାପ – ମୟୂରପୁଚ୍ଛ, Peafowl of peacock
ଷଡ଼ଜସ୍ଵର – ମୟୂର–ସ୍ଵର, ଯେଉଁ ସ୍ୱର ନାସା–ଉରଃ–କଣ୍ଠ–ତାଳୁ–ଜିହ୍ୱା–ଦନ୍ତ ଏହି ଛଅ ସ୍ଥାନରୁ ଜାତ, Peacock sound 
କେଦାର – କିଆରି, ଆଳବାଳ, Field, Farmland 
ଅରାତି – ଶତ୍ରୁ, Enemy 
ବଡ଼ିମା – ଗର୍ବ, ଅହଙ୍କାର, Ego, Dignity 
 

ଜାତୀୟ ପକ୍ଷୀ : 
ଓଡ଼ିଆ ପାଠ୍ୟପୁସ୍ତକ / ସାହିତ୍ୟ ବହିରୁ ସଂଗୃହୀତ କବିତା "ଜାତୀୟ ପକ୍ଷୀ..ଆକାଶେ ବସିଲା ଜଳଦ ମେଳା.." ପଢ଼ନ୍ତୁ "ଦି ସ୍ମରଣିକା"ରେ ଓଡ଼ିଆ ରେ ।


Keywords: Jatiya Pakhi Mayura, Ananta Pattanayak, Odia Sahitya Bahi Gita, Odia Textbook Song, Pathyapustaka Kabita, Odia Kabita, ଜାତୀୟ ପକ୍ଷୀ ମୟୂର, ଓଡ଼ିଆ ସାହିତ୍ୟ ବହି ଗୀତ, ପାଠ୍ୟପୁସ୍ତକ କବିତା, ଅନନ୍ତ ପଟ୍ଟନାୟକ, ଓଡ଼ିଆ କବିତା, ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ