ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର) - Pruthibi Prati (Tuhi Ma Dharani Janani Mohara) Lyrics
ଫଟୋ କ୍ରେଡିଟ୍ : ଉପରୋକ୍ତ ଫଟୋଟି ପିକ୍ସାବେ ରୁ ଅଣାଯାଇଛି
== ଓଡ଼ିଆ ==
ଗୀତ : ପୃଥିବୀ ପ୍ରତି
ଭାଷା : ଓଡ଼ିଆ
ଗୀତିକାର : ଭକ୍ତକବି ମଧୁସୂଦନ ରାଓ
ତୁହି ମା ଧରଣୀ ଜନନୀ ମୋହର
ଧରିଛୁ ମା ମୋତେ କୋଳେ
ଲୋଟୁଅଛି ସିନ୍ଧୁ ଚରଣ ତୋହର
ଆହା କି ଉଲ୍ଲାସ ଭୋଳେ ॥୧॥
ରହିଛୁ ଅନାଇ ଅନନ୍ତ ଗଗନେ
ଆନନ୍ଦରେ ଅନୁକ୍ଷଣ
ସେ ମହାଗଗନ ମହା ଆନନ୍ଦରେ
ନିରେଖଇ ତୋ ଆନନ ॥୨॥
ବିମଳ ପ୍ରଭାତେ ପୁଣ୍ୟ ସାୟଂକାଳେ
ଦିବାନିଶି ଅବିରଳ
ତୋ ଶିରେ ଗଗନ ଢାଳେ ଶୁଭ୍ରାଲୋକ
ଅବା ଛାୟା ସୁଶୀତଳ ॥୩॥
ତୋହରି ସନ୍ତାନ ଅଟେ ମୁଁ ଜନନୀ
ତୋର ଦରଶନେ ପ୍ରାଣ
ଉଛୁଳି ପଡ଼ଇ ଆନନ୍ଦ ଉଲ୍ଲାସେ
ମଣଇ ମୁଁ ଭାଗ୍ୟବାନ ॥୪॥
ସୁଧାଧାରା ସମ ସରିତର ସ୍ରୋତ
ବହୁଅଛି ତୋ ବକ୍ଷରେ
ସେ ଅମୃତ ପାନ ସ୍ଥାବର ଜଙ୍ଗମ
କରୁଛନ୍ତି କି ସୁଖରେ ॥୫॥
ନର ପଶୁ ପକ୍ଷୀ କୀଟ ତରୁ ଲତା
କାମଧେନୁ ତୁ ସବୁରି
ତୋହର ପ୍ରସାଦେ ସକଳ କାମନା
ଯାଉଅଛି ମୋ ଗୋ ପୂରି ! ॥୬॥
ସ୍ନେହ ରୋମାଞ୍ଚିତ ଦୂର୍ବାଦଳମୟ
ତୋ ଶ୍ୟାମଳ ଅଙ୍କସ୍ଥଳ
ସେ କୋମଳ କୋଳ ଦେଖିଲେ ନୟନେ
ହୃଦ ହୁଏ ସୁଶୀତଳ ॥୭॥
ସୁଚାରୁ କୁସୁମ ସୁଧାମୟ ଫଳ
ରଖିଛୁ ମା ବସୁମତୀ
ବନେ ଉପବନେ ତରୁଲତା ଡାଳେ
ସଜାଇ ଯତନେ ଅତି ॥୮॥
କାହାର ଆଦେଶେ କରିଛୁ ମା ଏତେ
ଜୀବ ପାଇଁ ଆୟୋଜନ
ସେ ଆଦିଜନନୀ ଦରଶନ ଲାଗି
ବ୍ୟାକୁଳ ସଦା ମୋ ମନ ॥୯॥
ପୃଥିବୀ ପ୍ରତି (ତୁହି ମା ଧରଣୀ ଜନନୀ ମୋହର):
ପାଠ୍ୟପୁସ୍ତକରୁ ସଙ୍ଗୃହିତ, ଭକ୍ତକବି ମଧୁସୂଦନ ରାଓ ଙ୍କ ରଚିତ କବିତା “ପୃଥିବୀ ପ୍ରତି..ତୁହି ମା ଧରଣୀ ଜନନୀ ମୋହର..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।
YouTube ରେ ପୃଥିବୀ ପ୍ରତି
ସୁନ୍ଦର ପ୍ରୟାସ ! ଶବ୍ଦ ଭାବ ବିମୋହିତ ଚମତ୍କାର କବିତା !
ReplyDeleteବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।
Delete- "ଦି ସ୍ମରଣିକା" ଟିମ୍
Which is in class
ReplyDelete4th or 5th class.
Delete- "The Smaranika" Team
ପିଲା ଦିନ ମନେ ପଡିଯାଏ
ReplyDeleteରଶ୍ମିରଞ୍ଜନ ବାବୁ, ଆମ ସହ ସ୍ମୃତି ବାଣ୍ଟିଥିବାରୁ ଅଶେଷ ଧନ୍ୟବାଦ ଜଣାଉଛୁ ।
Delete- "ଦି ସ୍ମରଣିକା" ଟିମ୍
ପଞ୍ଚମ ଶ୍ରେଣୀରେ ପଢିଥିଲି,ମୋର ପ୍ରିୟ ଗୀତ
ReplyDeleteପିଲାଦିନ କଥା ଆମ ସହ ବାଣ୍ଟିଥିବାରୁ ଅଶେଷ ଧନ୍ୟବାଦ ଜଣାଉଛୁ
Delete- "ଦି ସ୍ମରଣିକା" ଟିମ୍